ଓଲା ଏସ୍‌୧ ଏୟାରର ଅନାବରଣ

ନୂଆଦିଲ୍ଲୀ,୨୬।୧୦: ଦେଶର ପ୍ରମୁଖ ଇଲେକ୍‌ଟ୍ରିକ୍‌ ଭେଇକିଲ୍‌ (ଇଭି) କମ୍ପାନୀ ଓଲା ଇଲେକ୍‌ଟ୍ରିକ୍‌ ପକ୍ଷରୁ ନୂଆ ଓଲା ଏସ୍‌୧ ଏୟାରର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଏହି ମଡେଲ କମ୍ପାନୀର ଏସ୍‌୧ ପ୍ଲାଟ୍‌ଫର୍ମ ଉପରେ ନିର୍ମିତ ହୋଇଛି। ବିଶେଷକରି ୨.୫ କେଡବ୍ଲ୍ୟୁଏଚ୍‌ ବ୍ୟାଟେରି ପ୍ୟାକ୍‌ ଓ ୪.୫ କେଡବ୍ଲ୍ୟୁ ହବ୍‌ ମୋଟର ଦ୍ୱାରା ପରିଚାଳିତ ଏସ୍‌୧ ଏୟାରର ଓଜନ ମାତ୍ର ୯୯ କେଜି ରହିଛି। ଏହା ଘଣ୍ଟା ପ୍ରତି ୮୫ କି.ମି. ଘଣ୍ଟା’ର ଟପ୍‌ ସ୍ପିଡ୍‌ ପ୍ରଦାନ କରୁଛି ଓ କେବଳ ୪.୩ ସେକେଣ୍ଡରେ ୦ରୁ ୪୦ ବେଗରେ ଗତି କରିପାରୁଛି। ଏହା ଇକୋ ମୋଡ୍‌ରେ ୧୦୦ କି.ମି.ର ଏକ ଆଇଡିସି ରେଞ୍ଜ ସହ ଆସୁଛି। ସେହିଭଳି ନୂଆ ଏସ୍‌୧ ଏୟାର ଏକ ୨ ଟୋନ୍‌ ବଡି କଲର ସ୍କିମ୍‌ ସହ ଏକ ରିଫ୍ରେଶିଂ ଡିଜାଇନ୍‌ ଟ୍ବିଷ୍ଟ୍‌ ହାସଲ କରିଛି। ଅପରପକ୍ଷରେ ଏହି ମଡେଲ ୫ଟି ରଙ୍ଗରେ ଉପଲବ୍ଧ ହେଉଛି। ଓଲା ଏସ୍‌୧ ଏୟାର ପାଇଁ ପର୍‌ଚେଜ୍‌ ୱିଣ୍ଡୋ ଫେବୃୟାରୀ ୨୦୨୩ ପର୍ଯ୍ୟନ୍ତ ଖୋଲା ରହିବ ଏବଂ ଆସନ୍ତା ବର୍ଷ ଏପ୍ରିଲ ପହିଲାରୁ ଡେଲିଭରି ଆରମ୍ଭ ହେବ। ଏ ସମ୍ପର୍କରେ ଓଲାର ପ୍ରତିଷ୍ଠାତା ଓ ସିଇଓ ଭାବିଶ ଅଗ୍ରୱାଲ କହିଛନ୍ତି, ଓଲା ଏସ୍‌୧ ଏୟାରର ଶୁଭାରମ୍ଭ ସହ ଆମେ ବହୁ ଖୁସି ଅଛୁ। ସେହିଭଳି ଏହାକୁ ଏକ ନୂଆ ମୁଭ୍‌ଓଏସ୍‌ ଫିଚରଗୁଡିକ ସହ ଦୈନନ୍ଦିନ ସ୍କୁଟରକୁ କେବଳ ଫଙ୍କ୍‌ସନାଲ ହେବାଠାରୁ ଏକ ବିଳାସପୂର୍ଣ୍ଣ ଓ ଟେକ୍ନୋଲୋଜି ଦୃଷ୍ଟିରୁ ଅତ୍ୟାଧୁନିକ ଉପତ୍ାଦରେ ରୂପାନ୍ତର କରିଛୁ। ଭାରତର ସମସ୍ତ ୨ଚକିଆ ଯାନକୁ ୨୦୨୫ ସୁଦ୍ଧା ଇଲେକ୍‌ଟ୍ରିକ୍‌ କରିବା ସୁନିଶ୍ଚିତ ନେଇ ଆମର ଲକ୍ଷ୍ୟ ଠିକ୍‌ ଦିଗରେ ଆଗକୁ ବଢୁଛି।


Enter your email to get our daily news in your inbox.

All Right Reserved By Dharitri.Com

୨୪ ବର୍ଷ ପୂର୍ବେ ପାକିସ୍ତାନକୁ ନେଇ ଏମିତି କଥା କହିଥିଲେ ପୁଟିନ: ଏବେ ହେଉଛି ସତ

ମସ୍କୋ,୨୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପାକିସ୍ତାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ଏହି ବିବୃତ୍ତି ପ୍ରାୟ ୨୪ ବର୍ଷ ପୁରୁଣା, ଯେତେବେଳେ ସେ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ମାତ୍ର ୫ ଦିନରେ ଦୋଷୀଙ୍କୁ ମିଳିଲା ଦଣ୍ଡ: କୋର୍ଟଙ୍କ ରାୟଙ୍କ ଦେଖି ଲୋକେ ଆଶ୍ଚର୍ଯ୍ୟ

ଜୟପୁର,୨୫।୧୨: ରାଜସ୍ଥାନର କୋଟପୁଟଲି-ବେହରର ଜିଲାରେ ଏକ ଚୋରି ମାମଲାରେ ଅଭିଯୁକ୍ତକୁ ପାଞ୍ଚ ଦିନ ମଧ୍ୟରେ କୋର୍ଟ ଦଣ୍ଡାଦେଶ ଶୁଣାଇଛି। କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ଡ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

ବଡ଼ ଧୂମଧାମରେ ପାଳିତ ହେଲା ବଡ଼ଦିନ: ପୁଣି ବର୍ଷେ ଅପେକ୍ଷା

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): ଆସିଛି ଖୁସିର ମୁହୂର୍ତ୍ତ। ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ନେଇ ସବୁଠି ଖୁସି ଓ ଆନନ୍ଦର ମୁହୂର୍ତ୍ତ ଘରେ ଘରେ ଜମିଛି ମିଠା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri