କେନ୍ଦ୍ରର ଆନ୍ତରିକତା ନାହିଁ, ନ୍ୟାୟାଳୟର ଦାରସ୍ଥ ହେବ ଆଦିବାସୀ ସମାଜ

ଝାରସୁଗୁଡ଼ା ଅଫିସ,୧୨।୮: ଝାରସୁଗୁଡ଼ା ଜିଲାର ଲଇକେରା, କିର୍ମିରା ଓ ସମ୍ବଲପୁର ଜିଲାର ଯୁଯୁମୁରା ବ୍ଲକକୁ ଆଇଟିଡିଏ ମାନ୍ୟତା ପାଇଁ ସମସ୍ତ ସାମ୍ବିଧାନିକ ବ୍ୟବସ୍ଥା ୨୦୧୧ରୁ ଶେଷ ହୋଇଛି । ଏପରି କି ସମ୍ମିଳିତ ଆଦିବାସୀ ସମାଜ ପକ୍ଷରୁ ୬ ବର୍ଷ ହେଲା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିକଟରେ ଆଇଟିଡିଏ ମାନ୍ୟତା ନେଇ ଦାବି ହୋଇ ଆସୁଛି। ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ନଭେମ୍ବର ୨୦୧୭ରୁ ବିଧିବଦ୍ଧ ପ୍ରସ୍ତାବ ଦେଇଥିଲେ ମଧ୍ୟ ଅଦ୍ୟାବଧି ଏହା ଘୋଷଣା ନ ହେବା ଆଦିବାସୀଙ୍କ ପ୍ରତି ଅନ୍ୟାୟ ହେଉଥିବା ସମ୍ମିଳିତ ଆଦିବାସୀ ସମାଜ ଅଭିଯୋଗ କରିଛି।

ଅନ୍ୟପକ୍ଷରେ ଏହି ପ୍ରସ୍ତାବ ଗ୍ରହଣୀୟ କି ନୁହେଁ କହିବା ପରିବର୍ତ୍ତେ, ଦୀର୍ଘ ୪ ବର୍ଷ ପରେ କେନ୍ଦ୍ର ଆଦିବାସୀ ବ୍ୟାପାର ବିଭାଗ ଗତ ୧୧ ଅକ୍ଟୋବର ୨୦୨୧ରେ ରାଜ୍ୟ ସରକାରଙ୍କୁ ଚିଠି ଲେଖି ଜଣାଇଛିି। ୨୦୧୭ରୁ ଦେଇଥିବା ପ୍ରସ୍ତାବ ବର୍ତ୍ତମାନ ଗ୍ରହଣ କରିବା ସମୟ ଅତିକ୍ରାନ୍ତ ହୋଇଯାଇଛି। ଏଥିପାଇଁ ନୂତନ ପ୍ରସ୍ତାବ ପଠାଇବା ଲାଗି ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି। ଏଥିରୁ ସ୍ପଷ୍ଟ ହେଉଛି, କେନ୍ଦ୍ର ସରକାର ଆଦିବାସୀଙ୍କ ବିରୋଧୀ ଓ ଆଇଟିଡିଏ ବ୍ଲକ ଘୋଷଣା କରିବା ପାଇଁ ସରକାରଙ୍କ ଆନ୍ତରିକତା ନାହିଁ ବୋଲି ସମାଜ ପକ୍ଷରୁ କୁହାଯାଇଛି।

ଏପରିକି ଗତ ୮ ତାରିଖରେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ୱର ଟୁଡୁ, ଏମ୍‌ପି ସୁରେଶ ପୂଜାରୀଙ୍କ ପ୍ରଶ୍ନର ଉତ୍ତର ସଂସଦରେ ରଖିଛନ୍ତି। ଆଇଟିଡିଏ/ଆଇଟିଡିପି ଘୋଷଣା ପାଇଁ ସମ୍ପୃକ୍ତ ବ୍ଲକରେ ଆଦିବାସୀଙ୍କ ଜନସଂଖ୍ୟା ୫୦ ପ୍ରତିଶତରୁ ଅଧିକ ଥିବା ଆବଶ୍ୟକ। ଏପରିକି ଲଇକେରା, କିର୍ମିରା ଓ ଯୁଯୁମୁରା ବ୍ଲକକୁ ଆଇଟିଡିଏର ଅନ୍ତର୍ଭୁକ୍ତ କରିବା ପାଇଁ ବିଧିବଦ୍ଧ ପ୍ରସ୍ତାବ ରାଜ୍ୟ ସରକାରଙ୍କଠାରୁ ପ୍ରାପ୍ତ ହୋଇଛି। ପୁଣି ତାଙ୍କ ଉତ୍ତରରେ କହିଛନ୍ତି ଯେ, ସମ୍ପୃକ୍ତ ପ୍ରସ୍ତାବର ତର୍ଜମା ନେଇ ରାଜ୍ୟ ସରକାରଙ୍କ ସହିତ ଯୋଗାଯୋଗ କରାଯାଉଛି। ଏଥିମଧ୍ୟରେ ଦୀର୍ଘ ୧୨ ବର୍ଷ ବିତିଗଲାଣି, ତେବେ ତର୍ଜମା ସମାପ୍ତ ହେବା ଓ ନିଷ୍ପତ୍ତି ଗ୍ରହଣ ହେବ ହେବ କି ନାହିଁ ଏହା ନ କହି ସଂସଦରେ ଅଯୌକ୍ତିକ ଉତ୍ତର ଉପସ୍ଥାପନ କରିବା ହାସ୍ୟାସ୍ପଦ ବୋଲି ଆଦିବାସୀ ସମାଜ ପକ୍ଷରୁ କୁହାଯାଇଛି।

ଗତ ୯ ତାରିଖରେ କେନ୍ଦ୍ର ଶିଳ୍ପମନ୍ତ୍ରୀ ଫଗନ ସିଂ କୁଲସ୍ତେ ତତ୍କାଳୀନ ଆଦିବାସୀ ବ୍ୟାପାର ମନ୍ତ୍ରୀ ତଥା ସୁନ୍ଦରଗଡ଼ ଏମ୍‌ପି ଜୁଏଲ ଓରାମଙ୍କ ଝାରସୁଗୁଡ଼ା ଗସ୍ତ ସମୟରେ ସମ୍ମିଳିତ ଆଦିବାସୀ ସମାଜର ସଭାପତି ମାଧବ ସିଂହ ନାଏକ, ଉପଦେଷ୍ଟା ରତ୍ନାକର ପ୍ରଧାନ, ଅଖିଳ ଭାରତୀୟ ଗୋଁଣ୍ଡୱନା ଗୋଁଣ୍ଡ ମହାସଭା ଝାରସୁଗୁଡ଼ା ଜିଲା ସଭାପତି ଡମ୍ବରୁଧର ନାଏକ ପ୍ରମୁଖ ଏକାଠି ହୋଇ ସମ୍ପୃକ୍ତ ବ୍ଲକକୁ ଆଇଟିଡିଏ ମାନ୍ୟତା ନେଇ ଦାବି ଉପସ୍ଥାପନ କରିଥିଲେ। ଏପରି କି ପୂର୍ବରୁ ବହୁବାର ଏନେଇ ଦାବି ଉପସ୍ଥାପନ କରାଯାଇଛି। ଏମ୍‌ପି ଓରାମ ସେହି ସମୟରେ ବିଭାଗୀୟ ମନ୍ତ୍ରୀ ଥିଲେ । ହେଲେ ସବୁ ଜାଣିକି ଆଉଥରେ ଦାବିପତ୍ର ଉପସ୍ଥାପନ କରନ୍ତୁ ବୋଲି ପ୍ରତିନିଧି ମଣ୍ଡଳୀଙ୍କୁ କହିବା ଅତି ହାସ୍ୟାସ୍ପଦ ବୋଲି ସମାଜ ପକ୍ଷରୁ ଅଭିଯୋଗ ହେଉଛି। ଏଭଳି ପରିସ୍ଥିତିରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ଭରସା ତୁଟିଯିବା ପରେ ସମ୍ମିଳିତ ଆଦିବାସୀ ସମାଜ ଆସନ୍ତା ସପ୍ତାହରେ ଆଇଟିଡିଏ ପ୍ରସ୍ତାବ ପାଇଁ ନ୍ୟାୟାଳୟରେ ଦାବି ଉପସ୍ଥାପନ କରିବେ ବୋଲି ଅଖିଳ ଭାରତୀୟ ଗୋଁଣ୍ଡୱନା ଗୋଁଣ୍ଡ ମହାସଭା ରାଜ୍ୟ ସଭାପତି ମହେନ୍ଦ୍ର ନାଏକ, ସମ୍ମିଳିତ ଆଦିବାସୀ ସମାଜ ସଭାପତି ମାଧବ ସିଂହ ନାଏକ ଓ ଉପଦେଷ୍ଟା ପ୍ରଭାକର ଓରାମ ପ୍ରମୁଖ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ପ୍ରଚାର ଜୋରଦାର: ଘରଘର ବୁଲି ଆଶୀର୍ବାଦ ଭିକ୍ଷା କରୁଛନ୍ତି ପ୍ରାର୍ଥୀ

ଖଡ଼ିଆଳ,୨୮।୪(ସୁଜିତ କୁମାର ପ୍ରଧାନ)-ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନୀ ଉଷ୍ମତା ସେତେ ବୃଦ୍ଧିପାଉଛି। ନୂଆପଡ଼ା ଜିଲାର ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

୩୦ରେ ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ବୈଠକରେ ହୋହଲ୍ଲା

ହିଞ୍ଜିଳିକାଟୁ ୨୮।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ହିଞ୍ଜିଳି ବିଧାନସଭା ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ଏହି...

ବଢୁଛି ତାତି: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କର

ସମ୍ବଲପୁର,୨୭ା୪(ବି.ଶଙ୍କର): ସଂପ୍ରତି ରାଜ୍ୟରେ ତାପମାତ୍ରା ବୃଦ୍ଧି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ...

ଦୀପ ନିଆଁରେ ପୋଡ଼ିଯାଇଥିବା ମହିଳାଙ୍କ ଚାଳିଗଲା ଜୀବନ

ଚିକିଟ,୨୮ା୪(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କ.ନୂଆଗାଁ ଥାନା ଚିକିଟିପେଣ୍ଠସ୍ଥିତ ପଣ୍ଡିତରା ସାହିରେ ଗତ ୧୬ ତାରିଖ ଚୈତ୍ର ମଙ୍ଗଳବାର ମନ୍ଦିର ଦୀପରେ ପୋଡ଼ିଯାଇଥିବା ଜଣେ...

ଆମ୍ବ ଗୋଟାଇବା ପାଇଁ ଯାଇଥିଲେ: ହେଲା ବଜ୍ରପାତ

ଧରାକୋଟ,୨୮ା୪(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ବାହାରପୁର ପଞ୍ଚାୟତ କାଠଗଡା ଗ୍ରାମର ଜଣେ ବୃଦ୍ଧା ବଜ୍ରପାତରେ ଆହତ ହୋଇଛନ୍ତି। ସେ ହେଲେ ଘନ...

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri