ସଙ୍କୁଚିତ ସ୍ମାର୍ଟ ରାସ୍ତା ସମ୍ପୂର୍ଣ୍ଣ ପାଇଁ ୨ ମାସ ବଢ଼ିଲା ଅବଧି

ବ୍ରହ୍ମପୁର ଅଫିସ,୨୦।୮: ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ସହରର ୫ଟି ସ୍ଥାନରେ ସ୍ମାର୍ଟ ରାସ୍ତା କାର୍ଯ୍ୟ ଚାଲିଛି। କିନ୍ତୁ ଏଥି ନିମନ୍ତେ ଅବଧି ସମୟ ଶେଷ ହୋଇଥିବା ସତ୍ତ୍ୱେ ଏ ଯାଏ କୌଣସି ଗୋଟିଏ ବି ରାସ୍ତା କାର୍ଯ୍ୟ ଶେଷ ହୋଇ ନାହିଁ। ଏଣୁ କାର୍ଯ୍ୟ ସମ୍ପୂର୍ଣ୍ଣ ନିମନ୍ତେ ୨ ମାସ ଅବଧି ବୃଦ୍ଧି କରାଯାଇଥିବା ସେ କହିଛନ୍ତି।
ଅନ୍ୟପଟେ କେତେବେଳେ ରାସ୍ତା କାର୍ଯ୍ୟ ଚାଲୁ ରହିଥିବା ବେଳେ ଆଉ କେଉଁଠାରେ ବନ୍ଦ ହୋଇଛି। ଫଳରେ ସହରବାସୀ ଯାତାୟାତରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଫଳରେ ନିଜର ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପାଇଁ ବିଭିନ୍ନ ଗଳିକନ୍ଦି ରାସ୍ତା ଦେଇ ଯିବାକୁ ପଡୁଛି। ଦୀର୍ଘ ଦିନ ଧରି କାର୍ଯ୍ୟ ଲାଗି ରହିଥିବାରୁ ଟ୍ରାଫିକ ସମସ୍ୟା ଉପୁଜୁଛି। ତେବେ ସହରରେ ୫ଟି ସ୍ଥାନରେ ନିର୍ମାଣାଧୀନ ରାସ୍ତା ପ୍ରଶସ୍ତୀକରଣ ବଦଳରେ ସଙ୍କୁଚିତ ହୋଇଛି। ଆଗାମୀ ଦିନରେ ଯାନବାହନ ଯାତାୟାତରେ ସମସ୍ୟା ସୃଷ୍ଟି କରିବ ବୋଲି ମତ ପ୍ରକାଶ ପାଇଛି।
ସୂଚନାଯୋଗ୍ୟ, ବିଏମ୍‌ସି ପକ୍ଷରୁ ୩ କୋଟି ୫୩ ଲକ୍ଷ ୪୩ ହଜାର ୧୩୫ ଟଙ୍କା ବ୍ୟୟରେ ସୁବାରାଓ ଛକଠାରୁ ଷ୍ଟେଟ ବ୍ୟାଙ୍କ ଓ ସେଣ୍ଟ ଭିନ୍‌ସେଣ୍ଟ୍‌ ସ୍କୁଲ ସ୍ମାର୍ଟ ରାସ୍ତା ନିର୍ମାଣ ଚାଲିଛି। ଏହାର ଲମ୍ବ ୬୦୦ ମିଟର। ସେହିଭଳି ୩ କୋଟି ୮୦ ଲକ୍ଷ ୯୦ ହଜାର ୯୦୭ ଟଙ୍କା ବ୍ୟୟରେ ୭୩୦ ମିଟର ବିଶିଷ୍ଟ ଅନ୍ନପୂର୍ଣ୍ଣା ମାର୍କେଟଠାରୁ ବିିଶାଲ ମେଗା ମାର୍ଟ ରାସ୍ତା, ୨ କୋଟି ୨୬ ଲକ୍ଷ ୫୯ ହଜାର ୮୦୦ ଟଙ୍କା ବ୍ୟୟରେ ୫୫୫ ମିଟର ରାସ୍ତା, ୩ କୋଟି ୫ ଲକ୍ଷ ୩୧ ହଜାର ଟଙ୍କା ବ୍ୟୟରେ ୫୨୦ ମିଟର ରାସ୍ତା, ୨ କୋଟି ୧୦ ଲକ୍ଷ ୭୯ ହଜାର ଟଙ୍କା ବ୍ୟୟରେ ୫୧୦ ମିଟର ବିଶିଷ୍ଟ ସ୍ମାର୍ଟ ରାସ୍ତା ନିର୍ମାଣାଧୀନ ରହିଛି। ଏହି ସବୁରେ ପେଭର, ଫୁଟପାଥ ପେଭର ବ୍ଲକ, ସାଇକେଲ ଟ୍ରାକ୍‌, ରାସ୍ତା ଦୁଇ ପାର୍ଶ୍ୱରେ ଆରସିସି ଡ୍ରେନ, ପାର୍କିଂ ଓ ସବୁଜୀକରଣ, ୱାଲ ପେଣ୍ଟିଂ, ୧ମିଟର ବିଶିଷ୍ଟ ୱାକିଂ ଟ୍ରାକ, ୨ଟି କଲଭର୍ଟ ଓ ଡ୍ରେନେଜରେ ଘୋଡଣିର ବ୍ୟବସ୍ଥା ରହିବ। ରାସ୍ତା କାର୍ଯ୍ୟ ନିମନ୍ତେ ୨୦୨୧ ଡିସେମ୍ବର ୨୬ରେ ଶିଳାନ୍ୟାସ କରାଯାଇଥିଲା। ଏହି ସମସ୍ତ କାର୍ଯ୍ୟ ସରିବା ପାଇଁ ୩ ମାସ ଅବଧି ରଖାଯାଇଥିଲା। କିନ୍ତୁ ଧାର୍ଯ୍ୟ ସମୟ ମଧ୍ୟରେ ସରିଲା ନାହିଁ। ଫଳରେ ବିଏମ୍‌ସି ପକ୍ଷରୁ ଜୁନ ୧୫ ଯାଏ ସମୟ ଅବଧି ବୃଦ୍ଧି କରାଯାଇଥିଲା। ଅବଧି ସମୟ ଶେଷ ହୋଇ ୧ ମାସରୁ ଊର୍ଦ୍ଧ୍ୱ ସମୟ ବିତି ଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ସମ୍ପୂର୍ଣ୍ଣ ହୋଇ ନ ଥିବା ଦେଖିବାକୁ ମିଳିଛି। ତେବେ ସ୍ମାର୍ଟ ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ ହେବା ପାଇଁ ସମୟ ସୀମା ୨ ମାସ ବୃଦ୍ଧି କରାଯାଇଥିବା ସୂଚନା ମିଳିଛି। ଆସନ୍ତା ଅକ୍ଟୋବରରେ ଶେଷ ହେବ ବୋଲି ବିଏମ୍‌ସି ପକ୍ଷରୁ ଆଶା ପୋଷଣ କରାଯାଇଛି।
ଏ ନେଇ କନିଷ୍ଠ ଯନ୍ତ୍ରୀ ତପନ କୁମାର ରୟଙ୍କ ସହ ଯୋଗାଯୋଗ ବେଳେ କହିଛନ୍ତି, ରାସ୍ତା ୨ ପାର୍ଶ୍ୱରେ ପାର୍କିଂ ସୁବିଧା ସହ ଡ୍ରେନେଜ୍‌ ବ୍ୟବସ୍ଥା କରାଯାଇଛି। ଯାହାଦ୍ୱାରା ସହରବାସୀ ଉପକୃତ ହୋଇପାରିବେ। ରାସ୍ତା ସଙ୍କୁଚିତ ହୋଇ ନାହିଁ। ସ୍ମାର୍ଟ ରାସ୍ତା ନିମନ୍ତେ ଉଦ୍ଦିଷ୍ଟ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି। ସର୍ବସାଧାରଣ ଯାତାୟାତ ନିମନ୍ତେ ସୁଗମ ରାସ୍ତା ରହିଛି। ଲଗାଣ ବର୍ଷା ଓ ବିଭିନ୍ନ ସମସ୍ୟାରୁ କାର୍ଯ୍ୟରେ ବାଧା ଉପୁଜୁଛି। ଏଣୁ ରାସ୍ତା କାର୍ଯ୍ୟ ସମ୍ପୂର୍ଣ୍ଣ ନିମନ୍ତେ ୨ ମାସ ଅବଧି ବୃଦ୍ଧି କରାଯାଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri