ବଢ଼ିଲା ସୁନା, ରୁପା ଦର

ଭୁବନେଶ୍ୱର, ୨୩।୧୦(ବ୍ୟୁରୋ): ଧନ ତ୍ରୟୋଦଶୀ ବା ଧନ୍‌ ତେରସ୍‌ରେ ସୁନା ଓ ରୂପା କିଣିଲେ ଘରକୁ ଲକ୍ଷ୍ମୀଙ୍କ ବିରାଜମାନ ହୋଇଥାଏ ବୋଲି ବିଶ୍ୱାସ ରହିଛି। ସେଥିପାଇଁ ଏହି ଦିନରେ ସୁନାରୂପା ବ୍ୟବସାୟ ଅଧିକମାତ୍ରାରେ ହୋଇଥାଏ। ଚଳିତବର୍ଷ ରବିବାର ଧନ୍‌ତେରସ ପଡ଼ୁଥିବାରୁ ଜୁଏଲେରୀ ଦୋକାନଗୁଡ଼ିକରେ ଶନିବାର ମଧ୍ୟ ବେଶ୍‌ ଦେଖିବାକୁ ମିଳିଥିଲା। କେହି କେହି ଶନିବାର ସନ୍ଧ୍ୟାରୁ ଧନ୍‌ତେରସ ପାଳନ କରିଛନ୍ତି।ରାଜଧାନୀ ଭୁବନେଶ୍ୱର, କଟକ, ପୁରୀ, ବ୍ରହ୍ମପୁର, ରାଉରକେଲା, ବାଲେଶ୍ୱର ଏବଂ ସମ୍ବଲପୁର ଆଦି ବଡ଼ ବଡ଼ ସହରରେ ସୁନାରୂପା ବ୍ୟବସାୟ ଏଥର ରେକର୍ଡସ୍ତର ଛୁଇଁବ ବୋଲି ଗହଣା ଦୋକାନୀମାନେ ଆଶା ରଖିଛନ୍ତି। ତେବେ ଏଭଳିସ୍ଥଳେ ଶୁକ୍ରବାର ତୁଳନାରେ ଶନିବାର ସୁନା ଏବଂ ରୂପା ଦରରେ ବୃଦ୍ଧି ପାଇଛି। ୨୪ କ୍ୟାରେଟ ସୁନାର ମୂଲ୍ୟ ଭୁବନେଶ୍ୱର ଏବଂ କଟକ ଟୁଇନ୍‌ସିଟିରେ ୧୦ଗ୍ରାମ ପିଛା ୫୨ହଜାର ୧୦୦ଟଙ୍କାରେ ପହଞ୍ଚତ୍ଛି। ୨୩ କ୍ୟାରେଟ ପାଇଁ ୧୦ ଗ୍ରାମ ସୁନା ମୂଲ୍ୟ ୫୦,୩୦୦ଟଙ୍କା ଥିବାବେଳେ ୨୨କ୍ୟାରେଟ ୪୮,୨୦୦ ଟଙ୍କା ରହିଛି। ଅନ୍ୟପକ୍ଷେ ଭୁବନେଶ୍ୱରରେ ରୂପା କିଲୋଗ୍ରାମ ପିଛା ୫୯,୫୦୦ଟଙ୍କା(ଜିଏସ୍‌ଟି ସହ)ରେ ବିକ୍ରି ହେଉଛି। ପ୍ରକାଶ ଯେ, ରାଜ୍ୟ ଟିକସ, ଏକ୍ସାଇଜ୍‌ ଡ୍ୟୁଟି ଏବଂ ମେକିଂ ଚାର୍ଜକୁ ଲକ୍ଷ୍ୟରେ ରଖି ଦେଶରେ ସୁନା ଦର ପରିବର୍ତ୍ତନ ହୋଇଥାଏ। ସେହିପରି ରୂପା ମୂଲ୍ୟ ଅନ୍ତର୍ଜାତୀୟ ସ୍ତରରେ ପରିବର୍ତ୍ତନ ଦ୍ୱାରା ନିର୍ଣ୍ଣୟ କରାଯାଇଥାଏ। ଏହା ମଧ୍ୟ ଡଲାର ତୁଳନାରେ ଟଙ୍କାର ଗତି ଉପରେ ନିର୍ଭର କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri