ପୁରୀ ଅଫିସ,୨୯।୧୦: ଶ୍ରୀଗୁଣ୍ଡିଚା ମନ୍ଦିର ନାଟମଣ୍ଡପରେ ସୃଷ୍ଟି ହୋଇଛି ଫାଟ। ଏଠାରେ ଥିବା ୪ଟିରୁ ୩ଟି କଲମରେ ଫାଟ ଥିବା ନେଇ ଶ୍ରୀମନ୍ଦିର ବୈଶୟିକ କୋର କମିଟି ପକ୍ଷରୁ କୁହାଯାଇଛି।
ଶ୍ରୀଗୁଣ୍ଡିଚା ମନ୍ଦିର ନାଟମଣ୍ଡପରେ ଜଗମୋହନରେ ପୂର୍ବରୁ ଫାଟ ସୃଷ୍ଟି ହୋଇଥିଲା। ରଥଯାତ୍ରା ପୂର୍ବରୁ ଏହାର ଅସ୍ଥାୟୀ ମରାମତି କରାଯାଇଥିଲା। ଏହାକୁ ନେଇ ଶନିବାର କମିଟି ପକ୍ଷରୁ ଅନୁଧ୍ୟାନ କରାଯାଇଥିଲା। ଏହି ସମୟରେ ୩ କଲମରେ ଫାଟ ଥିବା ବେଳେ ବିମ୍ରେ ଫାଟ୍ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା। ତେବେ ଫାଟକୁ ନେଇ ମନ୍ଦିରକୁ କୌଣସି ବିପଦ ନାହିଁ। ଏହାର ମରାମତି କରାଯାଇପାରିବ ବୋଲି କମିଟିର ସଦସ୍ୟ ସୂଚନା ଦେଇଛନ୍ତି।


