Posted inଖେଳ

ଶାମିଙ୍କୁ କାହିଁକି ଟି୨୦ ଦଳରେ ଚୟନ କରାଯାଉନାହିଁ? ପ୍ରଶ୍ନ ଉଠାଇ ବର୍ଷିଲେ…

ନୂଆଦିଲ୍ଲୀ,୩୧।୮: ୧୯୮୩ ବିଶ୍ୱକପ୍‌ ବିଜେତା ଭାରତୀୟ ଟିମ୍‌ର ସଦସ୍ୟ ମଦନ ଲାଲ ଏସିଆ କପ୍‌ରେ ମହମ୍ମଦ ଶାମିଙ୍କ ଚୟନ କରା ନ ଯିବାକୁ ନେଇ ପ୍ରଶ୍ନ ଉଠାଇବା ସହ ଚୟନକର୍ତ୍ତାଙ୍କ ଉପରେ ବର୍ଷିଛନ୍ତି। ଶାମିଙ୍କୁ ନିଶ୍ଚିତ ଭାବେ ଆସନ୍ତା ବିଶ୍ୱକପ୍‌(ଟି୨୦) ଲାଗି ଚୟନ କରାଯିବା ଉଚିତ। କାରଣ ବୁମ୍‌ରାଙ୍କ ପରେ ସେ ହିଁ ସର୍ବଶ୍ରେଷ୍ଠ ବୋଲର ବୋଲି ସେ କହିଛନ୍ତି।

୨୦୨୧ରେ ଭାରତ ପକ୍ଷରୁ ଶେଷ ଟି୨୦ ମ୍ୟାଚ୍‌ ଖେଳିଥିଲେ ଶାମି। ଏହାପରଠାରୁ ସେ ଜାତୀୟ ଦଳରୁ ବାଦ୍‌ ପଡ଼ିଛନ୍ତି। ଆଇପିଏଲ୍‌ ୨୦୨୨ରେ ଦ୍ରୁତ ବୋଲର ଗୁଜରାଟ ଟାଇଟନ୍ସ ପାଇଁ ସ୍ମରଣୀୟ ପ୍ରଦର୍ଶନ କରିଥିଲେ ହେଁ ତାଙ୍କୁ ଭାରତୀୟ ଟି୨୦ ଦଳରେ ସ୍ଥାନ ମିଳିନାହିଁ। ଜସପ୍ରିତ ବୁମ୍‌ରାଙ୍କ ଅନୁପସ୍ଥିତିରେ ତାଙ୍କୁ ଚୟନ କରାଯିବ ବୋଲି କୁହାଯାଇଥିଲା। ହେଲେ ଆବେଶ ଖାଁ, ଅର୍ଶଦୀପ ସିଂ ଏବଂ ଭୁବନେଶ୍ୱର କୁମାରଙ୍କୁ ଟୁର୍ନାମେଣ୍ଟରେ ସୁଯୋଗ ମିଳିଛି। ଏହାକୁ ନେଇ ଅନେକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହି ତାଲିକାରେ ଯୋଡ଼ି ହୋଇଛନ୍ତି ମଦନ।

ମଦନ କହିଛନ୍ତି, ଟି୨୦ ବିଶ୍ୱକପ୍‌ ଲାଗି ଶାମିଙ୍କୁ ନିଶ୍ଚିତ ଭାବେ ଜାତୀୟ ଦଳରେ ସୁଯୋଗ ମିଳିବା ଉଚିତ। ସେ ବୁମ୍‌ରାଙ୍କ ପରେ ଭାରତର ସର୍ବଶ୍ରେଷ୍ଠ ବୋଲର। ମୁଁ ଏଭଳି ବୋଲର୍‌ ଚାହିଁବି ଯିଏ ଉଇକେଟ ବାହାର କରିବ। ମୁଁ ଏଭଳି ବୋଲର୍‌ ଚାହିଁବି ନାହିଁ ଯିଏ ରନ୍‌ ରୋକିବା ଉପରେ କେବଳ ଧ୍ୟାନ ଦେଉଛି। ଏହି ଫର୍ମାଟରେ ବ୍ୟାଟ୍ସମ୍ୟାନ୍‌ ତ ରନ୍‌ କରିବେ। ରନ୍‌ ରୋକିବାର ଗୋଟିଏ ମାତ୍ର ଉପାୟ ହେଉଛି ଉଇକେଟ ନେବା। ଏସବୁକୁ ଦେଖିଲେ ଶାମିଙ୍କ ଚୟନ ନ ହେଲେ ଚୟନକର୍ତ୍ତା ବଡ଼ ଭୁଲ କରିବେ। ସେ ବହୁତ ଭଲ ବୋଲର୍‌। ପୂର୍ବରୁ ମଧ୍ୟ ଭଲ ପ୍ରଦର୍ଶନ କରିଛନ୍ତି। ତାଙ୍କୁ କାହିଁକି ଟି୨୦ ଖେଳାଯାଉନାହିଁ ତାହା ଆଶ୍ଚର୍ଯ୍ୟ ଲାଗୁଛି। ଶାମି ଦୁନିଆର ସର୍ବଶ୍ରେଷ୍ଠ ଦ୍ରୁତ ବୋଲରଙ୍କ ମଧ୍ୟରୁ ଜଣେ ବୋଲି ସେ କହିିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri