ବୈଷୟିକ ଜ୍ଞାନକୌଶଳ ବୃଦ୍ଧି ସତ୍ତ୍ୱେ ଆବଶ୍ୟକତା ରହୁଛି

ପାରାଦୀପ, ୨୫ା୨(ସ୍ବ.ପ୍ର.): ପାରାଦୀପର ସମୁଦ୍ର କୂଳରେ ଥିବା ଲାଇଟ୍‌ ହାଉସ ବା ବତିଘର ଏବେ ପ୍ରତୀକ (ଲ୍ୟାଣ୍ଡ ମାର୍କ) ଭାବେ ଜନମାନସରେ ରହିଛି। କିନ୍ତୁ ଯେଉଁ ଉଦ୍ଦେଶ୍ୟ ନେଇ ଏହା ଭାରତ ସରକାରଙ୍କ ପକ୍ଷରୁ କରାଯାଇଥିଲା ତାହା ପୂର୍ବଭଳି କାମରେ ଲାଗୁନାହିଁ। କାରଣ ଏବେ ପ୍ରତ୍ୟେକ ପଣ୍ୟବାହୀ ଜାହାଜରେ ଆଧୁନିକ ବୈଷୟିକ ଜ୍ଞାନକୌଶଳ ସରଞ୍ଜାମ ରହିଛି। ଜିପିଏସ୍‌ (ଗ୍ଲୋବାଲ ପୋଜିଶନିଂ ସିଷ୍ଟମ)ଠାରୁ ଆରମ୍ଭ କରି ବହୁ ନାଭିଗେଶନ ସିଗ୍‌ନାଲ ବ୍ୟବସ୍ଥା ଜାହାଜରେ ଉପଲବ୍ଧ ହେଲାଣି। କିନ୍ତୁ ଏହି ବତିଘର ଏବେ ସମୁଦ୍ରରେ ମାଛ ଧରିବାକୁ ଯାଉଥିବା ବୋଟ୍‌ କର୍ମଚାରୀଙ୍କ ପାଇଁ କାମରେ ଲାଗୁଛି ବୋଲି ବତିଘର ଷ୍ଟେଶନ ପକ୍ଷରୁ କୁହାଯାଇଛି।
ସୂଚନାଯୋଗ୍ୟ, ପାରାଦୀପର ବତିଘରକୁ ୧୯୮୨ରେ କେନ୍ଦ୍ର ବନ୍ଦର ନୌପରିବହନ ଏବଂ ଜଳମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ଆରମ୍ଭ କରାଯାଇଥିଲା। ୧୯୮୮ ମାର୍ଚ୍ଚ ୨୫ରେ ଲୋକାର୍ପଣ ହୋଇଥିଲା। ୪୦ ମିଟର ଉଚ୍ଚତା ବିଶିଷ୍ଟ ଏହି ବତିଘର ବତିରେ ଏକ ପ୍ରକାର ସ୍ବତନ୍ତ୍ର ବ୍ୟବସ୍ଥା ରହିଛି। ଯଥା ଏହି ବତି ପ୍ରତି ୫ ସେକେଣ୍ଡରେ ଧପ୍‌ଧପ୍‌ ହୋଇଥାଏ। ଏହାକୁ ଦେଖିଲେ ଜାହାଜର କ୍ୟାପଟେନ କିମ୍ବା ନାବିକ ପାରାଦୀପ ବୋଲି ଜାଣିପାରନ୍ତି। ଉକ୍ତ ବତି ସିଗ୍‌ନାଲ ସମୁଦ୍ରରେ ୧୦ ନଟିକାଲ ମାଇଲ (୧୮ କିମି) ପର୍ଯ୍ୟନ୍ତ ଦୃଶ୍ୟମାନ ହେଉଛି ବୋଲି ବତିଘର ଇନ୍‌ଚାର୍ଜ ପ୍ରଦୀପ କୁମାର ଦତ୍ତା କୁହିଛନ୍ତି। ସମଗ୍ର ବିଶ୍ୱରେ ଥିବା ପ୍ରତ୍ୟେକ ଲାଇଟ୍‌ ହାଉସର ଏଭଳି ସିଗ୍‌ନାଲ ରହିଛି। କେତେ ସେକେଣ୍ଡରେ ଲାଇଟ୍‌ ଅଫ ହୁଏ ତା’ର ଏକ ଲିଖିତ ତାଲିକା ପ୍ରତ୍ୟେକ ଜାହାଜର କ୍ୟାପଟେନଙ୍କ ପାଖରେ ଥାଏ। ସେହି ଆଧାରରେ ସେମାନେ ସମୁଦ୍ରରେ ଥାଇ ଜାଗାର ନାମ ଜାଣୁଥିଲେ। ଝଡ଼ ବାତ୍ୟା ଯୋଗୁ ଯଦି ଜାହାଜର ସମସ୍ତ ସିଗ୍‌ନାଲ ଫେଲ ହୋଇଯାଏ ସେତେବେଳେ ଏହି ବତିଘର ବତି କାମରେ ଲାଗିଥାଏ। ଏବେ ପ୍ରାୟତଃ ଜାହାଜ ପାଇଁ କାମରେ ଲାଗୁନାହିଁ। କିନ୍ତୁ ବୋଟ୍‌ ଡ୍ରାଇଭରଙ୍କ ପାଇଁ ସିଗ୍‌ନାଲ କାମରେ ଲାଗୁଛି। ଓଡ଼ିଶାରେ ଏବେ ୬ଟି ସ୍ଥାନରେ ବତିଘର ରହିଛି। ସେଗୁଡିକ ହେଲା ଗଞ୍ଜାମ ଜିଲାର ଗୋପାଳପୁର ଓ ପ୍ରୟାଗି, ପୁରୀ ଜିଲାର ପୁରୀ ଓ ଚନ୍ଦ୍ରଭାଗା, ଜଗତ୍‌ସିଂହପୁର ଜଲାର ପାରାଦୀପ ଏବଂ କେନ୍ଦ୍ରାପଡ଼ା ଜିଲାର ହୁକିଟୋଲା। ଏସବୁ ମଧ୍ୟରେ ସବୁଠାରୁ ପୁରୁଣା ବତିଘର ହୁକିଟୋଲା। ୧୮୩୪ ମସିହାରେ ଇଂରେଜମାନେ କରିଥିଲେ।
ପାରାଦୀପ ବତିଘର ଏବେ ପ୍ରତୀକ ହେବାର କାରଣ ସମ୍ପର୍କରେ ଦତ୍ତା କୁହନ୍ତି, ପ୍ରତ୍ୟେକ ସରକାରୀ ବେସରକାରୀ ଲୋଗୋରେ ଏହାର ଛବି ରହିଛି। ପର୍ଯ୍ୟଟକଙ୍କ ପାଇଁ ଅନ୍ୟତମ ଆକର୍ଷଣ ସ୍ଥାନ। ପ୍ରତିଦିନ ଶତାଧିକ ପର୍ଯ୍ୟଟକ ଦେଖୁଛନ୍ତି। ବତିଘର ଉପରକୁ ଚଢିବା ପାଇଁ ୧୮୦ ପାହାଚ ରହିଛି। ଯିଏ ଉପରକୁ ଚଢି ଦେଖିବା ପାଇଁ ଚାହିଁବେ ସେମାନେ ଅପରାହ୍ନ ୪ଟାରୁ ୫ଟା ମଧ୍ୟରେ ଯାଇ ପାରିବେ। ସେଥିପାଇଁ ମାତ୍ର ୧୦ ଟଙ୍କା ଟିକେଟ କରିବାକୁ ଲାଗିବ। ଏହାର ତତ୍ତ୍ୱାବଧାନରେ ଏବେ ୬ ଜଣ କର୍ମଚାରୀ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri