Posted inଖେଳ

ୟୁନାଇଟେଡ କପ୍‌ କ୍ରିକେଟ: ସୁନ୍ଦରଗ୍ରାମ ସ୍ପୋର୍ଟିଂ ଚାମ୍ପିୟନ

କଣ୍ଟାପଡା, ୬ା୨ (ଡି.ଏନ୍‌.ଏ.): କଣ୍ଟାପଡା ବ୍ଲକ ଅନ୍ତର୍ଗତ ବାଇରୋଇ ନାରାୟଣୀ ୟୁଥକ୍ଲବ ପକ୍ଷରୁ ସ୍ଥାନୀୟ କେଳାକୁଦ ପଡିଆରେ ଆୟୋଜିତ ୩ୟ ୟୁନାଇଟେଡ କପ୍‌ କ୍ରିକେଟ ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚରେ ବାଲିଅନ୍ତା ଆର୍‌ସିସି କ୍ରିକେଟ କ୍ଲବକୁ ୮୬ ରନରେ ହରାଇ ସ୍ମାଇଲ ଏସ୍‌ଜି ସ୍ପୋର୍ଟିଂ ସୁନ୍ଦରଗ୍ରାମ ଚାମ୍ପିୟନ ଟ୍ରଫି ହାସଲ କରିଛି।

ସୌରଭ ଦାସଙ୍କ ୧୭ ବଲରୁ ୫୦ ଓ ଦିଲୀପ ରାଉତଙ୍କ ୨୫ ବଲରୁ ବିସ୍ଫୋରକ ୬୭ ରନ ବଳରେ ସୁନ୍ଦରଗ୍ରାମ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ ଉଇକେଟ ହରାଇ ୨୬୨ ରନ୍‌ କରିଥିଲା। ବିପକ୍ଷ ଦଳର ବିକାଶ ଓ ପ୍ରଭାତ ୨ଟି ଲେଖାଏ ଉଇକେଟ ନେଇଥିଲେ। ୨୬୨ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛାକରି ବାଲିଅନ୍ତା ଦଳ ପ୍ରାରମ୍ଭରେ ସୁମନ୍ତଙ୍କ ୪୦ ଓ ଅଭିତାଭଙ୍କ ୩୯ରନ ସହାୟତାରେ ଭଲ ଆରମ୍ଭ କରିଥିଲା। ମାତ୍ର ପରବର୍ତ୍ତୀ ବ୍ୟାଟରମାନଙ୍କ ବିଫଳତା ଯୋଗୁ ଦଳ ୧୬ ଓଭରରେ ୧୭୬ ରନ କରି ଅଲଆଉଟ ହୋଇଯାଇଥିଲା।

ଚାମ୍ପିୟନ ଦଳର ଚନ୍ଦନ ୪ ଓ ବାପୁଜୀ ୩ ଉଇକେଟ ନେଇ ବିପର୍ଯ୍ୟୟ ଘଟାଇଥିଲେ। କଣ୍ଟାପଡା ସରପଞ୍ଚ ନିର୍ମଳ ସାହୁ, ସାମାଜିକ କର୍ମୀ ପବିତ୍ର ପ୍ରଧାନ, ଗୁଣନିଧି ସାହୁ, ସୁକାନ୍ତ ସାହୁ, ରମେଶ ସାହୁ, ବିଜୟ ନନ୍ଦ, ରାଜେଶ ନନ୍ଦ ପ୍ରମୁଖ ଅତିଥିଭାବେ ଯୋଗଦେଇ ବିଜୟୀଦଳକୁ ୧୮,୦୦୦ ଟଙ୍କାସହ ଚାମ୍ପିୟନ ଟ୍ରଫି ଓ ରନରଅପ୍‌ ଦଳକୁ ୧୨,୦୦୦ ଟଙ୍କା ଓ ଟ୍ରଫି ପ୍ରଦାନ କରିଥିଲେ। ଚାମ୍ପିୟନ ଦଳର ଚନ୍ଦନଙ୍କୁ ପ୍ଲେୟର ଅଫ ଦି ଫାଇନାଲ ଓ ରନରଅପ୍‌ ଦଳର ପବିତ୍ରଙ୍କୁ ପ୍ଲେୟର ଅଫ୍‌ ଦି ଟୁର୍ନାମେଣ୍ଟ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ଅବସରରେ ଆୟୋଜକ କ୍ଲବ ପକ୍ଷରୁ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷଦେବ ସ୍ବାଇଁ , ସୁନୀଲ ଦଳେଇ ଓ ସତ୍ୟରଞ୍ଜନ ବାରିକ ମ୍ୟାଚ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

୨୪ ବର୍ଷ ପୂର୍ବେ ପାକିସ୍ତାନକୁ ନେଇ ଏମିତି କଥା କହିଥିଲେ ପୁଟିନ: ଏବେ ହେଉଛି ସତ

ମସ୍କୋ,୨୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପାକିସ୍ତାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ଏହି ବିବୃତ୍ତି ପ୍ରାୟ ୨୪ ବର୍ଷ ପୁରୁଣା, ଯେତେବେଳେ ସେ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ମାତ୍ର ୫ ଦିନରେ ଦୋଷୀଙ୍କୁ ମିଳିଲା ଦଣ୍ଡ: କୋର୍ଟଙ୍କ ରାୟଙ୍କ ଦେଖି ଲୋକେ ଆଶ୍ଚର୍ଯ୍ୟ

ଜୟପୁର,୨୫।୧୨: ରାଜସ୍ଥାନର କୋଟପୁଟଲି-ବେହରର ଜିଲାରେ ଏକ ଚୋରି ମାମଲାରେ ଅଭିଯୁକ୍ତକୁ ପାଞ୍ଚ ଦିନ ମଧ୍ୟରେ କୋର୍ଟ ଦଣ୍ଡାଦେଶ ଶୁଣାଇଛି। କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ଡ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri