Posted inଫୁରସତ

ପ୍ରଥମ ଦରମାରେ ଘର ପାଇଁ ମିଠା କିଣିଥିଲି: ମଧୁସୂଦନ ଦାଶ

କେନ୍ଦ୍ରାପଡ଼ା ଜିଲା ଡେରାବିଶ ଥାନା ଅନ୍ତର୍ଗତ ଖମୋଳ ଗାଁରେ ମୋ ଜନ୍ମ। ବାଲିଆ ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ୍‌ ପାସ୍‌ କରି କେନ୍ଦ୍ରାପଡ଼ା କଲେଜରେ ଯୁକ୍ତ ଦୁଇ ଓ ଯୁକ୍ତ ତିନି ବିଜ୍ଞାନ ପଢିଥିଲି। ତା’ପରେ ରେଭେନ୍ସା କଲେଜରେ ଉଦ୍ଭିଦ ବିଜ୍ଞାନରେ ସ୍ନାତକୋତ୍ତର କଲି। ପଢା ସରିବା ପରେ ଡେରାବିଶ କଲେଜରେ କିଛିଦିନ ଅଧ୍ୟାପନା କରିଥିଲି। ସେଠାରେ ୪୦୦ ଟଙ୍କା ଦରମା ମିଳୁଥିଲା। ଏହାଥିଲା ୧୯୯୨ ମସିହାର କଥା। ପ୍ରଥମ ମାସ ଦରମା ପାଇବା ପରେ ଘର ଲୋକଙ୍କ ପାଇଁ ମିଠା ନେଇକି ଯାଇଥିଲି। ତା’ସହିତ ମୋ ପାଖରେ ଭଲ ପ୍ୟାଣ୍ଟସାର୍ଟ ନଥିବାରୁ ନିଜ ପାଇଁ ହଳେ ପ୍ୟାଣ୍ଟସାର୍ଟ କରିଥିଲି। ବାକି ଯାହା ବଳିଥିଲା ତାକୁ ଘରେ ଦେଇ ଦେଇଥିଲି। କାରଣ ସେତେବେଳେ ଘରର ଆର୍ଥିକ ସ୍ଥିତି ସେତେ ଭଲ ନଥିଲା। ବାପା ଚାଷ କାମ କରୁଥିଲେ। ତା’ସାଙ୍ଗକୁ ମୋର ଥିଲେ ୩ଟି ସାନ ଭଉଣୀ। ଘରର ବଡ଼ ଓ ମା’ବାପାଙ୍କର ଏକମାତ୍ର ପୁଅ ହୋଇଥିବାରୁ ଘର ପ୍ରତି ମୋର ବି କିଛି ଦାୟିତ୍ୱ ଥିଲା। ତେଣୁ ପ୍ରତିମାସ ଦରମା ପାଇଲା ପରେ ସମ୍ପୂର୍ଣ୍ଣ ଟଙ୍କା ଆଣି ଘରେ ଦେଇ ଦେଉଥିଲି। କ୍ରମେ ଦେଖିଲି ମୋର ଏହି ସ୍ବଳ୍ପ ରୋଜଗାର ଘର ଚଳେଇବାକୁ ଯଥେଷ୍ଟ ହେଉନାହିଁ। ତେଣୁ ଚାକିରି ସହିତ ମାଟ୍ରିକ୍‌ ଓ ଯୁକ୍ତ ଦୁଇ ବିଜ୍ଞାନର ଛାତ୍ରୀଛାତ୍ରଙ୍କୁ ଟ୍ୟୁଶନ କରିବା ଆରମ୍ଭ କଲି। ଏମିତି ପାଖାପାଖି ଦୁଇ ବର୍ଷ ବିତିଗଲା। ତା’ପରେ ମୋତେ ଡେରାବିଶ କଲେଜ ଛାଡ଼ିବାକୁ ପଡିଲା, କାରଣ ମୁଁ ସେଠାରେ କଣ୍ଟ୍ରାକଚୁଆଲ୍‌ ଅଧ୍ୟାପକ ଭାବେ ଅବସ୍ଥାପିତ ଥିଲି। ତା’ପରେ ଯାଜପୁରସ୍ଥିତ ଯୁଣଭଦ୍ରା କଲେଜରେ ଅଧ୍ୟାପନା କରିବାର ସୂଯୋଗ ମିଳିଲା। ସେଠାରେ ୬ ମାସ ଅଧ୍ୟାପନା କରିବା ଭିତରେ ମୁଁ ଓଏଏସ୍‌ ପରୀକ୍ଷା ଦେଇଥିଲି। ୟା’ପୂର୍ବରୁ ମଧ୍ୟ ଅନେକ ପରୀକ୍ଷାର ଲିଖିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ହେଁ ମୌଖୀକ ପରୀକ୍ଷାରେ କଟିଯିବାର ଅନୁଭୂତି ମୋର ଥିଲା। ସେଥିପାଇଁ ଓଏଏସ୍‌ ପରୀକ୍ଷାରେ ସଫଳତା ହାସଲ କରିବି କି ନାହିଁ ସେ ନେଇ ଦ୍ୱନ୍ଦ୍ୱରେ ଥିଲି। ହେଲେ ସବୁ ଦ୍ୱନ୍ଦ୍ୱର ଅବସାନ ଘଟିଥିଲା ଯେବେ ମୁଁ ଓଏଏସ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲି। ଜୁଲାଇ ୧, ୧୯୯୬ରୁ ଚନ୍ଦ୍ରଶେଖରପୁରସ୍ଥିତ ଗୋପବନ୍ଧୁ ଏକାଡେମୀ ଅଫ୍‌ ଆଡ୍‌ମିନିଷ୍ଟ୍ରେଶନ୍‌ରେ ଆମର ଟ୍ରେନିଂ ଚାଲିଲା। ପାଖାପାଖି ୨ ବର୍ଷ ଏହି ଟ୍ରେନିଂ ଚାଲିଥିଲା। ତା’ପରେ ୧୯୯୮ରେ ଆସିଷ୍ଟାଣ୍ଟ ସେଟେଲ୍‌ମେଣ୍ଟ ଅଫିସର୍‌ ଭାବେ ମୋର ପ୍ରଥମ ପୋଷ୍ଟିଂ ହେଲା ଫୁଲବାଣୀରେ। ଦୁଇବର୍ଷ ପରେ ଅତିରିକ୍ତ ତହସିଲଦାର ଭାବେ ଆସିଲି ସାଲେପୁର, କଟକକୁ। ତା’ପରେ ତହସିଲଦାର ଭାବେ ବଦଳି ହୋଇ ଗଲି ଅନୁଗୁଳ, ଛେଣ୍ଡିପଦା ତହସିଲକୁ। ଏଠାରେ ପ୍ରାୟ ୫ବର୍ଷ ରହିବା ଭିତରେ ସ୍ଥାନୀୟ କେତେଜଣ ସାହିତି୍ୟକଙ୍କୁ ନେଇ ସାରସ୍ବତ ସାହିତ୍ୟ ସଂସଦ ଗଢିଥିଲି; ଯାହାର ମୁଁ ଥିଲି ପ୍ରତିଷ୍ଠାତା ସଭାପତି। ତା’ପରେ ମୁଁ ବଦଳି ହୋଇ ଆସିଥିଲି ଜଗତ୍‌ସିଂହପୁର ଜିଲା କାର୍ଯ୍ୟାଳୟର ଡେପୁଟି କଲେକ୍ଟର ହୋଇ। ଏଠାରେ ରହିବା ଭିତରେ ମୋତେ ଜଗତ୍‌ସିଂହପୁର ବ୍ଲକ୍‌ର ବିଡିଓ ଭାବେ ମଧ୍ୟ କିଛିଦିନ ଦାୟିତ୍ୱ ସମ୍ଭାଳିବାକୁ ପଡିଥିଲା। ତା’ପରେ ପୁଣି ବିଡିଓ ଭାବେ କିଛିଦିନ କେନ୍ଦ୍ରାପଡ଼ାର ପଟ୍ଟାମୁଣ୍ଡାଇ, ଯାଜପୁରର ରସୁଲପୁର ଓ ଧର୍ମଶାଳା ବ୍ଲକରେ କଟିଥିଲା। ଏହାପରେ ପଦୋନ୍ନତି ପାଇ ସିନିୟର୍‌ କ୍ଲାସ୍‌ ଓ୍ବାନ୍‌ ଅଫିସର୍‌ ହେଲି ଏବଂ ଉପଜିଲାପାଳ ଭାବେ କେନ୍ଦୁଝରର ଆନନ୍ଦପୁରରେ କିଛିଦିନ ଏବଂ ପୁରୀରେ ପ୍ରାୟ ୫ ବର୍ଷ କାମ କରିଥିଲି। ଏଥିସହିତ ବର୍ଷକ ପାଇଁ ଶ୍ରୀ ଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟର ପ୍ରଶାସକ ଭାବେ ମଧ୍ୟ ଦାୟିତ୍ୱ ତୁଲାଇବାର ସୂଯୋଗ ପାଇଥିଲି। ତେବେ ଆନନ୍ଦପୁରରେ ଥିଲାବେଳେ ଲେଖକ ସମବାୟ ସମିତି ଗଢିଉଠିଥିଲା। ଏହାପରେ ଭଦ୍ରକରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଓ ପରେ ଅତିରିକ୍ତ ଜିଲା ମାଜିଷ୍ଟ୍ରେଟ୍‌ ଏବଂ ତା’ପରେ ପଦୋନ୍ନତି ପାଇ ଅତିରିକ୍ତ ଶାସନ ସଚିବ ପାହ୍ୟାକୁ ଯାଇଥିଲି। ବର୍ତ୍ତମାନ ମୁଁ ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗରେ ଅତିରିକ୍ତ ଶାସନ ସଚିବ ଭାବେ କାର୍ଯ୍ୟରତ। ଏତଦ୍‌ବ୍ୟତିତ ଗପ ଓ କବିତା ଲେଖିବାରେ ବିଶେଷ ରୁଚି ରହିଛି। ୟା’ଭିତରେ ଚିତ୍ରିତ ଅନ୍ଧାର, ବୋଉ, ଚିତ୍ରଅଙ୍କା ନାମରେ ତିନୋଟି କବିତା ସଂକଳନ ମୋର ପ୍ରକାଶିତ ହୋଇସାରିଲାଣି। ସେହିପରି ଜରି ଗୋଟାଳି ଝିଅ ନାମରେ ଆଉ ଏକ କବିତା ସଂକଳନ ଖୁବ୍‌ ଶୀଘ୍ର ପ୍ରକାଶିତ ହେବାକୁ ଯାଉଛି। ଏସବୁବାଦ୍‌ ମୁଁ ଅନେକ ସ୍ତମ୍ଭ ମଧ୍ୟ ଲେଖିଛି।

-ଅମ୍ବ୍ରିତା


Enter your email to get our daily news in your inbox.

All Right Reserved By Dharitri.Com

ରାକ୍ଷସଙ୍କ ବଗିଚା, ଏହା ପଛରେ ରହିଛି ଏମିତି କାହାଣୀ

ଯେତେବେଳେ ଆପଣ ଏକ ବଗିଚା କିମ୍ବା ପାର୍କ ବୁଲିବାକୁ ଯାଆନ୍ତି, ସେତେବେଳେ ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଶା କରନ୍ତି। କିନ୍ତୁ ଏକ ଅନନ୍ୟ ଉଦ୍ୟାନ ଅଛି,...

ଈଶ୍ୱରଙ୍କ ଉପରେ ବିଶ୍ୱାସ ଅଛି କିନ୍ତୁ ଭରସା ନାହିଁ !

ଆଚ୍ଛା, ଇୟେ କେମିତିକା କଥା! ଈଶ୍ୱରଙ୍କ ଉପରେ ଜଣକର ବିଶ୍ୱାସ ଥିବ ଅଥଚ ଭରସା ନ ଥିବ, ଏ କଥା ଆଦୌ ହୋଇ ନ ପାରେ...

କ୍ଲାଉଡ ସିଡିଂ ପ୍ରକୃତରେ କ’ଣ? ଯାହା କୃତ୍ରିମ ବର୍ଷା କରାଏ…

ନିକଟରେ ଦୁବାଇରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଥିଲା। ଦୁଇ ବର୍ଷରେ ଯେତିକି ବର୍ଷା ହେବା କଥା ଗୋଟିଏ ଦିନରେ ସେଠି ସେତିକି ବର୍ଷା...

ପ୍ରଥମ ରୋଜଗାର ଟଙ୍କାରେ ମା’ଙ୍କ ପାଇଁ ସମ୍ବଲପୁରୀ ଶାଢି କିଣିଥିଲି: ଡ. ଆଲୋକ ସାହୁ

ଜନ୍ମ ମୋର ଯାଜପୁରରେ ହୋଇଥିଲେ ହେଁ ବାପା ଯେହେତୁ କେନ୍ଦୁଝରରେ ଚାକିରି କରୁଥିଲେ ତେଣୁ ମୋ ସ୍କୁଲ ପାଠପଢା ସେଇଠି ହିଁ ହୋଇଥିଲା। ସ୍ଥାନୀୟ ଆନନ୍ଦପୁରସ୍ଥିତ...

ଭାମା-କାମାଚିଙ୍କ ନିବିଡ଼ ବନ୍ଧୁତ୍ୱର ହୃଦୟସ୍ପର୍ଶୀ କାହାଣୀ, ୫୫ ବର୍ଷ ଧରି…

ଚେନ୍ନାଇ: ତାମିଲନାଡୁ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁପ୍ରିୟା ସାହୁ ନିଜ ଏକ୍ସ’ ଆକାଉଣ୍ଟରେ ୨ ହାତୀଙ୍କ...

ନିଜ ଛୁଆଙ୍କୁ ନିଜେ ମାରି ଖାଇଯାଏ ଠେକୁଆ? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଠେକୁଆ ଦେଖିବାକୁ ବେଶ ସୁନ୍ଦର। ଅନେକ ଏହାକୁ ଘରେ ପାଳିବାକୁ ପସନ୍ଦ କରନ୍ତି। ହେଲେ ଏହି ପଶୁ ସହିତ ଜଡ଼ିତ ଏକ ଚକିତ କଲାଭଳି କଥା...

ଶୀତଦିନେ ବି ଟକଟକ ହୋଇ ଫୁଟେ ଏହି ନଦୀର ପାଣି, ବୈଜ୍ଞାନିକ ବି ଚକିତ

ସାଧାରଣତଃ ନଦୀର ପାଣି ଥଣ୍ଡା ଥାଏ। ହେଲେ ଦୁନିଆର ଏଭଳି ଏକ ନିଆରା ନଦୀ ରହିଛି ଯାହାର ପାଣି ସର୍ବଦା ଟକଟକ୍‌ ହୋଇ ଫୁଟୁଥାଏ। କେବଳ...

ସ୍ବାସ୍ଥ୍ୟସେବାରେ ପ୍ରାଣୀ ଚିକିତ୍ସକ

ମଣିଷର ଜୀବନଧାରଣରେ ପ୍ରାଣୀ ସମ୍ପଦର ଗୁରୁତ୍ୱକୁ ଉପଲବ୍ଧି କରି ୨୦୦୧ ମସିହାଠାରୁ ସମଗ୍ର ବିଶ୍ୱରେ ପାଳିତ ହୋଇଆସୁଅଛି ”ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ“। ପ୍ରତିବର୍ଷ ଏପ୍ରିଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri