କୋଭିଡ୍‌ ପରେ ମାନସିକ ସମସ୍ୟା ବଢ଼ିଛି

ବ୍ରହ୍ମପୁର ଅଫିସ,୧୧ା୧୦: ଗଞ୍ଜାମ ଜିଲା ସମନ୍ବିତ ମାନସିକ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଓ ନିଶା ନିବାରଣ କେନ୍ଦ୍ର, ଗଞ୍ଜାମ ଆନୁକୂଲ୍ୟରେ ସୋମବାର ବିଶ୍ୱ ମାନସିକ ସ୍ବାସ୍ଥ୍ୟ ଦିବସ ପାଳନ କରାଯାଇଛି। ଏହି ଅବସରରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମ୍‌କେସିଜି) ମେଡିକାଲ ପରିସରରେ ଡାକ୍ତର ଓ ନର୍ସିଂ ଛାତ୍ରୀଙ୍କୁ ନେଇ ଏକ ଶୋଭାଯାତ୍ରା ବାହାରିଥିଲା। ଚଳିତ ବର୍ଷ ଏହି ଦିବସ ପାଳନର ଥିମ୍‌ ରହିଛି ମାନସିକ ସ୍ବାସ୍ଥ୍ୟ ଏବଂ ସ୍ବଚ୍ଛତା ପାଇଁ ବୈଷୟିକସ୍ତରରେ ଗୁରୁତ୍ୱ ଦେବା ଆବଶ୍ୟକ। ଏହି କାର୍ଯ୍ୟକ୍ରମ ସମନ୍ବିିତ ନିଶା ନିବାରଣ କେନ୍ଦ୍ରର ନୋଡାଲ ଅଫିସର ତଥା ସହକାରୀ ପ୍ରଫେସର ଡା. ବିଭୁକଲ୍ୟାଣ ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ସେ କହିଛନ୍ତି, ସୁସ୍ଥ ମଣିଷ କହିଲେ ଉଭୟ ଶାରୀରିକ ଓ ମାନସିକ ସୁସ୍ଥତାକୁ ବୁଝାଏ। ମାତ୍ର ସୁନ୍ଦର ସ୍ବାସ୍ଥ୍ୟ ନିମନ୍ତେ ଲୋକମାନେ ଶରୀର ଉପରେ ଅଧିକ ଧ୍ୟାନ ଦେଉଥିବା ବେଳେ ମାନସିକ ସୁସ୍ଥତା ଓ ରୋଗ ସମ୍ପର୍କରେ ଲୋକମାନଙ୍କ ଭିତରେ ସଚେତନତାର ଘୋର ଅଭାବ ରହିଛି। ଫଳରେ ଜିଲାରେ ମାନସିକ ରୋଗୀ ସଂଖ୍ୟା ଦ୍ରୁତଗତିରେ ବଢ଼ିଚାଲିଛି। ଏପରି କି ବେଳେବେଳେ ସାମାନ୍ୟ କଥାକୁ କେନ୍ଦ୍ରକରି ସେମାନଙ୍କ ମାନସିକ ସନ୍ତୁଳନ ହରାଇ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଉଛନ୍ତି। ଜିଲାରେ ଏବେ ୭ ହଜାରରୁ ଅଧିକ ଲୋକ ଏହି ସମସ୍ୟାରେ ଆକ୍ରାନ୍ତ ହୋଇଛନ୍ତି। କରୋନା ପରେ ସବୁ ବର୍ଗ ଓ ବୟସର ଲୋକଙ୍କ ମାନସିକ ସମସ୍ୟା ବଢ଼ିଯାଇଛି। ଚାକିରି ଚାଲିଯିବା, ଆର୍ଥିକ ସଙ୍କଟ ଓ ରୋଗ ଭୟ ଯୋଗୁ ଅବସାଦ ବା ଡିପ୍ରେସନ, ଆଙ୍ଗ୍‌ଜାଇଟି, ମାନସିକ ଛାନିଆ ରୋଗ ବା ପ୍ୟାନିକ ରୋଗ ଓ ଅନିଦ୍ରା ଆଦି ବୃଦ୍ଧି ପାଇବାରେ ଲାଗିଛି।
କରୋନା ପରେ ଜିଲାରେ ୧୫ରୁ ୨୦ ଗୁଣ ମାନସିକ ସମସ୍ୟା ବଢ଼ିଛି। ସେହିପରି ମାନସିକ ସମସ୍ୟା ଦ୍ୱାରା ଆକ୍ରାନ୍ତ ୭୦ରୁ ୯୨ ପ୍ରତିଶତ ଲୋକ ବିଭିନ୍ନ କାରଣରୁ ଆବଶ୍ୟକ ଚିକିତ୍ସା ପାଇପାରୁନାହାନ୍ତି ବୋଲି ମଧ୍ୟ ସେ କହିଛନ୍ତି। ଅନ୍ୟପଟେ ହସ୍ପିଟାଲଗୁଡ଼ିକରେ ମାନସିକ ରୋଗ ବିଶେଷଜ୍ଞଙ୍କର ଅଭାବ ରହିଛି। ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଏହି ଦିବସ ପାଳନ କରାଯାଇଥାଏ ବୋଲି ବଡ଼ ମେଡିକାଲ ମାନସିକ ରୋଗ ବିଶେଷଜ୍ଞ ପ୍ରଫେସର ଡା. ଚନ୍ଦ୍ରଶେଖର ତ୍ରିପାଠୀ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ ଡା. ଆର୍‌. ଜଗଦୀଶ ପଟ୍ଟନାୟକ, ଡା. ଶର୍ମିଷ୍ଠା ପ୍ରିୟଦର୍ଶିନୀ, ଡା. ସ୍ବାତୀ ମିଶ୍ର, ଡା. ଶ୍ରୀଜିତା ମୁଖାର୍ଜୀ, ଡା. ସରୋଜ କୁମାର ପୁରୋହିତ ଓ ଡା. ରତ୍ନେଶ ମହାନ୍ତି ପ୍ରମୁଖ ଅଂଶଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri