Posted inଜାତୀୟ

ଟ୍ୱିନ ଟାୱାର ଭଙ୍ଗାଯିବା ଘଟଣା: ୩୦ ଦିନରେ ହଟିବ ୧୫ ହଜାର ଟନ ବର୍ଜ୍ୟ, ବେସମେଣ୍ଟରେ ଲାଗିଯିବ ୫୦ ହଜାର ଟନ

ନୋଏଡା,୩୦ ।୮: ଉତ୍ତର ପ୍ରଦେଶ ନୋଏଡ଼ାର ଟ୍ୱିନ ଟାୱାର ଭଙ୍ଗାଯିବା ପରେ ଏବେ ଏହାର ବର୍ଜ୍ୟ ବସ୍ତୁକୁ ଉଠାଇବା ପ୍ରକ୍ରିୟା ଗୋଟିଏ ସପ୍ତାହ ମଧ୍ୟରେ ଆରମ୍ଭ ହୋଇଯିବ । ଏହା ପୂର୍ବରୁ ସେଠାରେ ମରାମତି ଓ ସଫାସୁତୁରା କାମକୁ ଆଗେଇ ନିଆଯାଇଛି । ଟାୱାରରୁ ବାହାରିଥିବା ପ୍ରାୟ ୮୦ ହଜାର ଟନ ଭଗ୍ନାବଶେଷ ମଧ୍ୟରୁ ୫୦ ହଜାର ଟନ ବେସମେଣ୍ଟରେ ଭରି ଦିଆଯିବ । ବାକି ୩୦ ହଜାର ଟନ ଭଗ୍ନାବଶେଷର ଅଧା ଗୋଟିଏ ମାସ ମଧ୍ୟରେ କଢାଯିବ ।

ପଦୂଷଣ ଉପରେ ଲାଗୁ ହୋଇଥିବା ଗ୍ରେଡେଡ ରେସ୍ପନ୍ସ ଆକ୍ସନ ପ୍ଲାନ(ଗ୍ରେପ) ଅନୁଯାୟୀ, ୧ ଅକ୍ଟୋବର ଭିତରେ ଯେତେ ସମ୍ଭବ ଭଗ୍ନାବଶେଷକୁ ଉଠାଇ ସେକ୍ଟର-୮୦ର କନଷ୍ଟ୍ରକଶନ ଆଣ୍ଡ ଡିମୋଲିଶନ(ସିଆଣ୍ଡଡି)ୱେଷ୍ଟ ମ୍ୟାନେଜମେଣ୍ଟ ପ୍ଲାଣ୍ଟରେ ରିସାଇକ୍ଲିଂ ପାଇଁ ପଠାଇ ଦିଆଯିବ । ଭଗ୍ନାବଶେଷକୁ ହଟାଇବା ପାଇଁ ୯୦ ଦିନ ସମୟ ନିର୍ଦ୍ଧାରଣ କରାଯାଇଛି । ଏହାକୁ ହଟାଇବାକୁ କଂକ୍ରିଟ ଓ ସିମେଣ୍ଟର ବଡ ବଡ ଖଣ୍ଡକୁ ଡ୍ରିଲ ମେଶିନ ଦ୍ୱାରା ଭଙ୍ଗାଯିବ । ଏହା ପରେ ଡମ୍ପରରେ ଭର୍ତ୍ତି କରାଯାଇ ସିଆଣ୍ଡଡି ପ୍ଲାଣ୍ଟକୁ ପଠାଇ ଦିଆଯିବ । ଏହି ପ୍ରକ୍ରିୟା ଆରମ୍ଭ କରିବାକୁ ଗୋଟିଏ ସପ୍ତାହ ଲାଗିବ । ପ୍ରାୟ ୧ ହଜାର ଡମ୍ପର ଜରିଆରେ ଭଗ୍ନାବଶେଷକୁ ସିଆଣ୍ଡଡି ପ୍ଲାଣ୍ଟକୁ ପଠାଇ ଦିଆଯିବ ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri