ବଲାଙ୍ଗୀର ୧୫।୪ (ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏନଏଚ ୫୭ ସୋନପୁର ବଲାଙ୍ଗୀର ପୁଇନ୍ତଳା ବାଏପାସ ରାସ୍ତା ନିକଟରେ ବୁଧବାର ଏକ ଗଞ୍ଜେଇ ଭର୍ତ୍ତି ସ୍କର୍ପିଓ ଗାଡ଼ିକୁ ପୁଇନ୍ତକା ପୋଲିସ ଜବତ କରିଛି । ସୂଚନା ଅନୁଯାୟୀ ଏକ ସ୍କର୍ପିଓ ଗାଡ଼ି ଦ୍ରୁତ ଗତିରେ ତରଭା ଦେଇ ଆସୁଥିବାବେଳେ ତରଭା ପୋଲିସ ପୁଇନ୍ତଳା ପୋଲିସକୁ ଖବର ଦେଇଥିଲା। ଖବରପାଇ ପୁଇନ୍ତଳା ପୋଲିସ ରାସ୍ତାରେ ଛକି ରହି ଗାଡିକୁ ଗୋଡ଼ାଇଥିଲା । ଏହି ସମୟରେ ବଲାଙ୍ଗୀର ସୋନପୁର ରାସ୍ତାରେ ଥିବା ଟୋଲ ଗେଟ୍କୁ ଭାଙ୍ଗି ଚାଲାଣକାରୀମାନେ ଖସିପଳାଉଥିଲେ। ଏପରିକି ରାସ୍ତା ମଝିରେ ଦିଆଯାଇଥିବା ପୁଇନ୍ତଳା ପୋଲିସ ବ୍ୟାରିକେଡ୍କୁ ଭାଙ୍ଗି ଫେରାର୍ ଉଦ୍ୟମ ବେଳେ ପୋଲିସ ଗଞେଇ ଗାଡ଼ିକୁ ଧରିଛି। ତେବେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗଞେଇ ଗାଡିଭିତରୁ ବାହାର କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

