‘କରୋନାକୁ ନେଇ ଆତଙ୍କିତ ହୁଅ ନାହିଁ’

ଭୁବନେଶ୍ୱର,୨୪ା୧୨(ବ୍ୟୁରୋ): ରାଜ୍ୟରେ ବିଏଫ୍‌.୭ ଭାରିଏଣ୍ଟ ଚିହ୍ନଟ ହେବା ପରେ ରାଜ୍ୟବାସୀ ଆତଙ୍କିତ ହୋଇପଡ଼ିଛନ୍ତି। ତେବେ ସଂକ୍ରମଣକୁ ନେଇ ରାଜ୍ୟବାସୀ ଆତଙ୍କିତ ନ ହେବାକୁ ଶନିବାର କହିଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର।

ସେ କହିଛନ୍ତି, ଆମ ରାଜ୍ୟରେ ୨ ବର୍ଷ ହେଲାଣି ବିଏଫ୍‌.୭ ଭାରିଏଣ୍ଟ ଚିହ୍ନଟ ହେଲାଣି। ଯେହେତୁ ଏବେ ଚାଇନାରେ ବଢୁଛି ତେଣୁ ଏହାକୁ ନେଇ ଲୋକଙ୍କ ମଧ୍ୟରେ ଭୟ ବଢୁଛି। ଡରିବାର କିଛି ନାହିଁ ବୋଲି ସେ କହିଛନ୍ତି। ବିଗତ ୪ଟି ଲହର ପାଇଁ ଆମର ରୋଗ ପ୍ରତିରୋଧକ ଶକ୍ତି ବଢ଼ିଛି। ତେଣୁ ଏହା ଅଧିକ ସଂକ୍ରମିତ କରିପାରିବ ନାହିଁ। ୩ ମାସରୁ ଅଧିକ ହେଲାଣି ରାଜ୍ୟରେ ପଜିଟିଭ୍‌ ହାର ବଢ଼ିନାହିଁ। ଆଗକୁ ଯଦି ସଂକ୍ରମଣ ଆସେ ତେବେ କିପରି ମୁକାବିଲା କରାଯିବ ସେନେଇ ଆମେ ପ୍ରସ୍ତୁତ ରହିଛୁ ବୋଲି କହିଛନ୍ତି। ଯାହାର ଲକ୍ଷଣ ଅଛି ତୁରନ୍ତ ପରୀକ୍ଷା କରାଇ ନିଅନ୍ତୁ। ସଂକ୍ରମଣ ବଢ଼ିଲେ ରାଜ୍ୟ ସରକାର ପୂର୍ବ ପରି ଏଥର ମଧ୍ୟ ଚିକିତ୍ସା ଦାୟିତ୍ୱ ନେବେ। ଗୁଜବଠାରୁ ଦୂରେଇ ରୁହନ୍ତୁ। ସରକାରଙ୍କ ଗାଇଡ୍‌ଲାଇନ୍‌ ମାନି ଚଳନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ରକ୍ତରଞ୍ଜିତ ହେଲା ସୁଲିଆ ପୀଠ, ପଡିଲା ପଶୁବଳି

ବଲାଙ୍ଗିର,୨୩/୧୨ (ସୁନିଲ କୁମାର ମହାନ୍ତି): ଆଜି ପ୍ରସିଦ୍ଧ ପ୍ରସିଦ୍ଧ ଶୁଲିଆ ଯାତ୍ରା । ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ଖଇରଗୁରାସ୍ଥିତ ବଡ଼ଖଳା ଓ ସାନଖଳାରେ ପାରମ୍ପରିକ...

ଟ୍ରାକ୍ଟରକୁ ଧକ୍କାଦେଲା ପିକ୍‌ନିକ୍‌ ବସ୍, ୨୦ ଆହତ

ସୋନପୁର: କୁହୁଡି ପାଇଁ ଦୁର୍ଘଟଣା । ସକାଳୁ ସକାଳୁ ବିନିକାରୁ ସଡ଼କ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି । ଏନ୍‌ଏଚ୍ ୧୨୬ (A)ରେ ପିକ୍‌ନିକ୍‌ ବସ୍...

ତାମିଲନାଡୁରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ, ମୃତଦେହ ଆଣିବା ପାଇଁ ଜିଲାପାଳଙ୍କୁ ଅସହାୟ ପରିବାରର ଗୁହାରି 

ଦିଗପହଣ୍ଡି,୨୩|୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ନୂଆଗାଁର ଦାଦନ ଶ୍ରମିକ ଅରକ୍ଷିତ ନାୟକଙ୍କ(୧୯) ତାମିଲନାଡୁର ତ୍ରିପୁର କାଙ୍ଗିଆମ ଠାରେ ମୃତ୍ୟୁ...

ହସ୍ପିଟାଲରେ ରୋଗୀଙ୍କୁ ଲାତ ମୁଥ ମାରିଲେ ଡାକ୍ତର, ଭିଡିଓ ଭାଇରାଲ ପରେ ମୁଖ୍ୟମନ୍ତ୍ରୀ…..

ନୂଆଦିଲ୍ଲୀ,୨୩।୧୨: ହିମାଚଳ ପ୍ରଦେଶର ସବୁଠାରୁ ବଡ଼ ଡାକ୍ତରଖାନାରେ ଜଣେ ରୋଗୀ ଏବଂ ଜଣେ ଡାକ୍ତରଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଥିଲା। ସିମଲାର ଇନ୍ଦିରା ଗାନ୍ଧୀ ମେଡିକାଲ...

ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟଜନକ ସତ, ବାଂଲାଦେଶରେ ଦୀପୁଙ୍କ ବନ୍ଧୁମାନେ ବିଶ୍ୱାସଘାତକତା କରି…

ବାଂଲାଦେଶର ମୈମନସିଂ ଜିଲାର ଏକ କପଡ଼ା କାରଖାନାରେ କାମ କରୁଥିବା ୨୭ ବର୍ଷୀୟ ହିନ୍ଦୁ ଯୁବକ ଦୀପୁ ଚନ୍ଦ୍ର ଦାସଙ୍କୁ ଗୁରୁବାର (ଡିସେମ୍ବର ୧୬) ଦିନ...

ପାକିସ୍ତାନଠାରୁ ହାରିବା ପରେ ଜବାବ ମାଗିଲା BCCI

ନୂଆଦିଲ୍ଲୀ,୨୩।୧୨: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ପାକିସ୍ତାନଠାରୁ ଭାରତର ୧୯ ବର୍ଷରୁ କମ ଫାଇନାଲ ପରାଜୟରେ ଅସନ୍ତୁଷ୍ଟ ଥିବା ଜଣାପଡ଼ିଛି। ଟୁର୍ଣ୍ଣାମେଣ୍ଟରେ ଉପବିଜେତା ପାଇଁ...

ଶୀତଦିନେ ମୁହଁ ଘୋଡ଼ାଇ ଶୋଉଥିଲେ ସାବଧାନ! ଏହି ବ୍ୟକ୍ତିଙ୍କ ପାଇଁ ହୋଇପାରେ….

ନୂଆଦିଲ୍ଲୀ,୨୩।୧୨: ପ୍ରାୟତଃ, ଶୀତ ମାସରେ, ଆମେ ଶୋଇବା ସମୟରେ ଆମର ସମ୍ପୂର୍ଣ୍ଣ ମୁହଁକୁ କମ୍ବଳରେ ଘୋଡ଼ାଇ ରଖିଥାଉ କାରଣ ଏହା ଆମକୁ ଆରାମଦାୟକ ଏବଂ ଗରମ...

ଟାର୍ଗେଟରେ କ୍ରିକେଟରଙ୍କ ପରିବାର, ପତ୍ନୀ ପିଲାଙ୍କୁ ମିଳିଲା ହତ୍ୟା ଧମକ

ସିଡ଼ନୀ,୨୩।୧୨: ଡିସେମ୍ବର ୧୪ରେ ଅଷ୍ଟ୍ରେଲିଆର ସିଡନୀର ବଣ୍ଡି ବିଚରେ ଘଟିଥିବା ଭୟଙ୍କର ଗଣ ଗୁଳିକାଣ୍ଡ ସମଗ୍ର ଦେଶକୁ ଚକିତ କରିଦେଇଥିଲା। ପ୍ରାୟ ୩୦ ବର୍ଷ ମଧ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri