ଦାବି ପୂରଣ ନ ହେଲେ ରବି ମଣ୍ଡିରେ ଧାନ କିଣିବେନି ମିଲର

ଜୟପୁର, ୩୦ା୫(ନି.ପ୍ର.): କୋରାପୁଟ ଜିଲା ମିଲର୍ସ ସଂଘ ବୈଠକ ବୋରିଗୁମ୍ମାଠାରେ ଅନୁଷ୍ଠିତ ହୋଇଯାଇଛି। ସରକାରଙ୍କ ନୂଆ ନିୟମ ଏମ୍‌ଏମ୍‌ଡିଏଫ୍‌କୁ କୋରାପୁଟ ଜିଲା ମିଲର୍ସ ମାଲିକ ସଂଘ ବିରୋଧ କରିଛି। ୨୦୨୦-୨୧ ଆର୍ଥତ୍କ ବର୍ଷର ବକେୟା ପ୍ରାପ୍ୟ ପ୍ରଶାସନ ଦେଇ ନ ଥିବାରୁ ବୈଠକରେ ସଦସ୍ୟମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଗତ ଖରିଫ ଧାନର ୬୦.୬୩% ଚାଉଳ ବର୍ତ୍ତମାନ ସୁଦ୍ଧା ପ୍ରଶାସନ ନେଇଛି। ବଳକା ଚାଉଳ ମିଲରଙ୍କ ପାଖରେ ପଡିଛି। ଏହା ମିଲରଙ୍କ ପାଇଁ ବୋଝ। ପ୍ରଶାସନ ତୁରନ୍ତ ମିଲର୍ସଙ୍କ ସମସ୍ୟା ସମାଧାନ ନ କରି ମିଲରଙ୍କ ଉପର ଚାପ ପ୍ରୟୋଗ କରୁଛନ୍ତି। ଦାବି ନେଇ ମିଲରମାନେ ୩୧ରେ ଜିଲା ଯୋଗାଣ ଅଧିକାରୀଙ୍କ ଦ୍ୱାରସ୍ଥ ହେବେ। ପ୍ରଶାସନ ଦାବି ପୂରଣ ନ କଲେ ରବି ମଣ୍ଡିରେ କୋରାପୁଟ ଜିଲା ମିଲ ମାଲିକ ସଂଘ ଭାଗ ନେବେନାହିଁ ବୋଲି ନିଷ୍ପତ୍ତି ହୋଇଛି। ଏହି ବୈଠକରେ ମିଲ୍‌ ମାଲିକ ସଂଘ ସଭାପତି ପୂର୍ଣ୍ଣ ପଟ୍ଟନାୟକ, ଉପସଭାପତି ଜଗଦୀଶ ପାଣିଗ୍ରାହୀ ଓ ପି. ଦିଲୀପ କୁମାର, ତିରୁପତି ରାଓ, ସମ୍ପାଦକ ଦୀନେଶ ବିଷୋୟୀ, ଯୁଗ୍ମ ସମ୍ପାଦକ ସନ୍ତୋଷ ସାହୁ, ଉପଦେଷ୍ଟା ବି.ସି. ପଣ୍ଡା, ନରେନ୍ଦ୍ର ସ୍ବାଇଁଙ୍କ ସହ ୬୭ ମିଲ୍‌ ମାଲିକ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ପାଇଁ ସକାଳୁଆ ସ୍କୁଲ ବନ୍ଦ

କୋରାପୁଟ,୫ା୧୨(ଅମିତାଭ ବେହେରା)-କୋରାପୁଟ ଜିଲାରେ ଅସହ୍ୟ ଶୀତ ହେଉଥିବାରୁ ଫ୍ରେବୃଆରୀ ଯାଏ ସକାଳୁଆ କ୍ଲାସ ବନ୍ଦ ରଖିବାକୁ ଜିଲାପାଳ ମନୋଜ ସତ୍ୟବାନ ମହାଜନ ଏକ ନିର୍ଦ୍ଦେଶନାମା ଜାରି...

ହଠାତ୍‌ ପେଟବ୍ୟଥା ହୋଇ ଅସୁସ୍ଥ ହୋଇପଡିଲେ ୩୫ ଛାତ୍ରୀଛାତ୍ର: ହସ୍ପିଟାଲରେ ଭର୍ତ୍ତି କଲେ କର୍ତ୍ତୃପକ୍ଷ

ବୈପାରୀଗୁଡା,୨।୧୨(କଳ୍ପତରୁ ମହାନ୍ତି): ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ଶୀରିବେଡା ପିଏମଶ୍ରୀ ସରକାରୀ ସ୍କୁଲ ହଷ୍ଟେଲର ୩୫ ଛାତ୍ରୀଛାତ୍ର ଅସୁସ୍ଥ ହୋଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ହଠାତ୍‌...

ଛାତ୍ରବାସକୁ ଫେରିଲେ ନିଖୋଜ ୨୦ ଛାତ୍ର: ଜାଣନ୍ତୁ ଯାଇଥିଲେ କୁଆଡ଼େ

କୋରାପୁଟ,୧।୧୨(ଅମିତାଭ ବେହେରା): କୋରାପୁଟ ସରକାରୀ ଉଛ ବିଦ୍ୟାଳୟ -ଲଙ୍କାପୁଟର ଛାତ୍ରବାସରୁ ନିଖୋଜ ୨୦ ଛାତ୍ର ପୁଣି ଫେରିଛନ୍ତି। ସମସ୍ତେ ନିକଟସ୍ତ ପଣ୍ଡି ପିକନିକ ସ୍ପଟକୁ ଯାଇଥିଲେ...

ବିଦ୍ୟାଳୟରୁ ୨୦ ଛାତ୍ର କୁଆଡ଼େ ଉଭାନ: ଚିନ୍ତାରେ ଅଭିଭାବକ

କୋରାପୁଟ,୧।୧୨(ଅମିତାଭ ବେହେରା): କୋରାପୁଟ ସରକାରୀ ଉଛ ବିଦ୍ୟାଳୟ -ଲଙ୍କାପୁଟର ଛାତ୍ରବାସରୁ ୨୦ ଛାତ୍ର ନିଖୋଜ। ଆଜି ସକାଳୁ ପ୍ରଥମରୁ ପଞ୍ଚମ ର ୨୦ ଜଣ ଛାତ୍ର...

କାର୍ଯ୍ୟରେ ଯୋଗଦେଲେ କୋରାପୁଟ ନୂତନ ଏସଡିପିଆରଓ

କୋରାପୁଟ,୨୮।୧୧(ଅମିତାଭ ବେହେରା): କୋରାପୁଟର ନୂତନ ଏସ୍‌ଡିପିଆରଓ ଭାବେ ରାଧାରାଣୀ ସରକାର ଶୁକ୍ରବାର କାର୍ଯ୍ୟରେ ଯୋଗଦାନ କରିଛନ୍ତି। ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟସ୍ଥିତ ଜିଲା ସୂଚନା ଓ ଲୋକସମ୍ପର୍କ...

ଓଭରଟେକ୍‌ କରୁଥିବା ବେଳେ ଭୟଙ୍କର ଦୁର୍ଘଟଣା: କାର୍‌ ଚୁରମାର, ଡ୍ରାଇଭର…

କୋରାପୁଟ,୨୫।୧୧(ଅମିତାଭ ବେହେରା): କୋରାପୁଟ ସହର ଉପକଣ୍ଠରେ ଥିବା ଲାଣ୍ଡିଗୁଡାସ୍ଥିତ ଡିଏଭି ମହାବିଦ୍ୟାଳୟ ନିକଟରେ ଥିବା ୨୬ ନଂ ଜାତୀୟ ରାଜପଥରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି।...

କୋରାପୁଟରେ ହେବ ଜିଲା ସଂସ୍କୃତି ଭବନ

କୋରାପୁଟ,୨୧।୧୧(ଅମିତାଭ ବେହେରା): କୋରାପୁଟ ସହରର ଭବାନୀନଗରଠାରେ ୧୦ କୋଟି ୩୭ ଲକ୍ଷ ଟଙ୍କା ବ୍ୟୟରେ ନୂତନ ଜିଲା ସଂସ୍କୃତି ଭବନ ଓ କାର୍ଯ୍ୟାଳୟ ନିର୍ମାଣ କରାଯିବ।...

ଇକୋ ରିଟ୍ରିଟ୍‌ ଉଦ୍‌ଘାଟନ କଲେ ଉପମୁଖ୍ୟମନ୍ତ୍ରୀ, ପର୍ଯ୍ୟଟକ ପାଇବେ ଏସବୁ ସୁବିଧା

କୋରାପୁଟ,୧୫ା୧୧(ଅମିତାଭ ବେହେରା): କୋରାପୁଟ ଜିଲାର ସେମିଳିଗୁଡା ବ୍ଲକ ଅନ୍ତର୍ଗତ ଦୁଧାରୀ ପଞ୍ଚାୟତସ୍ଥିତ ପୁଟସିଲଠାରେ ଶନିବାର ଇକୋ ରିଟ୍ରିଟ୍‌ ୨୦୨୫ର ଆଭାସୀ ମାଧ୍ୟମରେ ରାଜ୍ୟ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri