ବିପଦରେ ବହୁରୂପୀ ଏଣ୍ଡୁଅ ବଂଶ

ମହାକାଳପଡ଼ା, ୨୪ା୯(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ବତୀଘର ପଞ୍ଚାୟତ କଜଳପାତିଆ ଲୁଣା ଜଙ୍ଗଲରେ ପ୍ରଚୁର ପରିମାଣରେ ବହୁରୂପୀ ଏଣ୍ଡୁଅ (ଚାମେଲିୟନ ପ୍ରଜାତି) ଦେଖିବାକୁ ମିଳେ। ଏହି ବହୁରୂପୀ ଏଣ୍ଡୁଅ ପରିବେଶ ଅନୁକୂଳ ବାତାବରଣ ସୃଷ୍ଟି ହେଲେ ବଂଶ ବିସ୍ତାର କରିଥାନ୍ତି। ଏମାନେ ଶତ୍ରୁଙ୍କୁ ଦେଖିବା ମାତ୍ରେ ନିଜ ଶରୀରର ରଙ୍ଗ ବଦଳାଇବାରେ ମାହିର। ଏହି ପ୍ରଜାତି ଏଣ୍ଡୁଅର ଆନ୍ତର୍ଜାତିକ ବଜାରରେ ଅଧିକ ମୂଲ୍ୟ ରହିଛି। ବହୁରୂପୀ ଏଣ୍ଡୁଅ ଜଙ୍ଗଲରେ ସ୍ଥାନ ପରିବର୍ତ୍ତନ କଲେ ଉକ୍ତ ସମୟରେ ରଙ୍ଗ ବଦଳାଇବା ଆରମ୍ଭ କରିଥାନ୍ତି। ଗଛର ପତ୍ର ଉପରେ ଚାଲିଲେ ସବୁଜ ରଙ୍ଗ, ଗଛର କାଠ ଉପରେ ଚାଲିଲେ କଞ୍ଚା କାଠର ରଙ୍ଗ, ସେହିପରି ବାଲିସ୍ତୂପ ବା ମାଟି ଉପରେ ଚାଲିଲେ ମାଟିଆ ରଙ୍ଗ ଦେଖିବାକୁ ମିଳେ। କୌଣସି ସ୍ଥାନରେ ଚାଲିଲେ ସେହି ରଙ୍ଗ ବଦଳାଇବା ଆରମ୍ଭ କରିଥାନ୍ତି। ବିଶେଷକରି ଏମାନଙ୍କ ଶରୀର ରଙ୍ଗ ବଦଳାଇବାର ଅନେକ ବୈଜ୍ଞାନିକ କାରଣ ରହିଛି। ଶରୀରରେ କିଛି ରାସାୟନିକ ପଦାର୍ଥ ଜିନ୍‌ଗତ ପ୍ରମୁଖ କାରଣ ହେବା ସହ ନିଜ ଶିକାରକୁ ଧରିବା (ଛୋଟ ଛୋଟ କୀଟପତଙ୍ଗ)ଓ ଖାଇବାକୁ ପରିବେଶ ସହ ଖାପ ଖୁଆଇ ନିଜର ରଙ୍ଗ ପରିବର୍ତ୍ତନ କରିଥାଏ। ଯେପରି ଖାଦ୍ୟ ଜାଣିବା ପୂର୍ବରୁ ଅତି ଚତୁରତା ସହ ଝାମ୍ପିନେଇ ଶିକାର କରିଥାଏ।
ବିଶେଷକରି ବର୍ଷା ଓ ଶୀତଦିନରେ ବହୁରୂପୀ ଏଣ୍ଡୁଅ ବହୁଳ ପରିମାଣରେ ବଂଶ ବିସ୍ତାର କରିଥାନ୍ତି। ଉପକୂଳବର୍ତ୍ତୀ ଲୁଣା, ହେନ୍ତାଳ ଓ କାଜୁ ଜଙ୍ଗଲରେ ଏମାନେ ବସବାସ କରନ୍ତି। ଏମାନଙ୍କ ଲମ୍ବ ଏକ ଫୁଟରୁ ଊଦ୍ଧର୍‌ବ ଦେଖିବାକୁ ମିଳେ। ଶିକାର କଲାବେଳେ ଏମାନେ ଏକ ଫୁଟ୍‌ରୁ ଅଧିକ ଲମ୍ବର ଖାଦ୍ୟଙ୍କୁ ନିଜ ଜିଭ ସାହାଯ୍ୟରେ ଟାଣି ନେଇଥାନ୍ତି। ଏମାନଙ୍କ ଜିଭରେ ଅଠାଳିଆ ଭଳି ଏକ ରାସାୟନିକ ପଦାର୍ଥ ଥିବାରୁ ଖାଦ୍ୟ ସହଜରେ ଖସିଯାଇ ପାରନ୍ତି ନାହିଁ। ସାମ୍ପ୍ରତିକ ପରିସ୍ଥିତିରେ ଜଳବାୟୁ ପରିବର୍ତ୍ତନ, ଶିଳ୍ପ କାରଖାନାରୁ ନିର୍ଗତ ବିଷାକ୍ତ ଗ୍ୟାସ୍‌ ପ୍ରଭାବରେ ପୂର୍ବ ଅପେକ୍ଷା ଏମାନଙ୍କ ବଂଶ ବୃଦ୍ଧି ଢେର୍‌ କମିଛି। ନବେ ଦଶକ ପୂର୍ବରୁ ବହୁ ପରିମାଣରେ ଏମାନେ ଜଙ୍ଗଲଗୁଡ଼ିକରେ ଦେଖାଯାଉଥିଲେ। ୧୯୯୯ ମହାବାତ୍ୟା, ୨୦୧୩ ଫାଇଲିନ, ୨୦୧୪ ହୁଡ୍‌ହୁଡ୍‌ ଭଳି ପ୍ରାକୃତିକ ବିପର୍ଯ୍ୟୟରେ ଏମାନଙ୍କ ସଂଖା ଲୋପ ପାଇଥିବା ଜଣାପଡ଼େ। ଉପକୂଳବର୍ତ୍ତୀ ଅଞ୍ଚଳରେ ଦୁର୍ବୃତ୍ତମାନେ ଲୁଚିଛପି ଏମାନଙ୍କୁ ଧରି ବଡ଼ ବଡ଼ ରାକେଟ ସହିତ ମସୁଧା କରି ମୂଲଚାଲରେ ରାତାରାତି ବିକ୍ରିବଟା କରିଥାନ୍ତି। ଏମାନଙ୍କ ମୂଲ୍ୟ ଅନ୍ତର୍ଜାତୀୟ ବଜାରରେ ଲକ୍ଷାଧିକ ଟଙ୍କା ହୋଇଥାଏ। ବନ୍ୟପ୍ରାଣୀ ସଂରକ୍ଷଣ ଆଇନ-୧୯୭୨ ଅନୁସାରେ ଏମାନଙ୍କୁ ବିରଳ ପ୍ରଜାତିର ଜୀବ ଭାବେ ସିଡୁଲ ୨ ଓ ପାର୍ଟ ୧ ଅନ୍ତର୍ଭୁକ୍ତ କରାଯାଇଛି। ଆଇନ ଅନୁସାରେ, ଏମାନଙ୍କୁ ଧରିବା ଓ ଶିକାର କରି ବିକ୍ରିବଟା କଲେ ଦଣ୍ଡବିଧାନ ବ୍ୟବସ୍ଥା ରହିଛି। ସୂଚନା ଅନୁସାରେ ୨୦୧୬, ୧୭, ୧୮ ମସିହାରେ ସ୍ଥାନୀୟ ଅଞ୍ଚଳର କେତେଜଣ ଯୁବକ ଏହି ବହୁରୂପୀ ଏଣ୍ଡୁଅକୁ ବିକ୍ରି ପାଇଁ ମସୁଧା ଚାଲିଥିଲା ବେଳେ ବନ ବିଭାଗ ପକ୍ଷରୁ ଚଢାଉ କରାଯାଇ ଗିରଫ କରାଯାଇଥିଲା। ଏହି ବିରଳ ଚାମେଲିୟାନ ପ୍ରଜାତି ଏଣ୍ଡୁଅର ସୁରକ୍ଷା ଓ ସଂରକ୍ଷଣ ପାଇଁ ସ୍ଥାନୀୟ ଅଞ୍ଚଳରେ ସଚେତନତା କାର୍ଯ୍ୟକ୍ରମ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆର୍‌ଡିଙ୍କ ଅଚାନକ କଲେଜ ପରିଦର୍ଶନ

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ): ବ୍ରହ୍ମପୁର ଆଞ୍ଚଳିକ ଉଚ୍ଚ ଶିକ୍ଷା ନିର୍ଦ୍ଧେଶକ(ଆର୍‌ଡି) ପ୍ରଫେସର ଡ.ନାରାୟଣ ବେହେରା ମଙ୍ଗଳବାର ଅଚାନକ ଭଞ୍ଜନଗର ସହରରେ ଥିବା ୩ ପ୍ରମୁଖ କଲେଜ କବି...

୩ ଦିନ ହେଲା ଅଟକି ରହିଛି ଟ୍ରକ୍‌, ବାହାରୁଛି ପଚା ଦୁର୍ଗନ୍ଧ, ରକ୍ତ: ଅଞ୍ଚଳରେ ଚାଞ୍ଚଲ୍ୟ

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ଟ୍ରକରୁ ବାହାରୁଛି ପଚା ଦୁର୍ଗନ୍ଧ ଏବଂ ରକ୍ତ। ନୟାଗଡ଼ ବ୍ଲକ ଶାଳଭଙ୍ଗା ଜଙ୍ଗଲ ଫରେଷ୍ଟ ଟାୱାର ନିକଟରେ ଟ୍ରକଟି ଅଟକି ରହିଛି।...

ସରପଞ୍ଚଙ୍କ ଘରୁ ଲୁଟ୍‌

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଭୋଗବାଡ଼ି ସରପଞ୍ଚ ନିିର୍ମଳା ସାହୁଙ୍କ ଘରୁ ଚୋରି ହୋଇଛି। ଦୁର୍ବୃତ୍ତମାନେ ସୋମବାର ରାତିରେ ସରପଞ୍ଚଙ୍କ ଘରେ...

ମନ୍ଦିର ନିକଟରେ କୁଟୁରାକୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ ଘଟିଗଲା…

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଦୁର୍ଗାପ୍ରାସାଦ ମୁଖ୍ୟ ରାସ୍ତାର ସୋରଦେବୀ ମନ୍ଦିର ନିକଟରେ ମଙ୍ଗଳବାର ସକାଳେ ବାଇକ ଧକ୍କାରେ ଏକ କୁଟୁରା ମୃତ୍ୟୁବରଣ କରିଛି। ଏଥିରେ...

ଗୋପୀନାଥ ମନ୍ଦିରରୁ ଚୋରି: ନେଇଗଲେ ଦିଅଙ୍କ ଅଳଙ୍କାର

ଗଜପତି,୯।୧୨(ଗିରିଧାରୀ ପରିଛା): ଆନ୍ଧ୍ରପ୍ରଦେଶ କତୁରୁ ମଡ଼ଲମରେ ଥିବା ଲିହୁରୀ ଗ୍ରାମ ଗୋପୀନାଥ ମନ୍ଦିରରୁ ଚୋରି ହୋଇଛି । ଦୁର୍ବୃତ୍ତମାନେ ଦିଅଙ୍କ ଅଳଙ୍କାର ସହ ମନ୍ଦିରରେ ଲାଗିଥିବା...

ବାଇକରେ ଫେରୁଥିବାବେଳେ ପୋଲ ତଳକୁ ଖସିପଡ଼ିଲେ ୨ ଜଣ: ଆଉ ତା’ପରେ…

ଓଡଗାଁ, ୯।୧୨(ଆଦର୍ଶ କୁମାର ପଟ୍ଟନାୟକ): ନୟାଗଡ଼ ଜିଲା ଓ ଆଦର୍ଶ ଥାନା ଗିରିଡିପଲ୍ଲୀରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ପଞ୍ଚାୟତ ଧଝୋଲା ଗ୍ରାମର ଫକୀର...

ପାହାଡ ପାର୍ଶ୍ୱରୁ ମୋରମ ତାଢି ନେଉଯାଉଥିଲେ, ରୋକିଲେ ଗ୍ରାମବାସୀ

ଧର୍ମଶାଳା,୯।୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ବଡ଼କାଏମା ପଞ୍ଚାୟତରେ ଥିବା ଐତିହାସିକ କାଏମା ପାହାଡ ପାର୍ଶ୍ୱରୁ ମୋରମ ତାଡ଼ି ନେଇ ଅନ୍ୟ ଏକ...

ସାଇବର ଠକେଇ ଅଭିଯୋଗରେ ୩ ଗିରଫ : ଅଭିଯୁକ୍ତଙ୍କ ନିକଟରୁ ଜବତ ହେଲା…

ଆନନ୍ଦପୁର,୯।୧୨(ସୁଶାନ୍ତ କୁମାର ସାହୁ): ପୃଥକ ଦୁଇଟି ମାମଲାରେ ୩ ଜଣ ସାଇବର ଠକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଗୋଟିଏ ମାମଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri