୧୫୦ରୁ ଊର୍ଦ୍ଧ୍ୱ କେନ୍ଦୁଗଛ କାଟିଦେଲେ

ଯାଜପୁର ଅଫିସ/ ରଗଡି(ଡି.ଏନ.ଏ.),୨୧ା୭: କଟକ ବନଖଣ୍ଡ ଯାଜପୁର ରୋଡ ରେଞ୍ଜ ଅଧୀନ ପଛିକୋଟ ଡିପିଏଫ୍‌ (ଡିମାର୍କେଟେଡ ପ୍ରୋଟେକ୍ଟ ଫରେଷ୍ଟ) ଅଧୀନ କୋରାବନ୍ଦୀ ଓ ମଲାରିଆ ମଧ୍ୟ ଭାଗରେ ଥିବା ୧୪୮ ହେକ୍ଟର ଶାଳ ଜଙ୍ଗଲ ଏବେ ନିଶ୍ଚିହ୍ନ ହେବାକୁ ବସିଛି। ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହୀନତା ଯୋଗୁ ଏହି ଜଙ୍ଗଲରୁ ମୂଲ୍ୟବାନ ଶାଳ, ଅସନ, ମହୁଲ, ଚାର ଆଦି ଗଛ ଉପରେ ମାଫିଆଙ୍କ ଲୋଲୁପ ଦୃଷ୍ଟି ପଡିଛି। ଏହି ଘଟଣା ପରିବେଶବିତ୍‌ଙ୍କୁ ଚିନ୍ତାରେ ପକାଇଥିବା ବେଳେ ଗତ ୨ ଦିନ ହେବ ଭାଲୁକାହୁଡ଼ି ନିକଟରେ ଥିବା ଝାଟି ଜଙ୍ଗଲକୁ ସଫା କରି ଅନ୍ୟ ଚାରା ରୋପଣ ପାଇଁ ଯାଜପୁର ରୋଡ଼ ବନ ବିଭାଗ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ପ୍ରାୟ ୧୫୦ କେନ୍ଦୁ ଗଛ କାଟି ସଫା କରି ଦିଆଯାଇଛି। ଏନେଇ ମଲାରିଆ ଗ୍ରାମର ଜଙ୍ଗଲ ସୁରକ୍ଷା କମିଟିର ସଭ୍ୟମାନେ ଅଭିଯୋଗ କରିଛନ୍ତି।
ସୂଚନା ଅନୁଯାୟୀ ଗୋଟିଏ କେନ୍ଦୁଗଛ ୧୦ ଫୁଟ ଉଚ୍ଚତା ବିଶିଷ୍ଟ ହେବାକୁ ୧୨ ରୁ ୧୫ ବର୍ଷ ସମୟ ଲାଗିଥାଏ। ଫଳ ଦେବାକୁ ପାଖାପାଖି ୩୦ ବର୍ଷ ସମୟ ନେଇଥାଏ। ସଂପୃକ୍ତ ଅଞ୍ଚଳର ଆଦିବାସୀ ସମ୍ପ୍ରଦାୟର ଲୋକେ ଏହାର ପତ୍ର ଓ ଫଳ ଉପରେ ନିର୍ଭର କରି ନିଜ ପରିବାର ପ୍ରତିପୋଷଣ କରିଥାନ୍ତି। ବନ ବିଭାଗ ଝାଟି ସଫେଇ ଆଳରେ ଛୋଟ ଛୋଟ ଗଛଗୁଡ଼ିକୁ କାଟିବା ବଦଳରେ ଜଙ୍ଗଲ ସୁରକ୍ଷା ଆଇନ ୨୦୦୬କୁ ଅବମାନନା କରିଥିବା ମଲାରିଆ ଗ୍ରାମର କେତେଜଣ ବୃକ୍ଷପ୍ରେମୀ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷେ କିଭଳି ପ୍ରାକୃତିକ ଝାଟି ଜଙ୍ଗଲ ସଫା ହେଉଛି ଏବଂ ସେହି ଜାଗାରେ କେଉଁ ଚାରା ରୋପଣ କରାଯିବ ସେନେଇ କୌଣସି ସୂଚନା ଦିଆଯାଇ ନାହିଁ। ଯାଜପୁର ରୋଡ଼ ବନଖଣ୍ଡ ଅଧିକାରୀ ଜ୍ୟୋତିରଞ୍ଜନ ମହାପାତ୍ରଙ୍କୁ ଏ ସଂକ୍ରାନ୍ତରେ ପଚାରିବାରୁ ଶ୍ରମିକମାନେ ଭୁଲ୍‌ରେ କେନ୍ଦୁଗଛଗୁଡିକୁ କାଟି ଦେଇଥିବା ସ୍ବୀକାର କରିଛନ୍ତି।

ରାଜ୍ୟରେ ପ୍ରତିବର୍ଷ ପ୍ରାୟ ୪ ଲକ୍ଷ ହେକ୍ଟର ଜଙ୍ଗଲ ନଷ୍ଟ ହେଉଛି। ଏହି ପରିସ୍ଥିତିରେ ଆଗାମୀ ୧୦ ବର୍ଷରେ ଓଡିଶାର ଘନ ଜଙ୍ଗଲଶୂନ୍ୟ ହେବ ବୋଲି ବିଶେଷଜ୍ଞ ଓ ପରିବେଶବିତ୍‌ମାନେ ସତର୍କ କରାଇଛନ୍ତି। ଏଥିପାଇଁ ସେମାନେ ଶିଳ୍ପ ଓ ଖଣି ଖାଦାନକୁ ଦାୟୀ କରିଛନ୍ତି। କିନ୍ତୁ ଏଥିପାଇଁ ଜଙ୍ଗଲ ବିଭାଗ ବ୍ୟସ୍ତ ହେବା ମନେ ହେଉନାହିଁ। ଜୋରସୋରରେ ଖଣି ଓ ଶିଳ୍ପାୟନ ଚାଲିଥିବା ଯାଜପୁର ଜିଲାରେ ଟଙ୍କା ଯା’ର ଜଙ୍ଗଲ ତା’ର ନୀତି ଆପଣେଇଥିବା ସ୍ପଷ୍ଟ ହୋଇଛି। କଳକାରଖାନା, ଖଣି ପ୍ରତିଷ୍ଠା ପାଇଁ ଶିଳ୍ପସଂସ୍ଥାଗୁଡିକ ସରକାରୀ ଆଇନର ଉଲ୍ଲଂଘନ କରି ଜଙ୍ଗଲ ନଷ୍ଟ କରୁଥିବାବେଳେ ଜଙ୍ଗଲ ବିଭାଗ ନୀରବଦ୍ରଷ୍ଟା ସାଜିଛି। ଇତିମଧ୍ୟରେ କାଳିଆପାଣି ମହାଗିରି କ୍ରୋମାଇଟ ଖଣିର ସଂପ୍ରସାରଣ କାର୍ଯ୍ୟରେ ୭୩.୭୭୭ ହେକ୍ଟର ଜଙ୍ଗଲ ଜମିରେ ଥିବା ୫୬ ପ୍ରଜାତିର ବିପୁଳ ସଂଖ୍ୟାର ମୂଲ୍ୟବାନ ଗଛ, ୧୦ ପ୍ରଜାତିର ଘାସ ଜାତୀୟ ଉଦ୍ଭିଦ, ୧୫ ପ୍ରଜାତିର ଗୁଳ୍ମ ଓ ଲତା ଇତ୍ୟାଦି ନଷ୍ଟ ହୋଇଛି, ଯାହା ଜୈବ ବିବିଧତା ଉପରେ ପ୍ରଭାବ ପକାଇପାରେ ବୋଲି ଅଭିଯୋଗ ହୋଇଛି। ଏହି ଖଣି କମ୍ପାନୀର ପରିବେଶ ପରାମର୍ଶଦାତା ପକ୍ଷରୁ ପ୍ରସ୍ତୁତ କାର୍ଯ୍ୟନିର୍ବାହୀ ସାରାଂଶରେ ଏହା ଉଲ୍ଲେଖ ରହିଛି। ଏହାପୂର୍ବରୁ ଓଏମ୍‌ସି ସଂପ୍ରସାରଣ କାର୍ଯ୍ୟରେ ପ୍ରାୟ ୧୦ ହଜାର ଗଛ ନଷ୍ଟ ହୋଇ ସାରିଛି। ନିୟମ ଅନୁଯାୟୀ ରାଜସ୍ବ ଓ ଜଙ୍ଗଲ ବିଭାଗ ମିଳିତ ଭାବେ ଅଧିଗୃହୀତ ହେବାକୁ ଥିବା ଜଙ୍ଗଲ ଜମିର ଗଛର ପରିସଂଖ୍ୟାନ କରି ଦେଇଥିବା ରିପୋର୍ଟ ଉପରେ ସଂପୃକ୍ତ କମ୍ପାନୀ ଗଛର ମୂଲ୍ୟ ପୈଠ କରିବା ପରେ ଯାଇ ଜମି କମ୍ପାନୀକୁ ପ୍ରଦାନ କରାଯାଇଥାଏ। ଅଧିଗୃହୀତ ଜମିର ଲିଜ୍‌ ପାଇବା ପରେ କମ୍ପାନୀ ସେଠାରେ ଥିବା ଗଛଗୁଡିକୁ ଆବଶ୍ୟକତା ଅନୁଯାୟୀ ଓଡିଶା ଜଙ୍ଗଲ ଉନ୍ନୟନ ନିଗମ (ଓଏଫ୍‌ଡିସି) ଜରିଆରେ କାଟିବା କଥା। କିନ୍ତୁ ଜିଲାରେ ଏହି ନିୟମର ଉଲ୍ଲଂଘନ କରାଯାଉଛି। ଖଣି ଓ କାରଖାନା କ୍ଷେତ୍ରରେ ଏହି ସମସ୍ତ ନିୟମକୁ ଜଙ୍ଗଲ ବିଭାଗ ଆଖିବୁଜି ଦେଇଛି। ଯାହାକି ଜଙ୍ଗଲ ନଷ୍ଟର ଏକ ପ୍ରମୁଖ କାରଣ ବୋଲି ଜିଲାରେ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମାଛ ନେଇଯିବାରୁ ନାବାଳକଙ୍କ ଗୁପ୍ତାଙ୍ଗ କାଟିଦେଲେ

ଏରସମା,୨୬ା୧୨(ଦୀପ୍ତି ଖଣ୍ଡୁଆଳ): ଜଗତ୍‌ସିଂହପୁର ଜିଲା ଏରସମା ଥାନା ଅନ୍ତର୍ଗତ ଆମ୍ବିକି ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ମାଛ ନେଇଯିବାରୁ ଏହି ଗ୍ରାମର ଜଣେ...

ପ୍ରଧାନମନ୍ତ୍ରୀଙ୍କଠାରୁ ପୁରସ୍କାର ଗ୍ରହଣ କରିବେ ଓଡ଼ିଆ ଝିଅ ପ୍ରିୟାଂଶୀ

ଗଞ୍ଜାମ,୨୬ା୧୨(ବିଦ୍ୟାଧର ସାହୁ): ବିକଶିତ ଭାରତ ୟଙ୍ଗ୍‌ ଲିଡରସ ଡାଏଲଗ ୨୦୨୬ର ଷ୍ଟେଟ୍‌ ଚାମ୍ପିଅନ ଭାବେ ଗଞ୍ଜାମ ଜିଲା ହୁମା ଗ୍ରାମର ଓଡ଼ିଆ ଝିଅ ପ୍ରିୟାଂଶୀ ବିଶ୍ୱାଳ...

ଝାଡ଼ଖଣ୍ଡ, ପଶ୍ଚିମବଙ୍ଗରୁ ଆସୁଛି ଧାନ

ଯାଜପୁର,୨୬ା୧୨(ହର୍ଷବର୍ଦ୍ଧନ ବେହେରା): ଖରିଫ ଧାନ ସଂଗ୍ରହ କାର୍ଯ୍ୟକୁ ଆଉ ମାତ୍ର ୨ ସପ୍ତାହ ବାକି ରହିଥିବାବେଳେ ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗର ନିକଟବର୍ତ୍ତୀ ଜିଲାଗୁଡ଼ିକରୁ ଯାଜପୁର ଜିଲାକୁ...

ପିକନିକ୍ ହେଲା କାଳ, ସୀତାକୁଣ୍ଡରେ ବୁଡ଼ି ୨ ପର୍ଯ୍ୟଟକଙ୍କ ମୃତ୍ୟୁ

ବାରିପଦା,୨୬।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶାମାଖୁଂଟା ବ୍ଲକ ଶିମିଳିପାଳ ପାଦଦେଶ ସୀତାକୁଣ୍ଡରେ ବୁଡ଼ିଗଲେ ୨ ପର୍ଯ୍ୟଟକ । ତେବେ ବର୍ତ୍ତମାନ ସେମାନଙ୍କର ମୃତଦେହ ଉଦ୍ଧାର...

ଓମ୍‌ସାର ଆନ୍ଦୋଳନ: ଆଉଟ୍‌ଡୋରରେ ଘଣ୍ଟାଏ ରୋଗୀସେବା ବନ୍ଦ

ରାଇକିଆ,୨୬ା୧୨(ପ୍ରଦୀପ ବେହେରା): ସାରା ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ପଦ ଅପେକ୍ଷା ପାଖାପାଖି ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି ରହିଛି। ଏହି ପଦବୀ ସବୁ ପୂରଣ କରିବା...

ବସ୍‌ କାଚ ଭାଙ୍ଗି ଜାଳିଦେଲେ …

ରାଉରକେଲା,୨୬।୧୨: ସୁନ୍ଦରଗଡ଼ ଜିଲା ଟାଙ୍ଗାରପାଲି ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। କେତେକ ଦୁର୍ୱୃତ୍ତ ଏକ ଯାତ୍ରୀବାହୀ ବସ୍‌ର କାଚ ଭାଙ୍ଗି ଜାଳି...

୭ ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଲା କୃଷକ ସଙ୍ଗଠନ: ପଦ୍ମପୁର ବନ୍ଦ ଡାକରା

ପଦ୍ମପୁର,୨୬।୧୨(ପ୍ରଦୀପ୍ତ ଦାଶ):ଚଳିତ ବର୍ଷ ରାଜ୍ୟ ସରକାରଙ୍କ ଧାନ ସଂଗ୍ରହ ନୀତି ବାଟବଣା ହୋଇଯାଇଛି। ଡବଲ ଇଞ୍ଜିନ ଲୋକଙ୍କ ସରକାର କହି କହି କେବଳ ବାହାସ୍ଫୋଟ ମାରୁଛନ୍ତି।...

ଜଳସମ୍ପଦ କର୍ମଚାରୀଙ୍କ ଦାନ ଅର୍ଥରେ ଚାଲିଛି ଅଞ୍ଚଳବାସୀଙ୍କ ସେବା, ଆଗାମୀ ଦିନରେ…

ଭଞ୍ଜନଗର,୨୬ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜଳସମ୍ପଦ ବିଭାଗ କର୍ମଚାରୀମାନେ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି। କର୍ମଚାରୀମାନେ ୨୦୧୦ରେ ମିଶି ଭଞ୍ଜନଗର ଜଳସେଚନ ବିଭାଜନ କର୍ମଚାରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri