Posted inଜାତୀୟ

ପ୍ରଭୁ ହନୁମାନଙ୍କ ଜନ୍ମସ୍ଥାନ ଦାବି ତାଲିକାରେ ୬ ରାଜ୍ୟ, ଧର୍ମ ସଂସଦରେ ଆଲୋଚନା ବିଫଳ …

ନାସିକ, ୧।୬ : ପ୍ରଭୁ ହନୁମାନଙ୍କ ଜନ୍ମସ୍ଥାନକୁ ନେଇ ମହାରାଷ୍ଟ୍ରରେ ଏବେ ବିବାଦ ଆରମ୍ଭ ହୋଇଛି। ହନୁମାନଙ୍କ ଜନ୍ମସ୍ଥାନ ସମ୍ପର୍କରେ ମଙ୍ଗଳବାର ନାସିକରେ ଏକ ଧର୍ମ ସଂସଦର ଆୟୋଜନ କରାଯାଇଥିଲା। ତ୍ରମ୍ବେକେଶ୍ୱର, କର୍ନାଟକ ଏବଂ ସୋଲାପୁରର ପ୍ରାୟ ୨୦-୨୫ ସାଧୁ ଏବଂ ସନ୍ଥ ସଂସଦରେ ଭାଗ ନେବାକୁ ପହଞ୍ଚିଥିଲେ। ତେବେ ସାଧୁମାନଙ୍କ ମଧ୍ୟରେ ପ୍ରଭୁ ହନୁମାନଙ୍କ ଜନ୍ମସ୍ଥାନର ସମାଧାନ ହେବା ପରିବର୍ତ୍ତେ ବିବାଦ ବଢ଼ିବାରେ ଲାଗିଲା। ଶେଷରେ ମାମଲା ହାତାହାତି ପର୍ଯ୍ୟନ୍ତ ପହଞ୍ଚିଥିବା କୁହାଯାଉଛି। ସାଧୁମାନେ କଥାବାର୍ତ୍ତା କରୁଥିବାବେଳେ ନାସିକର କାଲାରାମ ମନ୍ଦିରର ମହନ୍ତ ସୁଧୀର ଦାସ ଏବଂ କର୍ନାଟକର କିଷ୍କିନ୍ଧ୍ୟାର ମହନ୍ତ ଗୋବିନ୍ଦାନନ୍ଦ ସରସୱତୀଙ୍କ ମଧ୍ୟରେ ଝଗଡା ହୋଇଥିଲା। ଅବଶ୍ୟ ଅନ୍ୟ ସାଧୁମାନେ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ ଏବଂ ଉଭୟଙ୍କୁ ବୁଝାଇ ଦିଆଯାଇଥିଲା। ଏହା ପରେ ଧର୍ମସଂସଦ ବାତିଲ କରାଯାଇଥିଲା।

ପ୍ରଭୁ ହନୁମାନଙ୍କ ଜନ୍ମସ୍ଥାନ ଦାବି କରୁଥିବା ତାଲିକାରେ ଏବେ ଆନ୍ଧ୍ରପ୍ରଦେଶ, କର୍ନାଟକ, ମହାରାଷ୍ଟ୍ର, ଝାଡଖଣ୍ଡ, ହରିୟାଣା, ଗୁଜରାଟ ଆଦି ୬ ରାଜ୍ୟଙ୍କ ନାମ ରହିଛି।

ସାଧୁମାନେ ପ୍ରଭୁ ହନୁମାନଙ୍କ ଜନ୍ମସ୍ଥାନ ସମ୍ବନ୍ଧରେ ବିଭିନ୍ନ ସ୍ଥାନ ଦାବି କରୁଛନ୍ତି। ଅପରପକ୍ଷରେ ମହନ୍ତ ଗୋବିନ୍ଦ ଦାସ କହିଛନ୍ତି ଯେ ପ୍ରଭୁ ହନୁମାନଙ୍କ ଜନ୍ମସ୍ଥାନ କର୍ନାଟକର କିଷ୍କିନ୍ଧ୍ୟାରେ ହୋଇଥିଲା। କେତେକ ସାଧୁ କହିଛନ୍ତି ଯେ ହନୁମାନ ମହାରାଷ୍ଟ୍ରର ନାସିକରେ ଏବଂ ଆନ୍ଧ୍ରପ୍ରଦେଶର ତିରୁମାଲା ତିରୁପତି ଦେବସ୍ଥାନରେ ଜନ୍ମଗ୍ରହଣ କରିଥିଲେ। ଏହି ବିବାଦର ଅନ୍ତ ଘଟାଇବା ପାଇଁ ମହନ୍ତ ମଣ୍ଡଳାଚାର୍ଯ୍ୟ ପୀଠେଶ୍ୱର ସ୍ବାମୀ ଅନିକେତ ଶାସ୍ତ୍ରୀ ଦେଶପାଣ୍ଡେ ମହାରାଜ ମେ ୩୧ରେ ନାସିକରେ ଧର୍ମ ସଂସଦ ଡକାଇଥିଲେ। ଆନ୍ଧ୍ରପ୍ରଦେଶ ଏବଂ କର୍ନାଟକ ହନୁମାନଙ୍କ ଜନ୍ମସ୍ଥାନ ଦାବି କରିଛନ୍ତି।

କର୍ନାଟକ ଦାବି କରିଛି ଯେ ହନୁମାନ କିଷ୍କିନ୍ଧ୍ୟାର ଅଞ୍ଜନାଦ୍ରି ପର୍ବତରେ ଜନ୍ମ ହୋଇଥିଲେ। ଏହି ସ୍ଥାନ କୋପ୍ପଲ ଜିଲାର ଆନାଗୁଣ୍ଡିରେ ବୋଲି କୁହାଯାଉଛି। ଅପରପକ୍ଷରେ ଆନ୍ଧ୍ରପ୍ରଦେଶ ମଧ୍ୟ ହନୁମାନଙ୍କ ଜନ୍ମସ୍ଥାନ ଦାବି କରିଆସୁଛି। ଆନ୍ଧ୍ରର ଦାବି ଅନୁଯାୟୀ, ହନୁମାନଙ୍କ ଜନ୍ମସ୍ଥାନ ତିରୁପତିଙ୍କ ୭ ଟି ପାହାଡ ମଧ୍ୟରୁ ଗୋଟିଏ । ଏହି ପାହାଡର ନାମ ମଧ୍ୟ ଅଞ୍ଜନାଦ୍ରୀ । କର୍ନାଟକର ଶିବାମୋଗାସ୍ଥିତ ରାମଚନ୍ଦ୍ରପୁର ମଠର ମୁଖ୍ୟ ରାଘବେଶ୍ୱର ଭାରତୀ ତାଙ୍କ ଦାବିକୁ ସମର୍ଥନ କରିବା ପାଇଁ ରାମାୟଣର ଉଲ୍ଲେଖ କରିଛନ୍ତି। ଏଥିରେ ହନୁମାନ ସୀତାଙ୍କୁ କହିଛନ୍ତି ଯେ ତାଙ୍କର ଜନ୍ମ ସ୍ଥାନ ସମୁଦ୍ର ପାର୍ଶ୍ୱରେ ଥିବା ଗୋକର୍ଣ୍ଣରେ ଅଛି। ରାଘବେଶ୍ୱର ଭାରତୀ କୁହନ୍ତି, ରାମାୟଣରେ ମିଳିଥିବା ପ୍ରମାଣରୁ ଆମେ କହିପାରିବା ଯେ ଗୋକର୍ଣ୍ଣ ହେଉଛି ହନୁମାନଙ୍କର ଜନ୍ମସ୍ଥାନ ଏବଂ କିଷ୍କିନ୍ଧ୍ୟାର ଅଞ୍ଜନାଦ୍ରୀ ତାଙ୍କର କର୍ମଭୂମି।

ହନୁମାନଙ୍କ ଜନ୍ମସ୍ଥାନ ଦାବି କରୁଥିବା ରାଜ୍ୟ ମଧ୍ୟରେ ଝାଡଖଣ୍ଡ ବି ରହିଛି। କିଛି ଲୋକ ବିଶ୍ୱାସ କରନ୍ତି ଯେ ସେ ଝଡଖଣ୍ଡର ଗୁମଲା ଜିଲାର ଆଞ୍ଜନ ଧାମରେ ଜନ୍ମଗ୍ରହଣ କରିଥିଲେ। ଆଞ୍ଜନର ନାମ କରଣ ହନୁମାନଙ୍କ ମାତା ଅଞ୍ଜନୀଙ୍କ ଅନୁସାରେ ହୋଇଛି। ଏଠାରେ ଏକ ରହସ୍ୟମୟ ଗୁମ୍ଫା ଅଛି। ଏଠାରେ ଲୋକମାନେ ବିଶ୍ୱାସ କରନ୍ତି ଯେ ଥରେ କ୍ରୋଧିତ ହୋଇ ଅଞ୍ଜନୀ ଏହି ଗୁମ୍ଫାରେ ହନୁମାନଙ୍କୁ ବନ୍ଦ କରି ଦେଇଥିଲେ। ମାତା ଅଞ୍ଜନୀଙ୍କ ଏକ ପ୍ରତିମା ମଧ୍ୟ ଏଠାରେ ଅଛି। ସେ ହନୁମାନଙ୍କୁ ତାଙ୍କ କୋଳରେ ଧରି ବସିଛନ୍ତି। ଏଠାରେ ପମ୍ପାସୁରା ନାମକ ଏକ କୁଣ୍ଡ ମଧ୍ୟ ଅଛି। କୁହାଯାଏ ଯେ ପ୍ରଭୁ ରାମ ଏବଂ ଲକ୍ଷ୍ମଣ ଏହି ପୁଷ୍କରିଣୀରେ ଗାଧୋଇଥିଲେ।

ସେହିପରି ହରିୟାଣା ଦାବି କରିଛି ଯେ ହନୁମାନ କୌଥଲରେ ଜନ୍ମ ଗ୍ରହଣ କରିଥିଲେ। ଏହା ପୂର୍ବରୁ କପିସ୍ଥଳ ନାମରେ ଜଣାଶୁଣା ଥିଲା। ହନୁମାନଙ୍କ ପିତା କେଶରୀ କପିସ୍ଥଳର ରାଜା ଥିଲେ। ଏହି କାରଣରୁ, କୌଥଲ ପ୍ରଭୁ ହନୁମାନଙ୍କ ଜନ୍ମସ୍ଥାନ ଭାବରେ ପରିଗଣିତ ହୁଏ। ଏଠାରେ ଏକ ପ୍ରାଚୀନ ହନୁମାନ ମନ୍ଦିର ମଧ୍ୟ ରହିଛି। ପୂର୍ବରୁ ମନ୍ଦିର ସ୍ଥାନରେ ଏକ ମୁଣ୍ଡିଆ ଥିଲା । ଏହା ହନୁମାନଙ୍କ ମାତା ଅଞ୍ଜନୀଙ୍କ ନାମରେ ନାମିତ କରାଯାଇଛି। ଏଠାକାର ଲୋକମାନେ ବିଶ୍ୱାସ କରନ୍ତି ଯେ ଅଞ୍ଜନୀ ତାଙ୍କ ସ୍ବାମୀ କେଶରୀଙ୍କ ସହ ଏଠାରେ ରହୁଥିଲେ ଏବଂ ସେ ସେଠାରେ ହନୁମାନଙ୍କୁ ଜନ୍ମ ଦେଇଥିଲେ ।

ଗୁଜରାଟ ମଧ୍ୟ ହନୁମାନଙ୍କ ଜନ୍ମସ୍ଥାନ ନେଇ ଦାବି କରୁଛି। ରାଜ୍ୟର ଡାଙ୍ଗ ଜିଲାରେ ଏକ ସ୍ଥାନ ଅଛି। ବିଶ୍ୱାସ କରାଯାଏ ଯେ ହନୁମାନ ଏଠାରେ ଜନ୍ମ ହୋଇଥିଲେ। ରାମାୟଣ ସମୟରେ ଡାଙ୍ଗ ଜିଲା ଦାଣ୍ଡକାରଣ୍ୟ ଅଞ୍ଚଳ ଭାବରେ ଜଣାଶୁଣା ଥିଲା। ଲୋକମାନେ ବିଶ୍ୱାସ କରନ୍ତି ଯେ ପ୍ରଭୁ ଶ୍ରୀରାମ ତାଙ୍କ ନିର୍ବାସନ ସମୟରେ ପଞ୍ଚବଟୀ ଅଭିମୁଖେ ଡାଙ୍ଗ ଦେଇ ଯାଇଥିଲେ। ଶବରୀ ମାତା ଡାଙ୍ଗ ଜିଲାର ସୁବୀର ନିକଟରେ ପ୍ରଭୁ ରାମ ଏବଂ ଲକ୍ଷ୍ମଣଙ୍କୁ ବରକୋଳିି ଖାଇବାକୁ ଦେଇଥିଲେ। ଡାଙ୍ଗ ଜିଲାର ଆଦିବାସୀମାନଙ୍କ ବିଶ୍ୱାସ ଯେ ହନୁମାନ ଡାଙ୍ଗ ଜିଲାର ଅଞ୍ଜନୀ ପର୍ବତରେ ଅବସ୍ଥିତ ଅଞ୍ଜନୀ ଗୁମ୍ଫାରେ ଜନ୍ମଗ୍ରହଣ କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ପୁଟିନଙ୍କ ଘର ଉପରେ ଏମିତି ‘ଡ୍ରୋନ୍ ଆକ୍ରମଣ’ର କରିଥିଲା ୟୁକ୍ରେନ, ଭୟଙ୍କର ଭିଡିଓ ଜାରି କଲା ରୁଷ

ନୂଆଦିଲ୍ଲୀ,୩୧।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ଲକ୍ଷ୍ୟ କରି ଡ୍ରୋନ୍ ମାଡ଼ କରିଛି ୟୁକ୍ରେନ। ଏହି ଖବର ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri