Posted inଜାତୀୟ

ଇଣ୍ଡୋନେସିଆ ମନ୍ତ୍ରୀ ମହଫୁଦଙ୍କୁ ଭେଟିଲେ ଜୟଶଙ୍କର…

ନୂଆଦିଲ୍ଲୀ,୨୯।୧୧ : ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ନିମନ୍ତ୍ରଣ କ୍ରମେ ଭାରତକୁ ଆସିଥିବା ଇଣ୍ଡୋନେସିଆର ରାଜନୈତିକ, ଆଇନ ଏବଂ ସୁରକ୍ଷା ବ୍ୟାପାର ମନ୍ତ୍ରୀ ଡକ୍ଟର ମହମ୍ମଦ ମହଫୁଦ ଏମଡିଙ୍କୁ ଭାରତୀୟ ବହିର୍ବ୍ୟାପାରମନ୍ତ୍ରୀ ଏସ ଜୟଶଙ୍କର ଭେଟିଛନ୍ତି। ଏହି ସମୟରେ ଦୁଇ ନେତାଙ୍କ ମଧ୍ୟରେ ଜି -୨୦, ଦ୍ୱିପାକ୍ଷିକ ସହଯୋଗ ଏବଂ ମ୍ୟାନମାର ପରିସ୍ଥିତି ସହିତ ବହୁ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। ବୈଠକ ସମ୍ପର୍କରେ ଜୟଶଙ୍କର ସୂଚନା ଦେଇଛନ୍ତି।

ଜୟଶଙ୍କର ତାଙ୍କ ଟୁଇଟରେ ଲେଖିଛନ୍ତି, ଇଣ୍ଡୋନେସିଆର ରାଜନୈତିକ, ଆଇନ ଏବଂ ସୁରକ୍ଷା ବ୍ୟାପାର ସଂଯୋଜକ ମନ୍ତ୍ରୀଙ୍କୁ ଭେଟିଥିବାରୁ ସେ ବେଶ୍‌ ଆନନ୍ଦିତ ।

ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ନିମନ୍ତ୍ରଣରେ ଇଣ୍ଡୋନେସିଆର ବରିଷ୍ଠ ମନ୍ତ୍ରୀ ମହମ୍ମଦ ମହଫୁଦ ଏମଡି ଦିଲ୍ଲୀ ଆସିଛନ୍ତି। ତାଙ୍କ ସହିତ ଦିଲ୍ଲୀ ଗସ୍ତରେ ଇଣ୍ଡୋନେସିଆ ଉଲେମାଙ୍କର ଏକ ଉଚ୍ଚ ସ୍ତରୀୟ ପ୍ରତିନିଧୀ ଦଳ ଅଛନ୍ତି। ଏହି ଗସ୍ତ ସମୟରେ ଇଣ୍ଡୋନେସିଆ ଉଲେମା ସେମାନଙ୍କ ଭାରତୀୟ ପ୍ରତିପକ୍ଷଙ୍କ ସହ ଆଲୋଚନା କରିବେ।

ଏହାପୂର୍ବରୁ ଇଣ୍ଡୋନେସିଆ ମନ୍ତ୍ରୀ ମହମ୍ମଦ ମହଫୁଦ ଏମଡି ରାଜଧାନୀ ଦିଲ୍ଲୀରେ ଭାରତ ଇସଲାମିକ ସାଂସ୍କୃତିକ କେନ୍ଦ୍ରର କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲେ। ଏହି ସମୟରେ ସେ କହିଥିଲେ ଯେ ମୁଁ ଭାବୁଛି ଧର୍ମ ଶାନ୍ତିର ଉତ୍ସ ହେବା ଉଚିତ ଏବଂ ମତଭେଦ ତଥା ବିବାଦ କିମ୍ବା ହିଂସାର କାରଣ ନୁହେଁ। ଭାରତ ଏବଂ ଇଣ୍ଡୋନେସିଆରେ ଧର୍ମନିରପେକ୍ଷ ଶାନ୍ତି ଏବଂ ସାମାଜିକ ସୌହାର୍ଦ୍ଦ୍ୟକୁ ପ୍ରୋତ୍ସାହିତ କରିବାରେ ଉଲେମାଙ୍କ ଭୂମିକା ବିଷୟରେ ସେ କହିଛନ୍ତି ଯେ ଅନେକ ଥର ଆମେ ଏପରି ଲୋକଙ୍କୁ ଦେଖିଛୁ ଯେଉଁମାନେ ନିଜ ଧର୍ମକୁ ସମ୍ପୂର୍ଣ୍ଣ ସତ୍ୟର ନୀତି ଭାବରେ ବ୍ୟବହାର କରନ୍ତି ଏବଂ ଅନ୍ୟମାନଙ୍କୁ ସହଜରେଦୋଷ ଦେଇଥାନ୍ତି। ଆମକୁ ଏଥିରୁ ବାହାରକୁ ଯାଇ ସଂସ୍କାର କରିବାକୁ ପଡିବ। ଯାହାଦ୍ୱାରା ଶାନ୍ତି ସ୍ଥାପନ ହୋର ପଥ ସହଜ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ୟୁନୁସ ସରକାରଙ୍କ କ୍ଲାସ୍‌ ନେଲା ଭାରତ: ଆମେ ଅଣଦେଖା କରିପାରିବୁ ନାହିଁ…

ଢାକା,୨୬।୧୨: ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏବଂ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଭାରତ ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri