ଚକ୍ରାନ୍ତକାରୀଙ୍କ କବ୍‌ଜାରେ ଗୋରେଖନାଥ ପୀଠ

ରଘୁନାଥପୁର,୮ା୪(ଡି.ଏନ୍‌.ଏ.): ରଘୁନାଥପୁର ବ୍ଲକ କେରେକେରାସ୍ଥିତ ବିଭୂତି କ୍ଷେତ୍ର ପ୍ରଭୁ ଗୋରେଖନାଥ ପୀଠରେ ୭ ଦିନ ହେଲା ଭୋଗ ଓ ଦୀପ ଦୋକାନ ବନ୍ଦ ରହିଛି। ଏହାର ସୁଯୋଗରେ ବାହାରେ ଥିବା ଦୋକାନୀ ଅଧିକ ମୂଲ୍ୟରେ ଭୋଗ ବିକ୍ରିକରି ମୁନାଫା ଉଠାଉଛନ୍ତି ବୋଲି ଭକ୍ତଙ୍କ ପକ୍ଷରୁ ଅଭିଯୋଗ ହେଉଛି। ଏଥିରେ ଏକ ଚକ୍ରାନ୍ତକାରୀ ଗୋଷ୍ଠୀ ସାମିଲ ହୋଇଥିବା ଅଭିଯୋଗ ହେଉଛି। ଦୋକାନ ବନ୍ଦ ହେବା ପଛରେ ମନ୍ଦିର ସହ ଜଡିତ ଥିବା କେତେଜଣ ବ୍ୟକ୍ତିଙ୍କ ହାତ ରହିଥିବା କୁହାଯାଉଛି। ସେମାନେ ନିଜର ସ୍ବାର୍ଥକୁ ଚରିତାର୍ଥ ପାଇଁ ଦେବୋତ୍ତର ବିଭାଗ ପାଖରେ ମିଥ୍ୟା ତଥ୍ୟ ରଖି ପ୍ରଭୁଙ୍କ ଆୟରେ ଲକ୍ଷାଧିକ ଟଙ୍କା କ୍ଷତି କରି ଚାଲିଛନ୍ତି। ଦୋକାନ ବନ୍ଦ ହେବା ଦିନଠାରୁ ମନ୍ଦିର ଗେଟ ସମ୍ମୁଖରେ ଭୋଗ ଓ ଦୀପ ଆଦିକୁ ଚଢ଼ା ଦରରେ ବିକ୍ରି କରି ବ୍ୟବସାୟୀମାନେ ଲକ୍ଷାଧିକ ଟଙ୍କା ରୋଜଗାର କରିଛନ୍ତି।
ସୂଚନାଯୋଗ୍ୟ, ୨୦୨୧-୨୨ ବର୍ଷରେ ଭୋଗ ଓ ଦୀପ ଦୋକାନ ନିଲାମ ହୋଇ ପାରି ନ ଥିଲା। ଫଳରେ ସହମତି ଭିତ୍ତିରେ ସ୍ଥାନୀୟ ଜଣେ ବ୍ୟକ୍ତିଙ୍କୁ ୩୦ ଲକ୍ଷ ଟଙ୍କାରେ ଭୋଗ ଓ ୧୮ ଲକ୍ଷ ଟଙ୍କାରେ ଦୀପ ଦୋକାନ ଦିଆଯାଇଥିଲା। ଏହି ମୂଲ୍ୟକୁ ଆକଳନ କଲେ ପ୍ରଭୁଙ୍କ ଆୟରେ ଦୈନିକ ୧୩,୩୬୪ ଟଙ୍କା କ୍ଷତି ଘଟୁଛି। ଏହାଛଡ଼ା କରୋନା କଟକଣା ପୂର୍ବରୁ ବିଗତ ବର୍ଷଗୁଡିକରେ ଭୋଗ ଓ ଦୀପ ଦୋକାନକୁ ମାତ୍ରାଧିକ ଟଙ୍କାରେ ନିଲାମ ନେଇ ନିଲାମଧାରୀମାନେ ସମ୍ପୂର୍ଣ୍ଣ ଅର୍ଥ ପରିଶୋଧ କରି ନ ପାରିବାରୁ ସେମାନଙ୍କ ନାମରେ କୋର୍ଟରେ ମାମଲା ଚାଲିଛି। ଏଣୁ ଇଚ୍ଛୁକ ବ୍ୟକ୍ତି ନିଲାମରେ ଅଂଶଗ୍ରହଣ ନ କରିବା ପଛରେ ଏହା ଅନ୍ୟତମ କାରଣ ବୋଲି ଆଲୋଚନା ହେଉଛି। ନିଲାମୀ ଭୋଗ ଦୋକାନରେ ଉଖୁଡାକୁ ଛାଡି ଫେଣି ଓ ଅନ୍ୟ ଭୋଗ ୧୬୦ ଟଙ୍କାରେ ବିକ୍ରୟ ପାଇଁ ନିୟମ ରହିଛି। ହେଲେ ୭ ଦିନ ହେଲା ଭୋଗ ଓ ଦୀପ ଦୋକାନ ବନ୍ଦ ରହିବା ଯୋଗୁ ପୀଠ ବାହାରେ ଥିବା ବ୍ୟବସାୟୀମାନେ ଭୋଗ ବିକ୍ରି କରି ଲାଭବାନ ହେଉଛନ୍ତି। ଏହାକୁ ନେଇ ଶ୍ରଦ୍ଧାଳୁ ଭକ୍ତ ତଥା ଅଞ୍ଚଳବାସୀଙ୍କ ମନରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ଏ ସମ୍ପର୍କରେ ମନ୍ଦିର ମୁଖ୍ୟ ପୂଜକ ଦିଲୀପ କୁମାର ପଣ୍ଡା କହିଛନ୍ତି, ଭୋଗ ଓ ଦୀପ ଦୋକାନ ବନ୍ଦ ନେଇ ଅଧିକାରୀଙ୍କ ନିକଟରେ ଖବର ନାହିଁ। ଏପରି ଅବ୍ୟବସ୍ଥା ଲାଗି ରହିଥିବା ଯୋଗୁ ପୀଠକୁ ଯାତ୍ରୀଙ୍କ ଆଗମନ ହ୍ରାସ ପାଇଛି। ଫଳରେ କରୋନା କଟକଣା ଯୋଗୁ ଦୀର୍ଘ ଦୁଇବର୍ଷ ଧରି ଦୁଃଖ କଷ୍ଟରେ ଜୀବନ ବିତାଇଥିବା ସେବକମାନେ ଏବେ କଟକଣା ହଟିବା ପରେ ବି ନିଜର ଜୀବିକା ନିର୍ବାହ ପାଇଁ ହନ୍ତସନ୍ତ ହେଉଛନ୍ତି। ଏହାଛଡା ପୀଠ ମଧ୍ୟରେ ଭୋଗ ଓ ଦୀପ ଦୋକାନ ବନ୍ଦ ଖବର ଶୁଣି ବହୁ ଯାତ୍ରୀ ଆସୁ ନ ଥିବାରୁ ପରୋକ୍ଷରେ ସେବକମାନଙ୍କ ରୋଜଗାର ଉପରେ ଆଞ୍ଚ ଆସିଛି। ଏହାର ପ୍ରଭାବ ମଧ୍ୟ ସ୍ଥାନୀୟ ବ୍ୟବସାୟୀଙ୍କ ଉପରେ ପଡିଥିବା ଦେଖାଯାଇଛି। ଶୁଭ ଚିନ୍ତକ ଭାବେ ପୀଠରେ ଜଡିତ ହୋଇ ପ୍ରଭୁଙ୍କ ଆୟରେ ବାଧକ ସାଜି ନିଜ ପକେଟ ଗରମ କରୁଥିବା ଚକ୍ରାନ୍ତକାରୀଙ୍କୁ ତୁରନ୍ତ ବିଦା କରାଯିବା ସହ ଦେବୋତ୍ତର ବିଭାଗ ନିୟମାନୁଯାୟୀ ଭୋଗ ଓ ଦୀପ ଦୋକାନ ଖୋଲିବାକୁ ଦେବୋତ୍ତର ଆୟୁକ୍ତଙ୍କ ନିକଟରେ ଭକ୍ତ ସମାଜ ତଥା ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେଉଛି। ଏ ସମ୍ପର୍କରେ ଦେବୋତ୍ତର ଅତିରିକ୍ତ ଆୟୁକ୍ତ ସୁମନ ଜେନାଙ୍କୁ ପଚାରିବାରେ ସେଠାରେ ଉପୁଜିଥିବା ପରିସ୍ଥିତି ଉପରେ ଅବଗତ ଅଛୁ ଏବଂ ସରକାରୀ ବିଧିବ୍ୟବସ୍ଥା ଅନୁସାରେ ଆଗାମୀ ମହାବିଷୁବ ସଂକ୍ରାନ୍ତି ପୂର୍ବରୁ ସମସ୍ୟାର ସମାଧାନ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଲଟିଲା ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌

ଥୁଆମୂଳ ରାମପୁର,୮ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ସିଲେଟ ଗ୍ରାମ ପଞ୍ଚାୟତରେ ଏକ୍‌ ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ...

ଶୀତୁଆ ରାତିରେ ଶିକ୍ଷକଙ୍କ ଆନ୍ଦୋଳନ: ସରକାର ଦେଲେ ଏମିତି ପ୍ରତିଶ୍ରୁତି

ଭୁବନେଶ୍ୱର, ୮।୧୨(ରବିନାରାୟଣ ଜେନା):ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକମାନଙ୍କ ରଣହୁଙ୍କାରକୁ ରାଜ୍ୟ ସରକାର ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ...

ଏଇ ଭାରତରେ

ବାହାରେ କିମ୍ବା ଘରେ ଅଦରକାରୀ ଜିନିଷ ଠୁଳ ହୋଇ ରହିବା ପ୍ରଦୂଷଣର କାରଣ ପାଲଟୁଛି। ପ୍ରଦୂଷଣ ହ୍ରାସ କରିବା ସକାଶେ ରିସାଇକ୍ଲିଂ ପଦ୍ଧତିରେ ଏଗୁଡ଼ିକର ପୁନଃ...

ପୁଟିନଙ୍କ ପରେ ଭାରତ ଆସିପାରନ୍ତି ଜେଲେନ୍‌ସ୍କି

ନୂଆଦିଲ୍ଲୀ,୮ା୧୨:ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ୨୦୨୬ ଜାନୁଆରୀରେ ଭାରତ ଆସିପାରନ୍ତି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତ ପରେ ନୂଆଦିଲ୍ଲୀ ପକ୍ଷରୁ କୂଟନୈତିକ ସନ୍ତୁଳନ ଉଦ୍ୟମ...

କଚ୍ଛପ ଗତି

କୌଣସି କାର୍ଯ୍ୟ ସମ୍ପାଦନରେ ଉଛୁର ହେଲେ, ଲକ୍ଷ୍ୟ ହାସଲରେ ଡେରି ହେଲେ କିମା ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପାଇଁ ବିଳମ୍ବ ଘଟିଲେ ବିଳମ୍ବର କାରଣକୁ କଚ୍ଛପର...

ବାଘ ଆତଙ୍କ ଯୋଗୁ ୫୫ ସ୍କୁଲ ବନ୍ଦ: ଜାଣନ୍ତୁ କେଉଁଠି

ଡେରାଡୁନ୍‌,୮ା୧୨:ଉତ୍ତରାଖଣ୍ଡର ପୌରି ଜିଲାରେ କଲରାପତରିଆ ବାଘ ଆତଙ୍କ ଯୋଗୁ ୫୫ ସ୍କୁଲକୁ ସାମୟିକ ଭାବେ ବନ୍ଦ କରିଦିଆଯାଇଛି। ଉକ୍ତ ସ୍କୁଲଗୁଡ଼ିକର ପିଲାମାନଙ୍କୁ ଅନ୍‌ଲାଇନ ମୋଡ୍‌ରେ ପାଠପଢ଼ା...

ପୁଟିନ୍‌ଙ୍କ ଭାରତ ଗସ୍ତ ଅନ୍ତରାଳେ

ଭାରତକୁ ଆମେରିକା ନାଲିଆଖି ଦେଖାଇ ଟାରିଫ ବୃଦ୍ଧି କରିଛି। ଏହାସହ ଭାରତ-ରଷିଆ ସମ୍ପର୍କକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଘୋର ଅସନ୍ତୁଷ୍ଟ। ଏଭଳି ଏକ...

ଓଡ଼ିଶାରେ ବଢୁଛି ଓ୍ବେଷ୍ଟର୍ନ ପର୍ଯ୍ୟଟକଙ୍କ ସଂଖ୍ୟା: ୫ବର୍ଷରେ ୭ଗୁଣ ବୃଦ୍ଧି

ଭୁବନେଶ୍ୱର,୮୧୨(ରବିନାରାୟଣ ଜେନା):ରାଜ୍ୟର ପର୍ଯ୍ୟଟନ ଭିତ୍ତିଭୂମି ପ୍ରତି ଆକୃଷ୍ଟ ହୋଇ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ମଧ୍ୟରେ ଓ୍ବେଷ୍ଟର୍ନ ୟୁରୋପ ପର୍ଯ୍ୟଟକଙ୍କ ସଂଖ୍ୟା ଦିନକୁ ଦିନ ବଢୁଛି ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri