ସମ୍ପ୍ରସାରଣରେ ବାଧକ ସାଜିବ ବାସଗୃହ, ବିଦ୍ୟୁତ୍‌ ଖୁଣ୍ଟ

ନାଉଗଁା,୧୪ା୧୨(ସ୍ବ.ପ୍ର.): ନାଉଗଁା ବ୍ଲକ ଅନ୍ତର୍ଗତ କୋକଢ଼ିହ- ତେଲସରା ରାସ୍ତାର ପୁନଃ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଜଗତ୍‌ସିଂହପୁର ପୂର୍ତ୍ତ ବିଭାଗ ଅଧୀନରେ ଏହି ରାସ୍ତା ରହିଛି। ଏବେ ଏହାକୁ ସମ୍ପ୍ରସାରଣ କରିବାକୁ ସ୍ଥିର କରାଯାଇଛି। ମାତ୍ର ଏଥିରେ ଅନେକ ବାଧା ଉପୁଜିବାର ଆଶଙ୍କା ରହିଛି ବୋଲି ଗ୍ରାମବାସୀଙ୍କ ପକ୍ଷରୁ କୁହାଯାଇଛି। କୋକଢ଼ିହ- ତେଲସରା ରାସ୍ତା ବ୍ଲକର ଏକ ମୁଖ୍ୟ ରାସ୍ତା ହୋଇଥିବାବେଳେ ପ୍ରତ୍ୟହ ବିଭିନ୍ନ ମାଲବାହୀ, ଯାତ୍ରୀବାହୀ ଗାଡ଼ି ଯାତାୟାତ କରିଥାଏ। ପ୍ରତିବର୍ଷ ଏହି ରାସ୍ତା ମରାମତି ହେଉଥିଲେ ମଧ୍ୟ ନିମ୍ନମାନର କାମ ଯୋଗୁ ପୁନର୍ବାର ସମସ୍ୟା ହୋଇଥାଏ। ଏବେ ରାସ୍ତାରୁ ପିଚୁ ସହ କଂକ୍ରିଟ୍‌ ଉଠିଯାଇଥିବାରୁ ଯାତାୟାତରେ ସମସ୍ୟା ସୃଷ୍ଟି ହୋଇଥିଲା।

ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ୨୦୨୧-୨୨ ଆର୍ଥତ୍କ ବର୍ଷରେ ଏହି ରାସ୍ତାର ପୁନଃ ନିର୍ମାଣ କରିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଉକ୍ତ ବିଜ୍ଞପ୍ତି ଅନୁସାରେ ଠିକାଦାର ନିଯୁକ୍ତ କରାଯାଇ ରାସ୍ତା ନିର୍ମାଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ୯ କୋଟି ୭୬ ଲକ୍ଷ ବ୍ୟୟ ବରାଦ କରାଯାଇଛି। ରାସ୍ତାର ଉଭୟ ପାର୍ଶ୍ୱକୁ ସମ୍ପ୍ରସାରଣ କରିବାକୁ ସ୍ଥିର କରାଯାଇଛି। ପୂର୍ବରୁ ରାସ୍ତାର ଚଉଡା ୩ ମିଟର ରହିଥିବା ବେଳେ ଏବେ ଏହାକୁ ୫.୭୫ ମିଟର କରିବାକୁ ନିଷ୍ପତ୍ତି ହୋଇଛି। ଏନେଇ ଠିକାଦାରଙ୍କ ପକ୍ଷରୁ ରାସ୍ତାର ଉଭୟ ପାର୍ଶ୍ୱକୁ ସଫା କରାଯାଉଛି। ତେବେ ରାସ୍ତା ପାର୍ଶ୍ୱରେ ବାସଗୃହ ଓ ବିଦ୍ୟୁତ୍‌ ଖୁଣ୍ଟ ଏହି କାର୍ଯ୍ୟରେ ବାଧା ସୃଷ୍ଟି କରିବାର ଆଶଙ୍କା ରହିଛି। ରାସ୍ତାରୁ ବିଦ୍ୟୁତ୍‌ ଖୁଣ୍ଟ ଉଠା ନ ଗଲେ ଆଗାମୀ ଦିନରେ ଦୁର୍ଘଟଣାର ହେବାର ସମସ୍ୟାକୁ ଏଡ଼ାଇ ଦେଇ ହେବନାହିଁ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଏହାକୁ ଉଠାଇବା ସହ ଯନ୍ତ୍ରୀଙ୍କ ଉପସ୍ଥିତିରେ ରାସ୍ତା କାର୍ଯ୍ୟକୁ ଠିକ୍‌ ଭାବେ କରିବା ପାଇଁ ସ୍ଥାନୀୟ ଲୋକେ ପ୍ରଶାସନ ନିକଟରେ ଦାବି କରିଛନ୍ତି। ଏ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ ବଳରାମ ସ୍ବାଇଁ କହିଛନ୍ତି, ଏବେ ଠିକାଦାରଙ୍କ ଦ୍ୱାରା ରାସ୍ତା ସଫେଇ କରାଯାଇ ଗଛ କଟାଯାଉଛି। ଯେଉଁଠାରେ ବାସଗୃହ ରହିଛି, ସେଠାରେ ଅନୁଧ୍ୟାନ କରି ରାସ୍ତା ସମ୍ପ୍ରସାରଣ କରିବାକୁ ବ୍ୟବସ୍ଥା କରାଯିବ। ଏହି ଅନୁସାରେ ମାପ କରାଯାଇ ବିଲ୍‌ ମଧ୍ୟ କରାଯିବ। ଏଥିସହ ରାସ୍ତା ମଝିରୁ ବିଦ୍ୟୁତ୍‌ ଖୁଣ୍ଟ ହଟାଇବା ପାଇଁ ବିଭାଗ ସହ ଆଲୋଚନା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଟି-୨୦ ବିଶ୍ୱକପ ପାଇଁ ଏହି ଦିନ ଘୋଷଣା ହେବ ଟିମ ଇଣ୍ଡିଆ, ସମ୍ଭାବ୍ୟ ତାଲିକାରେ ଏମାନେ…

ନୂଆଦିଲ୍ଲୀ,୧୯।୧୨: ଆସନ୍ତା ବର୍ଷ ଫେବୃଆରୀରେ ଭାରତ ଏବଂ ଶ୍ରୀଲଙ୍କାରେ ICC ପୁରୁଷ ଟି-୨୦ ବିଶ୍ୱକପ ୨୦୨୬ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଟିମ ଇଣ୍ଡିଆ କେବେ ଏବଂ...

କେଦାରନାଥ ଧାମରେ ଏ କଣ, ଡିସେମ୍ବର ମାସରେ ଦେଖାଯାଉନି….

ନୂଆଦିଲ୍ଲୀ,୧୯ା୧୨: ଡିସେମ୍ବର ମାସର ଅଧା ବିତିଯାଇଥିଲେ ମଧ୍ୟ ବାବା କେଦାରନାଥ ଧାମରେ ଏବେ ବି ତୁଷାରମୁକ୍ତ ଅଛି। ଏହି ସମୟ ମଧ୍ୟରେ କେଦାରନାଥ ଧାମ ସାଧାରଣତଃ...

ମେଧାବୃଦ୍ଧି ଯୋଜନାରେ ଛାତ୍ରବୃଦ୍ଧି ହାସଲ କରିବା ୧୪୯ ଛାତ୍ରୀଛାତ୍ରଙ୍କୁ ପଡିଲା ମହଙ୍ଗା, ମିଥ୍ୟା ଜାତିଗତ ପ୍ରମାଣପତ୍ର ଦେଇ…

ଖୋର୍ଦ୍ଧା,୧୯।୧୨ (ପ୍ରଭାତ ପାଣିଗ୍ରାହୀ): ମିଥ୍ୟା ଆୟ ପ୍ରମାଣ ପତ୍ର ଏବଂ ଜାଲ ଜାତି ପ୍ରମାଣ ପତ୍ର ଦେଇ ଛାତ୍ରୀ ଛାତ୍ର ବୃତ୍ତି ଅର୍ଥ ହଡପ କରିଛନ୍ତି।...

ମଧୁମେହରେ ପ୍ରତି ୯ ସେକେଣ୍ଡରେ ଜଣଙ୍କର ମୃତ୍ୟୁ, 2050 ମସିହା ସୁଦ୍ଧା…

ନୂଆଦିଲ୍ଲୀ,୧୯ା୧୨: ଭାରତ ସମେତ ଅନେକ ପ୍ରମୁଖ ଦେଶ ପାଇଁ ମଧୁମେହ ଏକ ପ୍ରମୁଖ ସମସ୍ୟା ହେବାରେ ଲାଗିଛି । ଭାରତରେ ଏହି ରୋଗ ଏତେ ଦ୍ରୁତ...

୪୧ ବର୍ଷରେ ପୁଣି ମା’ ହେଲେ ଭାରତୀ: ଶୁଟିଂ ଯିବା ପୂର୍ବରୁ…

କମେଡିଆନ ଭାରତୀ ସିଂହ ପୁଣି ଥରେ ମା’ ହୋଇଛନ୍ତି। ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଭାରତୀ ତାଙ୍କର ଲୋକପ୍ରିୟ ଟିଭି ଶୋ ‘ଲାଫଟର୍‌...

ପ୍ରାଇଭେଟ୍‌ ଚାକିରି କରୁଥିବା ଲୋକଙ୍କ ପାଇଁ ବଡ଼ଖବର: EPFO ନେଲା ବଡ଼ ପଦକ୍ଷେପ, ଏବେ ହେବ ବଡ଼ ଫାଇଦା

ନୂଆଦିଲ୍ଲୀ,୧୯।୧୨: ଘରୋଇ କ୍ଷେତ୍ରର କର୍ମଚାରୀଙ୍କ ପାଇଁ ବଡ଼ ଖବର ଆସିଛି। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ EDLI ଯୋଜନା ସମ୍ପର୍କରେ ଏକ ବଡ଼ ଘୋଷଣା କରିଛି।...

ଘର ଲିପୁଥିଲେ ମହିଳା, ମାଡ଼ିଗଲା ଟ୍ରାକ୍ଟର, ଚାପି ହୋଇ…

ଚାନ୍ଦବାଲି,୧୯ା୧୨(ଅଶୋକ କୁମାର ପଣ୍ଡା): ଘର ଉପରେ ମାଡ଼ିଗଲା ଟ୍ରାକ୍ଟର। ଫଳରେ ଜଣେ ମହିଳା ଟ୍ରାକ୍ଟର ତଳେ ଚାପିହୋଇ ଗୁରୁତର ହୋଇଛନ୍ତି। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri