ଜଳସେଚନ ବ୍ୟବସ୍ଥା ପ୍ରତି ଅଣଦେଖା

ନୟାଗଡ଼ ଅଫିସ,୩୧ା୩: କୃଷିପ୍ରଧାନ ଜିଲା ନୟାଗଡ଼ରେ ଜଳସେଚନର ସୁବିଧା ନାହିଁ । ନଦୀନାଳ ଘେରା ଏହି ଜିଲାରେ ଜଳସେଚନର ସୁବିଧା କରାଯାଇ ନ ଥିବାରୁ ବର୍ଷାଜଳ ହିଁ ଚାଷ ପାଇଁ ଭରସା ସାଜିଛି । ଜିଲାରେ ମହାନଦୀ, ବୃତ୍ତଙ୍ଗ ପରୀ ନଦୀ ପ୍ରବାହିତ ହୋଇଥିଲେ ହେଁ ୨୫ ପ୍ରତିଶତ ଜମି ଜଳସେଚିତ ହୋଇପାରୁ ନାହିଁ । ଏଣୁ ଚାଷୀମାନେ ଅଭିଶପ୍ତ ଜୀବନଯାପନ କରୁଛନ୍ତି । ଅନ୍ୟପକ୍ଷରେ ପ୍ରଥମ ପର୍ଯ୍ୟାୟ ଜଙ୍ଗଲ ଅନୁମତି ଓ ଏଥିନେଇ ଲାଗି ରହିଥିବା ଆଶଙ୍କା ଦୂର ହେବା ପରେ ମଧ୍ୟ ୧୦ ବର୍ଷ ହେଲା ବୃତ୍ତଙ୍ଗ ଜଳଯୋଜନା ଅଟକି ରହଛି ।

ସୂଚନା ଅନୁଯାୟୀ, ଖୋର୍ଦ୍ଧା-ବଲାଙ୍ଗୀର ୫୭ ନଂ. ଜାତୀୟ ରାଜପଥର ଦଶପଲ୍ଲା ବ୍ଲକ ଟାକରାଠାରୁ ୧୦ କି.ମି. ଦୂର ଦୁର୍ଗମ ପାର୍ବତ୍ୟାଞ୍ଚଳରେ ରହିଛି ମଞ୍ଜରୀ ଅଞ୍ଚଳ । ସେଠାରେ ମାଈ ପାହାଡ଼ ଓ ଡାବଳଦେଈ ପାହାଡ଼ ମଧ୍ୟରେ ବନ୍ଧ ପକାଯାଇ ମହାନଦୀର ଅନ୍ୟତମ ଶାଖା ନଦୀ ବୃତ୍ତଙ୍ଗରେ ଏକ ଜଳଯୋଜନା କରିବା ପାଇଁ ୩୮ ବର୍ଷ ହେବ ଦାବି ହୋଇ ଆସୁଥିଲା । ୧୯୭୮ରେ ଦଶପଲ୍ଲାଠାରେ ବୃତ୍ତଙ୍ଗ ଜଳଯୋଜନାର ସର୍ଭେ କାର୍ଯ୍ୟ ସମ୍ପାଦନା ଲାଗି କାର୍ଯ୍ୟାଳୟ ଖୋଲା ଯାଇଥିଲା । ସେହି ସର୍ବେକ୍ଷଣ ଅନୁଯାୟୀ ପ୍ରସ୍ତୁତ ରିପୋର୍ଟରେ ନୟାଗଡ଼ ଜିଲାର ସମସ୍ତ ଅଞ୍ଚଳ ସହ ପ୍ରତିବେଶୀ ଜିଲା ଖୋର୍ଦ୍ଧାର ବୋଲଗଡ଼, ବେଗୁନିଆ, ଜଙ୍କିଆ ଅଞ୍ଚଳରେ ଜଳସେଚନର ବ୍ୟବସ୍ଥାକୁ ତ୍ୱରାନ୍ବିତ କରିବା ଲାଗି ସମନ୍ବିତ ବୃତ୍ତଙ୍ଗ ଜଳଯୋଜନାର ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା । କିଛିଦିନର ନୀରବତା ପରେ ୧୯୯୦ରେ ଏଥିପାଇଁ ତପତ୍ରତା ପ୍ରକାଶ ପାଇଥିଲା । ଉଭୟ ପୁରୀ ଓ କଟକ ଜଳସମ୍ପଦ ବିଭାଗ ପକ୍ଷରୁ ପୁନଃ ସର୍ଭେ କାର୍ଯ୍ୟ ତଦାରଖ କରାଯାଇଥିଲା । ଦଶପଲ୍ଲାଠାରେ ଦ୍ୱିତୀୟ ଥର ପାଇଁ ଯେଉଁ ସର୍ଭେ କାର୍ଯ୍ୟାଳୟ ଖୋଲାଯାଇଥିଲା ତାହା ୪ ବର୍ଷ ପରେ ଉଠିଯାଇଥିଲା । ପରିମାର୍ଜିତ ସର୍ଭେ ଅନୁଯାୟୀ ବୃତ୍ତଙ୍ଗ ମଧ୍ୟମ ଜଳଯୋଜନା ଦ୍ୱାରା ନୟାଗଡ଼ ଜିଲାର ୫ ବ୍ଲକ ଅଞ୍ଚଳର ୨୩ହଜାର ୩୦୦ ହେକ୍ଟର ପରିମିତ ଚାଷଜମିରେ ଜଳସେଚନ ଉପଲବ୍ଧ କରାଯିବା ଲାଗି ଆକଳନ କରାଯାଇଥିଲା। ରାଜ୍ୟରେ ବିଜେଡି ସରକାର କ୍ଷମତାକୁ ଆସିବା ପରେ ଉଭୟ ରାଜନୈତିକ ଓ ପ୍ରଶାସନିକସ୍ତରରେ ତପତ୍ରତା ପ୍ରକାଶ ପାଇଥିଲା । ଫଳସ୍ବରୂପ ପ୍ରବଳ ଦାବି ଯୋଗୁ ଏହି ଯୋଜନାକୁ ୨୦୦୦ ଡିସେମ୍ବର ୧୮ରେ ଏନଡିଏ ସରକାରଙ୍କ ଶାସନ କାଳରେ କେନ୍ଦ୍ରୀୟ ଜଳ କମିଶନର ବୈଷୟିକ-ଆର୍ଥିକ ସମୀକ୍ଷା କମିଟି ମଞ୍ଜୁରୀ ଦେଇଥିଲା । ୨୦୦୪ ଅଗଷ୍ଟ ୧୭ରେ କେନ୍ଦ୍ରୀୟ ଜଙ୍ଗଲ ଓ ପର୍ଯ୍ୟାବରଣ ମନ୍ତ୍ରଣାଳୟ ପକ୍ଷରୁ ବାଘ, ହାତୀ ପ୍ରକଳ୍ପ ଆଳରେ ଉକ୍ତ ପ୍ରକଳ୍ପର ପ୍ରସ୍ତାବକୁ ଖାରଜ କରିଦିଆ ଯାଇଥିଲା । ୭ ବାଘ ଓ ୨୫ ହାତୀଙ୍କ ଚଳାଚଳ ବ୍ୟାଘାତ ଆଶଙ୍କା ଦର୍ଶାଯାଇ ଜନଗଣଙ୍କ ଆଶା ଆକଂକ୍ଷାକୁ ଧୂଳିସାତ କରିବାର ଅପଚେଷ୍ଟାକୁ ପ୍ରତିହିତ କରିବା ପାଇଁ ଖୋଦ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହସ୍ତକ୍ଷେପ କରିଥିଲେ । ଏହିପରି ବିଭିନ୍ନ ବିଭାଗ ପକ୍ଷରୁ କ୍ଲିୟରାନ୍ସ ହୋଇଥିଲେ ମଧ୍ୟ ଏହି ଜଳଯୋଜନା କାର୍ଯ୍ୟକାରୀ ହୋଇପାରି ନ ଥିଲା । ପରେ ରାଜ୍ୟ ସରକାର ୨୦୦୫ ମାର୍ଚ୍ଚ ୧୮ରେ ଏନେଇ ଏକ ପ୍ରସ୍ତାବ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟକୁ ଜଙ୍ଗଲ ଅନୁମତି ପ୍ରଦାନ ପାଇଁ ପଠାଇଥିଲେ । ଏଥିରେ ୧୫୨୪.୧୭ ହେକ୍ଟର ଜଙ୍ଗଲ ଜମିକୁ ବ୍ୟବହାର କରିବା ପାଇଁ ଅନୁମତି ଲୋଡ଼ା ଯାଇଥିଲା । ୨୦୧୦ ଅଗଷ୍ଟ ଶେଷ ସପ୍ତାହରେ ବୃତ୍ତଙ୍ଗ ଜଳଯୋଜନାକୁ ପ୍ରଥମ ପର୍ଯ୍ୟାୟ ଜଙ୍ଗଲ ଅନୁମତି ମିଳିଥିଲା । ଅନୁମତି ମିଳିବା ପରେ ଜିଲାରେ ଆନନ୍ଦର ଲହରି ଖେଳିଯାଇଥିଲା । ହେଲେ ସେ ସମୟରେ ବୁଡ଼ି ଅଞ୍ଚଳର ଲୋକମାନେ ବୃତ୍ତଙ୍ଗକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଥିଲେ । ବୃତ୍ତଙ୍ଗ ବିରୋଧୀ ଆନ୍ଦୋଳନ ଥମିଥିବାବେଳେ କିଛି ମାସ ହେଲା ସପକ୍ଷବାଦୀଙ୍କ ଆନ୍ଦୋଳନ ଚାଲିଥିଲା । ତେବେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ସପକ୍ଷ କି ବିପକ୍ଷବାଦୀଙ୍କ ଆନ୍ଦୋଳନ ଆଉ ନାହିଁ । ଏହି ପରିପ୍ରେକ୍ଷୀରେ ନୟାଗଡ଼ ଜିଲାବାସୀଙ୍କ ପାଇଁ ମହାନଦୀରୁ ଜଳସେଚନ ବ୍ୟବସ୍ଥା ସ୍ବପ୍ନ ହୋଇ ରହିଯାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

ଶିଶୁ ମନ୍ଦିରର ରୋପ୍ୟ ଜୟନ୍ତୀ ସମାରୋହ: ବାର୍ଷିକ ମୁଖପତ୍ର ‘ଆହ୍ବାନ’କୁ ଉନ୍ମୋଚନ କଲେ ବିଧାୟକ

ଦିଗପହଣ୍ଡି,୨୩।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ମଙ୍ଗଳବାର ସଂଧ୍ୟାରେ ଆୟୋଜିତ ରୌପ୍ୟ ଜୟନ୍ତୀ...

ମଦ୍ୟପଙ୍କୁ ତାରାତାରିଣୀ ମନ୍ଦିର ମନା: ଏଣିକି ମୋବାଇଲ ସହ ଫଟୋ ଉଠାକୁ ବାରଣ; ପ୍ରଶାସନିକ ବୈଠକରେ… 

ପୁରୁଷୋତ୍ତମପୁର,୨୩।୧୨ (ସବିତା ମିଶ୍ର): ବର୍ତ୍ତମାନ ପର୍ଯ୍ୟଟନର ଋତୁ ଚାଲିଥିବାବେଳେ ଆଉ କିଛି ଦିନ ପରେ ଆସୁଛି ନୂଆବର୍ଷ। ଏହି ଅବସରରେ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ...

ଦିଗପହଣ୍ଡିରେ ଖୋଲିଲା ଧାନମଣ୍ଡି: ଜିଲାପାଳ କଲେ ଶୁଭାରମ୍ଭ, ବିଧାୟକ ଯୋଗଦେଇ…

ଦିଗପହଣ୍ଡି,୨୩।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି ଭାସନ ମଙ୍ଗଳବାର ଦିଗପହଣ୍ଡି ବ୍ଳକ ଫାସିଗୁଡା ଗ୍ରାମ ପ୍ରାଥମିକ ସେବା ସମବାୟ ସମିତି କାର୍ଯ୍ୟାଳୟ ପରିସରରେ ପହଞ୍ଚି...

ଦିନକ ପରେ ବଡ଼ଦିନ: ପୋଲିସର ଫ୍ଲାଗ ମାର୍ଚ୍ଚ, ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡି

ବାଲିଗୁଡ଼ା,୨୩।୧୨:(ସଞ୍ଜୟ କୁମାର ପାଣିଗ୍ରାହୀ): ଆଉ ଦିନକ ପରେ ବଡଦିନ ପର୍ବ। ଏହାକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ...

ବାରିପଦାରେ ନିର୍ମାଣ ହେବ ବିମାନବନ୍ଦର ପରି ଅତ୍ୟାଧୁନିକ ‘ଅଟଳ ବସ୍ ଷ୍ଟାଣ୍ଡ’

ବାରିପଦା,୨୩।୧୨: ମୟୂରଭଞ୍ଜ ଜିଲାର ବାରିପଦା ସହରରେ ବିମାନବନ୍ଦର ଭଳି ସୁବିଧା ସମ୍ପନ୍ନ ଏକ ସୁସଜ୍ଜିତ ‘ଅଟଳ ବସ୍ ଷ୍ଟାଣ୍ଡ’ ନିର୍ମାଣ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ଥିଲେ ଦିଅନ୍ତୁ ନଥିଲେ ନିଅନ୍ତୁ

ଯାଜପୁର,୨୩।୧୨: ଓଡିଶାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ “ଜୟ ମହାକାଳ ଫାଉଣ୍ଡେସନ” ପକ୍ଷରୁ “ଥିଲେ ଦିଅନ୍ତୁ ନଥିଲେ ନିଅନ୍ତୁ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଯାଜପୁର ଜିଲ୍ଲା ଯାଜପୁର...

କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାସଭା ପ୍ରସ୍ତୁତି: ବିଧାୟକ କହିଲେ….

ଭଞ୍ଜନଗର,୨୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାସଭା ଅନୁଷ୍ଟିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri