‘ନୃତ୍ୟସଙ୍ଗୀତରେ ରହିଛନ୍ତି ଭଗବାନ’

ଢେଙ୍କାନାଳ ଅଫିସ, ୧୧।୧୦: ଢେଙ୍କାନାଳର ସାଂସ୍କୃତିକ ଅନୁଷ୍ଠାନ ‘ନଟରାଜ ସଙ୍ଗୀତ ମହାବିଦ୍ୟାଳୟ’ ପକ୍ଷରୁ ସ୍ଥାନୀୟ ମିନିଷ୍ଟାଡିୟମରେ ଚାଲିଥିବା ୩୭ତମ କୁମାରୋତ୍ସବର ସୋମବାର ଥିଲା ଦ୍ୱିତୀୟ ସନ୍ଧ୍ୟା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ଗଣେଶୀ ଲାଲ୍‌ କହିଲେ, ଯେତେବେଳେ ଛୋଟ ପିଲାଟିଏ ଜନ୍ମନେଇ ଆଖି ଖୋଲୁଛି, ପ୍ରଥମେ ସେ ପ୍ରକୃତିକୁ ଦେଖୁଛି। ପ୍ରକୃତିର ବାସ୍ନା ପାଉଛି। ଏହାର ଅର୍ଥ ସେ ମହାପ୍ରଭୁ ଜଗନ୍ନାଥଙ୍କ ସ୍ପର୍ଶ ପାଉଛି। ପ୍ରକୃତି ହିଁ ଜଗନ୍ନାଥଙ୍କ ପୋଷାକ। ସେ ଆହୁରି ମଧ୍ୟ କହିଲେ, ରୁଷ ଭଳି ଶକ୍ତିଶାଳୀ ଦେଶ ତାଲିବାନ ଏବଂ ଭିଏତନାମ ଭଳି ଛୋଟ ଦେଶ ଲାଗୁନାହିଁ। କିନ୍ତୁ ଅନ୍ୟ ଦେଶଗୁଡ଼ିକ ଉପରେ ମୁରବୀପଣିଆ ଜାହିର କରୁଛି। ଯୁଦ୍ଧ ଘନଘଟା ଭିତରେ ପୃଥିବୀ ବିନାଶ ଆଡ଼କୁ ଗତି କରୁଥିବାବେଳେ ଆଧ୍ୟାତ୍ମିକ ଭାବନା ହିଁ ଆମ ସମସ୍ତଙ୍କୁ ସୁରକ୍ଷିତ ରଖିପାରିବ ବୋଲି ରାଜ୍ୟପାଳ ଅଭିଭାଷଣରେ କହିଥିଲେ। ଏହି ଅବସରରେ ସେ ନଟରାଜ ଶବ୍ଦକୁ ବ୍ୟାଖ୍ୟା କରି କହିଲେ, ନଟରାଜ ହେଉଛନ୍ତି ନୃତ୍ୟସଙ୍ଗୀତ। ଏଥିରେ ଭଗବାନ ଶ୍ରୀକୃଷ୍ଣ ଓ ମହାପ୍ରଭୁ ଜଗନ୍ନାଥ ରହିଛନ୍ତି। ନଟରାଜ ଅନୁଷ୍ଠାନ ଆଗକୁ ବଢ଼ି ଅଧିକ ପ୍ରତିଭାବାନ କଳାକାର ସୃଷ୍ଟି କରୁ ବୋଲି ରାଜ୍ୟପାଳ ଆଶାବ୍ୟକ୍ତ କରିଛନ୍ତି।
ସମ୍ମାନିତ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ କହିଲେ, ନଟରାଜ ଅନୁଷ୍ଠାନର ବହୁ ପ୍ରତିଭାବାନ କଳାକାର ରାଜ୍ୟ ଓ ଜାତୀୟସ୍ତରରେ ପ୍ରତିଭା ପ୍ରଦର୍ଶନ କରି ଗୌରବ ଆଣିଛନ୍ତି। ଅନୁଷ୍ଠାନର ଏଭଳି ପ୍ରୟାସ ସ୍ବାଗତଯୋଗ୍ୟ। ଏମ୍‌ପି ମହେଶ ସାହୁ ଏବଂ ବିଧାୟକ ସୁଧୀର କୁମାର ସାମଲ ଢେଙ୍କାନାଳ ଲକ୍ଷ୍ମୀପୂଜାର ବିଶେଷତ୍ୱ ଓ ପ୍ରତିଭା ବିକାଶରେ ନଟରାଜ ସଙ୍ଗୀତ ମହାବିଦ୍ୟାଳୟର ପ୍ରୟାସ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଏକ ସ୍ମରଣିକା ଉନ୍ମୋଚିତ ହୋଇଥିଲା। ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାଜା ବ୍ରିଗେଡିୟର କାମାକ୍ଷା ପ୍ରସାଦ ସିଂଦେଓଙ୍କୁ ରାଜ୍ୟପାଳ ‘ଢେଙ୍କାନାଳ ଗୌରବ’ ସମ୍ମାନରେ ସମ୍ମାନିତ କରିଥିଲେ। ଓଡ଼ିଶୀ ନୃତ୍ୟଶିଳ୍ପୀ ସ୍ନପ୍ନାରାଣୀ ସିହ୍ନାଙ୍କୁ ‘ଭଜନ ସମ୍ରାଟ ଭିକାରୀ ବଳ ସମ୍ମାନ-୨୦୨୧’, ଶାସ୍ତ୍ରୀୟ କଣ୍ଠଶିଳ୍ପୀ ପଣ୍ଡିତ ଚିତ୍ତରଞ୍ଜନ ପାଣିଙ୍କୁ ‘ଭଜନ ସମ୍ରାଟ ଭିକାରୀ ବଳ ସମ୍ମାନ-୨୦୨୨’ରେ ସମ୍ମାନିତ କରାଯାଇଥିଲା। ଏଥିସହ ଓଡ଼ିଶୀ ନୃତ୍ୟଶିଳ୍ପୀ ଅନିତା ସିଂଦେଓ ଏବଂ ମୀରା ଦାସ ‘ଭରତମୁନି ନୃତ୍ୟ ସମ୍ମାନ’ରେ ସମ୍ମାନିତ ହୋଇଥିଲେ।
ଅନୁଷ୍ଠାନର ଉପସଭାନେତ୍ରୀ ପ୍ରୋତିମା ସିହ୍ନା ମଞ୍ଚାସୀନ ଥିଲେ। ସମ୍ପାଦକ ଅଶୋକ ଦାଶ ବିବରଣୀ ପାଠ କରିଥିବାବେଳେ ସତ୍ୟନାରାୟଣ କର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ସଭାପତି କୃଷ୍ଣ କୁମାର ମିଶ୍ରଙ୍କ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲେ। ଶେଷରେ ଅନୁଷ୍ଠାନର କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମାଲକାନଗିରିରେ ବଢ଼ିଲା ଇଣ୍ଟରନେଟ କଟକଣା

ମାଲକାନଗିରି,୯।୧୨: ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ ଡୁଡ଼ାମେଟଲା ନଦୀ ନିକଟରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଜବତ ଘଟଣା ପରେ ରାଖେଲଗୁଡ଼ା ଏବଂ ଏମ୍‌ଭି...

ଆର୍‌ଡିଙ୍କ ଅଚାନକ କଲେଜ ପରିଦର୍ଶନ

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ): ବ୍ରହ୍ମପୁର ଆଞ୍ଚଳିକ ଉଚ୍ଚ ଶିକ୍ଷା ନିର୍ଦ୍ଧେଶକ(ଆର୍‌ଡି) ପ୍ରଫେସର ଡ.ନାରାୟଣ ବେହେରା ମଙ୍ଗଳବାର ଅଚାନକ ଭଞ୍ଜନଗର ସହରରେ ଥିବା ୩ ପ୍ରମୁଖ କଲେଜ କବି...

୩ ଦିନ ହେଲା ଅଟକି ରହିଛି ଟ୍ରକ୍‌, ବାହାରୁଛି ପଚା ଦୁର୍ଗନ୍ଧ, ରକ୍ତ: ଅଞ୍ଚଳରେ ଚାଞ୍ଚଲ୍ୟ

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ଟ୍ରକରୁ ବାହାରୁଛି ପଚା ଦୁର୍ଗନ୍ଧ ଏବଂ ରକ୍ତ। ନୟାଗଡ଼ ବ୍ଲକ ଶାଳଭଙ୍ଗା ଜଙ୍ଗଲ ଫରେଷ୍ଟ ଟାୱାର ନିକଟରେ ଟ୍ରକଟି ଅଟକି ରହିଛି।...

ସରପଞ୍ଚଙ୍କ ଘରୁ ଲୁଟ୍‌

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଭୋଗବାଡ଼ି ସରପଞ୍ଚ ନିିର୍ମଳା ସାହୁଙ୍କ ଘରୁ ଚୋରି ହୋଇଛି। ଦୁର୍ବୃତ୍ତମାନେ ସୋମବାର ରାତିରେ ସରପଞ୍ଚଙ୍କ ଘରେ...

ମନ୍ଦିର ନିକଟରେ କୁଟୁରାକୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ ଘଟିଗଲା…

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଦୁର୍ଗାପ୍ରାସାଦ ମୁଖ୍ୟ ରାସ୍ତାର ସୋରଦେବୀ ମନ୍ଦିର ନିକଟରେ ମଙ୍ଗଳବାର ସକାଳେ ବାଇକ ଧକ୍କାରେ ଏକ କୁଟୁରା ମୃତ୍ୟୁବରଣ କରିଛି। ଏଥିରେ...

ଗୋପୀନାଥ ମନ୍ଦିରରୁ ଚୋରି: ନେଇଗଲେ ଦିଅଙ୍କ ଅଳଙ୍କାର

ଗଜପତି,୯।୧୨(ଗିରିଧାରୀ ପରିଛା): ଆନ୍ଧ୍ରପ୍ରଦେଶ କତୁରୁ ମଡ଼ଲମରେ ଥିବା ଲିହୁରୀ ଗ୍ରାମ ଗୋପୀନାଥ ମନ୍ଦିରରୁ ଚୋରି ହୋଇଛି । ଦୁର୍ବୃତ୍ତମାନେ ଦିଅଙ୍କ ଅଳଙ୍କାର ସହ ମନ୍ଦିରରେ ଲାଗିଥିବା...

ବାଇକରେ ଫେରୁଥିବାବେଳେ ପୋଲ ତଳକୁ ଖସିପଡ଼ିଲେ ୨ ଜଣ: ଆଉ ତା’ପରେ…

ଓଡଗାଁ, ୯।୧୨(ଆଦର୍ଶ କୁମାର ପଟ୍ଟନାୟକ): ନୟାଗଡ଼ ଜିଲା ଓ ଆଦର୍ଶ ଥାନା ଗିରିଡିପଲ୍ଲୀରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ପଞ୍ଚାୟତ ଧଝୋଲା ଗ୍ରାମର ଫକୀର...

ପାହାଡ ପାର୍ଶ୍ୱରୁ ମୋରମ ତାଢି ନେଉଯାଉଥିଲେ, ରୋକିଲେ ଗ୍ରାମବାସୀ

ଧର୍ମଶାଳା,୯।୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ବଡ଼କାଏମା ପଞ୍ଚାୟତରେ ଥିବା ଐତିହାସିକ କାଏମା ପାହାଡ ପାର୍ଶ୍ୱରୁ ମୋରମ ତାଡ଼ି ନେଇ ଅନ୍ୟ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri