କିଣାଯିବ ୧୪ ଲକ୍ଷ ମେଟ୍ରିକ ଟନ୍‌ ରବିଧାନ

ଭୁବନେଶ୍ୱର,୬।୫(ବ୍ୟୁରୋ)ରାଜ୍ୟରେ ରବିଧାନ ସଂଗ୍ରହ ଲାଗି ସରକାରଙ୍କ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ୨୦୨୧-୨୨ ବର୍ଷରେ ମୋଟ୍‌ ୧୪ଲକ୍ଷ ମେଟ୍ରିକ ଟନ୍‌ ଧାନ ସଂଗ୍ରହ କରାଯିବ। ଏଥିଲାଗି ୨ଲକ୍ଷ ୫୮ ହଜାର ଚାଷୀ ପଞ୍ଜୀକୃତ ହୋଇଛନ୍ତି। ଏହି କାର୍ଯ୍ୟରେ ୧୨୨ ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ସାମିଲ ହେବେ। ଗତବର୍ଷ ଏଥିଲାଗି ୧୦୧ ଏସ୍‌ଏଚ୍‌ଜିକୁ ନିୟୋଜିତ କରାଯାଇଥିଲା। ସେହିପରି ୮୧୭ ପ୍ରାଥମିକ କୃଷି ସମବାୟ ସମିତି ମଧ୍ୟ ରବି ଧାନ କିଣାରେ ଭାଗନେବେ। ପ୍ରତି ଜିଲାର ଅଧିକରୁ ଅଧିକ ଏସ୍‌ଏଚ୍‌ଜିକୁ ଧାନ ଖରିଦ କାର୍ଯ୍ୟରେ ସାମିଲ କରିବାକୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ଅଧ୍ୟକ୍ଷ ତଥା ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ରବିଧାନ ସଂଗ୍ରହରେ ସ୍ବଚ୍ଛତା ରକ୍ଷା ଲାଗି ଗୁରୁବାର ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଭର୍ଚୁଆଲ୍‌ ମୋଡ୍‌ରେ ରାଜ୍ୟସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ମେ’ ୧ ରୁ ଜୁନ୍‌ ୩୦ ପର୍ଯ୍ୟନ୍ତ ଧାନ କିଣାଯିବ। କୁଇଣ୍ଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ୧,୯୪୦ ଟଙ୍କା ଧାର୍ଯ୍ୟ କରାଯାଇଛି। ଆସନ୍ତା ୧୩ ତାରିଖରେ ସମ୍ବଲପୁର ଜିଲାରେ ଧାନ କିଣା ଆରମ୍ଭ ହେବ। ସେହିପରି ପ୍ରତିଜିଲାରେ ଜିଲାସ୍ତରୀୟ ବୈଠକ କରାଯାଇ ଧାନ ସଂଗ୍ରହ ଦିନ ଧାର୍ଯ୍ୟ କରାଯିବ। ୧୭ ଜିଲାର ଜଳସେଚିତ ଅଞ୍ଚଳର ଚାଷୀଙ୍କଠାରୁ ଏକର ପିଛା ୨୪ରୁ ୨୬ କୁଇଣ୍ଟାଲ ଧାନ ସଂଗ୍ରହ କରାଯିବ ବୋଲି ନିଷ୍ପତ୍ତି ହୋଇଛି।
୨୦୨୦-୨୧ ବର୍ଷରେ ୨.୩୩ ଲକ୍ଷ ଚାଷୀ ୭.୬୦ ଲକ୍ଷ ଏକର ରବି ଧାନ ବିକ୍ରି ନିମନ୍ତେ ପଞ୍ଜୀକୃତ ହୋଇଥିଲେ। ଚଳିତ ଥର ମୋଟ୍‌ ୨ଲକ୍ଷ ୫୮ ହଜାର ଚାଷୀ ୭.୬୨ ଲକ୍ଷ ଏକର ଜମି ପାଇଁ ସେମାନଙ୍କ ନାମ ପଞ୍ଜୀକରଣ କରିଛନ୍ତି। ତନ୍ମଧ୍ୟରେ ଅଧିକ ସଂଖ୍ୟକ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଅଛନ୍ତି। ୨୦୨୦-୨୧ରେ ୪ ଲକ୍ଷ ୫୧ ହଜାର ନାମମାତ୍ର ଚାଷୀ ପଞ୍ଜୀକୃତ ହୋଇଥିବା ବେଳେ ଏଥର ଏହା ୬ ଲକ୍ଷ ୨୨ ହଜାରକୁ ବୃଦ୍ଧି ପାଇଛି। ସେହିପରି କ୍ଷୁଦ୍ର ଚାଷୀଙ୍କ ସଂଖ୍ୟା ୪ ଲକ୍ଷ ୫୬ ହଜାରରୁ ୪ ଲକ୍ଷ ୭୦ ହଜାରକୁ ବଢ଼ିଛି। ପଞ୍ଜୀକୃତ ଚାଷୀଙ୍କ ମଧ୍ୟରେ ପ୍ରାୟ ୨୨,୨୨୮ ଜଣ ଭାଗଚାଷୀ ଅଛନ୍ତି। ଚାଷୀଙ୍କୁ ଧାନକିଣା ସମ୍ପର୍କିତ ସବିଶେଷ ସୂଚନା ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ଜଣାଇ ଦିଆଯିବ। ଯୋଗ୍ୟ ଚାଷୀଙ୍କଠାରୁ ଧାନ କିଣିବା ଏବଂ ୨୪ରୁ ୪୮ ଘଣ୍ଟା ମଧ୍ୟରେ ଦେୟ ପୈଠ ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଧାନ ସଂଗ୍ରହ ଓ ଦେୟ ପୈଠ ପାଇଁ ଯଥାକ୍ରମେ ପି-ପାସ୍‌ ଏବଂ ଆଇଏଫ୍‌ଏମ୍‌ଏସ୍‌ ଅନଲାଇନ୍‌ ବ୍ୟବସ୍ଥା ଗ୍ରହଣ କରିବା ଲାଗି ସେ ଗୁରୁତ୍ୱାରୋପ କରିଛନ୍ତି। ଏଥିଲାଗି ମିଶନ ଶକ୍ତି ଗ୍ରୁପ୍‌, ଧାନକିଣାରେ ନିୟୋଜିତ ସମବାୟ ସମିତି ଅଧିକାରୀ, ଡାଟା ଏଣ୍ଟ୍ରି ଅପରେଟରଙ୍କୁ ତାଲିମ ଦିଆଯାଇଛି।
ବୈଠକରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା କୃଷି ଉତ୍ପାଦନ କମିଶନର ସଞ୍ଜୀବ ଚୋପ୍ରା, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ସମବାୟ ବିଭାଗ ଶାସନ ସଚିବ ସଞ୍ଜୀବ ଚଢ଼ା, ମିଶନ ଶକ୍ତି ବିଭାଗ ଶାସନ ସଚିବ ସୁଜାତା କାର୍ତ୍ତିକେୟନ, ରାଜ୍ୟ ସାଧାରଣ ଯୋଗାଣ ନିଗମ ଅଧ୍ୟକ୍ଷଙ୍କ ସମେତ ସମ୍ପୃକ୍ତ ବିଭାଗର ପ୍ରମୁଖ ଶାସନ ସଚିବ, ଶାସନ ସଚିବ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Christmas 2025: ଖ୍ରୀଷ୍ଟମାସରେ ସାଣ୍ଟା ସବୁବେଳେ କାହିଁକି ମୋଜାରେ ଦିଅନ୍ତି ଉପହାର? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ନୂଆଦିଲ୍ଲୀ: ଡିସେମ୍ବର ୨୫ରେ ପାଳିତ ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ, ବରଂ ଆନନ୍ଦ ଏବଂ ଆଶାର ଦିନ। ଏହି ଦିନ ପିଲାମାନେ ସବୁଠାରୁ ଅଧିକ...

ବର୍ଷର ଶେଷ ଗୁରୁବାରରେ ଅଦ୍ଭୁତ ସଂଯୋଗ, ମିଥୁନ ସମେତ ୫ ରାଶିଙ୍କୁ ଖ୍ରୀଷ୍ଟମାସରେ ହେବ ଧନବର୍ଷା!

ଆଜି ୨୦୨୫ ମସିହା ଡିସେମ୍ୱର ମାସ ୨୫ ତାରିଖ ଗୁରୁବାର। ଗୁରୁବାର ବ୍ରହ୍ମାଣ୍ଡର ଶାସକ ଏବଂ ଦେବତାମାନଙ୍କ ଗୁରୁ ବୃହସ୍ପତିଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ। ଏହା ବ୍ୟତୀତ,...

ଅଧ୍ୟାପକ ନିଯୁକ୍ତିରେ ଲାଗୁହେବ ସଂରକ୍ଷଣ ନୀତି

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଯେପରି ଅଧ୍ୟାପକ ଅଭାବ ରହିବ ନାହିଁ ଏବଂ ସବୁ ବର୍ଗଙ୍କୁ ଉପଯୁକ୍ତ ନିଯୁକ୍ତି ସୁଯୋଗ ମିଳିବ,...

ବଡ଼ ଦିନରେ ବଡ଼ ଅଘଟଣ, ବସ-ଟ୍ରକ ଧକ୍କାରେ ଜୀବନ୍ତ ଜଳିଗରେ ୧୭ ଯାତ୍ରୀ

ବେଙ୍ଗାଲୁରୁ,୨୫।୧୨: ଗୁରୁବାର ସକାଳେ କର୍ନାଟକର ଚିତ୍ରଦୁର୍ଗ ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ରୁ ଅଧିକ ଲୋକ ପୋଡ଼ି ମୃତ୍ୟୁବରଣ କରିଛନ୍ତି। ହିରିୟୁର ତାଲୁକର...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri