ସଂରକ୍ଷଣ ବ୍ୟବସ୍ଥା ନ ଥିବାରୁ ପନିପରିବା ନଷ୍ଟ

କେନ୍ଦ୍ରାପଡ଼ା ଅଫିସ, ୧୨ା୧୧: କୃଷିଭିତ୍ତିକ କେନ୍ଦ୍ରାପଡ଼ା ଜିଲାରେ ଶୀତଳଭଣ୍ଡାର ନାହିଁ। ସଂରକ୍ଷଣ ବ୍ୟବସ୍ଥା ନ ଥିବାରୁ ଜିଲାରେ ଆଳୁ ମିଶନ ଫେଲ ମାରିଛି। ସେହିପରି ପନିପରିବା ଜିଲାରେ ଚାଷ ହେଉଥିଲେ ମଧ୍ୟ ବର୍ଷର ଅଧିକାଂଶ ସମୟ ବାହାର ରାଜ୍ୟର ବିଷାକ୍ତ ପନିପରିବା ଖାଇବାକୁ ପଡୁଛି। ବେସରକାରୀ ଶୀତଳଭଣ୍ଡାର ନିର୍ମାଣ ପାଇଁ ସରକାରୀ ପ୍ରୋତ୍ସାହନ ସତ୍ତ୍ୱେ ଅତ୍ୟଧିକ ବିଦ୍ୟୁତ୍‌ ଦେୟର ଭରଣା କରିବା ଯୁବ ଉଦ୍ୟୋଗୀ ଓ ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି।
ଏ ସମ୍ପର୍କରେ ଯୁବ ଉଦ୍ୟୋଗୀ ସ୍ବରାଜ ସାମଲ, ବୁଦ୍ଧିଜୀବୀ ଆଶିଷ କୁମାର ସେନାପତି, ରାଧାକାନ୍ତ ମହାନ୍ତି, ପ୍ରଶାନ୍ତ କୁମାର ନାୟକ, ରାଜେଶ କୁମାର ବେହେରା ପ୍ରମୁଖ କହିଛନ୍ତି, କୃଷି ଅର୍ଥନୀତିର ପରିଚାଳନା ପାଇଁ ଶୀତଳ ଭଣ୍ଡାରର ଭୂମିକା ଗୁରୁତ୍ୱପୂର୍ଣ୍ଣ। ମାତ୍ର ବିଡମ୍ବନା ଯେ, ରାଜ୍ୟର ୩୧୪ ବ୍ଲକରେ ୧୨୯ଟି ଶୀତଳଭଣ୍ଡାର ଥିବା ବେଳେ ମାତ୍ର ୪୯ଟି କାର୍ଯ୍ୟକ୍ଷମ, ଯାହା ରାଜ୍ୟର କୃଷି ଅର୍ଥନୀତିକୁ ପ୍ରଭାବିତ କରିଛି। କେନ୍ଦ୍ରାପଡା ଜିଲାରେ ୧୯୮୫ ମସିହାରେ ଶ୍ୟାମସୁନ୍ଦରପୁରଠାରେ ଶିଳ୍ପପତି ରବି ସାହୁ ବ୍ୟାଙ୍କରୁ ଋଣ ଆଣି ଶୀତଳଭଣ୍ଡାର ନିର୍ମାଣ କରିଥିଲେ। ପ୍ରାୟ ୧୫ ବର୍ଷ ଚାଲିବା ପରେ ବିଦ୍ୟୁତ୍‌ ଦେୟ ପାଇଁ ୨୦ ବର୍ଷ ହେବ ଅଚଳ ହୋଇପଡିଛି। ଏହି ଶୀତଳଭଣ୍ଡାର ପାଇଁ ଜିଲାରେ ଆଳୁ ଚାଷ ବଢ଼ିଥିବାବେଳେ ବନ୍ଦ ପରେ ସଂରକ୍ଷଣ ଅଭାବରୁ କମି ଯାଇଛି। ସେହିପରି ଶୀତଳଭଣ୍ଡାର ନ ଥିବାରୁ ସ୍ଥାନୀୟ ଅଞ୍ଚଳର କୃଷି ଉପତ୍ାଦ ସଂରକ୍ଷଣ ହୋଇପାରୁନାହିଁ ା ବର୍ଷସାରା ପନିପରିବା ବାହାର ରାଜ୍ୟରୁ ଜିଲାର ଚାହିଦା ମେଣ୍ଟାଇବା ପାଇଁ ଅଣାଯାଉଛି। ଆଳୁ, ପିଆଜ, କଦଳୀ ବିଭିନ୍ନ ପନିପରିବା ସହ ଅଣ୍ଡା ଓ ମାଛ ବାହାର ରାଜ୍ୟରୁ ଆମଦାନୀ ହେଉଛି। ଆମଦାନୀ କୃଷି ଉପତ୍ାଦ ବିଷାକ୍ତ ହୋଇଥିଲେ ମଧ୍ୟ ଗ୍ରାହକ କିଣିବାକୁ ବାଧ୍ୟ ହେଉଛନ୍ତି। ଶୀତଳଭଣ୍ଡାର ସ୍ଥାପନ ହେଲେ ଟମାଟୋ ସସ୍‌, ଆଳୁ ଚିପ୍‌ସ ପରି ଛୋଟ ଛୋଟ କୃଷି ଉଦ୍ୟୋଗ ସ୍ଥାପନ ହୋଇପାରିବ। ରାଜ୍ୟ ସରକାର ଶୀତଳଭଣ୍ଡାର ପାଇଁ ପ୍ରୋତ୍ସାହନ ରାଶି ଦେଉଥିଲେ ମଧ୍ୟ ଅତ୍ୟଧିକ ବିଦ୍ୟୁତ୍‌ ବିଲ୍‌ ଏଥିରେ ବାଧକ ସାଜିଛି। କୃଷକମାନଙ୍କ ଉତ୍ପାଦର ମୂଲ୍ୟ ମିଳିବା ପାଇଁ ଶୀତଳଭଣ୍ଡାର ଆବଶ୍ୟକ। ତେବେ ବିଦ୍ୟୁତ୍‌ ଦେୟରେ ପରିବର୍ତ୍ତନ ହେଲେ ଏଥିପାଇଁ ପ୍ରୋତ୍ସାହିତ କରିବ। ସେହିପରି ସିଙ୍ଗଲ ୱିଇଣ୍ଡୋ କ୍ଲିୟରାନ୍ସରେ ବ୍ୟାଙ୍କରୁ ଶିଳ୍ପୋଦ୍ୟୋଗୀଙ୍କୁ ଋଣ ମିଳିଲେ ଶୀତଳଭଣ୍ଡାର ସ୍ଥାପନ ସହ ଜିଲାର କୃଷି ଅଭିବୃଦ୍ଧିରେ ସହାୟକ ହେବ ବୋଲି ସେମାନେ ମତ ଦେଇଛନ୍ତି। ଏ ସମ୍ପର୍କରେ ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ଦେବଦାସ ଦତ୍ତଙ୍କୁ ପଚାରିବାରେ ବେସରକାରୀ ଶିଳ୍ପଦ୍ୟୋଗୀଙ୍କ ଶୀତଳଭଣ୍ଡାର ନିର୍ମାଣ ପାଇଁ ୫୫ ପ୍ରତିଶତ ଅର୍ଥ ପ୍ରାୟ ୨ କୋଟି ୨୦ ଲକ୍ଷ ଟଙ୍କାର ରିହାତି ବ୍ୟବସ୍ଥା ଅଛି। ଏହି ଯୋଜନାରେ ଜିଲାର ୨ ଶିଳ୍ପୋଦ୍ୟୋଗୀଙ୍କୁ ଶୀତଳଭଣ୍ଡାର ନିର୍ମାଣ ପାଇଁ ମଞ୍ଜୁରୀ ଦିଆଯାଇଛି। ଗରଦପୁରର ବ୍ୟୋମକେଶ ରାଉତଙ୍କ ଶୀତଳଭଣ୍ଡାର ନିର୍ମାଣାଧୀନ ଅଛି। ସେହିପରି ଛତାରେ ଅନ୍ୟ ଏକ ଶୀତଳଭଣ୍ଡାର ନିର୍ମାଣ ପାଇଁ ମଞ୍ଜୁରୀ ଦିଆଯାଇଛି। ପଞ୍ଚାୟତସ୍ତରରେ କ୍ଷୁଦ୍ର ଶୀତଳୀକରଣ ଗୃହ ପାଇଁ ଏବେ ଗୁରୁତ୍ୱ ଦିଆଯାଉଥିବା ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri