ଉଜ୍ଜ୍ୱଳ ଆଲୋକ ପାଇଁ ହାତୀ ବାଟବଣା

କେନ୍ଦୁଝର,୨୪।୫(ସ୍ବ.ପ୍ର.) ହାତୀମାନଙ୍କ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଉଛି। ଜଙ୍ଗଲାଞ୍ଚଳ ଦେଇ ଯାଇଥିବା ରାଜପଥ ଓ ଜାତୀୟ ରାଜପଥରେ ସୂଚନା ଫଳକ ଦର୍ଶାଇ ଯାତାୟାତ କରୁଥିବା ଲୋକ ଓ ଚାଳକଙ୍କୁ ସତର୍କ କରାଯାଉଛି। ଏଭଳି ସୂଚନା ଫଳକ ଏନ୍‌ଏଚ୍‌ ୪୯ର ବେଲଦା ଘାଟି ନିକଟରେ ଲାଗିଛି। ତେବେ ଏହି ଘାଟି ରାସ୍ତାରେ ହାତୀ ପଲ ଏପାଖରୁ ସେପାଖ ନିୟମିତ ଯାତାୟାତ କରନ୍ତି। ତେବେ ଏନ୍‌ଏଚ୍‌ ପ୍ରଶସ୍ତିିକରଣ ଫଳରେ ଏବଂ ବହୁ ସଂଖ୍ୟାରେ ଗାଡ଼ି ଚଳାଚଳ କରୁଥିବାରୁ ହାତୀମାନେ ରାସ୍ତା ପାର ହେବା ବେଳେ ବିଚଳିତ ହୋଇ ଗାଁଗଣ୍ଡାରେ ପ୍ରବେଶ କରି ଉପଦ୍ରବ କରୁଛନ୍ତି। ତେବେ ବନ ବିଭାଗ ପକ୍ଷରୁ ସେମାନଙ୍କ ସୁରକ୍ଷିତ ଯାତାୟାତ ପାଇଁ ଏକ ଅଣ୍ଡରପାସ ନିର୍ମାଣ କରାଯାଇଥିଲେ ହେଁ ଚଲାପଥଠାରୁ ଦୂରରେ ନିର୍ମାଣ କରାଯାଇଥିବା ଏବଂ ସେଠାକୁ ଯିବା ପାଇଁ ପାହାଡ଼ ରାସ୍ତା ଥିବାରୁ ଅନେକ ସମୟରେ ହାତୀମାନଙ୍କ ଯାତାୟାତରେ ସମସ୍ୟା ସୃଷ୍ଟି ହେଉଥିବା ସ୍ଥାନୀୟ ଲୋକେ କହିଛନ୍ତି।
ଉକ୍ତ ସ୍ଥାନରେ ଯାତାୟାତ କରୁଥିବା ଲାଇନ ଟ୍ରକ୍‌, ଟ୍ରେଲର ଆଦିଙ୍କ ପାର୍କିଂ ପାଇଁ ହାଇଓ୍ବେ ନିର୍ମାଣ କରାଯାଇଥିବାରୁ ରାସ୍ତା ଅଧିକ ପ୍ରଶସ୍ତ ହୋଇଥିବାରୁ ହାତୀମାନେ ରାସ୍ତା ଅତିକ୍ରମ କରିପାରୁ ନାହାନ୍ତି। ଏହାବ୍ୟତୀତ ଉକ୍ତ ରାସ୍ତାରେ ବହୁ ସଂଖ୍ୟାରେ ଉଜ୍ଜ୍ୱଳ ଆଲୋକ ଲଗାଯାଇଥିବାରୁ ହାତୀମାନେ ରାତିରେ ପଥଭ୍ରଷ୍ଟ ହୋଇପଡୁଛନ୍ତି। ଏଣୁ ରାସ୍ତା ନିର୍ମାଣ ସମୟରେ ଏସବୁ ଦିଗକୁ ଦୃଷ୍ଟି ଦିଆଯିବା ଜରୁରୀ ଥିଲା। ଯାହାଫଳରେ ହାତୀମାନେ ଅନ୍ଧାର ରାତିରେ ସୁରକ୍ଷିତ ଭାବେ ଗୋଟିଏ ଜଙ୍ଗଲରୁ ଅନ୍ୟ ଜଙ୍ଗଲକୁ ଯାତାୟାତ କରିପାରିଥାନ୍ତେ ବୋଲି ପରିବେଶବିତ ଡ. ବିମ୍ବାଧର ବେହେରା କହିଛନ୍ତି ା
ସୂଚନାଯୋଗ୍ୟ, କେନ୍ଦୁଝର ଜିଲା ଦେଇ ଜଙ୍ଗଲ ଓ ପାହାଡ଼ ଅଞ୍ଚଳ ମଧ୍ୟରେ ବ୍ୟସ୍ତବହୁଳ ଦୁଇଟି ଜାତୀୟ ରାଜପଥ ଯାଇଛି। ରାସ୍ତା ପ୍ରଶସ୍ତିକରଣ ଯୋଗୁ ହାତୀ ଚଲାପଥ ସବୁ ନଷ୍ଟ ହୋଇଯାଇଛି ା ଫଳରେ ହାତୀମାନେ ପଥଭ୍ରଷ୍ଟ ହୋଇ ଏଣେ ତେଣେ ଯାତାୟାତ କରି ଉପଦ୍ରବ କରୁଛନ୍ତି ା ଉପଯୁକ୍ତ ପରାମର୍ଶ ନ ନେଇ ଏଭଳି ରାସ୍ତା ନିର୍ମାଣ ଓ ଅଣ୍ଡରପାସ ନିର୍ମାଣ ହୋଇଥିବାରୁ ହାତୀମାନଙ୍କ ପାଇଁ ସମସ୍ୟା ବଢୁଛି ବୋଲି ପରିବେଶବିତମାନେ ମତବ୍ୟକ୍ତ କରୁଛନ୍ତି। ବନ ବିଭାଗ ବିଭିନ୍ନ ସ୍ଥାନରେ ହାତୀ ଚଲାପଥ ଲିଖିତ ସୂଚନା ଫଳକ ମାରି ଦାୟିତ୍ୱ ଶେଷ କରୁଥିବା ବେଳେ ଏନେଇ ସ୍ବତନ୍ତ୍ର ପଦକ୍ଷେପ ନେବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସାରା ଦେଶରେ ଓଡ଼ିଶାର ବିଧାୟକଙ୍କ ଦରମା ସବୁଠାରୁ ଅଧିକ, ଜାଣନ୍ତୁ କେତେ…

ଭୁବନେଶ୍ୱର,୧୨।୧୨: ସାରା ଦେଶରେ ଓଡ଼ିଶାର ବିଧାୟକଙ୍କ ଦରମା ସବୁଠାରୁ ଅଧିକ। ସବୁଠାରୁ ବଡ଼ କଥା ହେଉଛି ଅଟୋମେସନ ପ୍ରୋସେସରେ ପ୍ରତି ୫ ବର୍ଷରେ ବିଧାୟକଙ୍କ ଦରମା...

ମଣ୍ଡିରୁ ଉଠୁନି ଧାନ: ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଚାଷୀଙ୍କ ଧାରଣା

ନୂଆପଡ଼ା,୧୨ା୧୨ (ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର...

କଳିଙ୍ଗା ଘାଟି ତଳେ ଭୟଙ୍କର ଦୁର୍ଘଟଣା: ଏପଟେ  ପସିଲା ଲୁହା ଛଡ଼, ସେପଟେ ଛିଡ଼ିପଡ଼ିଲା ବିଦ୍ୟୁତ୍‌ ତାର   

ଭଞ୍ଜନଗର,୧୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଫୁଲବାଣୀ ମୁଖ୍ୟ ରାସ୍ତାର କଳିଙ୍ଗା ଘାଟି ତଳେ ଦୁର୍ଗାପ୍ରସାଦଠାରେ ଶୁକ୍ରବାର ସନ୍ଧ୍ୟାରେ ଏକ ଲୁହା ଛଡ଼ ବୋଝେଇ ଟ୍ରକ...

ମାଲକାନଗିରି ହିଂସା ରିପୋର୍ଟ ପ୍ରକାଶ: ଏଥିରେ ହୋଇଛି ଏତିକି କୋଟି ଟଙ୍କା କ୍ଷତି, ଜାଣିଲେ…

ମାଲକାନଗିରି,୧୨ା୧୨: ମାଲକାନଗିରି ହିଂସାରେ ହୋଇଥିବା କ୍ଷୟକ୍ଷତି ରିପୋର୍ଟ ପ୍ରକାଶ ପାଇଛି। ଏହି ହିଂସାରେ ୩ କୋଟି ୪୦ ଲକ୍ଷ ଟଙ୍କାର କ୍ଷୟକ୍ଷତି ଆକଳନ କରାଯାଇଛି। ଏନେଇ...

ମୋକିମ୍‌ଙ୍କୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌: ଏଥର ଦିଲ୍ଲୀରେ …

ଭୁବନେଶ୍ୱର,୧୨।୧୨: ମୋକିମଙ୍କ ଚିଠି ପ୍ରସଙ୍ଗରେ କଂଗ୍ରେସ ବିଧାୟକ ଦଳ ନେତା ପ୍ରତିକ୍ରିୟା ରଖିଛନ୍ତି। ଓଡ଼ିଶାରେ ବିବାଦ, ଦିଲ୍ଲୀରେ ସମାଧାନ ହେବ କହିଲେ ରାମଚନ୍ଦ୍ର କାଡାମ। ଓଡ଼ିଶା...

ଓଡ଼ିଶା ଆସିବେ CJI: ପ୍ରଥମ ଥର ପାଇଁ…

ଭୁବନେଶ୍ୱର,୧୨।୧୨: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ଆସନ୍ତା ରବିବାର ଓଡ଼ିଶା ଆସିବେ । CJI ଭାବେ ଶପଥ ଗ୍ରହଣ କରିବା ପରେ ପ୍ରଥମ ଥର...

ଗଞ୍ଜାମର ୪୧ ଡିଗ୍ରୀ କଲେଜକୁ ଅର୍ଥ ଅନୁମୋଦନ

ଭଞ୍ଜନଗର,୧୨ା୧୨(ବାବୁଲା ପ୍ରଧାନ): କଲେଜ ପଢୁଆ ଛାତ୍ରୀମାନଙ୍କ ମଧ୍ୟରେ ଆତ୍ମ ବିଶ୍ୱାସ ବଢ଼ିବା ଲକ୍ଷ୍ୟ ନେଇ ସରକାର ସେମାନଙ୍କୁ ଆତ୍ମ ସୁରକ୍ଷା ତାଲିମ ପ୍ରଦାନ କରୁଛନ୍ତି। ଏହିଭଳି...

ଦାୟିତ୍ୱ ନେଲେ ନବନିର୍ବାଚିତ ଅଧ୍ୟକ୍ଷା, ନୂଆ ରୂପରେଖ ନେଇ କହିଲେ…

କୁନ୍ଦୁରା,୧୨ା୧୨(ସନ୍ତୋଷ ପ୍ରହରାଜ): କୋରାପୁଟ ଜିଲା କୁନ୍ଦୁରା ପଞ୍ଚାୟତ ସମିତି ଅଧ୍ୟକ୍ଷା ଉପନିର୍ବାଚନରେ ସ୍ବାଧୀନ ଭାବେ ବିଜୟୀ ହୋଇ ଦାୟିତ୍ୱ ନେଲେ ବନିତା କାନ୍ଦଲିଆ। ବହୁ ବାଦବିବାଦ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri