କମିଶନରେଟ୍‌ ପୋଲିସକୁ ୬ପିସିଆର୍‌ ଭ୍ୟାନ୍‌ ଦେଲା ନାଲ୍‌କୋ

ଭୁବନେଶ୍ୱର,୨୮।୯: ନବରତ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍‌କୋ ପକ୍ଷରୁ ଭୁବନେଶ୍ୱର-କଟକ କମିଶନରେଟ୍‌ ପୋଲିସ୍‌କୁ ୬ଟି ନୂଆ ପୋଲିସ୍‌ ନିୟନ୍ତ୍ରଣ କକ୍ଷ (ପିସିଆର) ଭ୍ୟାନ୍‌ ଯୋଗାଇ ଦିଆଯାଇଛି। ବିଶେଷ କରି ଦ୍ୱୈତ ନଗରୀ (କଟକ-ଭୁବନେଶ୍ୱର) ର ଆଇନ ଶୃଙ୍ଖଳା ନିୟନ୍ତ୍ରଣ ସାଙ୍ଗକୁ ବିଭିନ୍ନ ପରିସ୍ଥିତିର ତଦାରଖ ପ୍ରକ୍ରିୟାକୁ ସୁଦୃଢ଼ କରିବାରେ ଏହା ବେଶ ସହାୟକ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ମଙ୍ଗଳବାର ସ୍ଥାନୀୟ କମିଶନରେଟ୍‌ ପୋଲିସ୍‌ ମୁଖ୍ୟାଳୟଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ନାଲ୍‌କୋ ପକ୍ଷରୁ ଉକ୍ତ (୬ଟି) ପିସିଆର୍‌ ଭ୍ୟାନ୍‌ ଭୁବନେଶ୍ୱର-କଟକ କମିଶନରେଟ୍‌ ପୋଲିସ୍‌କୁ ପ୍ରଦାନ କରାଯାଇଥିଲା। ଏ ସମ୍ପର୍କରେ ନାଲ୍‌କୋ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ଶ୍ରୀଧର ପାତ୍ର କହଛନ୍ତି, ନାଲ୍‌କୋ କେୟାରିଂ ଓ ଶେୟାରିଂ ମୂଲ୍ୟବୋଧରେ ବିଶ୍ୱାସ କରେ। ଏପରିକି ନାଲ୍‌କୋ ପକ୍ଷରୁ ପୋଲିସ୍‌ ପ୍ରଶାସନକୁ ପ୍ରଦାନ କରାଯାଉଥିବା ପିସଆର୍‌ ଭ୍ୟାନ୍‌ ସମାଜରେ ପ୍ରଭାବଶାଳୀ ପୋଲିସ ବ୍ୟବସ୍ଥା ଏବଂ ଆଇନ ଶୃଙ୍ଖଳା ବଜାୟ ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ପାତ୍ର ମତ ପ୍ରକାଶ କରିଛନ୍ତି। ସେହିଭଳି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ନାଲ୍‌କୋର ଏପରି ଉଦ୍ୟମକୁ ଭୂୟସୀ ପ୍ରଶଂସା କରିବା ସହ ଆଗାମି ଦିନରେ ମଧ୍ୟ କମ୍ପାନୀ ଏପରି ସହାୟତା ଜାରି ରଖିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ ଯେ ନାଲ୍‌କୋ କ୍ରମାଗତ ଭାବେ ସହାୟତା ସ୍ବରୂପ କମିଶନରେଟ୍‌ ପୋଲିସ୍‌କୁ ପିସିଆର ଭ୍ୟାନ୍‌ ପ୍ରଦାନ କରି ଆସୁଛି। କମିଶନରେଟ୍‌ ପୋଲିସ୍‌ ମୁଖ୍ୟାଳୟଠାରେ ଭୁବନେଶ୍ୱର-କଟକ ପୋଲିସ୍‌ କମିଶନର ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ ଏବଂ ନାଲ୍‌କୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ଶ୍ରୀଧର ପାତ୍ର ଆନୁଷ୍ଠାନିକ ଭାବେ ପତାକା ଦେଖାଇ ଉକ୍ତ ପିସିଆର୍‌ ଭ୍ୟାନ୍‌ଗୁଡ଼ିକୁ କମିଶନରେଟ୍‌ ପୋଲିସ୍‌ ଏବଂ ନାଲ୍‌କୋର ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ଶୁଭାରମ୍ଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିପଡ଼ିଲେ ଏହି ଦୁଇ କୁଖ୍ୟାତ ମାଓବାଦୀ, ଏବେ ବି ଜାରି ରହିଛି…

ଫୁଲବାଣୀ/ତୁମୁଡ଼ିବନ୍ଧ,୨୫ା୧୨(ରାକେଶ କୁମାର ରାଉତ/ଦୀପକ ପରାସେଠ): କନ୍ଧମାଳ ଜିଲାରେ ମାଓବାଦୀ ମୂଳୋତ୍ପାଟନ ପାଇଁ ଜୋର୍‌ଦାର କୋମ୍ବିଂ ଅପରେଶନ ଚାଲିଛି । ବୁଧବାର ରାତିରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨...

ପାରିବାରିକ କଳହର କରୁଣ ପରିଣତି, ଶ୍ୱଶୁର ଆଗରେ ସ୍ତ୍ରୀକୁ ହତ୍ୟା କରିଲେ ସ୍ବାମୀ

ବଲାଙ୍ଗୀର, ୨୫/୧୨- (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅନ୍ତର୍ଗତ ଜୁର୍ଲାକାନି ଗାଁରେବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି ।...

ବିଜେଡି ପ୍ରତିଷ୍ଠା ଦିବସ ପୂର୍ବରୁ ଭୂପିନ୍ଦରଙ୍କ ବଡ଼ ବୟାନ, କିଛି ନୂଆ ଲୋକଙ୍କୁ ଅଣାଗଲେ ବିଜେଡ଼ି…

ଭୁବନେଶ୍ବର,୨୫।୧୨: ବିଭିନ୍ନ ସ୍ଥାନରେ ମେଳି କରି ଲୋକଙ୍କୁ ଏକଜୁଟ କରିଆସୁଛି ବିଜୁ ଜନତା ଦଳ । ଆସନ୍ତା ୨୬ରେ ବିଜେଡି ପ୍ରତିଷ୍ଠା ଦିବସରେ ଦଳର ନବକଳେବର...

ମାଙ୍କଡ଼କୁ ଝାମ୍ପିନେଲା କୁମ୍ଭୀର, ପଛେ ପଛେ ନଦୀରେ ପହଁରି ପହଁରି ଗଲେ ମାଙ୍କଡ଼ ପଲ, ଆଉ ତା’ ପରେ…

ମହାକାଳପଡ଼ା,୨୫ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): ମହାକାଳପଡ଼ା ବ୍ଲକ ମହାନଦୀ ଶାଖା ଖରିନାସୀ ନାଳରେ କୁମ୍ଭୀର ଏକ ମାଙ୍କଡ଼କୁ ଝାମ୍ପି ନଦୀ ଆରପାରିକୁ ନେଉଥିବା ବେଳେ ସାଥୀ ମାଙ୍କଡ଼...

ସାରା ବିଶ୍ୱକୁ ମଦ ପରଷିବ ପାକିସ୍ତାନ! ମୁନିରଙ୍କ ଘର ନିକଟରେ ଫ୍ୟାକ୍ଟ୍ରି, ୫୦ ବର୍ଷ ପରେ ଉଠିଲା ବ୍ୟାନ

ଇସଲାମାବାଦ,୨୫।୧୨: ଇସଲାମିକ ଦେଶ ପାକିସ୍ତାନ ଅନେକ ଦଶନ୍ଧି ପରେ ପୁଣି ଥରେ ବିଶ୍ୱକୁ ମଦ ବିକ୍ରି କରିବାକୁ ଯାଉଛି। ୫୦ ବର୍ଷରୁ ଅଧିକ ସମୟର ନିଷେଧ...

ଜନ୍ମଦିନ ପାର୍ଟି ପରେ ଛାତିଥରା ଘଟଣା, ଚଳନ୍ତା କାରରେ କମ୍ପାନୀ ମ୍ୟାନେଜରଙ୍କୁ ଗଣଦୁଷ୍କର୍ମ ପରେ….

ଉଦୟପୁର,୨୫।୧୨: ରାଜସ୍ଥାନର ଉଦୟପୁରରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଜନ୍ମଦିନ ପାର୍ଟି ପରେ ଚଳନ୍ତା କାରରେ ଜଣେ ଆଇଟି ଫାର୍ମ ମ୍ୟାନେଜରଙ୍କୁ ଗଣବଳାତ୍କାର...

୧୭ ବର୍ଷ ପରେ ଫେରିଲେ ‘ଡାର୍କ ପ୍ରିନ୍ସ’, ଢାକା ରାଜନୀତିରେ ଭୂକମ୍ପ, ଭାରତ ପାଇଁ ଆଶା ନା ସତର୍କ ଘଣ୍ଟି? ଜାଣନ୍ତୁ…

ଢାକା,୨୫।୧୨: ବାଂଲାଦେଶ ରାଜନୀତିରେ ଏକ ବଡ଼ ଘଟଣାକ୍ରମରେ, ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) ମୁଖ୍ୟ ବେଗମ ଖାଲେଦା ଜିଆଙ୍କ ପୁଅ ତାରିକ ରହମାନ ପ୍ରାୟ ୧୭...

Christmas: ଖ୍ରୀଷ୍ଟମାସ ଅବସରରେ ଚର୍ଚ୍ଚ ଗଲେ ମୋଦି, ପ୍ରାର୍ଥନା ସଭାରେ ଯୋଗଦେଇ….

ନୂଆଦିଲ୍ଲୀ,୨୫।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଖ୍ରୀଷ୍ଟମାସ ଅବସରରେ ଦିଲ୍ଲୀର କ୍ୟାଥେଡ୍ରାଲ୍ ଚର୍ଚ୍ଚ ପରିଦର୍ଶନ କରିଥିଲେ। ସେ ସେଠାରେ ପ୍ରାର୍ଥନା ସେବାରେ ମଧ୍ୟ ଅଂଶଗ୍ରହଣ କରିଥିଲେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri