ଶୁଆକଣରେ ଜଳ ଜୀବନ ମିଶନ ଦିଗହରା

ନାଉଗଁା, ୮ା୨(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ନାଉଗଁା ବ୍ଲକ ଅନ୍ତର୍ଗତ କୋରୁଅ ପଞ୍ଚାୟତ ଶୁଆକଣ ଗଁାର ଚତୁଃପାର୍ଶ୍ୱକୁ ଦେବୀ ନଦୀ ଘେରି ରହିଛି। ଏହି ଗଁାଟି ସମୁଦ୍ର କୂଳବର୍ତ୍ତୀ ଅଞ୍ଚଳ ହୋଇଥିବା ବେଳେ ପାନୀୟ ଜଳର ସମସ୍ୟା ଲାଗି ରହିଛି। ସମୁଦ୍ର ତଟବର୍ତ୍ତୀ ଗ୍ରାମ ହୋଇଥିବାରୁ ଏହି ସ୍ଥାନରେ ଲୁଣିଆ ପାଣି ମିଳିଥାଏ। ଯାହାକୁ କି ସାଧାରଣ ଭାବେ ପିଇବା ସମ୍ଭବ ନୁହେଁ। ତେଣୁ ଗ୍ରାମର ପାନୀୟ ଜଳ ସମସ୍ୟାକୁ ଦୃଷ୍ଟିରେ ରଖି ସରକାରଙ୍କ ଜଳ ଜୀବନ ମିଶନ ଆନୁକୂଲ୍ୟରେ ଘର ଘରକୁ ପାନୀୟ ଜଳ ଯୋଜନାରେ ଏହି ଗଁାଟିକୁ ସାମିଲ କରାଯାଇଛି। ଏହାର ଲକ୍ଷ୍ୟ, ଉଦ୍ଦେଶ୍ୟ ହେଉଛି ସ୍ବଚ୍ଛ ଓ ବିଶୁଦ୍ଧ ପାନୀୟ ଜଳ ସମସ୍ତ ପରିବାର ନିକଟରେ ପହଞ୍ଚାଇବା। ସେଥିପାଇଁ ସରକାରଙ୍କ ପକ୍ଷରୁ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଉଛି। ଏହି ପ୍ରକଳ୍ପଟି ସରକାରଙ୍କ ଗ୍ରାମ୍ୟ ଜଳ ପରିମଳ ବିଭାଗ ପକ୍ଷରୁ ନିର୍ମାଣ କରାଯାଉଛି। ଏହାର ତଦାରଖ ଦାୟିତ୍ୱ ବିଭାଗ ଅଧୀନରେ ରହିଛି। କିନ୍ତୁ ନିର୍ମାଣ କାର୍ଯ୍ୟ ନିମ୍ନମାନର ହେଉଥିବା ସ୍ଥାନୀୟ ଜନସାଧାରଣ ଗଣମାଧ୍ୟମରେ ଅଭିଯୋଗ କରିଛନ୍ତି। ଗଁାର ଭାଗେନ୍ଦ୍ର ମାଣିଆ, ଦୈତାରୀ ଦାସ, ଦିଲୀପ ଦାସ, ନଗେନ୍ଦ୍ର ଦାସଙ୍କ ଅଭିଯୋଗ ମୁତାବକ ଠିକାଦାର ମନଇଚ୍ଛା କାମ କରୁଥିବା ବେଳେ କୌଣସି ବିଭାଗୀୟ ଅଧିକାରୀ ଉପସ୍ଥିତ ରହୁନାହାନ୍ତି। ଫଳରେ ଭାଗ, ମାପ ଠିକ୍‌ ଭାବେ ଦିଆଯାଉ ନ ଥିବାରୁ କାର୍ଯ୍ୟର ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସେହିପରି ନିୟମାନୁସାରେ, କାର୍ଯ୍ୟ ଆରମ୍ଭ ପୂର୍ବରୁ ଜନସାଧାରଣଙ୍କ ଅବଗତି ନିମନ୍ତେ ସୂଚନା ଫଳକ ଲଗାଯିବା କଥା। ପାନୀୟ ଜଳ ପରିମଳ ବିଭାଗ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ଉକ୍ତ ସୂଚନା ଫଳକ ୮.୬ ଫୁଟର ହୋଇଥିବା ବେଳେ ଏଥିରେ ସମସ୍ତ ତଥ୍ୟ ପ୍ରଦର୍ଶିତ କରାଯିବ। କିନ୍ତୁ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସୂଚନା ଫଳକ ଲଗାଯାଉନାହିଁ। ଯାହାକି ସାଧାରଣ ଲୋକଙ୍କୁ ସମସ୍ତ ତଥ୍ୟ ଗୋପନ ରଖାଯାଉଛି। ସରକାରୀ ନିର୍ମାଣ ନିୟମ ଅନୁସାରେ କାର୍ଯ୍ୟରେ ପୋଡା ଇଟାକୁ ବାଦ ଦିଆଯାଇ ସିମେଣ୍ଟ ଇଟା ବ୍ୟବହୃତ କରାଯିବ। କିନ୍ତୁ ଉକ୍ତ ପାନୀୟ ଜଳ ପ୍ରକଳ୍ପରେ ପୋଡା ଇଟାକୁ ବ୍ୟବହାର କରାଯାଉଛି। ସରକାରୀ ଭାବେ ଉକ୍ତ ଇଟାକୁ କାମରେ ଲଗାଇବାକୁ ଧାର୍ଯ୍ୟ କରାଯାଇନାହିଁ। ଯାହାକି ପାନୀୟ ଜଳ ପ୍ରକଳ୍ପର ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେଣୁ ପ୍ରକଳ୍ପଟିକୁ ଠିକ୍‌ ଭାବେ ନିର୍ମାଣ କରିବାକୁ ଗ୍ରାମବାସୀଙ୍କ ପକ୍ଷରୁ ପ୍ରଶାସନ ନିକଟରେ ଦାବି କରାଯାଇଛି। ଏ ସମ୍ପର୍କରେ ବିଭାଗର ଯନ୍ତ୍ରୀ ରଶ୍ମି ରଞ୍ଜନ ଦାସଙ୍କୁ ପଚାରିବାରେ ସୂଚନା ଫଳକ ଲଗାଯିବା ପାଇଁ ଠିକାଦାରଙ୍କୁ କୁହାଯିବ। ନିମ୍ନମାନର କାର୍ଯ୍ୟ ବିଷୟରେ ପଚାରିବାରୁ କାମ ବର୍ତ୍ତମାନ ଆରମ୍ଭ ହୋଇଛି। ଠିକ୍‌ ଭାବେ କାମ କରାଯିବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏନ୍‌କାଉଣ୍ଟରେ ୪ ମାଓବାଦୀ ନିପାତ

ରାୟପୁର/ମାଲକାନଗିରି,୩୦।୪: ଏନକାଉଣ୍ଟରେ ମଙ୍ଗଳବାର ୪ ମାଓବାଦୀ ଟଳିପଡିଛନ୍ତି। ଛତିଶଗଡର ନାରାୟଣପୁର ଆବୁଜମାଡ ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ମାଓବାଦୀ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ୪ ମାଓବାଦୀ ନିହତ...

ଭାଜପା କର୍ମୀ ସମ୍ମିଳନୀ, ମିଶ୍ରଣ ପର୍ବ

କାମାକ୍ଷାନଗର,୩୦।୪(ସୁଧୀର ପରିଡ଼ା): ଢେଙ୍କାନାଳ ଜିଲା କଙ୍କଡାହାଡ଼ ବ୍ଲକ ଦଶୀପୁର, କଣ୍ଟାପାଳ ଓ ବିରିବୋଲେଇ ପଞ୍ଚାୟତରେ ଭାଜପାର କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି।...

ବିଜେଡିରେ ମିଶିଲେ ଜିଲା ଯୁବ କଂଗ୍ରେସ ପୂର୍ବତନ ସଭାପତି

ଢେଙ୍କାନାଳ,୩୦ା୪(ରତନ ନାୟାର): ଢେଙ୍କାନାଳ ସହର ଗଣେଶ ମଣ୍ଡପଠାରେ ରବିବାର ବିଜେଡି ପକ୍ଷରୁ ଏକ ମିଶ୍ରଣପର୍ବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲା ଯୁବ କଂଗ୍ରେସର ପୂର୍ବତନ ସଭାପତି...

କଣ୍ଟେନରରେ ଲାଗିଲା ଭୟଙ୍କର ନିଆଁ: ଲକ୍ଷାଧିକ ଟଙ୍କା ସମ୍ପତ୍ତି ନଷ୍ଟ

କଟକ, ୩୦।୦୪ (କାର୍ତ୍ତିକ ସାହୁ): ଜଗତପୁର ଥାନା ଅନ୍ତର୍ଗତ ନଜରପୁରଠାରେ ଥିବା ଶ୍ରମିକ ମାନଙ୍କର ରହିବା ପାଇଁ ଛ’ଟି କଣ୍ଟେନରରେ ସୋମବାର ବିଳମ୍ବିତ ରାତି ପ୍ରାୟ...

ଚିନ୍ତା ବଢ଼ାଇଲାଣି ଜଙ୍ଗଲ ନିଆଁ

ନୟାଗଡ଼,୩୦।୪(ଲୋକନାଥ ମିଶ୍ର): ନୟାଗଡ଼ ବନଖଣ୍ଡ ଓ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡରେ ଜଙ୍ଗଲରେ ଲାଗୁଥିବା ନିଆଁ ଚିନ୍ତା ବଢାଇ ଦେଲାଣି। ଅଗ୍ନିବର୍ଷା ବେଳେ ଜଙ୍ଗଲର ନିଆଁର ତାତି...

ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିଲେ

ରେମୁଣା,୩୦।୪(ରବୀନ୍ଦ୍ର ମହାକୁଡ଼): ବାଲେଶ୍ୱର ଜିଲା ରେମୁଣା ନିର୍ବାଚନମଣ୍ଡଳୀ ଅଧୀନ କୁରୁଡ଼ା ଯାତ୍ରାପଡ଼ିଆଠାରେ କଂଗ୍ରେସର ଏକ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଛି। ଏମ୍‌ପି ପ୍ରାର୍ଥୀ ଶ୍ରୀକାନ୍ତ ଜେନା...

କଟକ ଲୋକ ସଭା ଆସନ: ଅଭିଜ୍ଞ ବନାମ ନୂଆ ଚେହେରା

କଟକ,୩୦।୪(ଶିଳ୍ପା ପ୍ରିୟଦର୍ଶିନୀ):କଟକ ସଂସଦୀୟ କ୍ଷେତ୍ରରେ ତ୍ରିମୁଖୀ ଲଢେଇ ହେବା ନେଇ ଆଲୋଚନା ହେଉଛି। ଲୋକ ସଭା ଆସନ ପାଇଁ ବିଜେଡି ସଂତୃପ୍ତ ମିଶ୍ର, ଭାଜପା ଭର୍ତ୍ତୃହରି...

‘ଓଡ଼ିଆ ଅସ୍ମିତାକୁ ଜାଗ୍ରତ କରି ରାଜ୍ୟକୁ ୧ ନମ୍ବର କରିବା’

ଅନୁଗୋଳ,୩୦ା୪ (ଅମିତ କୁମାର ସାମଲ)/ ଆଠମଲ୍ଲିକ (ଉଦୀପ୍ତ ପୁରୋହିତ)/ ବଇଣ୍ଡା (ପରିକ୍ଷିତ ସାହୁ):ଓଡ଼ିଶାରେ ପ୍ରଥମ ଥର ଓ କେନ୍ଦ୍ରରେ ତୃତୀୟ ଥର ପାଇଁ ଭାଜପା ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri