ରୁଷିଆକୁ ଅସ୍ତ୍ର ଦେଲେ ଭୟଙ୍କର ପରିଣାମ

ଓ୍ବାଶିଂଟନ୍‌/ମ୍ୟୁନିକ୍‌,୨୦ା୨: ଆମେରିକା ପରରାଷ୍ଟ୍ର ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ ରବିବାର ଚାଇନାକୁ କଡ଼ା ଚେତାବନୀ ଦେଇଛନ୍ତି। ୟୁକ୍ରେନ୍‌ ବିରୋଧୀ ଯୁଦ୍ଧରେ ରୁଷିଆକୁ ଚାଇନା ଅସ୍ତ୍ରଶସ୍ତ୍ର ଓ ଅନ୍ୟ ସାମରିକ ଉପକରଣ ଯୋଗାଇଦେଲେ ଏହାର ପରିଣାମ ଭୟଙ୍କର ହେବ ବୋଲି ସେ କହିଛନ୍ତି। ସେହିପରି ଚାଇନାର ଗୁପ୍ତଚର ବେଲୁନ୍‌ ଆମେରିକୀୟ ସାର୍ବଭୌମତ୍ୱକୁ ଉଲ୍ଲଂଘନ କରିବା ଗ୍ରହଣୀୟ ନୁହେଁ ବୋଲି ବ୍ଲିଙ୍କେନ୍‌ ନିନ୍ଦା କରିଛନ୍ତି।
ମ୍ୟୁନିକ୍‌ ଗ୍ଲୋବାଲ ସିକ୍ୟୁରିଟି କନ୍‌ଫରେନ୍ସ ପରିପ୍ରେକ୍ଷୀରେ ଚାଇନାର ବରିଷ୍ଠ କୂଟନୀତିଜ୍ଞ ଓ୍ବାଙ୍ଗ୍‌ ୟି ଏବଂ ବ୍ଲିଙ୍କେନ୍‌ଙ୍କ ମଧ୍ୟରେ ସାକ୍ଷାତ୍‌ ହୋଇଛି। ଆମେରିକା ବେଲୁନ୍‌କୁ ନେଇ ଅତ୍ୟଧିକ ହଟଚମଟ ସୃଷ୍ଟି କରୁଛି ବୋଲି ଓ୍ବାଙ୍ଗ୍‌ ୟି ମନ୍ତବ୍ୟ ଦେବାର କିଛି ଘଣ୍ଟା ପରେ ଉଭୟେ ପରସ୍ପରକୁ ଭେଟିଛନ୍ତି। ସାକ୍ଷାତ ପରେ ଏକ ଇଣ୍ଟରଭ୍ୟୁରେ ବ୍ଲିଙ୍କେନ୍‌ କହିଛନ୍ତି, ବେଜିଂକୁ ବେଲୁନ୍‌ ପ୍ରସଙ୍ଗରେ ସ୍ପଷ୍ଟ ଚେତାବନୀ ଦିଆଯାଇଛି।

ଚାଇନା ବେଲୁନ୍‌ ୫ ମହାଦେଶର ୪୦ରୁ ଊର୍ଦ୍ଧ୍ୱ ଦେଶକୁ ଅନୁପ୍ରବେଶ କରିଥିବା ବିଶ୍ୱବାସୀ ଜାଣିସାରିଲେଣି। ୟୁକ୍ରେନ୍‌ ଯୁଦ୍ଧରେ ଚାଇନା ରୁଷିଆକୁ ଯୁଦ୍ଧାସ୍ତ୍ର ଓ ଅନ୍ୟ ସାମରିକ ଉପକରଣ ଯୋଗାଇଲେ ଏହାର ପରିଣାମ ବିପଜ୍ଜନକ ହେବ ବୋଲି ବ୍ଲିଙ୍କେନ୍‌ କହିଛନ୍ତି। ପ୍ରକାଶ ଯେ, ନିକଟରେ ଚାଇନା ବେଲୁନ୍‌କୁ ନେଇ ବ୍ଲିଙ୍କେନ୍‌ ନିଜ ବେଜିଂ ଗସ୍ତ ବାତିଲ କରିଥିଲେ। ଚାଇନାର ବହିର୍ବ୍ୟାପାର ସେଣ୍ଟ୍ରାଲ କମିଶନ ଅଫିସ ନିର୍ଦ୍ଦେଶକ ଓ୍ବାଙ୍ଗ୍‌ ୟିଙ୍କ ମତରେ ବେଲୁନ୍‌ ଉପାଖ୍ୟାନ ହେଉଛି ଆମେରିକା ଦ୍ୱାରା ପ୍ରାୟୋଜିତ ଏକ ରାଜନୈତିକ ପ୍ରହସନ। ଚାଇନାକୁ ଅତିକ୍ରମ କରିବା ପାଇଁ ଆମେରିକା ସବୁ ପ୍ରକାର ଉପାୟ ଆପଣାଇଛି।

ବେଲୁନ୍‌ ଉପାଖ୍ୟାନ

୪ରେ ଆମେରିକାର ସାଉଥ କାରୋଲିନା ସମୁଦ୍ର କୂଳ ନିକଟରେ ଚାଇନାର ଏକ ବେଲୁନ୍‌କୁ ଓ୍ବାଶିଂଟନ ଖସାଇ ଦେଇଥିଲା।
ଏହାକୁ ଗୁପ୍ତଚର ବେଲୁନ୍‌ କହି ଚାଇନାକୁ ଟାର୍ଗେଟ କରିଥିବାବେଳେ ବେଜିଂ ଅଭିଯୋଗକୁ ଖଣ୍ଡନ କରିଥିଲା।
୧୦ରେ ଆଲାସ୍କାର ଡେଡ୍‌ହର୍ସ ଆକାଶରେ ଏକ ଅଜଣା ବସ୍ତୁ ଉଡ଼ୁଥିବା ଦେଖିବାକୁ ମିଳିଥିଲା। ଏହାକୁ ମଧ୍ୟ ଆମେରିକା ଖସାଇ ଦେଇଥିଲା।
୧ରେ କାନାଡାର ୟୁକୋନ୍‌ ଆକାଶରେ ଆଉ ଏକ ଅଚିହ୍ନା ଉଡ଼ନ୍ତା ବସ୍ତୁ (ୟୁଏଫ୍‌ଓ) ଦେଖିବାକୁ ମିଳିଥିଲା, ଯାହାକୁ ଆମେରିକୀୟ ସେନା ସହାୟତାରେ ଖସାଇ ଦିଆଯାଇଥିଲା।
୧୨ରେ ଆମେରିକା-କାନାଡା ସୀମାନ୍ତ ମିଶିଗାନ୍‌ରେ ଏକ ଆଠକୋଣୀୟ ୟୁଏଫ୍‌ଓକୁ ଆମେରିକୀୟ ସେନା ଖସାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚର୍ମ କର୍କଟ ଟିକାର ହ୍ୟୁମ୍ୟାନ ଟ୍ରାଏଲ୍‌ ଆରମ୍ଭ

ନୂଆଦିଲ୍ଲୀ,୨୯ା୪: ଚର୍ମ କର୍କଟ ରୋଗର ପ୍ରତିକାର ପାଇଁ ବିଶ୍ୱର ପ୍ରଥମ ଟିକା ଉପରେ ହ୍ୟୁମ୍ୟାନ ଟ୍ରାଏଲ୍‌ ଆରମ୍ଭ ହୋଇଛି। ବ୍ରିଟେନ୍‌ର ଜଣେ ରୋଗୀ ଏହି ପରୀକ୍ଷାରେ...

ପ୍ରଳୟଙ୍କରୀ ବନ୍ୟାରେ ୪୨ ମୃତ

ନୈରୋବି,୨୯।୪: କେନ୍ଦ୍ରୀୟ କେନିଆର ମାଇ ମାହୁ ଅଞ୍ଚଳରେ ବ୍ୟାପକ ବନ୍ୟାରେ ମୃତ୍ୟୁ ସଂଖ୍ୟା ୨୦ ରୁ ୪୨କୁ ବୃଦ୍ଧି ପାଇଛି। ଏହାପୂର୍ବରୁ ସିଟିଜେନ ଟେଲିଭିଜନ ସୋମବାର...

ଦୁବାଇରେ ନିର୍ମାଣ ହେଉଛି ବିଶ୍ୱର ସବୁଠାରୁ ବଡ ବିମାନ ବନ୍ଦର, ରହିବ ଏସବୁ ସୁବିଧା

ଦୁବାଇ,୨୯।୪: ଦୁବାଇରେ ବିଶ୍ୱର ବୃହତ୍ତମ ବିମାନ ବନ୍ଦରର କାର୍ଯ୍ୟ ଆରମ୍ଭ ହୋଇଛି। ଏହି ଅଲ ମକତୁମ ଅନ୍ତର୍ଜାତୀୟ ବିମାନବନ୍ଦର ବର୍ତ୍ତମାନର ଦୁବାଇ ଆନ୍ତର୍ଜାତୀୟ ବିମାନବନ୍ଦର ଠାରୁ...

ପୁଣିଥରେ ଠପ ହେଲା ଏକ୍ସ, ୫ ଦିନରେ ଦୁଇଥର

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୯।୪: ପୂର୍ବରୁ ଟୁଇଟର ଭାବରେ ଜଣାଶୁଣା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ପୁଣିଥରେ ବନ୍ଦ ହେବାର ଖବର ଆସିଛି। ବ୍ୟବହାରକାରୀମାନେ ଲଗାତାର ସୋସିଆଲ ମିଡିଆରେ ଅଭିଯୋଗ...

ଗାଜା ଯୁଦ୍ଧରେ ଲାଗିବ ବ୍ରେକ୍‌!

ଜେରୁଜେଲମ୍‌,୨୯ା୪: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ପୁଣିଥରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ଫୋନ୍‌ ଯୋଗେ କଥା ହୋଇଛନ୍ତି ବୋଲି ହ୍ବାଇଟ୍‌ ହାଉସ୍‌ କହିଛି।...

ବଢ଼ିବ ଝିଅମାନଙ୍କ ବିବାହ ବୟସ

ଇସଲାମାବାଦ,୨୯ା୪: ଝିଅମାନଙ୍କର ସର୍ବନିମ୍ନ ବିବାହ ବୟସ ବଢ଼ିବ। ଏନେଇ ପାକିସ୍ତାନର ଶିଶୁ ସୁରକ୍ଷା କଲ୍ୟାଣ ବ୍ୟୁରୋ ପ୍ରସ୍ତାବ ଦେଇଛି। ପାକିସ୍ତାନରେ ଝିଅମାନେ ଖୁବ୍‌ କମ୍‌ ବୟସରେ...

ନାଭାଲ୍‌ନି ଗ୍ରୁପ୍‌ ପାଇଁ କାମ କରୁଥିବା ୨ ଖବରଦାତା ଗଲେ ଜେଲ

ଲଣ୍ଡନ,୨୮ା୪:ରୁଷିଆର ଦିବଂଗତ ବିରୋଧୀ ଦଳ ନେତା ଆଲେକ୍ସି ନାଭାଲ୍‌ନିଙ୍କ ଦ୍ୱାରା ପ୍ରତିଷ୍ଠିତ ଗ୍ରୁପ୍‌ ପାଇଁ କାମ କରୁଥିବା ଅଭିଯୋଗରେ ୨ ଜଣ ଖବରଦାତାଙ୍କୁ ଭ୍ଲାଡିମିର ପୁଟିନ୍‌...

ବେଲୁଚିସ୍ତାନରେ ବର୍ଷା ବିତ୍ପାତ: ୨୨ ମୃତ

କରାଚି,୨୮ା୪:ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ବୃଷ୍ଟି ଯୋଗୁ ୨୨ ଜଣଙ୍କ ମୃତ୍ୟୁ ଘଟିଛି। କାଳବୈଶାଖୀଜନିତ ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ଜଲାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri