ୟୁକ୍ରେନ୍‌ ଉପରେ ଆଲୋଚନା ପାଇଁ ପ୍ରସ୍ତୁତ: ପୁଟିନ୍‌

ମସ୍କୋ,୨୬ା୧୨: ୟୁକ୍ରେନ୍‌ ଯୁଦ୍ଧର ସମସ୍ତ ପକ୍ଷଙ୍କ ସହ ଆଲୋଚନା ପାଇଁ ରୁଷିଆ ପ୍ରସ୍ତୁତ। କିତୁ କିଭ୍‌ ଓ ଏହାର ପାଶ୍ଚାତ୍ୟ ସମର୍ଥନକାରୀମାନେ ଆଲୋଚନା ପ୍ରସ୍ତାବକୁ ଅଗ୍ରାହ୍ୟ କରିଦେଇଛନ୍ତି ବୋଲି ରବିବାର ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ପ୍ରକାଶ କରିଛନ୍ତି।

ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ଏଜେନ୍ସି (ସିଆଇଏ) ନିର୍ଦ୍ଦେଶକ ଓ୍ବିଲିୟମ୍‌ ବନର୍‌ସ ନିକଟରେ ପ୍ରକାଶିତ ଏକ ସାକ୍ଷାତ୍‌କାରରେ କହିଥିଲେ, ଅଧିକାଂଶ ସଂଘର୍ଷ ଆଲୋଚନା ଜରିଆରେ ହିଁ ଶେଷ ହୋଇଥାଏ। କିନ୍ତୁ ରୁଷିଆ ଯୁଦ୍ଧ ଶେଷ ପାଇଁ ଗମ୍ଭୀର ଥିବା ଭଳି ମନେହେଉନାହିଁ। ରୁଷିଆର ଏକ ସରକାରୀ ଟିଭି ଚ୍ୟାନେଲକୁ ରବିବାର ସାକ୍ଷାତ୍‌କାର ଦେଇ ଷ୍ଟ୍ରଙ୍ଗ୍‌ମ୍ୟାନ୍‌ ଭ୍ଲାଡିମିର ପୁଟିନ୍‌ କହିଛନ୍ତି, ସମାଧାନର ଗ୍ରହଣଯୋଗ୍ୟ ପନ୍ଥା ବାହାର କରିବା ପାଇଁ ଆମେ ସମସ୍ତ ସମ୍ପୃକ୍ତ ପକ୍ଷଙ୍କ ସହ ଆଲୋଚନା କରିବାକୁ ପ୍ରସ୍ତୁତ ଅଛୁ। ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କିଙ୍କ ପରାମର୍ଶଦାତା ମିଖାଇଲୋ ପୋଡୋଲୟାକ୍‌ଙ୍କ ମତରେ ପୁଟିନ୍‌ ବାସ୍ତବତାକୁ ଫେରିବା ଆବଶ୍ୟକ। ରୁଷିଆ ଏକୁଟିଆ ୟୁକ୍ରେନ୍‌କୁ ଆକ୍ରମଣ କରି ନାଗରିକମାନଙ୍କୁ ହତ୍ୟା କରିଛି।

ମସ୍କୋ ଆଲୋଚନା ଚାହୁଁନାହିଁ, ବରଂ ନିଜ ମୁଣ୍ଡରୁ ଉତ୍ତରଦାୟିତ୍ୱ ଖସାଇବାକୁ ଚାହୁଁଛି। ପ୍ରକାଶ ଯେ, ଫେବୃୟାରୀ ୨୪ରେ ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ କରିଥିଲା। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠୁ ଏହା ହେଉଛି ୟୁରୋପରେ ସବୁଠୁ ଘାତକ ସଂଘର୍ଷ। ସେହିପରି ୧୯୬୨ କ୍ୟୁବା ମିଶାଇଲ୍‌ କ୍ରାଇସିସ୍‌ ପରେ ମସ୍କୋ ଓ ପାଶ୍ଚାତ୍ୟ ମଧ୍ୟରେ ସବୁଠୁ ବଡ଼ ମୁହଁାମୁହିଁ। ଇତିମଧ୍ୟରେ ଏହି ଯୁଦ୍ଧକୁ ୩୦୫ ଦିନ ବିତିଥିବାବେଳେ ରୁଷିଆର ସବୁ ଲକ୍ଷ୍ୟ ହାସଲ ନ ହେବା ଯାଏ ଲଢ଼େଇ ଜାରି ରହିବ ବୋଲି କ୍ରେମ୍‌ଲିନ୍‌ କହିଛି। କିଭ୍‌ର କହିବା ହେଲା କ୍ରିମିଆ ସମେତ ସମ୍ପୂର୍ଣ୍ଣ ୟୁକ୍ରେନୀୟ ଭୂଖଣ୍ଡରୁ ପ୍ରତ୍ୟେକ ରୁଷୀୟ ସୈନ୍ୟଙ୍କୁ ନ ଘଉଡ଼ାଇବା ପର୍ଯ୍ୟନ୍ତ ଲଢ଼େଇ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

ଦିଗପହଣ୍ଡିରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ଶିଳାନ୍ୟାସ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି,୨୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ବୁଧବାର ବିଧାୟକ ଡ଼.ସିଦ୍ଧାନ୍ତ ମହାପାତ୍ର ଶିଳାନ୍ୟାସ କରିଛନ୍ତି । ରାଜ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri