ଛାତ୍ରୀଛାତ୍ର ଆସୁଛନ୍ତି, ଶିକ୍ଷକଙ୍କ ଦେଖାନାହିଁ

ବରୀ,୨୫ା୮(ଡି.ଏନ.ଏ.): ଯାଜପୁର ଜିଲା ବରୀ ଶିକ୍ଷା ମଣ୍ଡଳ ଅଧୀନରେ ଥିବା ବରୀ ପଞ୍ଚାୟତର ଜଲ୍ଲାଲଉଦ୍ଦିନ ଉର୍ଦ୍ଦୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଛାତ୍ରୀଛାତ୍ର ଶିକ୍ଷା ଗ୍ରହଣ କରିବାକୁ ଆସୁଛନ୍ତି। ମାତ୍ର ଶିକ୍ଷୟିତ୍ରୀଶିକ୍ଷକ ଆସୁନାହାନ୍ତି। ଫଳରେ ପିଲାଙ୍କ ପାଠ ପଢାରେ ବ୍ୟାଘତ ସୃଷ୍ଟି ହେଉଛି। ପିଲାମାନେ ନିରାଶ ହୋଇ ଘରକୁ ଫେରି ଯାଉଛନ୍ତି ବୋଲି ସରପଞ୍ଚ ସୋନାଲି ସିଂ ଅଭିଯୋଗ କରିଛନ୍ତି।

ଉକ୍ତ ବିଦ୍ୟାଳୟରେ ୬ ଜଣ ଶିକ୍ଷୟିତ୍ରୀଶିକ୍ଷକ ନିଯୁକ୍ତି ପାଇଛନ୍ତି। ଏହା ଊର୍ଦ୍ଦୁ ବିଦ୍ୟାଳୟ ହୋଇଥିବାରୁ ପ୍ରତ୍ୟେକ ଶୁକ୍ରବାର ବନ୍ଦ ରହିବାର ନିୟମ ରହିଛି। ବରୀ ଶିକ୍ଷା ମଣ୍ଡଳ ଅଧୀନସ୍ଥ ଅନ୍ୟ ବିଦ୍ୟାଳୟ ସହ ଶିକ୍ଷାମଣ୍ଡଳ କାର୍ଯ୍ୟାଳୟ ରବିବାର ବନ୍ଦ ରହିଥାଏ। ମାତ୍ର ଉକ୍ତ ବିଦ୍ୟାଳୟଟି ରବିବାର ଖୋଲା ରହିବାର ସରକାରୀ ନିୟମ ରହିଛି। ଏହି ଶିକ୍ଷାମଣ୍ଡଳର ଅଧିକାରୀମାନେ ସରକାରୀ ଛୁଟି ଦିବସ ଥିବାରୁ ଅନୁପସ୍ଥିତ ରହୁଥିବାରୁ ଏହାର ସୁଯୋଗ ନେଇ ଉକ୍ତ ବିଦ୍ୟାଳୟର ଶିକ୍ଷୟିତ୍ରୀଶିକ୍ଷକ ଅନୁପସ୍ଥିତ ରହୁଛନ୍ତି।

ସୂଚନା ମୁତାବକ, ଉକ୍ତ ବିଦ୍ୟାଳୟର ଜଣେ ଶିକ୍ଷୟିତ୍ରୀ ପ୍ରସୂତିକାଳୀନ ଛୁଟିରେ ଥିବା ବେଳେ ଅନ୍ୟ ୫ଜଣ ଶିକ୍ଷୟିତ୍ରୀଶିକ୍ଷକ ଅନୁପସ୍ଥିତ ରହିବା ଛାତ୍ରୀଛାତ୍ର ଓ ଅଭିଭାବକ ସହଜେ ଗ୍ରହଣ କରିପାରୁନାହାନ୍ତି। ବରୀ ଶିକ୍ଷା ମଣ୍ଡଳ ଅଧିକାରୀଙ୍କ କାର୍ଯ୍ୟାଳୟଠାରୁ ଏହି ବିଦ୍ୟାଳୟର ଦୂରତା ୫ ଶହ ମିଟର। ହେଲେ ଶିକ୍ଷା ଅଧିକାରୀ ଏଥିପ୍ରତି ଦୃଷ୍ଟି ନ ଦେବା ପରିତାପର ବିଷୟ ବୋଲି ଅଭିଭାବକ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ବିଦ୍ୟାଳୟ ଦାୟିତ୍ୱରେ ଥିବା ସିଆର୍‌ସିସି ପ୍ରସନ୍ନ ଷଡ଼ଙ୍ଗୀଙ୍କୁ ପଚାରିବାରେ, ସରପଞ୍ଚ ସିଂ ଫୋନ୍‌ ଯୋଗେ ଅଭିଯୋଗ କରିଛନ୍ତି। ଘଟଣାସ୍ଥଳକୁ ଯାଇ ଅଭିଯୋଗ ମୁତାବକ ସତ୍ୟତା ଅନୁଭବ କରିଛି। ଅନୁପସ୍ଥିତ ଥିବା ଶିକ୍ଷୟିତ୍ରୀଶିକ୍ଷକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡ଼ି ପ୍ରତିଷ୍ଠା ଦିବସରେ ଆଗାମୀ ପଞ୍ଚାୟତ-ସାଧାରଣ ନିର୍ବାଚନ ପାଇଁ ଗୁରୁମନ୍ତ୍ର ଦେଲେ ନେତା

ପାଟଣା,୨୬।୧୨,(ବୀର କିଶୋର ଦାଶ): କେନ୍ଦୁଝର ଜିଲା ବିଜୁ ଜନତା ଦଳ (ବିଜେଡି)ର ପାଟଣା ନିର୍ବାଚନ ମଣ୍ଡଳୀ ସ୍ତରୀୟ ୨୯ତମ ପ୍ରତିଷ୍ଠା ଦିବସ ସାହାରପଡ଼ା ବ୍ଲକ ମୁଖ୍ୟାଳୟ...

ମାରଓ୍ବାଡି ମହିଳାଙ୍କ ସେବା କାର୍ଯ୍ୟକୁ ପ୍ରଶଂସା କଲେ ଏମ୍‌ପି

ବଲାଙ୍ଗୀର,୨୬।୧୨(ସୁନିଲ କୁମାର ମହାନ୍ତି):ଅଖିଳ ଭାରତୀୟ ମାରଓ୍ବାଡି ମହିଳା ସମ୍ମେଳନ ଓଡିଶା ପ୍ରଦେଶର ସପ୍ତଦଶ ପ୍ରାନ୍ତୀୟ ସମ୍ମେଳନ ସ୍ଥାନୀୟ ବିଦ୍ୟା ହେଭନ୍ସ ଠାରେ ଶୁକ୍ରବାର ଅନୁଷ୍ଠିତ ହୋଇଛି।...

ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତା ରୋକ

ବୀରମହାରାଜପୁର,୨୬।୧୨, (ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ହିଲୁଙ୍ଗ ପଞ୍ଚାୟତ ଲୁଚାବନ୍ଦ ପାଖରେ ଗୁରୁବାର ସା ପ୍ରାୟ ୭ଟା୩୦ରେ ଏକ ଅଜଣା ଗାଡ଼ି...

ଧାନମଣ୍ଡି ଖୋଲିବା ଦାବିରେ ବ୍ଳକ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

ପୁରୁଷୋତ୍ତମପୁର,୨୬।୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଧାନମଣ୍ଡି ଖୋଲାଯାଇ ନ ଥିବାରୁ ଚାଷୀମାନେ ଶୋଷଣର ଶିକାର ହେଉଥିବା ଅଭିଯୋଗ ହୋଇଛି। ଏନେଇ ତୁରନ୍ତ ମଣ୍ଡି...

ବାପଘରକୁ ଯାଇଥିଲେ ଫୁଲମତି, ଘର ଭାଙ୍ଗି ଆକ୍ରମଣ କଲା ହାତୀ: ଆଉ ତା’ପରେ…

ବଲାଙ୍ଗୀର ୨୬/୧୨ (ସୁନୀଲ କୁମାର ମହାନ୍ତି):ଖପ୍ରାଖୋଲ ବ୍ଲକ ଲାଠୋର ରେଞ୍ଜ ଅନ୍ତର୍ଗତ ବେନ୍ଦେର ପଞ୍ଚାୟତର ଚହକପଡ଼ା ଗ୍ରାମରେ ଗୁରୁବାର ରାତି ପ୍ରାୟ ୩ଟା ସମୟରେ ୩୨...

ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସଂପତ୍ତି ଠାବ: ୨କୋଠା ୭ପ୍ଲଟ୍‌, କେଜିଏ ସୁନା

ଭୁବନେଶ୍ୱର,୨୬।୧୨: ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସଂପତ୍ତି ଠାବ କଲା ଭିଜିଲାନ୍ସ। ଫରେଷ୍ଟରଙ୍କର ଭୁବନେଶ୍ବର ଝାରପଡ଼ାରେ ଅଛି ୨ଟି ବହୁତଳ କୋଠା। ଭୁବନେଶ୍ବର ସମେତ ଜଗତସିଂହପୁର...

ମାଛ ନେଇଯିବାରୁ ନାବାଳକଙ୍କ ଗୁପ୍ତାଙ୍ଗ କାଟିଦେଲେ

ଏରସମା,୨୬ା୧୨(ଦୀପ୍ତି ଖଣ୍ଡୁଆଳ): ଜଗତ୍‌ସିଂହପୁର ଜିଲା ଏରସମା ଥାନା ଅନ୍ତର୍ଗତ ଆମ୍ବିକି ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ମାଛ ନେଇଯିବାରୁ ଏହି ଗ୍ରାମର ଜଣେ...

ପ୍ରଧାନମନ୍ତ୍ରୀଙ୍କଠାରୁ ପୁରସ୍କାର ଗ୍ରହଣ କରିବେ ଓଡ଼ିଆ ଝିଅ ପ୍ରିୟାଂଶୀ

ଗଞ୍ଜାମ,୨୬ା୧୨(ବିଦ୍ୟାଧର ସାହୁ): ବିକଶିତ ଭାରତ ୟଙ୍ଗ୍‌ ଲିଡରସ ଡାଏଲଗ ୨୦୨୬ର ଷ୍ଟେଟ୍‌ ଚାମ୍ପିଅନ ଭାବେ ଗଞ୍ଜାମ ଜିଲା ହୁମା ଗ୍ରାମର ଓଡ଼ିଆ ଝିଅ ପ୍ରିୟାଂଶୀ ବିଶ୍ୱାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri