୨୨ ଲକ୍ଷ ଲୋକ ଘର ଛାଡ଼ିଲେଣି

ଆଙ୍କାରା/ଆଲୋପୋ, ୧୬।୨: ସପ୍ତାହକରୁ ଅଧିକ ଦିନ ଧରି ତୁର୍କୀ ଓ ସିରିଆରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଭୟଙ୍କରୀ ଭୂକମ୍ପ ଯୋଗୁ ପ୍ରଭାବିତ ଅଞ୍ଚଳରୁ ୨୨ ଲକ୍ଷ ଲୋକ ଘର ଛାଡ଼ି ସୁରକ୍ଷିତ ସ୍ଥାନକୁ ଚାଲିଯାଇଛନ୍ତି। ଭୂକମ୍ପ ପ୍ରଭାବିତ ଅଞ୍ଚଳରେ ହଜାର-ହଜାର ସଂଖ୍ୟାରେ ଘର ଏବେ ଖାଲି ପଡ଼ିଥିବା ତୁର୍କୀ ରାଷ୍ଟ୍ରପତି ତାୟିପ ଇର୍ଡୋଗାନ୍‌ କହିଛନ୍ତି। ତୁର୍କୀରେ ଉଦ୍ଧାର କାର୍ଯ୍ୟ ସମାପ୍ତ ହେବାକୁ ବସିଥିବାବେଳେ ଭାଙ୍ଗିଯାଇଥିବା ବିଲ୍ଡିଂର ପୁନଃ ନିର୍ମାଣ କାର୍ଯ୍ୟ ଖୁବ୍‌ ଶୀଘ୍ର ଆରମ୍ଭ କରାଯିବ ବୋଲି ତୁର୍କୀ ରାଷ୍ଟ୍ରପତି ତାୟିପ ଇର୍ଡୋଗାନ୍‌ ବୁଧବାର ଆୟୋଜିତ ଖବରଦାତା ସମ୍ମିଳନୀରେ କହିଛନ୍ତି। ଏକମାସ ଭିତରେ ବିଲ୍ଡିଂ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ। ଭୂକମ୍ପରେ ଭାଙ୍ଗିଯାଇଥିବା ପ୍ରତ୍ୟେକ କୋଠା, କାର୍ଯ୍ୟାଳୟ ପୁଣିଥରେ ନିର୍ମାଣ କରିବା ପରେ ମାଲିକଙ୍କୁ ହସ୍ତାନ୍ତର କରାଯିବ। ଭୂକମ୍ପରେ ୧୦୫,୦୦୦ ଜଣ ଆହତ ହୋଇଥିବାବେଳେ ୧୩,୦୦୦ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଭୂକମ୍ପ ଭଗ୍ନାବଶେଷ ତଳୁ ବହୁ ଲୋକ ଓ ଶିଶୁଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ଅନେକ ଲୋକଙ୍କୁ ସେମାନଙ୍କ ଆତ୍ମୀୟମାନଙ୍କୁ ହରାଇବାକୁ ମଧ୍ୟ ପଡ଼ିଛି।

ଆଦିୟାମାନର ୭ ମହଲା ବିଶିଷ୍ଟ ବିଲ୍ଡିଂର ଭଗ୍ନାବଶେଷ ତଳୁ ୨୧୨ ଘଣ୍ଟା ପରେ ଜଣେ ୭୭ ବର୍ଷୀୟା ମହିଳାଙ୍କୁ ରେସ୍କ୍ୟୁ ଟିମ୍‌ ଉଦ୍ଧାର କରିଛି। ଉଦ୍ଧାର ପରେ ଫାତମା ଗୁନଗୋରଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୁଲଗୋରଙ୍କୁ ସୁରକ୍ଷିତ ଭାବେ ଭଗ୍ନାବଶେଷ ତଳୁ କଢ଼ାଯିବା ପରେ ରେସ୍କ୍ୟୁ ଟିମ୍‌ଙ୍କୁ ତାଙ୍କ ପରିବାର ଲୋକେ ଧନ୍ୟବାଦ ଜଣାଇବା ସହ ଖୁସିରେ ଆଲିଙ୍ଗନ କରିଥିବା ଦେଖିବାକୁ ମିଳିଥିଲା। ଭାରତୀୟ ସେନାକୁ ନେଇ ପ୍ରସ୍ତୁତ କରାଯାଇଥିବା ୟୁନାଇଟେଡ୍‌ ନ୍ୟାଶନାଲ ଡିସ୍‌ଏଙ୍ଗେଜ୍‌ମେଣ୍ଟ ଅବଜର୍ଭର ଫୋର୍ସ (ୟୁଏନ୍‌ଡଇଓଏଫ୍‌) ବୁଧବାର ରିଲିଫ ସାମଗ୍ରୀ ନେଇ ସିରିଆର ଆଲେପୋରେ ପହଞ୍ଚିଛିି। ତୁର୍କୀ-ସିରିଆ ଭୂକମ୍ପରେ ଦୁଇ ଦେଶକୁ ସହଯୋଗ କରିବା ଲାଗି ଭାରତ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ‘ଅପରେଶନ୍‌ ଦୋସ୍ତ’ ଆରମ୍ଭ କରାଯାଇଛି। ଏହା ଜରିଆରେ ଭାରତ ତୁର୍କୀ ଓ ସିରିଆକୁ ରିଲିଫ୍‌ ସାମଗ୍ରୀ ପଠାଉଛି। ଭୂକମ୍ପ ଭଗ୍ନାବଶେଷ ତଳୁ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ବିଶ୍ୱର ୭୬ଟି ଦେଶ ତୁର୍କୀକୁ ରେସ୍କ୍ୟୁଟିମ୍‌ ପଠାଇଛି। ଏଥିରୁ ୧୨ଟଇ ବିଦେଶୀ ଦଳ ସେମାନଙ୍କ ମିଶନ୍‌ ଶେଷ କରି ଫେରିଛନ୍ତି। ସହାୟତା ଯୋଗାଉ ଥିବା ଦେଶଗୁଡ଼ିକୁ ତୁର୍କୀ ବହିର୍ବାପାର ମନ୍ତ୍ରୀ ମେଭଲଟ କାଭୁସୋଗ୍ଲୁ ଧନ୍ୟବାଦ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଳାକାରଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ବଢ଼ିଲା ସହାୟତା ଭତ୍ତା, ଉପକୃତ ହେବେ ୪୭ ହଜାର

ଭୁବନେଶ୍ୱର,୨୮ା୧୨: କେନ୍ଦୁଝର ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର କଳାକାରମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍‌ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...

୨୦୨୫ରେ ବଦଳିଲା ଚାକିରିର ରୂପରେଖ: ଜାଣନ୍ତୁ କେଉଁ କ୍ୟାରିୟରକୁ ଅଧିକ ବାଛିଲେ ଜେନ ଜି?

ନୂଆଦିଲ୍ଲୀ,୨୮ା୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ପ୍ରଭାବ ଏବଂ ଅର୍ଥନୈତିକ ଅସ୍ଥିରତା ଯୋଗୁଁ ୨୦୨୫ ମସିହାରେ ନୂତନ ଗ୍ରାଜୁଏଟମାନେ ନିଜର କର୍ମକ୍ଷେତ୍ର ବାଛିବା ଶୈଳୀରେ ବ୍ୟାପକ...

ଗଟାମାହା ଜଙ୍ଗଲରେ ଅତର୍କିତ ଚଢ଼ାଉ, ଗଞ୍ଜେଇ ଗଛ ପୋଡ଼ିଦେଲା ପୋଲିସ

ଜି.ଉଦୟଗିରି,୨୮/୧୨( ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ପୋଲିସ ଥାନା ଅନ୍ତର୍ଗତ ଗଟାମାହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri