Odisha Elections 2024
Posted inଜାତୀୟ

ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କଲେ ସିସୋଦିଆ, ନାଟକ ବନ୍ଦ କରନ୍ତୁ, ମତେ ଯେଉଁଠିକି ଡାକିବେ ମୁଁ ସେଠାକୁ ଯିବି…

ନୂଆଦିଲ୍ଲୀ, ୨୧।୮ : ଦିଲ୍ଲୀ ନୂତନ ଅବକାରୀ ନୀତି ଦୁର୍ନୀତି ମାମଲାରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଦେଶ ଛାଡିବାକୁ ବାରଣ କରାଯାଇଛି। ତାଙ୍କ ବିରୋଧରେ ସିବିଆଇ ଲୁକ ଆଉଟ ସର୍କୁଲାର୍‌ ନୋଟିସ ଜାରି କରିଛି। ନ୍ୟୁଜ ଏଜେନ୍ସି ଏଏନଆଇ ଅନୁଯାୟୀ, ଦିଲ୍ଲୀର ଅବକାରୀ ନୀତି ଦୁର୍ନୀତି ମାମଲାରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସମେତ ସିବିଆଇ ପକ୍ଷରୁ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଲୁକ ଆଉଟ ସର୍କୁଲାର୍‌ ଜାରି ହୋଇଛି। ସମସ୍ତଙ୍କୁ ଦେଶ ଛାଡିବାକୁ ମନା କରାଯାଇଛି।

ସିବିଆଇ ଚଢ଼ାଉ ବିଷୟରେ ସିସୋଦିଆ ଟୁଇଟରରେ ଏକ ୧ ମିନିଟ ୩୪ ସେକେଣ୍ଡର ଭିଡିଓ ଶେୟାର କରିବା ସହିତ ଟୁଇଟ୍‌ ମଧ୍ୟ କରିଛନ୍ତି। ସେ କହିଛନ୍ତି ଯେ ଭିଡ଼ିଓରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି ବିବୃତ୍ତି ଶୁଣିବା ଜରୁରୀ। ଏଥିରୁ ସତ୍ୟ ଜଇା ପଡୁଛି ବୋଲି ସେ କହିଛନ୍ତି। ଏହା ସହିତ ସିସୋଦିଆ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଚଢ଼ାଉ ଜୋରଦାର କରାଯାଇଛି। ମାତ୍ର କିଛି ମିଳିଲା ନାହିଁ। ଏକ ପଇସାର ହେରଫେର ହୋଇନାହିଁ। ବର୍ତ୍ତମାନ ଏକ ଲୁକ ଆଉଟ ନୋଟିସ ଜାରି କରାଯାଇଛି।

ଏହା ସହିତ ସେ ପ୍ରଧାନନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି ଯେ, ଏଭଳି ନାଟକ କାହିଁକି ହେଉଛି। ମୁଁ ଦିଲ୍ଲୀରେ ମୁକ୍ତ ଭାବରେ ବୁଲୁଛି, ମୋତେ କୁହ କେଉଁଠିକୁ ଆସିବି? ମୁଁ ସେଠାକୁ ଯିବି। ମତେ କ’ଣ ଖୋଜି ପାଇପାରୁ ନାହିଁ? ବୋଲି ସିସୋଦିଆ ପ୍ରଶ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩ ପିଲାଙ୍କ ଉପରେ କାର୍‌ ଚଢାଇଦେଲେ ବ୍ରିଜଭୂଷଣ ସିଂହଙ୍କ ପୁଅ, ଘଟଣାସ୍ଥଳରୁ ଫେରାର

ନୂଆଦିଲ୍ଲୀ,୨୯।୫: ପିଲାଙ୍କ ଉପରେ ଚଢିଗଲା ଭାଜପା ଏମପି ବ୍ରିଜଭୂଷଣ ଶରଣ ସିଂହଙ୍କ ପୁଅଙ୍କ କାର୍କେଡ। ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି ୨ ପିଲା। ବ୍ରିଜଭୂଷଣ ସିଂହଙ୍କ ପୁଅ...

‘ଆମେ ମଇଦାନରେ ଝଗଡା କରୁ’; ମୋଦି କହିଲେ, ରାହୁଲ-ସୋନିଆଙ୍କ କିଛି ଅସୁବିଧା ହେଲେ…

ନୂଆଦିଲ୍ଲୀ,୨୯।୫: ବିରୋଧୀ ଦଳର କେଉଁ ନେତାଙ୍କୁ ଆପଣ ବହୁତ ପସନ୍ଦ କରନ୍ତି? ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଏ ସମ୍ପର୍କରେ ଖୁଲାସା କରିଛନ୍ତି ପ୍ରଧାନମନ୍ତ୍ରୀ...

କେଜରିଓ୍ବାଲଙ୍କୁ ସୁପ୍ରିମକୋର୍ଟଙ୍କଠାରୁ ବଡ଼ ଝଟକା

ନୂଆଦିଲ୍ଲୀ,୨୯।୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ସୁପ୍ରିମକୋର୍ଟଙ୍କଠାରୁ ବଡ଼ ଝଟକା ଲାଗିଛି। ମଧ୍ୟବର୍ତ୍ତୀକାଳୀନ ଜାମିନ ବୃଦ୍ଧି କରିବାକୁ ସେ ଏକ ପିଟିସନ ଦାଖଲ କରିଥିଲେ, ଯାହାକୁ...

ଭାରତ ନା ଚାଇନା, କାହାର ସୈନ୍ୟ ଅଧିକ ଶକ୍ତିଶାଳୀ: ଏହି ଭିଡିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲ/ବେଜିଂ,୨୯।୫: ସୁଡାନରେ ମିଳିତ ଜାତିସଂଘର ଶାନ୍ତି ରକ୍ଷା ମିଶନର ଏକ ଅଂଶ ଭାବରେ ଭାରତୀୟ ସୈନିକମାନେ ଚାଇନା ପ୍ରତିପକ୍ଷଙ୍କ ବିରୋଧରେ ଏକ ଟଗ-ଯୁଦ୍ଧ ପ୍ରତିଯୋଗିତା ଜିତିଛନ୍ତି।...

‘ଆଶ୍ଚର୍ଯ୍ୟ କରିବ ବିହାରର ରେଜଲ୍ଟ’, ରାହୁଲଙ୍କ ସହ ଆଲୋଚନା ସମୟରେ ତେଜସ୍ବୀଙ୍କ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୨୯।୫: ଆରଜେଡି ନେତା ତଥା ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ତାଙ୍କ ପରିବାର ଏବଂ ସାଙ୍ଗମାନଙ୍କ ସହିତ ମଧ୍ୟାହ୍ନ ଭୋଜନ କରୁଥିବା ସମୟରେ ଏକ...

ଓଡ଼ିଶା ସମେତ ଏହି ସବୁ ରାଜ୍ୟରେ ଭାଜପାକୁ ମିଳିବ ଏତେ ଆସନ, ଆଶ୍ଚର୍ଯ୍ୟଜନକ ଭବିଷ୍ୟବାଣୀ କଲେ ଲୋକନୀତି-ସିଏସ୍‌ଡିଏସ୍‌ର ସହ-ନିର୍ଦ୍ଦେଶକ

ନୂଆଦିଲ୍ଲୀ,୨୯।୫: ଲୋକ ସଭା ନିର୍ବାଚନ ୨୦୨୪କୁ ନେଇ ସେଣ୍ଟର ଫର ଷ୍ଟଡି ଅଫ ଡେଭଲପିଙ୍ଗ୍‌ ସୋସାଇଟି (CSDS) ଲୋକନୀତିର ସହ-ନିର୍ଦ୍ଦେଶକ ପ୍ରଫେସର ସଞ୍ଜୟ କୁମାର ଏକ...

ଉତ୍ତରପ୍ରଦେଶରେ ଏତିକି ଆସନ ଜିତିବ ଇଣ୍ଡିଆ ମେଣ୍ଟ, ରାହୁଲ କଲେ ବଡ଼ ଦାବି

ନୂଆଦିଲ୍ଲୀ,୨୯।୫: ନିର୍ବାଚନ ବାତାବରଣ ମଧ୍ୟରେ କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀ ଉତ୍ତରପ୍ରଦେଶ (ୟୁପି)ରେ ଇଣ୍ଡିଆ ମେଣ୍ଟର ବିଜୟ ଉପରେ ଏକ ବଡ଼ ଦାବି କରିଛନ୍ତି। ମଙ୍ଗଳବାର...

ସହରୀକରଣରୁ ବଢ଼ୁଛି ରାତିର ତାତି

ନୂଆଦିଲ୍ଲୀ, ୨୯।୫ : ଭାରତର ୧୪୦ଟି ମୁଖ୍ୟ ସହରରେ ରାତିରେ ଗ୍ରାମାଞ୍ଚଳଠାରୁ ୬୦ ପ୍ରତିଶତ ଅଧିକ ଗରମ ଅନୁଭୂତ ହେଉଛି। ଏହାର ପ୍ରମୁଖ କାରଣ ସହରୀକରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri