ଦୁଇ କିଡ୍‌ନୀ ନଷ୍ଟ, ଜୀବନ ସହ ଯୁଝୁଛନ୍ତି ପ୍ରସନ୍ନ

କଣାସ, ୧୩।୧୦(ସ୍ବ.ପ୍ର.): ଯୁବ ବୟସରେ ଦୁଇ କିଡ୍‌ନୀ ନଷ୍ଟ ହୋଇଯାଇଛି। ଫଳରେ ଏବେ ବଞ୍ଚିବା ପାଇଁ ଜୀବନ ସହିତ ସଂଗ୍ରାମ କରୁଛନ୍ତି କଣାସ ବ୍ଲକ ଅନ୍ତର୍ଗତ ବଡଓରା ଗ୍ରାମର ୨୯ ବର୍ଷୀୟ ପ୍ରସନ୍ନ କୁମାର ସାହୁ। ନିରଞ୍ଜନ ସାହୁଙ୍କ ବଡ଼ପୁଅ ହେଉଛନ୍ତି ପ୍ରସନ୍ନ। ଏକ ବର୍ଷ ତଳେ ପ୍ରସନ୍ନଙ୍କ ପେଟ ଯନ୍ତ୍ରଣା ହେଉଥିଲା। ପ୍ରଥମେ ସେ ଭୁବନେଶ୍ୱର ଏମ୍ସରେ ଡାକ୍ତରଙ୍କୁ ଦେଖାଇଥିଲେ। ପରୀକ୍ଷା ନିରୀକ୍ଷା ପରେ ଡାକ୍ତର କହିଲେ ଦୁଇଟି ଯାକ କିଡ୍‌ନୀ ନଷ୍ଟ ହୋଇ ଯାଇଛି, ଏହା ପ୍ରତିରୋପଣ କରିବାକୁ ପଡ଼ିବ। ଏହି କଥା ଶୁଣି ପିତା ନିରଞ୍ଜନଙ୍କ ମୁଣ୍ଡରେ ଚଡ଼କ ପଡ଼ିଲା। ଏତେ ଟଙ୍କା କେଉଁଠୁ କିପରି ଯୋଗାଡ଼ କରିବେ ଓ ପୁଅର କିଡ୍‌ନୀ ପ୍ରତିରୋପଣ ହେବ ସେଇ ଚିନ୍ତା ତାଙ୍କୁ ଘାରିଛି। ପ୍ରସନ୍ନ ଔଷଧ ଖାଇ ଜୀବନ ସହିତ ସଂଘର୍ଷ କରୁଛନ୍ତି। ଔଷଧ ପାଇଁ ବହୁ ଟଙ୍କା ବ୍ୟୟ କରିବାକୁ ପଡୁଛି। ଏଥିଲାଗି ମଧ୍ୟ ନିରଞ୍ଜନଙ୍କର ଆଉ ସମ୍ବଳ ନାହିଁ। ପ୍ରସନ୍ନଙ୍କ ସ୍ବାସ୍ଥ୍ୟବସ୍ଥା ଧିରେ ଧିରେ ଗୁରୁତର ହେବାରେ ଲାଗିଛି। ଆପୋଲୋ ହସ୍ପିଟାଲର ଡାକ୍ତର ନିଶିଥ କୁମାର ମହାନ୍ତି କହିଛନ୍ତି, ଶୀଘ୍ର ଦୁଇଟି କିଡ୍‌ନୀ ରୋପଣ କରିବାକୁ ପଡ଼ିବ ଏବଂ ଏଥିଲାଗି ୯ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଅନ୍ୟପକ୍ଷରେ ଏତେ ଟଙ୍କା କେଉଁଠାରୁ ମାତାପିତା ସଂଗ୍ରହ କରିବେ ଓ ପୁଅକୁ ବଞ୍ଚାଇବେ ତାହା ଏବେ ନିରଞ୍ଜନଙ୍କ ପାଇଁ ସବୁଠୁ ବଡ଼ ଚିନ୍ତା ପାଲଟିଛି। ପରିବାରର ଆର୍ଥିକ ସ୍ଥିତି ଭଲ ନ ଥିବାରୁ ପୁଅ ଜୀବନ ବଞ୍ଚାଇବା ଲାଗି ସେ ସହୃଦୟ ବ୍ୟକ୍ତିମାନଙ୍କ ସହଯୋଗ କାମନା କରିଛନ୍ତି। ଯଦି କୌଣସି ସହୃଦୟ ବ୍ୟକ୍ତି ସହଯୋଗର ହାତ ବଢାଇବାକୁ ଚାହାନ୍ତି ତେବେ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଆକାଉଣ୍ଟ ନଂ-୩୫୦୦୨୮୧୦୮୨୨, ଆଇ.ଏଫ୍‌.ସି କୋଡ୍‌ ନଂ-ଏସ୍‌ବିଆଇଏନ୍‌ ୦୦୧୩୫୭୦ରେ ଟଙ୍କା ପଠାଇବାକୁ ଅନୁରୋଧ। ଏଥିଲାଗି ମୋବାଇଲ ଫୋନ୍‌ ନଂ-୭୬୦୯୯୮୩୮୮୯ରେ ଯୋଗାଯୋଗ ମଧ୍ୟ କରିପାରିବେ।

 


Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ ଯୋଗାସନ ପ୍ରତିଯୋଗୀତା ପାଇଁ ୭ ମନୋନୀତ

ଦିଗପହଣ୍ଡି,୧୨।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ଗ୍ରାମସ୍ଥିତ ଚିଦାନନ୍ଦ ସରସତୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ୨ ଦିନିଆ ରାଜ୍ୟସ୍ତରୀୟ ବାଳିକା ଯୋଗାସନ...

ଚାଲାଣ ହେଉଥିଲା କଫ୍‌ ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୧୨ା୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ଶୁକ୍ରବାର ସହର ଉପକଣ୍ଠ କଟାପାଲି କେନାଲ ରାସ୍ତାରେ ବିପୁଳ ପରିମାଣରେ କଫ୍‌ ସିରପ୍‌ ଜବତ କରିଛି। ଏହା...

ମାଲକାନଗିରି ହିଂସା ରିପୋର୍ଟ ପ୍ରକାଶ: ଏଥିରେ ହୋଇଛି ଏତିକି କୋଟି ଟଙ୍କା କ୍ଷତି, ଜାଣିଲେ…

ମାଲକାନଗିରି,୧୨ା୧୨: ମାଲକାନଗିରି ହିଂସାରେ ହୋଇଥିବା କ୍ଷୟକ୍ଷତି ରିପୋର୍ଟ ପ୍ରକାଶ ପାଇଛି। ଏହି ହିଂସାରେ ୩ କୋଟି ୪୦ ଲକ୍ଷ ଟଙ୍କାର କ୍ଷୟକ୍ଷତି ଆକଳନ କରାଯାଇଛି। ଏନେଇ...

ମୋକିମ୍‌ଙ୍କୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌: ଏଥର ଦିଲ୍ଲୀରେ …

ଭୁବନେଶ୍ୱର,୧୨।୧୨: ମୋକିମଙ୍କ ଚିଠି ପ୍ରସଙ୍ଗରେ କଂଗ୍ରେସ ବିଧାୟକ ଦଳ ନେତା ପ୍ରତିକ୍ରିୟା ରଖିଛନ୍ତି। ଓଡ଼ିଶାରେ ବିବାଦ, ଦିଲ୍ଲୀରେ ସମାଧାନ ହେବ କହିଲେ ରାମଚନ୍ଦ୍ର କାଡାମ। ଓଡ଼ିଶା...

ଗଞ୍ଜାମର ୪୧ ଡିଗ୍ରୀ କଲେଜକୁ ଅର୍ଥ ଅନୁମୋଦନ

ଭଞ୍ଜନଗର,୧୨ା୧୨(ବାବୁଲା ପ୍ରଧାନ): କଲେଜ ପଢୁଆ ଛାତ୍ରୀମାନଙ୍କ ମଧ୍ୟରେ ଆତ୍ମ ବିଶ୍ୱାସ ବଢ଼ିବା ଲକ୍ଷ୍ୟ ନେଇ ସରକାର ସେମାନଙ୍କୁ ଆତ୍ମ ସୁରକ୍ଷା ତାଲିମ ପ୍ରଦାନ କରୁଛନ୍ତି। ଏହିଭଳି...

ଦାୟିତ୍ୱ ନେଲେ ନବନିର୍ବାଚିତ ଅଧ୍ୟକ୍ଷା, ନୂଆ ରୂପରେଖ ନେଇ କହିଲେ…

କୁନ୍ଦୁରା,୧୨ା୧୨(ସନ୍ତୋଷ ପ୍ରହରାଜ): କୋରାପୁଟ ଜିଲା କୁନ୍ଦୁରା ପଞ୍ଚାୟତ ସମିତି ଅଧ୍ୟକ୍ଷା ଉପନିର୍ବାଚନରେ ସ୍ବାଧୀନ ଭାବେ ବିଜୟୀ ହୋଇ ଦାୟିତ୍ୱ ନେଲେ ବନିତା କାନ୍ଦଲିଆ। ବହୁ ବାଦବିବାଦ...

ଆହୁରି ୨ଦିନ ପ୍ରବଳ ଶୀତ: ଆଜି ୯ ଜିଲାକୁ ଓ୍ୱାର୍ନିଂ

ଭୁବନେଶ୍ୱର,୧୨।୧୨: ଆହୁରି ୨ ଦିନ ଯାଏ ଶୀତ ଲହରି ଜାରି ରହିବ। ଉତ୍ତର-ପଶ୍ଚିମ ଦିଗରୁ ପ୍ରବାହିତ ହେଉଥିବା ଥଣ୍ଡା ଶୁଷ୍କ ବାୟୁ ପ୍ରଭାବରେ ଶୀତ ଲହରି...

ଧରିତ୍ରୀ ପ୍ରଭାବ: ଖବର ପ୍ରକାଶ ପରେ ଯୁଦ୍ଧକାଳୀନ ଭିତ୍ତିରେ ନିର୍ମାଣ ହେବ ଶ୍ମଶାନ ଘାଟ

ପୁରୁଷୋତ୍ତମପୁର,୧୨ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ମୃତଦେହ ଦାହ କରିବା ଓ କ୍ରିୟାକର୍ମ କରିବା ସହ ମୃତବ୍ୟକ୍ତିଙ୍କ ଅସ୍ଥି ରଖିବା ଲୋକଙ୍କ ଲାଗି ସମସ୍ୟା ପାଲଟିଥିବାବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri