ଓବିସି ହଷ୍ଟେଲ ଫାଟକରେ ତାଲା ଝୁଲୁଛି

ପଟ୍ଟାମୁଣ୍ଡାଇ,୨୭ା୬(ସ୍ବ.ପ୍ର.): ପ୍ରାୟ ୨ କୋଟି ଟଙ୍କା ବ୍ୟୟ ଅଟ୍ଟକଳରେ ପଟ୍ଟାମୁଣ୍ଡାଇ କଲେଜ ପରିସରରେ ନିର୍ମାଣ ହୋଇଥିବା ୧୦୦ ଶଯ୍ୟା ବିଶିଷ୍ଟ ଓବିସି ହଷ୍ଟେଲ ଫାଟକରେ ତାଲା ଝୁଲୁଛି।ନବନିର୍ମିତ ୩ ମହଲା ବିଶିଷ୍ଟ ଏହି ଓବିସି ହଷ୍ଟେଲରେ ଲଗାଯାଇଥିବା ଲକ୍ଷାଧିକ ଟଙ୍କାର ଆକ୍ୱାଗାର୍ଡ ଓ ଜଳଯୋଗାଣ ପାଇଁ ନିର୍ମିତ ପମ୍ପ ହାଉସ କାର୍ଯ୍ୟକ୍ଷମ ନ ହେବାରୁ ଅଚଳ ହୋଇପଡିଛି। ୨୦୨୦ରେ ଏହି ଓବିସି ହଷ୍ଟେଲରେ ଉସତ୍ର୍ଗୀକୃତ କୋଭିଡ ସ୍ବାସ୍ଥ୍ୟକେନ୍ଦ୍ର କରାଯାଇଥିଲା। ଏଥିରେ ପଟ୍ଟାମୁଣ୍ଡାଇ, ଆଳି, ରାଜନଗର, ରାଜକନିକା, ରାଜନଗର, କେନ୍ଦ୍ରାପଡା ଆଦି ଅଞ୍ଚଳର କୋଭିଡ ଆକ୍ରାନ୍ତ ରୋଗୀମାନଙ୍କୁ ଚିକିତ୍ସା ଯୋଗାଇ ଦିଆଯାଉଥିଲା। ଜିଲା ଜରୁରୀକାଳୀନ ବିଭାଗ ଏହାର ପରିଚାଳନା କରୁଥିଲା। କେନ୍ଦ୍ରାପଡ଼ା ଜିଲା ଚିକିତ୍ସାଧିକାରୀ ଚିକିତ୍ସା କେନ୍ଦ୍ର ଦାୟିତ୍ୱରେ ଥିଲେ। ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ପଟ୍ଟାମୁଣ୍ଡାଇ ପୌରପରିଷଦ ଓ ପୂର୍ତ୍ତ ବିଭାଗ ଉପରେ ନ୍ୟସ୍ତ ଥିଲା। ତେବେ ଗତ ୧ ବର୍ଷ ହେବ ଏଠାକୁ କୌଣସି ରୋଗୀ ଆସୁ ନ ଥିବାବେଳେ ଏହା ଆଉ କାର୍ଯ୍ୟକ୍ଷମ ହେଉନାହିଁ। କୋଭିଡ ସ୍ବାସ୍ଥ୍ୟକେନ୍ଦ୍ର ଖୋଲାଯିବା ପୂର୍ବରୁ ପଟ୍ଟାମୁଣ୍ଡାଇ କଲେଜ କର୍ତ୍ତୃପକ୍ଷଙ୍କଠାରୁ ଜିଲା କର୍ତ୍ତୃପକ୍ଷ ଓବିସି ହଷ୍ଟେଲକୁ ନିଜ ହାତକୁ ନେଇଥିଲେ। ତେବେ ଗତ ୧ ବର୍ଷ ହେବ ସେହି ସ୍ବାସ୍ଥ୍ୟକେନ୍ଦ୍ର ବନ୍ଦ ରହିଛି। ହେଲେ ଓବିସି ହଷ୍ଟେଲ ଦାୟିତ୍ୱ ହସ୍ତାନ୍ତର କରାଯାଇନାହିଁ। ଏହାକୁ ନେଇ ଛାତ୍ରୀଛାତ୍ର ଓ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
୩ ମହଲା ବିଶିଷ୍ଟ ଏହି ଓବିସି ହଷ୍ଟେଲରେ ୩୦ଟି କୋଠରୀ ରହିଛି। ଏଠାରେ ଛାତ୍ରୀଛାତ୍ରଙ୍କ ରହଣି ପାଇଁ ୧ଶହ ଶଯ୍ୟା ଅଛି। ଏହି ହଷ୍ଟେଲଟି କଲେଜ ଛାତ୍ରୀଛାତ୍ରଙ୍କ ସମେତ ବାହାର କଲେଜର ପିଲାମାନଙ୍କ ରହିବା ପାଇଁ ସୁବିଧା ରହିଛି। ଏହି ହଷ୍ଟେଲରେ ରହିବାକୁ ଚାହୁଁଥିବା ଯେ କୌଣସି ଛାତ୍ରୀଛାତ୍ର କଲେଜ କର୍ତ୍ତୃପକ୍ଷଙ୍କୁ ଆବେଦନ କରିପାରିବେ। ଦୀର୍ଘ ୧ ବର୍ଷ ଧରି ହଷ୍ଟେଲ ତାଲା ପଡି ରହିବାରୁ ସେଥିରେ ଲାଗିଥିବା ମୂଲ୍ୟବାନ ଜିନିଷପତ୍ର ନଷ୍ଟ ହେବାକୁ ବସିଲାଣି ବୋଲି କଲେଜ ଅଧ୍ୟକ୍ଷ ପ୍ରଫେସର ପ୍ରଭାକର ରାଉତ କହିଛନ୍ତି। ପୂର୍ବରୁ କବାଟ ଝରକାରେ ଉଇ ଲାଗୁଥିବା ଦେଖା ଯାଇଥିଲା। ବନ୍ଦ ରହିଥିବାରୁ କବାଟ, ଝରକା ଗୁଡିକ ଉଇ ଖାଇ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି ବୋଲି ଅଧ୍ୟକ୍ଷ ଶ୍ରୀ ରାଉତ କହିଛନ୍ତି। ଖାଲି ସେତିକି ନୁହେଁ କୋଭିଡ ସ୍ବାସ୍ଥ୍ୟକେନ୍ଦ୍ର ଚାଲୁଥିବା ସମୟରେ ବିଦ୍ୟୁତ୍‌ ବିଲ ୨ଲକ୍ଷ ୭୫ ହଜାର ଟଙ୍କାରୁ ଅଧିକ । କୋଭିଡ ସ୍ବାସ୍ଥ୍ୟକେନ୍ଦ୍ର ଦାୟିତ୍ୱରେ ଥିବା ଅଧିକାରୀମାନେ ସେହି ବିଲ ପୈଠ କରି ନ ଥିବାରୁ ବିଦ୍ୟୁତ ବିଭାଗ ପକ୍ଷରୁ ବାରମ୍ବାର କଲେଜକୁ ତାଗିଦ କରାଯାଉଛି। ବିଦ୍ୟୁତ୍‌ ବିଲ ପୈଠ ନ ହେବାରୁ ବିଦ୍ୟୁତ୍‌ ବିଭାଗ ସଂଯୋଗ କାଟି ଦେଇଛି।
ଅନ୍ୟପକ୍ଷେ ପଟ୍ଟାମୁଣ୍ଡାଇ କଲେଜରେ ଅଧ୍ୟୟନରତ ଛାତ୍ରୀଛାତ୍ରଙ୍କ ସଂଖ୍ୟା ଦୃଷ୍ଟିରୁ ଶ୍ରେଣୀଗୃହ ଅଭାବ ରହିଛି। ଏହି ଓବିସି ହଷ୍ଟେଲ ୩ ମହଲା କୋଠାରେ ପିଲାମାନଙ୍କ ପାଠପଢା ପାଇଁ ବ୍ୟବସ୍ଥା କରାଯାଇପାରିବ ବୋଲି ବରିଷ୍ଠ ପ୍ରାଧ୍ୟାପକ ଡ. ଦୁଃଶାସନ ପରିଡା ମତବ୍ୟକ୍ତ କରିଛନ୍ତି । ଏ ସଂକ୍ରାନ୍ତରେ ପଟ୍ଟାମୁଣ୍ଡାଇ ବିଡିଓ ଭରତ ଚନ୍ଦ୍ର ପରିଡାଙ୍କୁ ପଚାରିବାରୁ ସେ କୁହନ୍ତି, ଜିଲା ଜରୁରୀକାଳୀନ ବିଭାଗ ଏହାର ଦାୟିତ୍ୱ ବୁଝୁ ଥିବାବେଳେ କେନ୍ଦ୍ରାପଡା ଜିଲା ଚିକିତ୍ସାଧିକାରୀ ଏହି ସ୍ବାସ୍ଥ୍ୟକେନ୍ଦ୍ର ପରିଚାଳନା ଦାୟିତ୍ୱରେ ଅଛନ୍ତି। ପଟ୍ଟାମୁଣ୍ଡାଇ ପୌରପରିଷଦ ଏହାର ତଦାରଖ ଦାୟିତ୍ୱରେ ରହିଥିଲା। ତେବେ ବର୍ତ୍ତମାନ କୋଭିଡ ସ୍ବାସ୍ଥ୍ୟକେନ୍ଦ୍ର ଚାଲୁ ନ ଥିବାବେଳେ କାହିଁ ତାଲା ପଡି ରହିଛି ସେ କହି ପାରିବେ ନାହିଁ ବୋଲି କହିଛନ୍ତି। ଜିଲା ପ୍ରଶାସନ ପଟ୍ଟାମୁଣ୍ଡାଇ ଓବିସି ହଷ୍ଟେଲ ଫାଟକରୁ ତାଲା ଖୋଲିବା ସହିତ ପଟ୍ଟାମୁଣ୍ଡାଇ କଲେଜ ପକ୍ଷରୁ ଦାୟିତ୍ୱ ହସ୍ତାନ୍ତର କରିବା ପାଇଁ କଲେଜ ଆଲୁମୁନି ଆସୋସିଏଶନ ସଭାପତି ପ୍ରଫେସର ଭରତ ଚନ୍ଦ୍ର ପାତ୍ର ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩ ଦିନ ହେଲା ଅଟକି ରହିଛି ଟ୍ରକ୍‌, ବାହାରୁଛି ପଚା ଦୁର୍ଗନ୍ଧ, ରକ୍ତ: ଅଞ୍ଚଳରେ ଚାଞ୍ଚଲ୍ୟ

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ଟ୍ରକରୁ ବାହାରୁଛି ପଚା ଦୁର୍ଗନ୍ଧ ଏବଂ ରକ୍ତ। ନୟାଗଡ଼ ବ୍ଲକ ଶାଳଭଙ୍ଗା ଜଙ୍ଗଲ ଫରେଷ୍ଟ ଟାୱାର ନିକଟରେ ଟ୍ରକଟି ଅଟକି ରହିଛି।...

ସରପଞ୍ଚଙ୍କ ଘରୁ ଲୁଟ୍‌

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଭୋଗବାଡ଼ି ସରପଞ୍ଚ ନିିର୍ମଳା ସାହୁଙ୍କ ଘରୁ ଚୋରି ହୋଇଛି। ଦୁର୍ବୃତ୍ତମାନେ ସୋମବାର ରାତିରେ ସରପଞ୍ଚଙ୍କ ଘରେ...

ମନ୍ଦିର ନିକଟରେ କୁଟୁରାକୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ ଘଟିଗଲା…

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଦୁର୍ଗାପ୍ରାସାଦ ମୁଖ୍ୟ ରାସ୍ତାର ସୋରଦେବୀ ମନ୍ଦିର ନିକଟରେ ମଙ୍ଗଳବାର ସକାଳେ ବାଇକ ଧକ୍କାରେ ଏକ କୁଟୁରା ମୃତ୍ୟୁବରଣ କରିଛି। ଏଥିରେ...

ଗୋପୀନାଥ ମନ୍ଦିରରୁ ଚୋରି: ନେଇଗଲେ ଦିଅଙ୍କ ଅଳଙ୍କାର

ଗଜପତି,୯।୧୨(ଗିରିଧାରୀ ପରିଛା): ଆନ୍ଧ୍ରପ୍ରଦେଶ କତୁରୁ ମଡ଼ଲମରେ ଥିବା ଲିହୁରୀ ଗ୍ରାମ ଗୋପୀନାଥ ମନ୍ଦିରରୁ ଚୋରି ହୋଇଛି । ଦୁର୍ବୃତ୍ତମାନେ ଦିଅଙ୍କ ଅଳଙ୍କାର ସହ ମନ୍ଦିରରେ ଲାଗିଥିବା...

ବାଇକରେ ଫେରୁଥିବାବେଳେ ପୋଲ ତଳକୁ ଖସିପଡ଼ିଲେ ୨ ଜଣ: ଆଉ ତା’ପରେ…

ଓଡଗାଁ, ୯।୧୨(ଆଦର୍ଶ କୁମାର ପଟ୍ଟନାୟକ): ନୟାଗଡ଼ ଜିଲା ଓ ଆଦର୍ଶ ଥାନା ଗିରିଡିପଲ୍ଲୀରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ପଞ୍ଚାୟତ ଧଝୋଲା ଗ୍ରାମର ଫକୀର...

ପାହାଡ ପାର୍ଶ୍ୱରୁ ମୋରମ ତାଢି ନେଉଯାଉଥିଲେ, ରୋକିଲେ ଗ୍ରାମବାସୀ

ଧର୍ମଶାଳା,୯।୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ବଡ଼କାଏମା ପଞ୍ଚାୟତରେ ଥିବା ଐତିହାସିକ କାଏମା ପାହାଡ ପାର୍ଶ୍ୱରୁ ମୋରମ ତାଡ଼ି ନେଇ ଅନ୍ୟ ଏକ...

ସାଇବର ଠକେଇ ଅଭିଯୋଗରେ ୩ ଗିରଫ : ଅଭିଯୁକ୍ତଙ୍କ ନିକଟରୁ ଜବତ ହେଲା…

ଆନନ୍ଦପୁର,୯।୧୨(ସୁଶାନ୍ତ କୁମାର ସାହୁ): ପୃଥକ ଦୁଇଟି ମାମଲାରେ ୩ ଜଣ ସାଇବର ଠକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଗୋଟିଏ ମାମଲା...

ଗୋଆରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ

ଗଜପତି,୯।୧୨(ଗିରିଧାରୀ ପରିଛା): କାମଧନ୍ଦା ନ ପାଇ ଗୋଆକୁ ଦାଦନ ଖଟିବାକୁ ଯାଇ ଜଣେ ଓଡ଼ିଆ ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଛି। ମୃତକ ହେଲେ ମୋହନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri