Posted inଫୁରସତ

ସଂଘର୍ଷର ନାଁ କବିତା

ପ୍ରତ୍ୟେକ ସଫଳ ମଣିଷ ପଛରେ ଲୁଚି ରହିଥାଏ ତା’ର ସଂଘର୍ଷର କାହାଣୀ। ଦୁଃଖ କଷ୍ଟ, ନିର୍ଯ୍ୟାତନା ଓ ସଂଗ୍ରାମ ମଧ୍ୟରେ କାର୍ଯ୍ୟ ପ୍ରତି ନିଷ୍ଠା ଓ ଆନ୍ତରିକତା ତାଙ୍କୁ ଦେଇଥାଏ ସମାଜରେ ଭିନ୍ନ ମଣିଷର ପରିଚୟ। ଏପରି ଜଣେ ଅନନ୍ୟା ହେଲେ ଓଡ଼ିଶାର ପ୍ରଥମ ମହିଳା ସ୍ଥପତି କବିତା ମହାନ୍ତି। ହାତରେ ନିହାଣ ଓ ମୁଗୁର ଧରି ପଥର ମୂର୍ତ୍ତି ଗଢ଼ିବା ପରି ନିଜ ଜୀବନକୁ ମଧ୍ୟ ଗଢ଼ି ତୋଳିଛନ୍ତି ନିଜ ଚେଷ୍ଟାରେ। ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ପିତା ବିଭୂତି ଭୂଷଣ ମହାନ୍ତିଙ୍କ କନିଷ୍ଠ କନ୍ୟା କବିତା ୧୯୬୭ ମସିହା କଟକ ଜିଲାର ସୁନ୍ଦର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ପିତା ଥିଲେ ଜଣେ ଖ୍ୟାତନାମା ଡ୍ରାମା, ଗୀତିନାଟ୍ୟ ଓ ଗୋଟିପୁଅ ନୃତ୍ୟ ନିର୍ଦ୍ଦେଶକ। ତାଙ୍କଠାରୁ ପ୍ରେରଣା ପାଇ ଖୁବ୍‌ ଛୋଟବେଳୁ ନାଟକରେ ଅଭିନୟ କରିବା ସହିତ ଚିତ୍ର ଓ ମାଟିର ମୂର୍ତ୍ତି ଗଢ଼ୁଥିଲେ କବିତା। ବାପାଙ୍କର ସ୍ବପ୍ନ ଥିଲା ଝିଅ କଳାକାର ହୋଇ ତାଙ୍କ ନାମ ରଖିବ। ବିଧାତାଙ୍କର କିନ୍ତୁ ଥିଲା ଭିନ୍ନ ନିର୍ଦ୍ଦେଶ। ମାତ୍ର ୧୦ ବର୍ଷ ବୟସରେ ଷଷ୍ଠ ଶ୍ରେଣୀରେ ପଢିବା ବେଳେ ସବୁଦିନ ପାଇଁ ବାପାଙ୍କୁ ହରାଇ ବସିଲେ ସେ। କବିତା କୁହନ୍ତି, ବାପା ଚାଲିଗଲା ପରେ ଘରେ ଅନ୍ୟ କାହାଠାରୁ ଉତ୍ସାହ ମିଳି ନ ଥିଲା। ଏପରିକି ଲୁଚିଛପି ଚିତ୍ରକଳା ପ୍ରତିଯୋଗିତା, ଚିତ୍ର ପ୍ରଦର୍ଶନୀରେ ଭାଗ ନେଇ ଘରକୁ କପ୍‌ଟିଏ ଆଣିଲେ ମୋତେ ମାଡ ଗାଳି ମିଳୁଥିଲା। ହାଇସ୍କୁଲ ପାଠ ଶେଷ କରି ୧୯୮୩ ମସିହାରେ ମୁଁ ଖଲ୍ଲିକୋଟ ସ୍ଥିତ ଚାରୁ ଓ କାରୁକଳା ମହାବିଦ୍ୟାଳୟରେ ନାମ ଲେଖାଇବା ପାଇଁ ଦରଖାସ୍ତ କରିଥିଲି। ଆସିଥିବା ଚିଠିକୁ ଘର ଲୋକେ ଲୁଚାଇଦେଲେ। ସେମାନଙ୍କ ଇଚ୍ଛା ଥିଲା ମହିଳା ପଲିଟେକ୍‌ନିକ୍‌ରେ ପାଠ ପଢି ବାହା ହୋଇ ଘର ସଂସାର କରେ। କିନ୍ତୁ ମୁଁ ମୋ ଜିଦ୍‌ରେ ଅଟଳ ରହି ଖଲ୍ଲିକୋଟ ଗଲି। ପଢା ସମୟର ଖର୍ଚ୍ଚ ବହନ କରିବା ସମ୍ଭବ ନ ହେବାରୁ ଗୋଟେ ବର୍ଷ ପରେ ଚାଲି ଆସି ବିଭୂତି କାନୁନ୍‌ଗୋ ଚାରୁ କଳା ମହାବିଦ୍ୟାଳୟରେ ନାମ ଲେଖାଇଲି। ପରିବାର ଲୋକଙ୍କୁ ବିରୋଧ କରି ଜିଦ୍‌ରେ ଚିତ୍ର ଶିକ୍ଷା କରିଥିବାରୁ ସେମାନେ ରାଗିଯାଇ ମୋ ମାଟ୍ରିକ ସାର୍ଟିଫିକେଟ ସହିତ କେଇଟା ତୈଳଚିତ୍ର ଜାଳିଦେଲେ। ଆଖି ସାମ୍ନାରେ ଜଳିପୋଡି ପାଉଁଶ ହୋଇଗଲା ମୋ କଳ୍ପନାର ରଙ୍ଗ ଦେଇ ଆଙ୍କିଥିବା ଚିତ୍ର; ଯାହା ଥିଲା ମୋ ଜୀବନର ଏକ ଦୁଃଖଦାୟକ ଘଟଣା। ସେହି ମୁହୂର୍ତ୍ତରୁ ଘର ଛାଡି ଚାଲିଆସିଲି। ବଡ ଦୁଇ ଭଉଣୀ ମମତା ଓ ସବିତାଙ୍କ ସହାୟତା ରହିଥିଲା। ନିଜର ଖର୍ଚ୍ଚ ବହନ ପାଇଁ ଓମ୍‌ଫେଡ୍‌ ମିଲ୍କ ଏଜେଣ୍ଟ ଭାବେ କାମ କରିବା ସହିତ ଘରୋଇ ଭାବେ କିଛି ପିଲାଙ୍କୁ ଚିତ୍ରକଳା ଶିକ୍ଷା ଦେବା ଆରମ୍ଭ କଲି; ଯାହା ମୋ ପଢ଼ା ସମୟର ରଙ୍ଗ ତୂଳୀ ଖର୍ଚ୍ଚରେ ସହାୟକ ହୋଇଥିଲା। ମୂର୍ତ୍ତି ନିର୍ମାଣକାରୀଟିଏ ହେବା ଆଶାରେ କଲେଜରେ ସ୍ପେଶାଲାଇଜେଶନ୍‌ ରୂପେ ସ୍ଥପତି ବିଦ୍ୟା ନେଇଥିଲି। ସେଠି ମଧ୍ୟ ଏକାକୀ ଝିଅ ହୋଇଥିବାରୁ ପ୍ରଥମେ ସାଥୀ ପୁଅମାନଙ୍କଠାରୁ ଉପହାସ ସହିବାକୁ ପଡିଥିଲା। ପରେ କିନ୍ତୁ ମୋର କାମ ପ୍ରତି ଏକାଗ୍ରତା ଦେଖି ସେମାନେ ସହଯୋଗର ହାତ ବଢ଼ାଇଥିଲେ। ମାଟି ନିଜେ ଚକଟିବାଠାରୁ ଆରମ୍ଭ କରି ପ୍ଲାଷ୍ଟର କାମ ଖୁବ୍‌ ଉତ୍ସାହର ସହ କରୁଥିଲି। ପ୍ରଖ୍ୟାତ ସ୍ଥପତି ଅଦ୍ୱୈତ ଗଡ଼ନାୟକଙ୍କ ମାର୍ଗଦର୍ଶନ ମୋ କାମକୁ ଅଧିକ ଶକ୍ତ କରିଛି। ନୂଆ ନୂଆ ପଥର କାଟିଲା ବେଳେ ଲକ୍ଷ୍ୟଚ୍ୟୁତ ହୋଇ ମୋ ବାମ ହାତର ବୁଢ଼ା ଆଙ୍ଗୁଳି ହାତୁଡି ମାଡ ଖାଇ ବାରମ୍ବାର ଫାଟୁଥିଲେ ବି ବନ୍ଧୁ ଆଦିତ୍ୟ, ସାଙ୍ଗ ଓ ସାର୍‌ମାନେ ମୋତେ ସାହସ ଦିଅନ୍ତି, ତେଣୁ ମୋ ଲକ୍ଷ୍ୟ ଆଗରେ ଶରୀର ପୀଡା ହାର ମାନିଛି। କାହିଁକିନା ମନରେ ଏପରି ଥିଲା କେବେ କେହି ନ କୁହନ୍ତୁ ଯେ, ବିଚାରି ଝିଅମାନଙ୍କ ପାଇଁ ସ୍ଥପତି ବିଦ୍ୟା ସହଜ ନୁହେଁ। ଗୁରୁ ଦୀନନାଥ ପାଠୀଙ୍କ ସହଯୋଗ ପାଇ ମଁୁ ପାଠ ପଢ଼ି ପାରିଛି। ଗୁରୁ ଦାମୋଦର ବେହେରା ଓ ଦେବରାଜ୍‌ ସାହୁଙ୍କଠାରୁ ଟେରାକୋଟା, ପଥର ଓ ମାଟି ମୂର୍ତ୍ତି କାମ ଶିକ୍ଷା କରଛି। ୧୯୮୮ମସିହାରେ ମୋର ଡିଗ୍ରୀ ଶେଷ ହେବା ପରେ ୧୯୮୯ରେ ମୁଁ ମନୋମାନିନୀ ନାମକ ଏକ ଅନୁଷ୍ଠାନ ଗଢିଲି ଟେରାକୋଟା, ହସ୍ତଶିଳ୍ପ, ଚିତ୍ରକଳା, ଓଡ଼ିଶୀ, କଥକ, ସଙ୍ଗୀତ ଶିକ୍ଷା ଦେବା ଲକ୍ଷ୍ୟରେ। ଉଦ୍ଦେଶ୍ୟ ଥିଲା ପାରିବାରିକ ଓ ଆର୍ଥିକ ସହାୟତା ପାଉ ନ ଥିବା ପିଲାଟିଏ ସ୍ବାବଲମ୍ବୀ ହୋଇ ବାହାରୁ। ପାଞ୍ଚଜଣ ପିଲାଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ଅନୁଷ୍ଠାନରୁ ବର୍ତ୍ତମାନ ଅନେକ ପିଲା ଶିକ୍ଷା ଗ୍ରହଣ କରି ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି। ଚିତ୍ରକଳା ବ୍ୟତୀତ ଅଭିନୟରେ ବି ମୋର ରୁଚି ରହିଛି। ମାଉସୀ, ଭାଗ୍ୟ ବିଧାତା, ପଣତ କାନି, କଥା କହୁଥିଲେ ସରିବନି, ନ୍ୟାୟ ଅନ୍ୟାୟ ପରି କେତେକ ଧାରାବାହିକରେ ମଧ୍ୟ କାମ କରିଛି। ସ୍ବାମୀ, ପୁଅ ଓ ଦୁଇଝିଅଙ୍କୁ ନେଇ ଏବେ ମୋର ସଂସାର। ମୋ ମତରେ, ‘କଳାକାର ପାଇଁ ପ୍ରେରଣାର ଆବଶ୍ୟକତା ରହିଛି। ସରକାର ସ୍ଥପତି ବିଦ୍ୟା ବିଶେଷ କରି ନାରୀ ସ୍ଥପତିଙ୍କ ବିକାଶ ପାଇଁ ଦୃଷ୍ଟି ଦେବା ଉଚିତ। ’ ପୁରସ୍କାରକୁ ଆଶା ନ କରି ନିଜ କର୍ତ୍ତବ୍ୟ ପଥରେ ଆଗେଇ ଚାଲିଥିବା କବିତାଙ୍କୁ ତାଙ୍କ କାରୁକାର୍ଯ୍ୟ ପାଇଁ ଅନେକ ଅନୁଷ୍ଠାନ ସମ୍ମାନିତ ଓ ସମ୍ବର୍ଦ୍ଧିତ କରିଛନ୍ତି; ଯେଉଁଥିରେ ତ୍ରିଶକ୍ତି ସମ୍ମାନ, ପଣ୍ଡିତ ଗୋପବନ୍ଧୁ ଦାସ ସମ୍ମାନ, ଭାରତ ରତ୍ନ ରାଜୀବ ଗାନ୍ଧୀ ସମ୍ମାନ, ଦୀନ୍‌ ଦୟାଲ ସ୍ମୃତି ଓ ମାତୃଶକ୍ତି ସ୍ମୃତି ସମ୍ମାନ ଇତ୍ୟାଦି ଅନ୍ୟତମ। ନିଜ ସଫଳତାର ଶ୍ରେୟ ପିତାଙ୍କ ଆଶୀର୍ବାଦ ଓ ପତି ମନୋଜ ଦାସଙ୍କ ପ୍ରେରଣା ବୋଲି ସେ କୁହନ୍ତି। ବର୍ତ୍ତମାନ ଝାଡ଼ଖଣ୍ଡର ହସ୍ତଶିଳ୍ପ ବିଭାଗର ଡିଜାଇନର ଭାବେ କାର୍ଯ୍ୟରତ ଏହି ଶିଳ୍ପୀ ଗୋଟିଏ ଉଚ୍ଚକୋଟୀର ସ୍ଥପତି ଓ ଟେରାକୋଟା ଷ୍ଟୁଡିଓ କରିବାର ଆଶା ରଖିଛନ୍ତି । କୌଣସି ସରକାରୀ ସାହାଯ୍ୟ ନ ପାଇ ଦୀର୍ଘ ୩୨ବର୍ଷ ଧରି ନିଜସ୍ବ ଚେଷ୍ଟାରେ ତାଙ୍କ ମନୋମାନିନୀ ଅନୁଷ୍ଠାନ ବହୁ ଶିଳ୍ପୀ ଗଢିପାରିଛି।
-ପ୍ରିୟମ୍ବଦା ରଥ, ଆର୍‌.କେ. ପୁରମ୍‌, ସେକ୍ଟର ୪, ନୂଆଦିଲ୍ଲୀ
ମୋ: ୮୬୮୮୯୫୭୮୦୦


Enter your email to get our daily news in your inbox.

All Right Reserved By Dharitri.Com

କ’ଣ ଭାରତରେ ଲିଭ୍‌ ଇନ୍‌ ରିଲେଶନସିପରେ ରହିବା ଅବୈଧ? ନିୟମ ଜାଣିଲେ ତାଜୁବ ହେବେ

ଭାରତୀୟ ସମାଜରେ ବିବାହକୁ ଏକ ପବିତ୍ର ଓ ଏକ ଜରୁରି ଉତ୍ସବ ଭାବେ ପରିଗଣିତ କରାଯାଇଥାଏ । କାରଣ ବିବାହ ପରେ ହିଁ ପୁରୁଷ ଓ...

କାନ୍ଦି କାନ୍ଦି ପୋଲିସ ଷ୍ଟେଶନ ପହଞ୍ଚିଲା ୩ ବର୍ଷର ଶିଶୁ, କହିଲା କେମିତି ହୋମ ଓ୍ବାର୍କ କରିବି ଅଙ୍କଲ…

ରାଜାପୁର,୨୬।୧୨: ମଧ୍ୟପ୍ରଦେଶ ଶୁଜାପୁର ଜିଲାରେ ଏକ ଆକର୍ଷଣୀୟ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଚେରି ନାମକ ଜଣେ ୩ ବର୍ଷୀୟ ସ୍କୁଲ ଛାତ୍ରୀ ତାଙ୍କ ସ୍କୁଲ...

୧୭୦୦ ଟଙ୍କାର ଚପଲ ପାଇଁ ମ୍ୟାନେଜରଙ୍କ ନାଁରେ ଜାମିନବିହୀନ ୱାରେଣ୍ଟ ଜାରି: ପୂରା ଘଟଣା ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୨୬।୧୨: ଉତ୍ତର ପ୍ରଦେଶର ସୀତାପୁର ଜିଲାରେ ଗ୍ରାହକ ଅଧିକାର ସମ୍ପର୍କିତ ଏକ ଅତ୍ୟନ୍ତ ଗମ୍ଭୀର ଏବଂ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। କେବଳ ଏକ ଚପଲ...

ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ୨୦୨୬ରେ ମାଲାମାଲ୍‌ ହେବେ ଏହି ୫ ରାଶି

ବାବା ଭେଙ୍ଗା ଅନେକ ଭବିଷ୍ୟବାଣୀ କରିଛନ୍ତି। ନୂଆ ବର୍ଷ ଆରମ୍ଭ ହେବା ପୂର୍ୱରୁ, ଆଗାମୀ ବର୍ଷ ବିଷୟରେ ଅନେକ ଭବିଷ୍ୟବାଣୀ ଭାଇରାଲ ହେଉଛି। ବାବା ଭାଙ୍ଗା...

କାର୍‌ ନା ବାଇକ୍‌, କେଉଁ ଗାଡିର ଅଧିକ ଚାଲାଣ କାଟେ ଟ୍ରାଫିକ୍‌ ପୋଲିସ?

ନୂଆଦିଲ୍ଲୀ,୨୫।୧୨: ଦିଲ୍ଲୀର ଟ୍ରାଫିକ ପୋଲିସ ପ୍ରଦୂଷଣ ନିୟନ୍ତ୍ରଣ ନିୟମ ପ୍ରତି କ୍ରମଶଃ କଠୋର ହେବାରେ ଲାଗିଛି। ଏହା ସତ୍ତ୍ୱେ, ବହୁ ସଂଖ୍ୟକ ଡ୍ରାଇଭର PUCCକୁ ହାଲୁକା...

Christmas 2025: ଖ୍ରୀଷ୍ଟମାସରେ ସାଣ୍ଟା ସବୁବେଳେ କାହିଁକି ମୋଜାରେ ଦିଅନ୍ତି ଉପହାର? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ନୂଆଦିଲ୍ଲୀ: ଡିସେମ୍ବର ୨୫ରେ ପାଳିତ ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ, ବରଂ ଆନନ୍ଦ ଏବଂ ଆଶାର ଦିନ। ଏହି ଦିନ ପିଲାମାନେ ସବୁଠାରୁ ଅଧିକ...

ଶୀତଦିନେ ବ୍ରଏଲର କୁକୁଡ଼ାର ନିଅନ୍ତୁ ବିଶେଷ ଯତ୍ନ: ଅବହେଳା କଲେ ହୋଇପାରେ ବଡ଼ ଆର୍ଥିକ କ୍ଷତି

ଭୁବନେଶ୍ୱର,୨୩।୧୨: ଓଡ଼ିଶାରେ ଶୀତର ପ୍ରକୋପ ବଢ଼ୁଥିବା ବେଳେ ବ୍ରଏଲର କୁକୁଡ଼ା ଚାଷୀଙ୍କ ପାଇଁ ସତର୍କତା ଜାରି କରାଯାଇଛି। ଅତ୍ୟଧିକ ଥଣ୍ଡା ଯୋଗୁଁ କୁକୁଡ଼ାଙ୍କ ଶାରୀରିକ ଅଭିବୃଦ୍ଧି...

ସ୍ବାମୀଙ୍କ ୫୦୦ରୁ ଅଧିକ ମହିଳାଙ୍କ ସହ ଥିଲା ସମ୍ପର୍କ: ସ୍ତ୍ରୀ ଜାଣିବା ପରେ ଘଟିଲା…

ନୂଆଦିଲ୍ଲୀ,୨୩।୧୨: ବିଶ୍ୱରେ ଏପରି ଅନେକ ଲୋକ ଅଛନ୍ତି, ଯେଉଁମାନଙ୍କର ବିବାହ ସାଥୀଙ୍କୁ ପ୍ରତାରଣା ଯୋଗୁ ଭାଙ୍ଗିଯାଏ। ବିବାହିତ ହେବା ସତ୍ତ୍ୱେ, ସେମାନଙ୍କର ଅନ୍ୟ ପୁରୁଷ କିମ୍ବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri