ଅଧିକାରୀ ଆସିଲେ ଦିଆଯିବ ଅନୁମତି

ଛେଣ୍ଡିପଦା, ୨୬।୭ (ସ୍ବ.ପ୍ର.) ଅତିଷ୍ଠ କରୁଛି ଅଘୋଷିତ ବିଦ୍ୟୁତ୍‌ କାଟ। ବଦଳାଯାଉନି ବିପଦପୂର୍ଣ୍ଣ ଅବସ୍ଥାରେ ଥିବା ଇଲେକ୍ଟ୍ରି ଖୁଣ୍ଟ। ନିର୍ଦ୍ଧାରିତ ଉଚ୍ଚତାକୁ ଉଠାଯାଉନି ଅତି ତଳକୁ ଓହଳିଥିବା ତାର। ମୁକୁଳା ପଡ଼ିଥିବା ଟ୍ରାନ୍ସଫର୍ମରରେ ଲାଗି ମରୁଛନ୍ତି ଗୋରୁ। ମିଟର ପାଖରେ ନ ଅଟକି ଘରେ ପଶୁଛନ୍ତି ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌। ବିଦ୍ୟୁତ୍‌ ଅବ୍ୟବସ୍ଥା ଦୂର ପରିବର୍ତ୍ତେ ବଳ ପ୍ରୟୋଗ କରୁଛି ବଣ୍ଟନକାରୀ କମ୍ପାନୀ। ଏହି କାରଣରୁ ବିଲ୍‌ ଆଦାୟ ପାଇଁ ଆସୁଥିବା କର୍ମଚାରୀଙ୍କୁ ପୂରାଇ ଦିଆଯାଉନି ଗଁାରେ। ସମସ୍ୟା ସମାଧାନ ପାଇଁ ଅଧିକାରୀମାନେ ଆସି ଆଲୋଚନା କରିବା ପରେ ଯାଇ ଗଁାକୁ ପ୍ରବେଶ ଅଧିକାର ଦିଆଯିବ ବୋଲି କହିଛନ୍ତି ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ୩ ପଞ୍ଚାୟତର ଅନେକ ବିଦ୍ୟୁତ୍‌ ଉପଭୋକ୍ତା।
ସେମାନଙ୍କ କହିବା ଅନୁଯାୟୀ, ବ୍ଲକର କମ୍ପସଲା, ବ୍ରାହ୍ମଣବିଲ ଓ ଚାଙ୍ଗୁଡିଆ ପଞ୍ଚାୟତର ୧୦ରୁ ଊର୍ଦ୍ଧ୍ୱ ଗ୍ରାମବାସୀ ବିଦ୍ୟୁତ୍‌ ସେବାର ସେପରି ସୁବିଧା ପାଇପାରୁ ନାହାନ୍ତି। ଦୀର୍ଘଦିନ ହେବ ଅଚାନକ ବିଦ୍ୟୁତ୍‌ କାଟ ଜାରି ରହିଛି। ଦିନକୁ ୧୦ରୁ ଅଧିକ ଥର ପାଓ୍ବାର କଟାଯାଉଛି। ଲୋ ଭୋଲଟେଜ୍‌ର ପ୍ରତିକାର କରାଯାଉ ନାହିଁ। ଘନ ଘନ ବିଦ୍ୟୁତ୍‌ ଯାଉଥିବାରୁ ଚାଷୀ ପାଣି ପମ୍ପ ଚଲାଇପାରୁ ନାହିଁ। ସନ୍ଧ୍ୟାରେ ପିଲାମାନେ ପାଠ ପଢ଼ିପାରୁ ନାହାନ୍ତି। ପାନୀୟ ପ୍ରକଳ୍ପରୁ ପାଇପ୍‌ ପାଣି ଆସିପାରୁ ନାହିଁ। ଅନେକ ସ୍ଥାନରେ ବିଦ୍ୟୁତ୍‌ ଖୁଣ୍ଟ, ତାର ଓ ଟ୍ରାନ୍ସଫର୍ମର ବିପଦ ସାଜୁଥିଲେ ମଧ୍ୟ ସମସ୍ୟା ଦୂର କରାଯାଉ ନାହିଁ। ଆଖପାଖରେ ହାତୀ ଥିଲେ ଦିନ ଦିନ ଧରି ଇଲେକ୍ଟ୍ରିର ଦେଖା ମିଳୁନାହିଁ। ଫଳରେ ଅନ୍ଧାରରେ ଗ୍ରାମବାସୀ ହାତୀ ଭୟ ଭିତରେ ରାତି କାଟୁଛନ୍ତି। ବିନା କାରଣରେ ଓ ବିନା ଅନୁମତିରେ ଲାଗିଥିବା ମିଟରକୁ ପରିବର୍ତ୍ତନ କରିଦିଆଯାଉଛି। ଏ ବାବଦରେ ୨୪ଶହ ଟଙ୍କା ଉପଭୋକ୍ତାଙ୍କ ଉପରେ ଲଦି ଦିଆଯାଉଛି। ଆସୁଥିବା ଏନ୍‌ଫୋର୍ସମେଣ୍ଟ ସ୍କ୍ବାର୍ଡ୍‌ ଜବରଦସ୍ତି ଘରେ ପଶି ଜରିମାନା କରୁଛି। ଏ ନେଇ ଆପତ୍ତି ଅଭିଯୋଗ କଲେ କର୍ଣ୍ଣପାତ କରାଯାଉ ନାହିଁ। କମ୍ପାନୀ କର୍ତ୍ତୃପକ୍ଷଙ୍କ ମନୋମୁଖୀ କାର୍ଯ୍ୟ ତଥା ଏପରି ଶୋଷଣ ନୀତି ବିରୋଧରେ ବ୍ଲକ ଅଞ୍ଚଳରେ ଅସନ୍ତୋଷ ତେଜିବାରେ ଲାଗିଛି। ଏହାର ପ୍ରତିବାଦରେ ୩ଟି ପଞ୍ଚାୟତର ଉପଭୋକ୍ତାମାନଙ୍କୁ ନେଇ ଏକ ମଞ୍ଚ ଗଠନ କରାଯାଇଛି। ଦେୟ ଆଦାୟ ପାଇଁ ଆସୁଥିବା କମ୍ପାନୀର କୌଣସି କର୍ମଚାରୀଙ୍କୁ ଗ୍ରାମକୁ ପ୍ରବେଶ କରାଇ ଦିଆଯାଉ ନାହିଁ। ମାସେ ହେଲା ଏପରି ବିରୋଧ, ପ୍ରତିବାଦ ଜାରି ରହିଥିଲେ ମଧ୍ୟ କମ୍ପାନୀର ଉଚ୍ଚ କର୍ତ୍ତୃପକ୍ଷ ଆସୁନାହାନ୍ତି କି ଆଲୋଚନା କରୁନାହାନ୍ତି। ଏପରି ମନୋମୁଖୀ କାର୍ଯ୍ୟର ଆଗାମୀ ଦିନରେ ଜୋରଦାର ପ୍ରତିବାଦ କରାଯିବ। ଉପଭୋକ୍ତାମାନେ ଆନ୍ଦୋଳନ ପାଇଁ ସଜବାଜ ହେଉଥିବାରୁ ବିଦ୍ୟୁତ୍‌ ବଣ୍ଟନକାରୀ କମ୍ପାନୀକୁ ଏଥିପାଇଁ ମୂଲ୍ୟ ଦେବାକୁ ପଡ଼ିବ ବୋଲି ୩ ପଞ୍ଚାୟତର ବହୁ ଉପଭୋକ୍ତା ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶଙ୍ଖ ଛାଡ଼ିଲେ ପୂର୍ବତନ ବିଧାୟକ

ଛେଣ୍ଡିପଦା,୧ା୫(ଅଜିତ ଧଳ):ଅନୁଗୋଳ ଜିଲା ଛେଣ୍ଡିପଦା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଖଗେଶ୍ୱର ବେହେରା ବିଜେଡିରୁ ଇସ୍ତଫା ଦେଇଛନ୍ତି। ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ସେ...

ଥମୁନି ଶିମିଳିପାଳ ବାନଗ୍ନି

ବାରିପଦା,୧ା୫(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସବୁଜ ବନାନୀରେ ଭରପୁର ଶିମିଳିପାଳ ଅଭୟାରଣ୍ୟରେ ବାନଗ୍ନି ଅଣାୟତ୍ତ ହୋଇପଡିଛି । ପ୍ରତିଦିନ ନିଆଁ ଲାଗୁଥିବା ବେଳେ ବନ ବିଭାଗ ରୋକିବାକୁ...

ପାଣ୍ଡିଆନଙ୍କୁ କଡ଼ା ସମାଲୋଚନା କଲେ ପ୍ରଦୀପ, କହିଲେ…

ଭୁବନେଶ୍ୱର,୧।୫: ମୁଖ୍ୟମନ୍ତ୍ରୀ ଓ କାର୍ତ୍ତିକ ପାଣ୍ଡିଆନଙ୍କୁ ସମାଲୋଚନା କରିଛନ୍ତି ଭାଜପା ନେତା ତଥା ବ୍ରହ୍ମପୁରରୁ ଲୋକ ସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ । ଯଦି ତାଙ୍କ...

ବିଜେଡିରେ ଫାଟ: ପ୍ରଦୀପ-ରମେଶ ଗୋଷ୍ଠୀ ମୁହାଁମୁହିଁ

ନବରଙ୍ଗପୁର/ଝରିଗାଁ,୧।୫(ସଦାଶିବ ପ୍ରହରାଜ/କିଶୋର ଚନ୍ଦ୍ର ମଣ୍ଡଳ):ନିର୍ବାଚନ ଯେତିକି ପାଖେଇ ଆସୁଛି, ଝରିଗାଁ ନିର୍ବାଚନମଣ୍ଡଳୀରେ ବିଜେଡି ଟେନ୍‌ସନ ସେତିକି ବଢ଼ିବାରେ ଲାଗିଛି। ବିଜେଡିରେ ଫାଟ ଥିବା ଅଭିଯୋଗ ହେଉଛି।...

ବିଶ୍ୱର ୧୦ ଉତ୍ତପ୍ତ ସହର ମଧ୍ୟରେ ଓଡ଼ିଶାର ୩

ଭୁବନେଶ୍ୱର, ୧ା୫ (ଅସମାପିକା ସାହୁ):ପ୍ରବଳ ଖରାରେ ଜଳୁଛି ସାରା ଓଡ଼ିଶା। ଘରୁ ବାହାରିଲେ ତାତି ସହିତ ଝାଞ୍ଜି ପବନ ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି। ଗତ ୧୬ଦିନ...

‘ଧନୁ ସଂକ୍ରାନ୍ତି ପରେ ପଦ୍ମ ଫୁଟେନି’

ବରଗଡ଼,୩୦।୪(ପ୍ରେମାନନ୍ଦ ଖମାରୀ)- ସାଧାରଣ ନିର୍ବାଚନକୁ ନେଇ ଘଡ଼ିକୁ ଘୋଡ଼ା ଛୁଟୁଛି । ଏହାକୁ ନେଇ ଦଳୀୟ ନେତା, ପ୍ରାର୍ଥୀଙ୍କ ବୟାନବାଜି ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ...

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୧ କୋଟିର ମାଲିକ

ଭୁବନେଶ୍ୱର,୩୦।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନୀ ସତ୍ୟପାଠରେ ନିଜର ସମ୍ପତ୍ତିର ତଥ୍ୟ ଦେଇଛନ୍ତି। ସେ ହେଉଛନ୍ତି ୭୧ କୋଟି ଟଙ୍କା ସମ୍ପତ୍ତିର ମାଲିକ। ତାଙ୍କ ପାଖରେ...

ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ

ଆନନ୍ଦପୁର,୩୦।୪: ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ। ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ମଙ୍ଗଳବାର ଇସ୍ତଫା ଦେଇଛନ୍ତି। ଏନେଇ ସେ ନିଜର ଇସ୍ତଫାପତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri