ଫେଲ୍‌ ମାରିଛି ଆଳୁ ମିଶନ

ଭଦ୍ରକ ଅଫିସ, ୯ା୨: ଭଦ୍ରକ ଜିଲାରେ ଆଳୁ ଚାଷ ପ୍ରତି ଚାଷୀଙ୍କ ଆଗ୍ରହ ରହୁ ନ ଥିବା ଦେଖିବାକୁ ମିଳିଛି। ସରକାର ଆଳୁ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ବିହନ ଯୋଗାଣ ସହ ହେକ୍ଟର ପିଛା ସର୍ବାଧିକ ୫୮ ହଜାର ଟଙ୍କା ସବ୍‌ସିଡି ଘୋଷଣା କରିଛନ୍ତି। ତଥାପି ଆଳୁ ଚାଷ ଜିଲାରେ ବୃଦ୍ଧି ବଦଳରେ ହ୍ରାସ ପାଇଥିବା ପରିଲକ୍ଷିତ ହୋଇଛି। ଜିଲାରେ ଆଳୁ ମିଶନ ଫେଲ ମାରିଥିବା ଅଭିଯୋଗ ହୋଇଛି।

ଗତବର୍ଷ ଜିଲାରେ ପ୍ରାୟ ୮୮ ହେକ୍ଟର ଜମିରେ କେବଳ ଆଳୁ ଚାଷ କରାଯାଇଥିବା ବେଳେ ଚଳିତ ବର୍ଷ ୫୯ ହେକ୍ଟର ଚାଷ ହୋଇଛି। ଜିଲାର ୭ଟି ବ୍ଲକ ମଧ୍ୟରୁ କେବଳ ୫ ବ୍ଲକରେ ଆଳୁ ଚାଷ ହୋଇଥିବା ବେଳେ ତିହିଡ଼ି ଓ ଧାମନଗର ବ୍ଲକରେ ଜଣେ ହେଲେ ଚାଷୀ ଆଳୁ ଚାଷ କରିନାହାନ୍ତିି। ଚାନ୍ଦବାଲି ବ୍ଲକରେ ସର୍ବାଧିକ ୧୩ ହେକ୍ଟର ଜମିରେ ଆଳୁ ଚାଷ ହୋଇଥିବା ବେଳେ ଭଦ୍ରକରେ ୯.୯୬ ହେକ୍ଟର, ଭଣ୍ଡାରିପୋଖରୀରେ ୩.୩୩ ହେକ୍ଟର ଏବଂ ବାସୁଦେବପୁର ଓ ବନ୍ତ ବ୍ଲକରେ ୬.୬୬ ହେକ୍ଟର ଲେଖାଏ ଜମିରେ ଆଳୁ ଚାଷ ହୋଇଛି। ଚଳିତବର୍ଷ ସରକାରୀ ଭାବେ ଜିଲାରେ ୮୯୯ କୁଇଣ୍ଟାଲ ଆଳୁ ବିହନ ଯୋଗାଇ ଦିଆଯାଇଛି। ଚଳିତ ବର୍ଷ ପ୍ରାୟ ୧୦ ହଜାର ମେଟ୍ରିକ ଟନ ଆଳୁ ଉପତ୍ାଦନ ଲକ୍ଷ୍ୟ ରଖାଯାଇଛି। ଘରୋଇ ବଜାର ସର୍ବେକ୍ଷଣ ରିପୋର୍ଟ ଅନୁଯାୟୀ ଭଦ୍ରକ ଜିଲାରେ ବାର୍ଷିକ ପ୍ରାୟ ୩ ଲକ୍ଷ ୫୦ ହଜାର ମେଟ୍ରିକ ଟନ ଆଳୁର ଆବଶ୍ୟକତା ରହିଛି। ହେଲେ ଜିଲାରେ ନୈରାଶ୍ୟଜନକ ଆଳୁ ଉପତ୍ାଦନ ଯୋଗୁ ପଡ଼ୋଶୀ ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ୁଛି।

ରାଜ୍ୟରେ ଗୁରୁତର ଆଳୁ ସଙ୍କଟକୁ ଦୃଷ୍ଟିରେ ରଖି ସରକାର ୨୦୧୫-୧୬ ରେ ଆଳୁ ମିଶନ ଆରମ୍ଭ କରିଥିଲେ। ରାଜ୍ୟରେ ବ୍ୟାପକ ଭାବେ ଆଳୁଚାଷ କରିବାକୁ ସରକାରୀ ପ୍ରୋସତ୍ାହନ ସହ ଆଳୁକୁ ଦୀର୍ଘଦିନ ଧରି ସଂରକ୍ଷିତ କରି ରଖିବାକୁ ରାଜ୍ୟବ୍ୟାପୀ ଅଧିକରୁ ଅଧିକ ଶୀତଳ ଭଣ୍ଡାର ଖୋଲିବାକୁ ପ୍ରୟାସ କରିଥିଲେ। ସରକାରୀ ପ୍ରୋତ୍ସାହନ ସତ୍ତ୍ୱେ ଜିଲାରେ ଆଳୁ ଚାଷ ପ୍ରତି ଚାଷୀଙ୍କ ଆଗ୍ରହ ହେଉ ନ ଥିବା ନେଇ ଜିଲା ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକ କନ୍ଦ ଜେନା କହନ୍ତି ଆଳୁ ମୁଖ୍ୟତଃ ଅକ୍ଟୋବର ଏବଂ ନଭେମ୍ବର ମାସରେ କରାଯାଇ ଜାନୁଆରୀ ଫେବୃଆରୀରେ ଅମଳ କରାଯାଇଥାଏ। ହେଲେ ଜିଲାରେ ବିଳମ୍ବିତ ଖରିଫ ଧାନ ଅମଳ ଯୋଗୁ ଚାଷ ବିଳମ୍ବିତ ହେଉଛି। ଫଳରେ ଆଳୁ ଉପତ୍ାଦନ ହ୍ରାସ ପାଉଛି। ଫଳରେ ଆଳୁ ଚାଷ ପ୍ରତି ଚାଷୀଙ୍କ ଆଗ୍ରହ ରହୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ବର ପାଇଁ ନୂଆ ଟିମ୍‌ ନିଯୁକ୍ତ କଲେ ମନମୋହନ, ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର,୨୯।୧୨: ଭାଜପା କଲା ବଡ଼ ଘୋଷଣା। ଭୁବନେଶ୍ବର ପାଇଁ ନୂଆ ପଦାଧିକାରୀ ଭାଜପା ନିଯୁକ୍ତି କରିଛି। ୨୧ ପଦାଧିକାରୀଙ୍କୁ ମନମୋହନ ସାମଲ ନିଯୁକ୍ତି ଦେଇଛନ୍ତି। ଭୁବନେଶ୍ବର...

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri