ବେଜିଂ ଅନୁଗତ ହଂକଂ ନେତା

ହଂକଂ,୯ା୫: ଚାଇନା ସମର୍ଥତ୍ତ ପ୍ରାର୍ଥୀ ଜନ୍‌ ଲି ନିର୍ଦ୍ୱନ୍ଦ୍ୱରେ ହଂକଂର ନୂଆ ନେତା ନିର୍ବାଚିତ ହୋଇଛନ୍ତି। ସେ କେରି ଲାମ୍‌ଙ୍କ ସ୍ଥାନରେ ଦାୟିତ୍ୱ ତୁଲାଇବେ ବୋଲି ରବିବାର ହଂକଂ ପ୍ରଶାସନ ପକ୍ଷରୁ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି। ଏହି ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ଘଟଣାକ୍ରମ ପରେ ବ୍ରିଟେନର ପୂର୍ବତନ ଉପନିବେଶ ତଥା ବିଶ୍ୱର ଅନ୍ୟତମ ବୃହତ୍‌ ଫାଇନାନ୍ସିଆଲ ହବ୍‌ରେ ଚାଇନାର ହସ୍ତକ୍ଷେପ ବୃଦ୍ଧି ପାଇବା ଆଶଙ୍କା କରାଯାଉଛି।
କନ୍‌ଭେନ୍‌ସନ ଆଣ୍ଡ ଏକ୍‌ଜିବିଶନ ସେଣ୍ଟରରେ ନୂଆ ନେତା ବାଛିବା ପାଇଁ ରବିବାର ୯୯% ମତଦାନ ଏବଂ ଘଣ୍ଟାଏ ଭିତରେ ଭୋଟ ଗଣତି ଶେଷ ହୋଇଥିଲା। ୬୪ ବର୍ଷୀୟ ଜନ୍‌ ଲିଙ୍କୁ ୧୪୬୦ ଇଲେକ୍ଟରଙ୍କ ମଧ୍ୟରୁ ୧୪୧୬ ଜଣ ସମର୍ଥନ କରିଥିବା ରିଟର୍ନିଂ ଅଫିସର ସୂଚନା ଦେଇଛନ୍ତି। ଜନ୍‌ ବିଦାୟୀ ମୁଖ୍ୟ କାର୍ଯ୍ୟନିର୍ବାହୀ କେରି ଲାମ୍‌ଙ୍କ ଉତ୍ତରାଧିକାରୀ ଭାବେ ଜୁଲାଇ ୧ ତାରିଖରୁ ୫ ବର୍ଷିଆ କାର୍ଯ୍ୟକାଳ ଆରମ୍ଭ କରିବେ। କେରି ଲାମ୍‌ ଏହି ପଦ ପାଇଁ ଆଉ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ ବୋଲି ଗତମାସ ସ୍ପଷ୍ଟ କରିବା ପରେ ଜନ୍‌ଙ୍କ ପଥ ପରିଷ୍କାର ହୋଇଥିଲା। ପୂର୍ବରୁ ହଂକଂ ପ୍ରଶାସନର ନଂ.୨ ପାହ୍ୟା ଚିଫ୍‌ ସେକ୍ରେଟାରି ଭାବେ ଦାୟିତ୍ୱ ସମ୍ଭାଳିଥିବା ଜନ୍‌ଙ୍କ ବିରୋଧରେ କେହି ପ୍ରାର୍ଥୀ ନ ଥିବାରୁ ବେଜିଂ ପକ୍ଷରୁ ୨୦୨୧ରେ ପୁନର୍ଗଠିତ ନିର୍ବାଚନ କମିଟି ତାଙ୍କୁ ନୂଆ ନେତା ଚୟନ କରିଛି। କମିଟି ସଦସ୍ୟମାନେ ଜନ୍‌ଙ୍କ ସହ ଫଟୋ ପାଇଁ ପୋଜ୍‌ ଦେଉଥିବାବେଳେ ଆଶ୍ୱସ୍ତ ଜଣାପଡ଼ୁଥିଲେ। କେରି ଲାମ୍‌ ଜନ୍‌ଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏଥିସହ ନିର୍ବାଚନ ଫଳାଫଳ ବେଜିଂକୁ ଅବଗତ କରାଇବେ ବୋଲି ସୂଚନା ଦେଇଛନ୍ତି। ଏହାର ତାତ୍ପର୍ଯ୍ୟ ହେଲା ଜନ୍‌ ଅଧିକରୁ ଅଧିକ ଚାଇନା ସରକାର ପ୍ରତି ଆନୁଗତ୍ୟ ପ୍ରଦର୍ଶନ କରୁଥିବା ସଦସ୍ୟଙ୍କୁ ପ୍ରୋତ୍ସାହନ ଦେବେ। ଏଥିସହ ହଂକଂରେ କମ୍ୟୁନିଷ୍ଟ ପାର୍ଟି ଅଫ୍‌ ଚାଇନା (ସିପିସି)ର ରାଜନୈତିକ ହସ୍ତକ୍ଷେପ ବଢ଼ିବ। ବିନା କୌଣସି ବିରୋଧୀ ଦଳରେ କେରିଙ୍କ ତୁଳନାରେ ହଂକଂକୁ ଶାସନ କରିବା ଜନ୍‌ଙ୍କୁ ସହଜ ହୋଇପାରେ।
ତବେ ଜନ୍‌ଙ୍କ ନୀତିଗୁଡ଼ିକ ଥାର୍ଡ ସାଇଡ୍‌ ପାର୍ଟି ପ୍ରତିଷ୍ଠାତା ତଥା ନିର୍ବାଚନ କମିଟି ସଦସ୍ୟ ଟିକ୍‌ ଚି-ୟୁଏନ୍‌ ଓଙ୍କୁ ପ୍ରଭାବିତ କରିନାହିଁ। ଟିକ୍‌ ଗଣମାଧ୍ୟମକୁ କହିଛନ୍ତି, ଜନ୍‌ଙ୍କ ପ୍ଲାଟ୍‌ଫର୍ମ ‘ଫାଙ୍କା’ ମନେହେଉଛି। ସେଥିରେ ଥାର୍ଡ ସାଇଡ୍‌ର ଆଶା ଆକାଂକ୍ଷା ପ୍ରତିଫଳିତ ହେଉନାହିଁ। ତଥାପି ସୌହାର୍ଦ୍ଦ୍ୟ ଦୃଷ୍ଟିରୁ ଏବଂ ହଂକଂର ସମସ୍ୟାଗୁଡ଼ିକର ସମାଧାନ ପାଇଁ ବିଭିନ୍ନ ବିଚାରଧାରାର ଦଳଗୁଡ଼ିକ କିପରି ଏକାଠି ହୋଇପାରନ୍ତି, ତାହା ଦର୍ଶାଇବା ପାଇଁ ସେ ଜନ୍‌ଙ୍କୁ ଭୋଟ ଦେଇଛନ୍ତି। ଅନ୍ୟପକ୍ଷେ ଉଭୟ କୋଭିଡ୍‌ କଟକଣା ସହ ବିକ୍ଷୋଭ ଆଶଙ୍କାରେ ଜାତୀୟ ସୁରକ୍ଷା ଆଇନ ଅଧୀନରେ କଡ଼ା ସୁରକ୍ଷା ବନ୍ଦୋବସ୍ତ କରାଯାଇଥିବାବେଳେ ମାତ୍ର ୪ ଜଣ ବ୍ୟକ୍ତି ଜନ୍‌ଙ୍କ ନିର୍ବାଚନକୁ ବିରୋଧ କରି ସ୍ବର ଉତ୍ତୋଳନ କରିଥିଲେ। ଲିଗ୍‌ ଅଫ୍‌ ସୋସିଆଲ ଡେମୋକ୍ରାଟ୍ସର ୩ ଆକ୍ଟିଭିଷ୍ଟ ଓ୍ବାନ୍‌ଚାଇରେ ବିକ୍ଷୋଭ କରୁଥିବାବେଳେ ଜଣେ କର୍ମୀ ମତଦାନ କେନ୍ଦ୍ରକୁ ଯାଇଥିବା ରାସ୍ତା ଅବରୋଧ ପାଇଁ ଉଦ୍ୟମ କରିଥିଲେ। ପୋଲିସ ସେମାନଙ୍କୁ ଗିରଫ କରିଛି। ଏକ୍‌ଜିକ୍ୟୁଟିଭ୍‌ କାଉନ୍‌ସିଲ ସଦସ୍ୟ ରୋନି ଟୋଙ୍ଗ୍‌ ଏହି ନିର୍ବାଚନକୁ ‘ଓ୍ବାନ୍‌ ମ୍ୟାନ୍‌ ଶୋ’ ଭାବେ ଅଭିହିତ କରିଛନ୍ତି। ଏଥିସହ ବିବିଧ ମତବାଦର ଲୋକଙ୍କୁ ନେଇ ଏକ ସମାବେଶୀ ପ୍ରଶାସନ ଗଠନ ନିମନ୍ତେ ସେ ଜନ୍‌ଙ୍କୁ ପରାମର୍ଶ ଦେଇଛନ୍ତି। ଏପରି କଲେ ୩ ବର୍ଷ ଧରି ହଂକଂ ଭୋଗୁଥିବା ଅସୁବିଧା ଦୂର ହୋଇପାରିବ ବୋଲି ରୋନି କହିଛନ୍ତି। କାର୍ଯ୍ୟନିର୍ବାହୀ ପରିଷଦର ଅନ୍ୟତମ ସଦସ୍ୟ ତଥା ବେଜିଂ ସପକ୍ଷବାଦୀ ଆଇନପ୍ରଣେତା ରେଗିନା ଇପ୍‌ଙ୍କ ମତରେ ଜନ୍‌ ଚାଇନାର ମୂଳ ଭୂଖଣ୍ଡ ସହ ସଂଲଗ୍ନ ହଂକଂର ସୀମାଗୁଡ଼ିକୁ ଖୋଲିବା ଦିଗରେ ପ୍ରଥମେ ଉଦ୍ୟମ କରିବା ଉଚିତ। ନିର୍ବାଚନ ବ୍ୟବସ୍ଥାରେ ସଂସ୍କାର ଅଣାଯିବା ପରେ ୨୦୨୨ ହଂକଂ ଚିଫ୍‌ ଏକ୍‌ଜିକ୍ୟୁଟିଭ୍‌ ନିର୍ବାଚନ ଭବିଷ୍ୟତ ପାଇଁ ଆଦର୍ଶ ପାଲଟିଛି ବୋଲି ନ୍ୟାଶନାଲ ପିପୁଲ୍ସ କଂଗ୍ରେସର ଉପମୁଖ୍ୟ ତଥା ସିଟିର ଆଇନପ୍ରଣେତା ଷ୍ଟାନ୍‌ଲି ଏନ୍‌ଜି କହିଛନ୍ତି।

ପୋଲିସ ଅଧିକାରୀରୁ ମୁଖ୍ୟ କାର୍ଯ୍ୟନିର୍ବାହୀ

ବ୍ରିଟିଶ ଶାସନ ଅମଳରେ ୧୯୫୭ ଡିସେମ୍ବର ୭ରେ ହଂକଂରେ ଜନ୍‌ ଲି କା-ଚିଉଙ୍କ ଜନ୍ମ। ୩ ଦଶନ୍ଧିରୁ ଊର୍ଦ୍ଧ୍ୱ କାଳ ଧରି ପୋଲିସ ଅଧିକାରୀ ଭାବେ କାର୍ଯ୍ୟ କରିଥିବା ଜନ୍‌ ପରବର୍ତ୍ତୀ ସମୟରେ ସୁରକ୍ଷା ମନ୍ତ୍ରଣାଳୟରେ ଯୋଗଦେଇଥିଲେ। ଏହି ମନ୍ତ୍ରଣାଳୟ ଜାତୀୟ ସୁରକ୍ଷା ଉପରେ ଚାଇନାର ଗୁରୁତ୍ୱକୁ ପ୍ରତିପାଦନ କରିଥାଏ। ବିଶେଷକରି ୨୦୧୯ରେ ଗଣତନ୍ତ୍ର ସପକ୍ଷବାଦୀଙ୍କ ହିଂସାମତ୍କ ଆନ୍ଦୋଳନ ପରଠୁ ବିକ୍ଷୋଭକାରୀଙ୍କ ଦମନ କ୍ଷେତ୍ରରେ ସୁରକ୍ଷା ମନ୍ତ୍ରଣାଳୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଆସିଛି। କେରି ଲାମ୍‌ ଆନ୍ଦୋଳନକାରୀଙ୍କ ଉପରେ ଲୁହବୁହା ବାଷ୍ପ ଓ ଲାଠିମାଡ଼ କରି ସେମାନଙ୍କୁ ଗିରଫ କରିବା ପାଇଁ ଦେଉଥିବା ନିର୍ଦ୍ଦେଶକୁ ଜନ୍‌ କାର୍ଯ୍ୟକାରୀ କରାଉଥିଲେ। ବେଜିଂ ଦ୍ୱାରା ପ୍ରସ୍ତୁତ ଜାତୀୟ ସୁରକ୍ଷା ଆଇନ ପ୍ରତ୍ୟାହାର ଦାବିରେ ଆନ୍ଦୋଳନରତ ୧୮୨ ଜଣଙ୍କୁ ଗିରଫ କରାଯାଇଥିଲା। ଏଥିସହ ବହୁ ସଂଖ୍ୟକ ଗଣମାଧ୍ୟମ ସଂସ୍ଥାରେ ତାଲା ଝୁଲାଇ ଦିଆଯାଇଥିଲା। ୨୦୦୩ ଆନ୍ଦୋଳନ ପରେ ହଟାଇ ଦିଆଯାଇଥିବା ଅତିରିକ୍ତ ସୁରକ୍ଷା ଆଇନ ‘ଆର୍ଟିକଲ-୨୩’କୁ ଫେରାଇ ଆଣିବା ପାଇଁ କେରିଙ୍କ ପ୍ରତିଜ୍ଞାକୁ ଜନ୍‌ ପାଳନ କରିବେ ବୋଲି ଦୋହରାଇଛନ୍ତି। ସେହିପରି କେରିଙ୍କ ବିବାଦୀୟ ପ୍ରକଳ୍ପ ନର୍ଦର୍ନ ମେଟ୍ରୋପଲିସ୍‌ ଏବଂ ଲଣ୍ଟାଉ ଟୁମୋରୋକୁ ମଧ୍ୟ ସେ ସମ୍ପୂର୍ଣ୍ଣ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

୨୦୩୦ ସୁଦ୍ଧା ଭାରତ ହେବ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି; ୭.୩ ଟ୍ରିଲିୟନ ଡଲାରରେ ପହଞ୍ଚିବ GDP

ବେଙ୍ଗାଲୁରୁ,୨୯।୧୨: ଭାରତୀୟ ଅର୍ଥନୀତି ଏକ ନୂତନ ମାଇଲଖୁଣ୍ଟ ଅତିକ୍ରମ କରିଛି। ସୋମବାର ଜାରି ହୋଇଥିବା ଏକ ସରକାରୀ ବିବୃତ୍ତି ଅନୁଯାୟୀ, ୪.୧୮ ଟ୍ରିଲିୟନ ଡଲାର GDP...

ଆତ୍ମହତ୍ୟା କଲେ ଅଭିନେତ୍ରୀ, ସରକାରୀ ଚାକିରି କରିବାକୁ ଚାପ ପକାଉଥିଲେ ପରିବାର

ବେଙ୍ଗାଲୁରୁ,୨୯।୧୨: ସରକାରୀ ଚାକିରି ଆଉ ବିବାହ ଚାପରୁ ମୁକୁଳିପାରି ନାହାନ୍ତି ଲୋକପ୍ରିୟ ଅଭିନେତ୍ରୀ ନନ୍ଦିନୀ ସିଏମ୍‌। ବେଙ୍ଗାଲୁରୁର କେଙ୍ଗେରୀ ସ୍ଥିତ ଏକ ପେଇଂ ଗେଷ୍ଟ (PG)...

ଭୁବନେଶ୍ବର ପାଇଁ ନୂଆ ଟିମ୍‌ ନିଯୁକ୍ତ କଲେ ମନମୋହନ, ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର,୨୯।୧୨: ଭାଜପା କଲା ବଡ଼ ଘୋଷଣା। ଭୁବନେଶ୍ବର ପାଇଁ ନୂଆ ପଦାଧିକାରୀ ଭାଜପା ନିଯୁକ୍ତି କରିଛି। ୨୧ ପଦାଧିକାରୀଙ୍କୁ ମନମୋହନ ସାମଲ ନିଯୁକ୍ତି ଦେଇଛନ୍ତି। ଭୁବନେଶ୍ବର...

ପୁଟିନଙ୍କ ବାସଭବନକୁ ୟୁକ୍ରେନର ଡ୍ରୋନ୍ ମାଡ଼; ଏପରି ପ୍ରତିକ୍ରିୟା ଦେଲେ ଜେଲେନସ୍କି

ନୂଆଦିଲ୍ଲୀ,୨୯।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ୟୁକ୍ରେନ ଡ୍ରୋନ୍ ମାଧ୍ୟମରେ ଆକ୍ରମଣ କରିଥିବା ରୁଷିଆ ଦାବି କରିଛି। ତେବେ ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ମିଥ୍ୟା...

ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ୍‌ ପୂର୍ବରୁ ହଠାତ୍‌ ସନ୍ନ୍ୟାସ ନେଇ ଚମକାଇଲେ ଏହି ଅଲରାଉଣ୍ଡର, କ୍ରିକେଟ ଜଗତରେ ଚହଳ

ନୂଆଦିଲ୍ଲୀ,୨୯।୧୨: ନ୍ୟୁଜିଲାଣ୍ଡର ଅଲରାଉଣ୍ଡର ଡଗ ବ୍ରାସୱେଲ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି। ବ୍ରାସୱେଲ ୬୯ଟି ଅନ୍ତର୍ଜାତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡ ଦଳର ପ୍ରତିନିଧିତ୍ୱ କରିଥିଲେ, ୧୨୦...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି: ୭୯,୦୦୦ କୋଟି ଟଙ୍କାର ସାମରିକ ଉପକରଣ କିଣିବାକୁ ମଞ୍ଜୁରୀ

ନୂଆଦିଲ୍ଲୀ ,୨୯।୧୨: ଶକ୍ତିଶାଳୀ ହେବ ଭାରତୀୟ ସେନା। ନାଲି ଆଖି ଦେଖାଇଲେ ମିସାଇଲ ମାଡ଼ କରିବ ଭାରତ। ଦେଶର ପ୍ରତିରକ୍ଷା କ୍ଷମତାକୁ ଅଧିକ ସୁଦୃଢ଼ କରିବା...

ଜାନୁଆରୀ ୫ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି, ଏହିଦିନ ହେବ ପଞ୍ଜୀକରଣ

ଭୁବନେଶ୍ୱର,୨୯।୧୨: ଆସନ୍ତା ସୋମବାର ଜାନୁଆରୀ ୫ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ପୂର୍ବାହ୍ନ ୧୦ ଘଟିକାରୁ ୟୁନିଟ-୨, ଅଶୋକ ନଗର,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri