ଆରଏମ୍‌ସି ହାଟଗୃହ ଭାଙ୍ଗିବା ନେଇ ଅସନ୍ତୋଷ

ନନ୍ଦପୁର,୫ା୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମାସ୍ଥିତ ବୁଧବାର ସାପ୍ତାହିକ ହାଟ ମଧ୍ୟର ପୁରୁଣା ହାଟ ଗୃହକୁ ବିନା ଅନୁମତିରେ ଭାଙ୍ଗିବାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଆରଏମ୍‌ସି ଅଧୀନରେ ଥିବା କହି ହାଟ ପରିସରକୁ ସଫେଇ କରିବାକୁ ବାରଣ କରୁଥିବା ପଞ୍ଚାୟତ ପ୍ରଶାସନ ଉକ୍ତ ହାଟଗୃହ ଭାଙ୍ଗି ଛପର ଟିଣ ଓ କାଠ କାଢ଼ି ନେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏ ନେଇ ଆରଏମ୍‌ସି କର୍ତ୍ତୃପକ୍ଷଙ୍କୁ ପଚାରିବାରୁ ଏହି ଗୃହ ପୂର୍ବରୁ ଏକ ପାର୍ଶ୍ୱ ଛେଳି ମେଣ୍ଢା ବିକ୍ରି ଓ ଅପରପାର୍ଶ୍ୱରେ କିରୋସିନି ବିକ୍ରି ଉଦ୍ଦେଶ୍ୟରେ ନିର୍ମାଣ ହୋଇଥିଲା। ଭାଙ୍ଗିବାକୁ କାହାକୁ ଅନୁମତି ଦିଆଯାଇ ନ ଥିବା କୁହାଯାଇଛି। ନନ୍ଦପୁର ପଞ୍ଚାୟତ ପିଇଓ ଦିବାକର ପୁରୋହିତଙ୍କୁ ପଚାରିବାରୁ ଏହି ଗୃହ ଅବ୍ୟବହୃତ ଅବସ୍ଥାରେ ଥିଲା। ଟିଣ ଛପର ଅର୍ଦ୍ଧାଧିକ ନଷ୍ଟ ହୋଇଯାଇଛି। ଗୃହ ଭାଙ୍ଗିବାକୁ ପଞ୍ଚାୟତରେ ରେଜୁଲେଶନ କରାଯାଇଛି। କଢ଼ାଯାଇଥିବା ଟିଣଗୁଡ଼ିକୁ ନେଇ ପଞ୍ଚାୟତର ଚାଉଳ ବଣ୍ଟନ କେନ୍ଦ୍ର ସମ୍ମୁଖରେ ଲୋକଙ୍କୁ ଛାୟା ପ୍ରଦାନ ପାଇଁ ବିଛାଯିବ ବୋଲି କହିଛନ୍ତି। ଗୃହ ଅବ୍ୟବହୃତ ଓ ଅପନ୍ତରିଆ ଅବସ୍ଥାରେ ଥିଲା ବେଳେ ପଞ୍ଚାୟତ ପ୍ରଶାସନ ଏହାର ମରାମତି କାହିଁକି କରିଲେନି ବୋଲି ପ୍ରଶ୍ନ କରାଯାଇଛି। ଆରଏମ୍‌ସି ଓ ସରକାରୀ ଗୃହକୁ ବିପଦସଙ୍କୁଳ ଚିହ୍ନଟ କରିବାକୁ ଉଦ୍ଦିଷ୍ଟ ବିଭାଗର ଅନୁମୋଦନ ନିଆଯାଇ ନାହିଁ କାହିଁକି ବୋଲି କୁହାଯାଇଛି। ଆରଏମସି କର୍ତ୍ତୃପକ୍ଷ, ବ୍ଲକ ଓ ଜିଲା ପ୍ରଶାସନ ତଦନ୍ତ କରିବାକୁ ଅନୁରୋଧ କରାଯାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଟାର୍ଗେଟ୍‌ରେ ଖାନ ସାର୍‌: କୋଚିଂ ସେଣ୍ଟର ଉଡ଼ାଇ ଦେବାକୁ ଧମକ

ପାଟନା,୩।୬: ବିହାରର ପାଟନାରେ ଖାନ ସାରଙ୍କ କୋଚିଂ ସେଣ୍ଟର ଉପରେ ଆକ୍ରମଣ ହୋଇଛି। ଏହି ଆକ୍ରମଣ ସାରା ବିହାରରେ ଆତଙ୍କ ସୃଷ୍ଟି କରିଛି। ମଙ୍ଗଳବାର ବିଳମ୍ବିତ ରାତିରେ…

ପୁଣି କୋଟିଆରେ ଉପସ୍ଥିତି ଜାହିର କଲା ଆନ୍ଧ୍ର: ପଛଘୁଞ୍ଚା ନଦେଇ ଅନୁପ୍ରବେଶ କଲେ ଅଧିକାରୀ

ପଟ୍ଟାଙ୍ଗି, ୩।୬ (ଶରତ କୁମାର ଧଳ): କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ୍ ଅଧୀନରେ ଥିବା କୋଟିଆ ପଞ୍ଚାୟତର ସୀମାନ୍ତ ଗ୍ରାମଗୁଡିକରେ ପୁଣିଥରେ ପଡୋଶୀ ଆନ୍ଧ୍ର ପ୍ରଦେଶର ପଦାଧିକାରୀମାନେ…

ବିଜେଡି ଛାଡ଼ିଲେ ପୂର୍ବତନ କର୍ପୋରେଟର, ନବୀନଙ୍କୁ ଇସ୍ତଫାପତ୍ର ପଠାଇ କହିଲେ…

କଟକ,୩ା୬: ଜଣଙ୍କ ପରେ ଜଣେ ନେତା ବିଜେଡିର ହାତ ଛାଡୁଛନ୍ତି। ଦେବାଶିଷଙ୍କ ପରେ ଏବେ ବିଜେଡି ଛାଡ଼ିଛନ୍ତି କଟକର ପୂର୍ବତନ କର୍ପୋରେଟର ରଞ୍ଜନ ବିଶ୍ୱାଳ। ସେ ତାଙ୍କର…

ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ: ୧୦ ଜଣ ଜିଅନ୍ତା ଜଳିଗଲେ,ବଢ଼ିପାରେ ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ,୩।୬: ଦିଲ୍ଲୀର ମାଲବ୍ୟ ନଗରରେ ଏକ ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ସୂଚନା…

ମନ୍ତ୍ରୀଙ୍କ ବଡ଼ ସୂଚନା: ଖରା ଛୁଟି ପୂର୍ବରୁ ସ୍କୁଲ ପିଲାଙ୍କ ପାଖରେ ପହଞ୍ଚିବ ବହି

ଭୁବନେଶ୍ୱର, ୩।୬: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନ୍ଦ ଗଣ୍ଡ ବଡ଼ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ଖରା ଛୁଟି ପୂର୍ବରୁ ସ୍କୁଲ ପିଲାଙ୍କ ପାଖରେ ପହଞ୍ଚିବ…

ଦିଅର ମାଡ଼ରେ ଚାଲିଗଲା ଭାଉଜଙ୍କ ଜୀବନ: ପାରିବାରିକ କଳହ ସାଜିଲା କାଳ

ଧର୍ମଶାଳା, ୩।୬(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ସାରୋଇ ଗ୍ରାମରେ ଦିଅର ମାଡ଼ରେ ତାଙ୍କ ଭାଉଜଙ୍କ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ପାରିବାରିକ…

ବିଡିଓଙ୍କୁ ନିଲମ୍ବନ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟ ନିର୍ବାଚନ ଅଧିକାରୀ, ଏହି ସବୁ ଅଭିଯୋଗ ଆସିବା ପରେ କାର୍ଯ୍ୟାନୁଷ୍ଠାନ

ବାରିପଦା,୩।୫(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ନିର୍ବାଚନମଣ୍ଡଳୀର ସହକାରୀ ନିର୍ବାଚନ ପଞ୍ଜିକରଣ ଅଧିକାରୀ (ଏଇଆରଓ) ତଥା ବଡ଼ସାହି ଗୋଷ୍ଠୀ ଉନ୍ନୟନ ଅଧିକାରୀ (ବିଡ଼ିଓ) ସ୍ମୃତିମୟୀ ବନଜା…

ବାଲିଅନ୍ତା ସୌମ୍ୟ ହତ୍ୟା ମାମଲାରେ ଆସିଲା ସାଂଘାତିକ ତଥ୍ୟ: କଲ୍‌ କରି ଆମ୍ବୁଲାନ୍ସ ଫେରାଇ ଦେଇଥିଲେ ଜଣେ ବ୍ୟକ୍ତି

ଭୁବନେଶ୍ୱର,୩ା୬: ବାଲିଅନ୍ତା ସୌମ୍ୟ ରଞ୍ଜନ ସ୍ବାଇଁ ହତ୍ୟା ମାମଲାରେ ସାମ୍ନାକୁ ଆସିଛି ଏକ ସାଂଘାତିକ ତଥ୍ୟ। ମେ’ ୭ରେ ଅଡ଼ଶପୁର ମେଡିକାଲର ଆମ୍ବୁଲାନ୍ସକୁ ଜଣେ ବ୍ୟକ୍ତି କଲ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri