Posted inଜାତୀୟ

କେରଳରେ ପହଞ୍ଚିଲା ରାହୁଲଙ୍କ ଭାରତ ଯୋଡ ପଦଯାତ୍ରା…

ଥିରୁଭାନନ୍ତପୁରମ୍‌, ୧୧।୯ : କଂଗ୍ରେସର ଭାରତ ଯୋଡ ଯାତ୍ରା ତାମିଲନାଡୁ ଦେଇ କେରଳରେ ପହଞ୍ଚିଛି। ରବିବାର ଭାରତ ଯାତ୍ରୀଙ୍କୁ କେରଳର ପାରାସାଲା ଅଞ୍ଚଳରେ ସ୍ବାଗତ କରାଯାଇଛି। ଏହା ସହିତ ଯାତ୍ରାର ୧୯ ଦିନିଆ କେରଳ ଯାତ୍ରା ମଧ୍ୟ ଆରମ୍ଭ ହୋଇଛି। ଏହି ଯାତ୍ରା ଆସନ୍ତା ୧୯ ଦିନ ପାଇଁ ରାଜ୍ୟର ବିଭିନ୍ନ ସ୍ଥାନ ଦେଇ ଯାତ୍ରା କରିବ ଏବଂ ୩୦ ସେପ୍ଟେମ୍ବରରେ କର୍ନାଟକରେ ପହଞ୍ଚିବ।

ରାହୁଲ ଗାନ୍ଧୀଙ୍କୁ କେରଳ ପ୍ରଦେଶ କଂଗ୍ରେସ କମିଟି (କେପିସିସି) ସଭାପତି ତଥା ଏମ୍‌ ପି. କେ ସୁଧାକରନ, ରାଜ୍ୟସଭାରେ ବିରୋଧୀ ଦଳର ନେତା ଭି ଡି ସାଥେସନ ଏବଂ ଏଆଇସିସି ସାଧାରଣ ସମ୍ପାଦକ ତାରିକ ଅନୱାର ଏବଂ ଅନ୍ୟ ନେତାମାନେ ସ୍ବାଗତ କରିଛନ୍ତି। ଏହି ସମୟରେ ରାହୁଲଙ୍କ ସହ ବହୁ ବଡ କଂଗ୍ରେସ ନେତା ଉପସ୍ଥିତ ଥିଲେ। ଏଥିମଧ୍ୟରେ କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମେନ ଚାଣ୍ଡି ଏବଂ ପୂର୍ବତନ ଏଲଓପି ରମେଶ ଚେନିଥାଲାଙ୍କ ବ୍ୟତୀତ କେସି ଭେନୁଗୋପାଲ ଏବଂ ଶଶି ଥରୁର ସାମିଲ ହୋଇଛନ୍ତି।

ସୂଚନା ଅନୁଯାୟୀ, କେରଳରେ ପ୍ରବେଶ କରିବା ପରେ ରାହୁଲ ଗାନ୍ଧୀ ଆଗାମୀ ୧୯ ଦିନ ମଧ୍ୟରେ ୪୫୦ କିଲୋମିଟର ଯାତ୍ରା କରି ମାଲାପୁରାମର ନୀଲାମ୍ବୁରକୁ ଯିବେ। ଏହି ଯାତ୍ରା ସେପ୍ଟେମ୍ବର ୧୪ ରେ କୋଲାମ ଜିଲାରେ ପ୍ରବେଶ କରିବ। ଏହା ପରେ ସେପ୍ଟେମ୍ବର ୧୭ ରେ ଆଲାପୁଝା ଏବଂ ସେପ୍ଟେମ୍ବର ୨୩ ରେ ଏର୍ନାକୁଲମ ଜିଲା ଦେଇ ଥ୍ରିସୁରରେ ପହଞ୍ଚିବ। ଏହା ପରେ ଯାତ୍ରାର ଅନ୍ୟ ପର୍ଯ୍ୟାୟ ଆରମ୍ଭ ହେବ ।

ସେପ୍ଟେମ୍ବର ୧୯ ରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ଭାରତ ଯୋଡ ଯାତ୍ରାରେ ଯୋଗଦେବାର ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଏପି ବିଧାୟକ ଅମାନତୁଲ୍ଲାଙ୍କୁ ବଡ ଆଶ୍ୱସ୍ତି, ମିଳିଲା ଜାମିନ

ନୂଆଦିଲ୍ଲୀ,୨୭।୪: ଶନିବାର (ଏପ୍ରିଲ ୨୭ରେ ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ ଆମ ଆଦମୀ ପାର୍ଟି (ଏଏପି) ବିଧାୟକ ଅମାନତୁଲ୍ଲା ଖାନଙ୍କୁ ଏକ ବଡ଼ ଆଶ୍ୱସ୍ତି ପ୍ରଦାନ...

ନୈନିତାଲ ଜଙ୍ଗଲରେ ଲାଗିଲା ନିଆଁ, ଜନବସତି ପାଇଁ ବିପଦ

ଡେରାଡୁନ,୨୭।୪: ସାରା ବିଶ୍ୱରେ ଉତ୍ତାପ ଦିନକୁ ଦିନ ବଢିବା ସହିତ ସହିତ ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରେ ଜଙ୍ଗଲରେ ନିଆଁ ଲାଗିଯିବା ଖବର ସମସ୍ତଙ୍କୁ ଚିନ୍ତାରେ ପକାଇ...

ବର୍ଷିଲେ ଦିଲ୍ଲୀ ହାଇକୋର୍ଟ, କେତେ କ୍ଷମତା ପାଇଲେ ଖୁସି ହେବେ କେଜରିଓ୍ବାଲ?

ନୂଆଦିଲ୍ଲୀ,୨୭।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଏବେ ତିହାର ଜେଲ୍‌ରେ କାରାଦଣ୍ଡ ଭୋଗୁଛନ୍ତି। ଏନେଇ ଆମ ଆଦମୀ ପାର୍ଟି ବାରମ୍ବାର ଜୋର ଦେଉଥିବାବେଳେ ଶନିବାର ଦିଲ୍ଲୀ...

ଦେଶର ୪ ବିମାନ ବନ୍ଦରକୁ ବୋମାରେ ଉଡାଇ ଦେବାକୁ ମିଳିଲା ଧମକ

ନୂଆଦିଲ୍ଲୀ,୨୭।୪: ଦେଶର ଚାରୋଟି ବିମାନବନ୍ଦରକୁ ବୋମାରେ ଉଡାଇ ଦେବାକୁ ଧମକ ଆସିଛି। ଇ-ମେଲ ମାଧ୍ୟମରେ ଦାବି କରାଯାଇଛି ଯେ କୋଲକାତା ବିମାନବନ୍ଦର ସମେତ ଦେଶର ଚାରୋଟି...

ଟିଏମସିକୁ ଆତଙ୍କବାଦୀ ସଙ୍ଗଠନ ଘୋଷଣା କରାଯାଉ: ଶୁଭେନ୍ଦୁ ଅଧିକାରୀ

କୋଲକାତା,୨୭।୪: ସନ୍ଦେଶଖାଲି ପ୍ରସଙ୍ଗରେ ଭାଜପା କ୍ରମାଗତ ଭାବେ ତ୍ରୁଣମୂଳ କଂଗ୍ରେସ(ଟିଏମସି) ଉପରେ ଆକ୍ରମଣ କରୁଛି। ସନ୍ଦେଶଖାଲି ହିଂସା ଏବଂ ମହିଳାଙ୍କ ଉପରେ ହେଉଥିବା ନିର୍ଯ୍ୟାତନା ମାମଲା...

ପୁଣି ଲାଲ ସାଗରରେ ତାଣ୍ଡବ କଲେ ହୁତି ବିଦ୍ରୋହୀ! ଭାରତ ଆସୁଥିବା ତେଲ ଟ୍ୟାଙ୍କର ଉପରକୁ ମିଶାଇଲ ମାଡ

ନୂଆଦିଲ୍ଲୀ,୨୭।୪: ହୁତି ବିଦ୍ରୋହୀମାନେ ପୁଣି ଥରେ ଲୋହିତ ସାଗରରେ ଏକ ତାଣ୍ଡବ ସୃଷ୍ଟି କରିଛନ୍ତି। ୟେମେନର ହୁତି ବିଦ୍ରୋହୀ ସଂଗଠନ ଶନିବାର କହିଛି ଯେ ସେମାନଙ୍କର...

ଶୋଇଥିବା ବେଳେ ଫୁଟିଲା ଗୁଳି, ୨ ଯବାନ ଶହୀଦ

ଇମ୍ଫାଲ,୨୭।୪: ମଣିପୁରରେ ପୁଣି ହିଂସା। କେନ୍ଦ୍ରୀୟ ରିଜର୍ଭ ଫୋର୍ସର ଯବାନମାନେ ଶୋଇଥିବା ବେଳେ ସେମାନଙ୍କ ଉପରକୁ ଆକ୍ରମଣ କରିଛନ୍ତି ଉଗ୍ରବାଦୀ । ଏଥିରେ ଦୁଇ ଯବାନ...

୧୦୦% ଭିଭିପିଏଟି ଯାଞ୍ଚ ହେବନାହିଁ

ନୂଆଦିଲ୍ଲୀ,୨୭ା୪: ମତଦାନ ବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (ଇଭିଏମ୍‌) ସହ ଭୋଟର ଭେଭିଫିଏବଲ୍‌ ପେପର ଅଡିଟ୍‌ ଟ୍ରାଏଲ (ଭିଭିପିଏଟି) ମେଶିନରୁ ବାହାରୁଥିବା ପେପର ସ୍ଲିପ୍‌ର ୧୦୦% ଯାଞ୍ଚ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri