ମତ୍ସ୍ୟଜୀବୀଙ୍କୁ ସମୁଦ୍ରରୁ ଫେରିବାକୁ ଅନୁରୋଧ

ମହାକାଳପଡ଼ା, ୨୨ା୧୦(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ବାତ୍ୟା ଆଶଙ୍କାକୁ ନେଇ ବିଭିନ୍ନ ସ୍ଥାନରେ ଡାକବାଜି ଯନ୍ତ୍ର ଜରିଆରେ ଶୁକ୍ରବାର ପ୍ରଚାର କରାଯାଇଛି। ଆସନ୍ତା ୨୨ରୁ ୨୬ ତାରିଖ ପର୍ଯ୍ୟନ୍ତ ଅଶାନ୍ତ ରହୁଥିବା ସମୁଦ୍ର ଭିତରକୁ ଯିବା ଲାଗି ବାରଣ କରାଯାଇଛି ବୋଲି ପ୍ରଶାସନ ପକ୍ଷରୁ ସଚେତନ କରାଯାଇଥିଲା। ବ୍ଲକର ବତୀଘର, ଖରିନାସୀ, ରାମନଗର, ଜମ୍ବୁ, ସୁନିତି, ନାଞ୍ଜୁରା ଆଦି ପଞ୍ଚାୟତରେ ମତ୍ସ୍ୟଜୀବୀମାନଙ୍କୁ ସତର୍କ ସୂଚନା ଦିଆଯାଇଛି। ଯେଉଁମାନେ ସମୁଦ୍ରକୁ ମାଛ ମାରିବାକୁ ଯାଇଛନ୍ତି ସେମାନେ ଶୀଘ୍ର ଫେରି ଆସିବାକୁ କୁହାଯାଇଛି। ତେବେ ଜମ୍ବୁ ସାମୁଦ୍ରିକ ଥାନା ବୈଷୟିକ ଟିମ୍‌ କର୍ମଚାରୀଙ୍କ ସହ ମହାକାଳପଡ଼ା ସାମୁଦ୍ରିକ ମତ୍ସ୍ୟ ବିଭାଗ ଅଧିକାରୀ ଓ କର୍ମଚାରୀମାନେ ଖରିନାସୀ ମତ୍ସ୍ୟ ଅବତରଣ କେନ୍ଦ୍ରଠାରୁ ହାଇସ୍ପିଡ୍‌ ବୋଟ୍‌ରେ ଯାଇ ନିକଟ ହୁକିଟୋଲା ମୁହାଣ ଓ ସମୁଦ୍ର ମଧ୍ୟରେ ଯାଇ ପଇଁତରା ମାରିଥିଲେ। ସମୁଦ୍ର ପଥରେ କୌଣସି ମାଛଧରା ଡଙ୍ଗା ରହିଯାଇଥିବ ତା’ର ଠାବ ପାଇଁ ସଚେତନ କରିଥିଲେ। ପରେ ଡାକବାଜି ଯନ୍ତ୍ର ଯୋଗେ ବିଭିନ୍ନ ସ୍ଥାନରେ ପ୍ରଚାର କରି ସମ୍ଭାବ୍ୟ ବାତ୍ୟା ଆଶଙ୍କାରେ ସ୍ଥାନୀୟ ଲୋକ ଓ ମତ୍ସ୍ୟଜୀବୀଙ୍କୁ ସଚେତନ କରିଥିଲେ। ସମ୍ଭାବ୍ୟ ବାତ୍ୟାରେ କୌଣସି ମତ୍ସ୍ୟଜୀବୀ ଯେପରି ସମୁଦ୍ରରେ ନ ରୁହନ୍ତି ସେଥିପାଇଁ ସ୍ଥାନୀୟ ମତ୍ସ୍ୟଜୀବୀ ସଂଘର କର୍ମକର୍ତ୍ତାମାନଙ୍କୁ ଅବଗତ କରାଇଥିଲେ। ଲୟ ଏହି ସଚେତନତା କାର୍ଯ୍ୟକ୍ରମରେ ସାମୁଦ୍ରିକ ବିଭାଗ ସହକାରୀ ମତ୍ସ୍ୟ ଅଧିକାରୀ ଦୀପକ କୁମାର ମଲିକ , ସାଗର ମିତ୍ର ଗଣେଶ ବାରିକ, ରାକେଶ ମହାନ୍ତିଙ୍କ ସମେତ ଜମ୍ବୁ ସାମୁଦ୍ରିକ ଥାନା ଟେକ୍ନିକାଲ ଟିମ୍‌ କର୍ମଚାରୀମାନଙ୍କ ମଧ୍ୟରେ ଆର. କେ. ଖଁା, ସନ୍ତୋଷ କୁମାର ଲେଙ୍କା , ପ୍ରଫୁଲ୍ଲ ଚନ୍ଦ୍ର ସାହୁ , ଉପେନ୍ଦ୍ର କୁମାର ନାୟକ , ବିଭୂତି କୁମାର ପରିଡ଼ା ସଚେତନତା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ମିଳିଥିଲା ସୂଚନା ଅନୁସାରେ, ଏହି ଅଞ୍ଚଳରେ ୨ ହଜାର ପଞ୍ଜୀକୃତ ବୋଟ୍‌ ଥିବାବେଳେ ୧୦ ହଜାରରୁ ଅଧିକ ମତ୍ସ୍ୟଜୀବୀ ରହିଛନ୍ତି। ଏମାନେ ସମୁଦ୍ରରୁ ମାଛ ଧରି ପରିବାର ପ୍ରତିପୋଷଣ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରକୁ ଫେରିଲେ ବନ୍ଧାପଡ଼ିଥିବା ୨୨ ଶ୍ରମିକ

ଭବାନୀପାଟଣା,୬।୫(ଉତ୍ତମ କୁମାର ଦାଶ): ହାଇଦ୍ରାବାଦକୁ କାମ କରିବାକୁ ଯାଇ ବନ୍ଧାପଡିଥିବା କଳାହାଣ୍ଡି ଜିଲା ଜୁନାଗଡ଼ ସହରର ୨୨ ଶ୍ରମିକ ସୋମବାର ଘରକୁ ଫେରିଛନ୍ତି। କଳାହାଣ୍ଡି ଜିଲା...

ଗିଫ୍ଟ ଦୋକାନରେ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ନଷ୍ଟ

ପଟ୍ଟାଙ୍ଗୀ,୬।୫(ଶରତ ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ସଦର ମହକୁମାସ୍ଥିତ ଜାତୀୟ ରାଜପଥ ପାର୍ଶ୍ୱରେ ରହିଥିବା ଏକ ଗିଫ୍ଟ ଦୋକାନରେ ସୋମବାର ରାତିରେ ନିଆଁ ଲାଗି...

ବାରବାଟୀ-କଟକ ବିଧାନସଭା ଆସନରୁ ନାମାଙ୍କନ ଭରିଲେ ପୂର୍ଣ୍ଣଚନ୍ଦ୍ର ମହାପାତ୍ର

ଭୁବନେଶ୍ୱର,୬।୫: ବାରବାଟୀ-କଟକ ବିଧାନସଭା ଆସନରୁ ଭାଜପା ପ୍ରାର୍ଥୀ ଡା.ପୂର୍ଣ୍ଣଚନ୍ଦ୍ର ମହାପାତ୍ର ସୋମବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କଟକ ଚଣ୍ଡୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ବିଶାଳ...

ପୋଷ୍ଟାଲ ବାଲଟରେ ନିଜ ପସନ୍ଦର ନେତାଙ୍କୁ ଦେଲେ ଭୋଟ

ରାୟଗଡ଼ା,୬।୫(ଆଶିଷ ରଞ୍ଜନ ପଣ୍ଡା)-୨୦୨୪ ସାଧାରଣ ନିର୍ବାଚନ ପାଇଁ ଆସନ୍ତା ୧୩ ତାରିଖରେ କୋରାପୁଟ ଲୋକ ସଭା ଆସନ ଏବଂ ଏହା ଅଧୀନ ୭ଟି ବିଧାନସଭା ଆସନ...

ସାଲେପୁର ନାବାଳିକା ବଳାତ୍କାର-ହତ୍ୟା ମାମଲା: ମୃତ୍ୟୁ ଦଣ୍ଡାଦେଶକୁ ଆଜୀବନ କାରାଦଣ୍ଡରେ ବଦଳାଇଲେ ହାଇକୋର୍ଟ 

କଟକ,୬ା୫(କାର୍ତ୍ତିକ ସାହୁ): ସାଲେପୁର ଥାନା ଅଞ୍ଚଳରେ ଘଟିଥିବା ଏକ ନାବାଳିକା ବଳାତ୍କାର ହତ୍ୟା ମାମଲାରେ ତଳକୋର୍ଟ ଦ୍ୱାରା ମୃତ୍ୟୁଦଣ୍ଡ ପାଇଥିବା ଅଭିଯୁକ୍ତଙ୍କ ଦଣ୍ଡକୁ ହାଇକୋର୍ଟ କୋହଳ...

କାଳ ବୈଶାଖୀରେ ଭାଙ୍ଗିଲା ଗଛ: ରାଜପଥରେ ଯାତାୟାତ ବାଧାପ୍ରାପ୍ତ

ମୋରଡ଼ା,୬।୫(ସ୍ମାରକ ମାଜୀ): କାଳ ବୈଶାଖୀ ପ୍ରଭାବରେ ମୟୂରଭଞ୍ଜ ଜିଲା ମୋରଡା ବ୍ଲକ ଅଧୀନ ଚିତ୍ରଡାରେ ଅଞ୍ଚଳରେ ସୋମବାର ରାତି ପ୍ରାୟ ୮ଟାରେ ପ୍ରବଳ ବେଗରେ ପବନ...

ଖୁଣ୍ଟକୁ ପିଟିଲା କାର: ଚାଲିଗଲା ଚାଳକଙ୍କ ଜୀବନ

ଛତ୍ରପୁର,୬।୫(ଦିଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧୀନ ଟାଟାଗେଟ୍‌ ନିକଟ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଖୁଣ୍ଟକୁ ଏକ କାର ଧକ୍କା ଦେଇ ଦୁର୍ଘଟଣା...

ଅଗ୍ନିକାଣ୍ଡରେ ଜଳିଗଲା ୧୦ଲକ୍ଷ ଟଙ୍କାର ସାମଗ୍ରୀ

ବ୍ରହ୍ମପୁର,୬ା୫(ସୁବାସ ଚନ୍ଦ୍ର ପାଢ଼ୀ): ଗୋସାଇଁନୂଆଗାଁ ସାମନ୍ତରାୟ ଏକାଡେମୀ ନିକଟରେ ଥିବା ଏକ ଗୋଦାମରେ ସୋମବାର ଭୟାଭୟ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗୋଦାମରେ ଥିବା ୧୦ ଲକ୍ଷରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri