Odisha Elections 2024

ସୂର୍ଯ୍ୟମୁଖୀ ଚାଷକୁ ପ୍ରୋତ୍ସାହନ ନାହିଁ

କେନ୍ଦ୍ରାପଡ଼ା ଅଫିସ,୨୮ା୪: କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ କୋଇଲିପୁର ଚାରିପୋଖରିଆ ଗ୍ରାମର ସ୍ବୟଂସହାୟକ ମହିଳା ଗୋଷ୍ଠୀ ଚଳିତ ବର୍ଷ ୭ ଏକର ଜମିରେ ସୂର୍ଯ୍ୟମୁଖୀ ଚାଷ କରିଛନ୍ତି । ଏହି ଚାଷ ସେମାନଙ୍କ ପାଇଁ ଦ୍ୱିତୀୟ ବର୍ଷ । ପ୍ରଥମ ବର୍ଷର ଅଭିଜ୍ଞତା ସେମାନଙ୍କୁ ପରିପକ୍ୱ କରିବା ସହିତ ମା’ମଙ୍ଗଳା ଗୋଷ୍ଠୀର ସୂର୍ଯ୍ୟମୁଖୀ ତେଲ ସ୍ଥାନୀୟ ବଜାରରେ ଆଦୃତି ଲାଭ କରିଛି  ତେବେ ତାଲିମ ଓ ପ୍ରୋତ୍ସାହନର ଅଭାବ ଯୋଗୁ ଏହି ଅର୍ଥକରୀ ଫସଲ ଜିଲାର ଚାଷୀଙ୍କୁ ବିଶେଷ ଭାବେ ଆକୃଷ୍ଟ କରିପାରିନାହିଁ । ରବିଫସଲ ସମୟରେ ହେଉଥିବା ଏହି ଚାଷକୁ ଯୋଜନାବଦ୍ଧ ଭାବେ ପ୍ରୋତ୍ସାହିତ କଲେ କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା ସହିତ ଜିଲା ଅର୍ଥନୀତି ବେଶ୍‌ ପ୍ରଭାବିତ ହେବ ବୋଲି ଚାଷୀ ଓ ବୁଦ୍ଧିଜୀବୀ ମତ ଦେଇଛନ୍ତି ।

ଏ ସମ୍ପର୍କରେ ବୁଦ୍ଧିଜୀବୀ ଆଶିଷ କୁମାର ସେନାପତି କହିଛନ୍ତି, ଦେଶରେ ଗତ କିଛିଦିନ ହେବ ଖାଇବା ତେଲର ଦାମ ଲଗାତର ବୃଦ୍ଧି ପାଇଛି । ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ୍‌ ପରେ ଖାଇବା ତେଲ ଦରକୁ ନେଇ ସାଧାରଣ ଲୋକ ଚିନ୍ତାରେ ପଡିଛନ୍ତି। ୟୁକ୍ରେନ ଓ ରୁଷିଆରୁ ସୂର୍ଯ୍ୟମୁଖୀ ତେଲ ଆମଦାନୀ ଏକ ପ୍ରକାର ବନ୍ଦ ପରେ ଭାରତ ମାଲେସିଆ ଓ ଇଣ୍ଡୋନେସିଆରୁ ପାମ୍‌ ତେଲ ଆମଦାନୀକୁ ଗୁରୁତ୍ୱ ଦେଇଛି । ତେବେ ମାଲେସିଆ ସରକାର ପାମ୍‌ ତେଲ ଦର ବୃଦ୍ଧି କରିଥିବା ବେଳେ ଇଣ୍ଡୋନେସିଆ ତେଲ ରପ୍ତାନି ଉପରେ କଟକଣା ଜାରି କରିଛି । ଏହାର ନିରାକରଣ ପାଇଁ ୧୯୬୮ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀ ସବୁଜ ବିପ୍ଳବ ପାଇଁ ଆହ୍ବାନ ଦେଇଥିଲେ । ଏହି ବିପ୍ଳବ ପାଇଁ ଭାରତ ଆଜି ଗହମ ରପ୍ତାନି କ୍ଷେତ୍ରରେ ଅଗ୍ରଗତି କରୁଛି ା ତେଲ ଅଭାବର ମୁକାବିଲା ପାଇଁ ସୂର୍ଯ୍ୟମୁଖୀ ଚାଷକୁ ପ୍ରୋତ୍ସାହନ ଆବଶ୍ୟକ । କେନ୍ଦ୍ରାପଡ଼ା ଜିଲାରେ ଏଥିପାଇଁ ପାଣି, ପବନ ଓ ମାଟି ଥିବା ବେଳେ ତାଲିମ ଏବଂ ସରକାରୀ ପ୍ରୋତ୍ସାହନର ଅଭାବ ଅଛି । ଗରଦପୁର ପଞ୍ଚାୟତ ପତିସାହିର ପବିତ୍ର କାପ କହିଛନ୍ତି, ୨୦୧୫ରେ ଗରଦପୁର ବ୍ଲକର ୪ ପଞ୍ଚାୟତରେ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ୩୦ ହେକ୍ଟର ଜମିରେ ପରୀକ୍ଷାମୂଳକ ଭାବେ ସୂର୍ଯ୍ୟମୁଖୀ ଚାଷ ହୋଇଥିଲା । ଅମଳ ମଧ୍ୟ ଭଲ ଥିଲା । ତେବେ ବଜାର ଅଭାବ ଏହି ଚାଷ ପ୍ରତି ବିତୃଷ୍ଣା ଭାବ ସୃଷ୍ଟି କରିଛି । କୃଷକ ନେତା ରଶ୍ମିରଞ୍ଜନ ଚୌଧୁରୀ କହିଛନ୍ତି, ଜିଲା ବାର୍ଷିକ ଯୋଜନାରେ ସିଂହ ଭାଗ ଅର୍ଥ କୃଷି କ୍ଷେତ୍ରରେ ନିୟୋଜିତ ହେବ ବୋଲି ଅଟକଳ କରାଯାଉଛି । ତେବେ ଏହା ବାସ୍ତବ କ୍ଷେତ୍ରରେ ଦେଖାଯାଉନାହିଁ । ଜଳ ପରିଚାଳନାକୁ ସୁଦୃଢ଼ କରି ପାରିଲେ ସୂର୍ଯ୍ୟମୁଖୀ ଚାଷ ପାଇଁ କେନ୍ଦ୍ରାପଡ଼ା ଜିଲା ଉଦାହରଣ ହୋଇ ପାରିବ । ଜିଲାରେ ଏହି ଚାଷ ପାଇଁ ପ୍ରାୟ ୪୦ ହଜାର ହେକ୍ଟର ଉପଯୁକ୍ତ ଜମି ଅଛି । ସୂର୍ଯ୍ୟମୁଖୀ ମଞ୍ଜିରେ ସାଧାରଣରେ ପ୍ରାୟ ୫୫ ପ୍ରତିଶତ ତେଲ ଆଦାୟ ହେବ । ଏହି ତେଲ ବାହାର କରିବା ପାଇଁ କ୍ଷୁଦ୍ର ଶିଳ୍ପ ଗଢ଼ି ଉଠିବ । ତେବେ ଏଥିପାଇଁ କୃଷି ବିଭାଗ, ଉଦ୍ୟାନ କୃଷି ବିଭାଗ, କୃଷି ବିଜ୍ଞାନ କେନ୍ଦ୍ର, ସ୍ଥାନୀୟ ଅଞ୍ଚଳର ରାଜନେତା, ପ୍ରଶାସକଙ୍କ ସହିତ ଏନ୍‌ଜିଓ, ପାଣି ପଞ୍ଚାୟତ, ଫାର୍ମର୍ସ କ୍ଲବ ଆଦିଙ୍କ ସହଯୋଗ ଆବଶ୍ୟକ । ଏସ୍‌ଏଚ୍‌ଜି ସଦସ୍ୟାଙ୍କ ବହୁଳ ନିୟୋଜନ ସୂର୍ଯ୍ୟମୁଖୀ ତେଲ ଉପତ୍ାଦନରେ ବିପ୍ଳବ ଆଣିପାରିବ । ସେହିପରି ଆତ୍ମା ମାଧ୍ୟମରେ ତାଲିମ ଓ ସରକାରୀ ଅନୁଦାନ ଏହି ଚାଷକୁ ଆଗକୁ ନେଇ ପାରିବ ।

ଏ ସମ୍ପର୍କରେ ଉଦ୍ୟାନ କୃଷି ଉପନିର୍ଦ୍ଦେଶକ କନ୍ଦ ଜେନା ଓ କେଭିକେ ମୁଖ୍ୟ ବରିଷ୍ଠ ବୈଜ୍ଞାନିକ ସୂର୍ଯ୍ୟନାରାୟଣ ମିଶ୍ର କହିଛନ୍ତି, ସୂର୍ଯ୍ୟମୁଖୀ ଚାଷ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ପ୍ରଣୟନ ହୋଇଛି । ଆତ୍ମା ମାଧ୍ୟମରେ ତାଲିମ ସହ ରାଜ୍ୟର ୧୧୮ ଗୋଦାମ ଗୃହ ନିର୍ମାଣ କରି ଏପରି ଫସଲ ସଂଗ୍ରହ କରିବାକୁ ଯୋଜନା ହୋଇଛି । ଚାଷୀ ଚଳିତ ବର୍ଷ ଏହାର ଫାଇଦା ନେଇ ପାରିବେ ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଏମ୍‌ପି ପ୍ରାର୍ଥୀ ସୁଦାମ ମାରାଣ୍ଡିଙ୍କୁ ବଡ଼ ଝଟକା

ଭୁବନେଶ୍ୱର,୨୦।୫: ବିଜେଡି ଏମ୍‌ପି ପ୍ରାର୍ଥୀ ସୁଦାମ ମାରାଣ୍ଡିଙ୍କୁ ଝଟକା। ସୋମବାର ବାଙ୍ଗିରିପୋଷି ନିର୍ବାଚନମଣ୍ଡଳୀର ଶତାଧିକ ମୁଣ୍ଡା ସମ୍ପ୍ରଦାୟର ଲୋକ ଭାଜପାରେ ସାମିଲ ହୋଇଛନ୍ତି। ଆଜି ବାଙ୍ଗିରିପୋଷିରେ...

ଭାଜପାରୁ ବହିଷ୍କୃତ ହେଲେ ପୂର୍ବତନ ଏମ୍‌ପି ଐର ଖାରବେଳଙ୍କ ସମେତ ୫ ନେତା

ଭୁବନେଶ୍ୱର,୨୦।୫: ପୂର୍ବତନ ଏମ୍‌ପି ଖାରବେଳ ସ୍ବାଇଁଙ୍କୁ ଦଳବିରୋଧୀ କାର୍ଯ୍ୟ ପାଇଁ ଭାଜପା ସୋମବାର ଦଳରୁ ବହିଷ୍କାର କରିଛି । ଖାରବେଳଙ୍କ ସମେତ ରେମୁଣାର ବିଜୟ କୁମାର...

ସମୀର ଦାଶଙ୍କୁ ବଡ଼ ଦାୟିତ୍ୱ ଦେଲା ଭାଜପା

ଭୁବନେଶ୍ୱର,୨୦।୫: ବିଜେଡି ଛାଡି ଭାଜପାରେ ସାମିଲ ହୋଇଥିବା ବରିଷ୍ଠ ନେତା ସମୀର ରଞ୍ଜନ ଦାଶଙ୍କୁ ଦଳ ସୋମବାର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଛି। ଦଳ ସମୀରଙ୍କୁ ରାଜ୍ୟ...

କଙ୍ଗାରୁ କୋର୍ଟରେ ଯୁବକଙ୍କୁ ନିସ୍ତୁକ ମାଡ଼

ପଡ଼ିଆ,୨୦ା୫(ଭାସ୍କର ରାଓ)- ଗୁଣିଗାରେଡ଼ି ସନ୍ଦେହରେ ଗାଁ କଙ୍ଗାରୁ କୋର୍ଟରେ ଯୁବକଙ୍କୁ ନିସ୍ତୁକ ମାଡ଼ ମରାଯାଇଛି। ସ୍ବାସ୍ଥ୍ୟକେନ୍ଦ୍ରକୁ କିମ୍ବା ଥାନାରେ ଅଭିଯୋଗ କଲେ ପରିବାରର ସମସ୍ତଙ୍କୁ ଜୀବନରୁ...

ପୋଲିଂ କର୍ମଚାରୀଙ୍କୁ ତାଲା ପକାଇଦେଲେ ଗ୍ରାମବାସୀ

ଭୁବନେଶ୍ୱର,୨୦।୫: ରାଜ୍ୟରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏହି ସମୟରେ କେତେକ ସ୍ଥାନରେ ବିଶୃଙ୍ଖଳା ଘଟିଥିବା ଦେଖିବାକୁ ମିଳିଛି। ସୁନ୍ଦରଗଡ ନିର୍ବାଚନ ମଣ୍ଡଳୀର...

ଡ୍ୟୁଟି ସାରି ଘରକୁ ଫେରୁଥିଲେ: ହାଇୱା ଧକ୍କାରେ ଚାଳିଗଲା ଜୀବନ

ଭବାନୀପାଟଣା,୨୦।୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ଏମ୍‌ଏସ୍‌ଏ ଛକରେ ସୋମବାର ଏକ ଦୁର୍ଘଟଣା ଘଟିଛି। ଏକ ହାଇୱା ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ...

ପ୍ରଦୀପ ପାଣିଗ୍ରାହୀଙ୍କ ଆକ୍ରମଣ ଘଟଣା: ଶିବଶଙ୍କରଙ୍କୁ ମିଳିଲାନି ଜାମିନ

ଭୁବନେଶ୍ୱର,୨୦।୫: ବ୍ରହ୍ମପୁର ଲୋକ ସଭା ଆସନର ଭାଜପା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ଘଟଣାରେ ଅଭିଯୁକ୍ତ ତଥା ସ୍ବାଧୀନ ବିଧାୟକ ପ୍ରାର୍ଥୀ ଶିବଶଙ୍କର ଦାସଙ୍କୁ ଝଟକା...

ଆମ୍ବ ତୋଳିବାକୁ ଯାଇଥିଲେ: ହେଲା ବଜ୍ରପାତ

ଟିକିରି/ରାୟଗଡ଼ା,୨୦।୫(ପ୍ରଫୁଲ୍ଲ କୁମାର ବେହେରା/ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କାଶୀପୁର ବ୍ଲକ ନକଟିଗୁଡା ପଞ୍ଚାୟତ ସାନମାଟିକଣା ଗାଁରେ ସୋମବାର ଅପରାହ୍ନରେ ବଜ୍ରପାତ ଘଟି ଜଣେ ମହିଳାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri