ଡାକବଙ୍ଗଳା ଶୂନ୍ୟ ପଟ୍ଟାମୁଣ୍ଡାଇ

ପଟ୍ଟାମୁଣ୍ଡାଇ, ୩୦ା୪(ସ୍ବ.ପ୍ର.): ରାଜ୍ୟ ରାଜନୀତିରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଆସୁଥିବା ପଟ୍ଟାମୁଣ୍ଡାଇକୁ ଚକ୍ରାନ୍ତ କରି ନିର୍ବାଚନମଣ୍ଡଳୀକୁ ଉଚ୍ଛେଦ କରି ଦିଆଯାଇଛି। ଏବେ ଡାକବଙ୍ଗଳାଶୂନ୍ୟ ହୋଇଛି ପଟ୍ଟାମୁଣ୍ଡାଇ। କେନ୍ଦ୍ରାପଡ଼ା ଜିଲାର ୨ୟ ବୃହତ୍ତମ ସହର ପଟ୍ଟାମୁଣ୍ଡାଇରେ ଗ୍ରାମ୍ୟ ଉନ୍ନୟନ, ବିଦ୍ୟୁତ୍‌, ପୂର୍ତ୍ତ, ଗୃହ ନିର୍ମାଣ, ଜଳସମ୍ପଦ, ଉଠା ଜଳସେଚନ, ଟେଲିକମ୍‌, ପୋଲିସ ଆଦି ଗୁରୁତ୍ୱପୂର୍ଣ୍ଣ ବିଭାଗର ସବ୍‌ଡିଭିଜନ ସହ କୃଷି ବିଭାଗର ଜିଲା କାର୍ଯ୍ୟାଳୟ ରହିଛି। ଏହାଛଡା ଜେଏମ୍‌ଏଫ୍‌ସି, ସବ୍‌ଜଜ୍‌ କୋର୍ଟ, ଜାତୀୟକରଣ ବ୍ୟାଙ୍କର ଶାଖା କାର୍ଯ୍ୟ କରୁଛି। ବହୁ ସରକାରୀ ଅଫିସ ଭଡାଘରେ ଚାଲିଛି। ଅଧିକାଂଶ କର୍ମଚାରୀ ଓ ପଦାଧିକାରୀଙ୍କ ନିମନ୍ତେ ସରକାରୀ କ୍ୱାର୍ଟର୍ସ ନାହିଁ। ଅନେକ ସମୟରେ ବିଭିନ୍ନ ଅଫିସକୁ ପରିଦର୍ଶନ ଓ ତଦନ୍ତ ପାଇଁ ଆସୁଥିବା ଉଚ୍ଚ ପଦାଧିକାରୀଙ୍କ ରହଣି ପାଇଁ ସରକାରୀ ଅତିଥି ଭବନ ନାହିଁ। ଫଳରେ ଉଚ୍ଚପଦସ୍ଥ ସରକାରୀ ଅଧିକାରୀ କାର୍ଯ୍ୟନିର୍ବାହ ସମୟରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାଜ୍ୟ ସରକାରଙ୍କ ଅତିଥି ବିଶେଷକରି ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ପଟ୍ଟାମୁଣ୍ଡାଇ ଗସ୍ତରେ ଆସିଲେ ସାମୟିକ ବିଶ୍ରାମ ନେବାକୁ ପୂର୍ତ୍ତ ବିଭାଗ ପକ୍ଷରୁ ଏକ ଡାକବଙ୍ଗଳା ନିର୍ମାଣ କରାଯାଇଥିଲା। ତେବେ ଏହି ଡାକବଙ୍ଗଳା ନିକଟରେ ତତ୍‌କାଳୀନ ପଟ୍ଟାମୁଣ୍ଡାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ବର୍ତ୍ତମାନର ପଟ୍ଟାମୁଣ୍ଡାଇ ଉପଖଣ୍ଡସ୍ତରୀୟ ସ୍ବାସ୍ଥ୍ୟକେନ୍ଦ୍ର ରହିଛି। ରୋଗୀସେବାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଡାକବଙ୍ଗଳା ଓ ଏହାର ସଂଲଗ୍ନ ଜାଗାକୁ ସ୍ବାସ୍ଥ୍ୟକେନ୍ଦ୍ରକୁ ହସ୍ତାନ୍ତର କରାଯାଇଛି। ପୂର୍ତ୍ତ ବିଭାଗ ଡାକବଙ୍ଗଳାକୁ ଭାଙ୍ଗି ନୂତନ ଭାବେ ସ୍ବାସ୍ଥ୍ୟକେନ୍ଦ୍ରର ସମ୍ପ୍ରସାରଣ କାର୍ଯ୍ୟ ଚାଲିଛି। ବିଭିନ୍ନ ଅଫିସ କାମରେ ଆସୁଥିବା ପଦାଧିକାରୀଙ୍କ ରାତ୍ରିଯାପନ ପାଇଁ ଏହି ଡାକବଙ୍ଗଳାଟି ମୁଖ୍ୟ ଉତ୍ସ ଥିଲା। ଅନ୍ୟପକ୍ଷରେ ବିଭିନ୍ନ ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟରେ ମଧ୍ୟ ଏହା ବ୍ୟବହୃତ ହେଉଥିଲା। ଡାକବଙ୍ଗଳାଟି ସମ୍ପୂର୍ଣ୍ଣ ଉଚ୍ଛେଦ ହେଲାପରେ ଏହିସବୁ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି। ସରକାରୀ ନିଷ୍ପତ୍ତି ଅନୁଯାୟୀ, ପୂର୍ତ୍ତ ବିଭାଗ ପକ୍ଷରୁ ଚୂନଢିଅଠାରେ ନୂତନ ଡାକବଙ୍ଗଳା ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା। ପ୍ରସ୍ତାବିତ ଡାକବଙ୍ଗଳା ନିର୍ମାଣ କାର୍ଯ୍ୟ ଏପର୍ଯ୍ୟନ୍ତ ଆରମ୍ଭ ହୋଇପାରୁନାହିଁ।
ଏହାଛଡ଼ା ଅଳଭା ‘ଓ‘ ବଙ୍ଗଳା ଉତିକଣ ଜମିଦାର ଅମଳରୁ ନିର୍ମାଣ କରାଯାଇଥିଲା। ଆବଶ୍ୟକ ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଏହି ବଙ୍ଗଳା ବସ୍ତୁତଃ ଧ୍ୱସଂସ୍ତୂପରେ ପରିଣତ ହେବାକୁ ବସିଛି। ୧୯୯୩ରେ ଜଳସମ୍ପଦ ବିଭାଗ ଅଧୀନରେ ଥିବା ଏହି ଡାକବଙ୍ଗଳାର ପୁନରୁଦ୍ଧାର କରାଯାଇଥିଲା। ୨୦୦୩ରେ ଏହାର ନବୀକରଣ ହୋଇଥିଲା। ଚତୁଃପାର୍ଶ୍ୱରେ ପାଚେରି ସହ ରାସ୍ତା ନିର୍ମାଣ ହୋଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଜଳସମ୍ପଦ ବିଭାଗ ପକ୍ଷରୁ ରକ୍ଷଣାବେକ୍ଷଣ କରା ନ ଯିବା, ଦାୟିତ୍ୱରେ ଥିବା ରାତ୍ର ଜଗୁଆଳି ଠିକ୍‌ ଭାବେ ତଦାରଖ କରି ନ ଥିଲେ। ଫଳରେ ଜନବସତିଠାରୁ ଦୂରରେ ନିର୍ମିତ ଏହି ଡାକବଙ୍ଗଳାର ମୂଲ୍ୟବାନ କବାଟ, ଝରକା ସହ ଅନ୍ୟ ଆସବାବପତ୍ରକୁ ଦୁର୍ବୃତ୍ତ ତାଡ଼ିନେଇଯାଇଛନ୍ତି। ପରିତ୍ୟକ୍ତ ଅବସ୍ଥାରେ ଥିବା ଏହି ବଙ୍ଗଳାର କୋଠାଘର କାନ୍ଥରେ ଗଛ ଉଠିବା ସହ ମରାମତି ଅଭାବରୁ ଛାତରୁ ସିମେଣ୍ଟ ଖସିବାରେ ଲାଗିଛି। ଏହାର ଚାରିପାଖ ଅନାବନା ଗଛରେ ପରିପୂର୍ଣ୍ଣ ହୋଇ ଅସାମାଜିକଙ୍କ ଆଡ୍ଡାସ୍ଥଳ ପାଲଟିଛି। ୨ ବଖରାବିଶିଷ୍ଟ କୋଠାଘର, ରୋଷେଇଶାଳ, ଜଗୁଆଳି ଗୃହ, ଡାକବଙ୍ଗଳା ପ୍ରକୋଷ୍ଠର ଚଉଡ଼ା ବାରଣ୍ଡା ମଧ୍ୟ ସମ୍ପୂର୍ଣ୍ଣ ନଷ୍ଟ ହୋଇଗଲାଣି।
ସେହିପରି ଉତିକଣ ଅଞ୍ଚଳକୁ ସରକାରୀ ଗସ୍ତରେ ଯାଉଥିବା ଉଚ୍ଚପଦସ୍ଥ ପଦାଧିକାରୀ ଓ ରାଜ୍ୟ ସରକାରଙ୍କ ଅତିଥିଙ୍କ ସାମୟିକ ବିଶ୍ରାମ ପାଇଁ ପଟ୍ଟାମୁଣ୍ଡାଇ-ବଡ଼ପଡା ଗ୍ରାମ୍ୟ ଉନ୍ନୟନ ରାସ୍ତାର ଖଡିଅଣ୍ଟାଠାରେ ୨୫ ଲକ୍ଷ ଟଙ୍କା ବ୍ୟୟରେ ୧୯୯୮ରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏକ ଡାକବଙ୍ଗଳା ନିର୍ମାଣ ଆରମ୍ଭ ହୋଇଥିଲା। ଏହି ଡାକବଙ୍ଗଳାଟି ଛାତ ପତନ ଅବସ୍ଥାରେ ଅସମ୍ପୂର୍ଣ୍ଣ ହୋଇ ପଡ଼ିରହିଛି। ଡାକବଙ୍ଗଳା କାମ ଶେଷ ପାଇଁ କୌଣସିସ୍ତରରେ ଉଦ୍ୟମ କରାଯାଉନାହିଁ। ରାଜ୍ୟ ସରକାର ପୁନର୍ବାର ପଟ୍ଟାମୁଣ୍ଡାଇର ନିର୍ଦ୍ଧାରିତ ସ୍ଥାନରେ ଡାକବଙ୍ଗଳା ନିର୍ମାଣ କରିବାକୁ ତ୍ୱରିତ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସାନଖେମୁଣ୍ଡି ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ରମେଶ ଜେନା

ଛତ୍ରପୁର,୩୦।୪(ସନ୍ତୋଷ ପାଢ଼ୀ ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କୁ କଂଗ୍ରେସ ପୁଣି ପ୍ରାର୍ଥୀ କରି ରିପିଟ୍‌ କରିଛି। ସାନଖେମୁଣ୍ଡି ବିଧାନସଭା ଆସନ ପାଇଁ...

ଖରାକୁ ଖାତିର ନ କରି ବାଇକ୍‌ରେ ବୁଲି ପ୍ରଚାର କଲେ ପ୍ରାର୍ଥୀ

କେସିଙ୍ଗା,୩୦।୪(ତୁମେଶ୍ୱର ସାହୁ):କେସିଙ୍ଗା,୩୦।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଳକ ଅଧୀନ ବୋରିଆ, ପର୍ଥଲା, କିକିଆ ପଞ୍ଚାୟତର ବିଭିନ୍ନ ଗ୍ରାମରେ ପ୍ରଚାର କରିଛନ୍ତି ବିଜେଡିର ଉଭୟ ପ୍ରାର୍ଥୀ।...

ପ୍ରାର୍ଥତ୍ପତ୍ର ଦାଖଲକୁ ଆଉ ୩ ଦିନ ବାକି: ଖଲ୍ଲିକୋଟ ବିଧାନସଭା ଲାଗି ଛିଣ୍ଡୁନି ବିଜେଡିର ଅଙ୍କ

ପୁରୁଷୋତ୍ତମପୁର,୩୦।୪(ସୀମାଞ୍ଚଳ ମିଶ୍ର): ମେ ୨୦ରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ। ଏହି ପରିପ୍ରେକ୍ଷୀରେ ନିର୍ବାଚନ ଲାଗି ନାମାଙ୍କନ ପ୍ରକ୍ରିୟା ଶେଷହେବାକୁ ଆଉ ମାତ୍ର ୩ ଦିନ ବାକି...

ଅପରାଜିତାଙ୍କୁ ବିହାର ପଠାଇଦେବି: ଭାଜପା ଛାଡିବା ପରେ ବର୍ଷିଲେ କାଳୁ

ଖୋର୍ଦ୍ଧା,୩୦।୪ (ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ବିଧାନସଭା ଭାଜପା ଆଶାୟୀ ପ୍ରାର୍ଥୀ କାଳୁଚରଣ ଖଣ୍ଡାୟତରାୟଙ୍କ ଟିକେଟ କଟିବା ପରେ ସେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। କାଳୁଙ୍କ...

ଭାଜପାକୁ ଶକ୍ତ ଝଟ୍‌କା: ଦଳରୁ ଇସ୍ତଫା ଦେଲେ କାଳୁଙ୍କ ସମେତ ୧୦୦ରୁ ଅଧିକ କର୍ମୀ

ଖୋର୍ଦ୍ଧା,୩୦।୪ (ପ୍ରଭାତ ପାଣିଗ୍ରାହୀ): ରାଜ୍ୟରେ ତୃତୀୟ ପର୍ଯ୍ୟାୟ ପାଇଁ ବିଜ୍ଞପ୍ତି ପ୍ରକାଶ ସହ ନାମାଙ୍କନ ଦାଖଲ ଆରମ୍ଭ ହୋଇଛି। ଆସନ୍ତା ୨ରେ ଭାଜପା ଭୁବନେଶ୍ବର ଲୋକ...

ବିଜେଡିରୁ ସବୁ ସମ୍ପର୍କ ଛିନ୍ନ କଲେ ପୂର୍ବତନ ବିଧାୟକ

ଠାକୁରମୁଣ୍ଡା,୩୦।୪(ତାରାକାନ୍ତ ପଟ୍ଟନାୟକ): ମୟୁରଭଞ୍ଜ ଜିଲା କରଞ୍ଜିଆ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଟିକେଟ ଆଶାୟୀ ଥିବା ପୂର୍ବତନ ବିଧାୟକ ବିଜୟ କୁମାର ନାଏକ ବିଜେଡିରୁ ଇସ୍ତଫା ଦେବା...

ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ମା’ ତାରାତାରିଣୀଙ୍କ ଆଶୀର୍ବାଦ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୩୦।୪(ସୀମାଞ୍ଚଳ ମିଶ୍ର ): ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି। ଏପରିକି ମା’ଙ୍କ ନିକଟରେ...

ନାମାଙ୍କନପତ୍ର ଦାଖଲ କଲେ ପ୍ରଣବ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, କହିଲେ ମୁଁ ନିଶ୍ଚିତ ଯେ…

ଭୁବନେଶ୍ୱର,୩୦।୪: ସମ୍ବଲପୁର ଲୋକ ସଭା ଆସନ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ । ଦଳୀୟ କର୍ମୀ ଓ ହଜାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri