ଅଟୋରେ ଜନ୍ମ ନେଲା ଶିଶୁ କନ୍ୟା

ମହାକାଳପଡା,୧୮ା୧୦(ଡି.ଏନ.ଏ.):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବତୀଘର ପଞ୍ଚାୟତର କୋଚିଳାବେଲାରୀ ଗଁାର ସୂର୍ଯ୍ୟକାନ୍ତ ମାଇତିଙ୍କ ସ୍ତ୍ରୀ ଖୁକମଣି ବେରାଙ୍କ ପ୍ରସବ ବେଦନା ସୋମବାର ମଧ୍ୟାହ୍ନରେ ହୋଇଥିଲା। ତାଙ୍କୁ ପରିବାର ଲୋକେ ନିକଟ ବତୀଘର ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ନ ଥିବାରୁ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିବାକୁ ପରିବାର ଲୋକଙ୍କୁ ସ୍ବାସ୍ଥ୍ୟକେନ୍ଦ୍ର କର୍ମଚାରୀ କହିଥିଲେ। ପରେ ପରିବାର ଲୋକେ ଖୁକମଣିଙ୍କୁ ଏକ ଅଟୋ ରିକ୍ସା ଯୋଗେ ଦୀର୍ଘ ୬ କିମି ଦୂର କଚ୍ଚାରାସ୍ତାରେ ନେଇ ଯାଉଥିଲେ। ଏହି ସମୟରେ ଖରିନାସୀ-ଟୁବି ଫେରିଘାଟ ପୂର୍ବରୁ ରାସ୍ତା ଉପରେ ଅଟୋ ମଧ୍ୟରେ ସେ ଏକ ଶିଶୁକନ୍ୟା ଜନ୍ମ କରିଥିଲେ। ଶିଶୁକନ୍ୟାକୁ ଜନ୍ମଦେବା ପରେ ମା’ ରାସ୍ତାକୁ ଖସିପଡ଼ି ଚେତାଶୂନ୍ୟ ହୋଇଯାଇଥିଲେ। ଶିଶୁକନ୍ୟାର ନାଭି ଲାଗି ରହିଥିଲା। ପରିବାର ଲୋକେ ଅଚେତ ଅବସ୍ଥାରେ ମା’ ଓ ଶିଶୁକନ୍ୟାଙ୍କୁ ପୁଣି ଅଟୋ ଯୋଗେ ବତୀଘର ସ୍ବାସ୍ଥ୍ୟକେନ୍ଦ୍ରକୁ ଧରି ଫେରିଥିଲେ। ଖବର ଲେଖାହେଲା ବେଳକୁ ମା’ ଓ ଶିଶୁ କନ୍ୟା ବତୀଘର ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବା ସ୍ବାମୀ ସୂର୍ଯ୍ୟକାନ୍ତ କହିଛନ୍ତି।
ସୂଚନାଯୋଗ୍ୟ, ବତୀଘର ସ୍ବାସ୍ଥ୍ୟକେନ୍ଦ୍ରକୁ ପିପିପି (ପବ୍ଲିକ୍‌ ପ୍ରାଇଭେଟ୍‌ ପାର୍ଟନରଶିପ୍‌) ମୋଡ୍‌ରେ ଘରୋଇ ପରିଚାଳନାରେ ଚାଲିଛି। ଏହି ଅଞ୍ଚଳରେ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ବୋଟ୍‌ ଆମ୍ବୁଲାନ୍ସ ସରକାର ଯୋଗାଇ ଦେଇଛନ୍ତି। ହେଲେ ଏଠାରେ ସ୍ବାସ୍ଥ୍ୟ ସଚେତନତା ଅଭାବ ପରିଲକ୍ଷିତ ହେଉଛି ବୋଲି ଅଭିଯୋଗ ଉଠୁଛି। ଏହି ପଞ୍ଚାୟତରେ ୧୨ ହଜାରରୁ ଅଧିକ ଲୋକ ବସବାସ କରୁଛନ୍ତି। ଏଠାରେ ଆଶା ଓ ଅଙ୍ଗନୱାଡି କର୍ମୀମାନେ ଗର୍ଭବତୀ ମା’, ପ୍ରସୂତି ଓ ନବଜାତ ଶିଶୁଙ୍କ ଯତ୍ନ ଉପରେ ସଚେତନ କରୁ ନ ଥିବା ଭଳି ଗୁରୁତର ଅଭିଯୋଗ ହେଉଛି। ସରକାରଙ୍କ ପକ୍ଷରୁ ପ୍ରତି ମାସରେ ଗର୍ଭବତୀ ମା’ମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା, ଗର୍ଭସ୍ଥ ଶିଶୁମାନଙ୍କ ଉନ୍ନତ ସ୍ବାସ୍ଥ୍ୟ ପାଇଁ ଟିକାକରଣ, ମମତା ଯୋଜନା ଓ ପୁଷ୍ଟିକର ଖାଦ୍ୟସାମଗ୍ରୀ ଯୋଗାଇ ଦେଉଛନ୍ତି। ମାତ୍ର ତୃଣମୂଳସ୍ତରରେ ଏହାକୁ ତଦାରଖ କରିବାକୁ କୌଣସି ବିଭାଗୀୟ ଅଧିକାରୀ ନଦୀନାଳ ଘେରା ଉପାନ୍ତ ଅଞ୍ଚଳକୁ ଯାଉ ନ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି, ଯାହାର ସଦ୍ୟତମ ଉଦାହରଣ ୨ ମାସ ହେବ ଗର୍ଭବତୀ ଖୁକମଣିଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି। ଏ ନେଇ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଧିକାରିଣୀ ଡା. ଅନିତା ପଟ୍ଟନାୟକଙ୍କୁ ପଚାରିବାରେ ଏ ସମ୍ପର୍କରେ ତଦନ୍ତ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

ରାଜ୍ୟସ୍ତରୀୟ ବିଜ୍ଞାନ ମେଳାରେ କେ ଏମ ଭାଲିଆସାହି ଛାତ୍ରୀ, ଶୁଭେଚ୍ଛା ଜ୍ଞାପନ କରି…

ମୋହନା,୨୫ ।୧୨(ମନ୍ମଥ ମିଶ୍ର ): କେଉଁ ଆଦିମ କାଳରୁ ବିଜ୍ଞାନ ମନୁଷ୍ୟ ସମାଜର ଅଶେଷ ହିତ ସାଧନ କରି ଆସିଅଛି।ବିଜ୍ଞାନ ବିନା ସମାଜର ଉନ୍ନତିର ପରିକଳ୍ପନା...

ଅସହାୟଙ୍କୁ ସହାୟତାର ହାତ ବଢାଇଲା ନ୍ୟୁ ଲାଇଫ ମିଶନ

କେସିଙ୍ଗା,୨୫ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କୁର୍ଲୁପଡ଼ା ଗ୍ରାମର ନ୍ୟୁ ଲାଇଫ ମିଶନ ପରିସରରେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଡାଇରେକ୍ଟର ସିଆନି ହରପାଲ...

ବଡ଼ ଧୂମଧାମରେ ପାଳିତ ହେଲା ବଡ଼ଦିନ: ପୁଣି ବର୍ଷେ ଅପେକ୍ଷା

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): ଆସିଛି ଖୁସିର ମୁହୂର୍ତ୍ତ। ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ନେଇ ସବୁଠି ଖୁସି ଓ ଆନନ୍ଦର ମୁହୂର୍ତ୍ତ ଘରେ ଘରେ ଜମିଛି ମିଠା...

ପରିତ୍ୟକ୍ତ ଅବସ୍ଥାରେ ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ, ଅର୍ଥ ମଞ୍ଜୁର ହୋଇଥିଲେ ବି…

କର୍ଲାମୁଣ୍ଡା,୨୫।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡ଼ବରାଠାରେ ପରିତ୍ୟକ୍ତ ଅବସ୍ଥାରେ ରହିଛି ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ। ସରକାର ୧୯୮୮ ମସିହାରେ ଏହି ଚିକିତ୍ସାଳୟ...

ଭଉଣୀଙ୍କୁ ଅସଦାଚରଣ କରିଥିଲେ ଭାଇ, ଅଭିଯୋଗ ହେବାପରେ ଘଟିଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମରେ ଭଉଣୀଙ୍କୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ...

ତୁଳସୀରେ ଅଛି ଅନେକ ଔଷଧୀୟ ଗୁଣ: ସକାରାତ୍ମକ ପରିବେଶ…

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ରେ ତୁଳସୀ ପୂଜନ ଉତ୍ସବ ପାଈଁ ଅଞ୍ଚଳ ଉତ୍ସବ ମୁଖର ହୋଇଛି। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri