Odisha Elections 2024

ମୃତ୍ୟୁ ପାଖରେ ହାର୍‌ ମାନିଲା ୫୦ ବର୍ଷର ଅଭିଜ୍ଞତା

କେନ୍ଦ୍ରାପଡ଼ା ଅଫିସ,୨୨ା୩:ମୃତ୍ୟୁ କାହା ପାଖକୁ କେତେବେଳେ ଆସେ ସେ କଥା କହିବା ଅସମ୍ଭବ। ରଥୀ ମହାରଥୀ ହୁଅନ୍ତୁ କି ସାଧାରଣ ମଣିଷ, ସବୁ କାଳ ହାତରେ ବନ୍ଧା। ଏପରି କି ମୃତ୍ୟୁ ପାଖରେ ନାନା କୌଶଳ ଓ ଅଭିଜ୍ଞତା ବି ହାରମାନେ ା କେହି ବି ଜଣେ ମୃତ୍ୟୁକୁ ଟପି ଆଗକୁ ଯାଇପାରେ ନାହିଁ ା ରବିବାର ସେମିତି ଏକ ଘଟଣା କେନ୍ଦ୍ରାପଡ଼ା ସହରରେ ଚର୍ଚ୍ଚାର ବିଷୟ ହୋଇଛି।
ସାପ ଧରିବା ଓ ସେହି ସାପକୁ ନେଇ ନିକାଞ୍ଚନ ସ୍ଥାନରେ ଛାଡ଼ିବା କେନ୍ଦ୍ରାପଡ଼ା ସହରର ୭ ନଂ. ୱାର୍ଡ ରସୁଲାବାଦ ଗ୍ରାମର ସୋଲେମାନ ଖାନ (୭୫)ଙ୍କ ବାମହାତର ଖେଳ ଥିଲା ା ଆଜି କି କାଲି ନୁହେଁ, ପ୍ରାୟ ୫୦ ବର୍ଷ ଧରି ସେ ଏମିତି ସାପ ଓ ଗୋଧୀ ଧରୁଥିଲେ ା ଆଖପାଖ ଗାଁରେ ଯଦି କାହା ଘରେ ସାପ କି ଗୋଧୀ ପଶିଯାଉଥିଲା ଲୋକେ ପ୍ରଥମେ ସୋଲେମାନଙ୍କୁ ଖୋଜୁ ଥିଲେ ା କିଏ କିଏ ତାଙ୍କ ଘରକୁ ଆସି ଗାଡ଼ିରେ ବସାଇ ଘଟଣାସ୍ଥଳକୁ ନେଇ ଯାଉଥିଲେ। ସୋଲେମାନ ବି କେବେ କାହାକୁ ମନା କରୁ ନ ଥିଲେ ା ଖୁବ୍‌ ଆଗ୍ରହ ଓ ପାରମ୍ପରିକ କୌଶଳରେ ସେ ବଡ଼ ବଡ଼ ବିଷାକ୍ତ ସାପକୁ ଧରିବାରେ ସଫଳ ହେଉଥିଲେ ା ତାଙ୍କ ଜୀବନ କାଳ ମଧ୍ୟରେ ସେ ପ୍ରାୟ ୩ ହଜାରରୁ ଊର୍ଦ୍ଧ୍ୱ ସାପ ଓ ଗୋଧି ଆଦି ସରିସୃପଙ୍କୁ ଧରି ଜଙ୍ଗଲରେ ଛାଡ଼ିଛନ୍ତି ବୋଲି ପରିବାର ଲୋକେ କହିଛନ୍ତି ା ଏପରି କି ସେ ଏଥିପାଇଁ ପାରିଶ୍ରମିକ ବି ନେଉ ନ ଥିଲେ। ଦିନ ଥିଲା ଯେତେବେଳେ ସ୍ନେକ୍‌ ହେଲ୍ପ ଲାଇନର ସୁବିଧା ନ ଥିଲା, ସେତେବେଳେ ସୋଲେମାନ ଥିଲେ ସମସ୍ତଙ୍କ ବିଶ୍ୱସ୍ଥ। କେବଳ ଏତିକି ନୁହେଁ, କେହି ରୋଗ କଷ୍ଟରେ ପଡିଲେ ସୋଲେମାନ ସହଯୋଗ କରୁଥିଲେ ା ହେଲେ ରବିବାର ଅପରାହ୍ନରେ ସୋଲେମାନଙ୍କ ସେହି ସାପ କାମୁଡ଼ାରେ ମୃତ୍ୟୁ ଘଟିଛି। ଏକଥାକୁ କେହି ସହଜରେ ବିଶ୍ୱାସ କରୁ ନ ଥିଲେ ମଧ୍ୟ ସତ୍ୟ। ସେ ଘରେ ଥିବା ବେଳେ କେହି ଜଣେ ତାଙ୍କୁ ସାପ ଧରିବାକୁ ଡାକିଥିଲେ ା ଖୁବ୍‌ଶୀଘ୍ର ସେ ବସୁପୁରକୁ ସାପ ଧରିବାକୁ ଚାଲିଯାଇଥିଲେ। ହେଲେ ସେଠାରେ ସେ ନିଜ ପାରମ୍ପରିକ କୌଶଳ ଓ ଅଭିଜ୍ଞତାକୁ ଆଧାର କରି ସାପକୁ ନିଜର ଦୁଇ ହାତରେ ମାଡ଼ି ବସିଥିଲେ। ହେଲେ ସେହି ବିଷାକ୍ତ ସାପଟି ତାଙ୍କ ହାତକୁ ହଠାତ୍‌ କାମୁଡି ଦେଇଥିଲା। ଏହାର କିଛି ସମୟ ପରେ ସୋଲେମାନ ଚେତାଶୂନ୍ୟ ହୋଇପଡିଥିଲେ। ସ୍ଥାନୀୟ ଲୋକମାନେ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଖବର ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ୫୦ବର୍ଷର ଅଭିଜ୍ଞତା ମୃତ୍ୟୁ ପାଖରେ ହାର ମାନିଲା ବୋଲି ସମସ୍ତେ କୁହାକୁହି ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ

ପୁରୁଷୋତ୍ତମପୁର,୨୬ା୫( ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ତଥା କବିସୂର୍ଯନଗର ଥାନା ଅନ୍ତର୍ଗତ ବଡଖରିଡା କାଳେଶ୍ବର ମନ୍ଦିର ନିକଟରେ ରବିବାର ରାତିରେ ଜଣେ ଯୁବକଙ୍କୁ...

ବାଘଛାଲ ବିକ୍ରି ପାଇଁ ଚାଲିଥିଲା ଡିଲ୍‌: ଗ୍ରାହକ ସାଜି ମାଡ଼ି ବସିଲା ବନବିଭାଗ

ଖଡ଼ିଆଳ,୨୬।୫(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ବନାଞ୍ଚଳ ପକ୍ଷରୁ ଚଢ଼ାଉ କରାଯାଇ ଏକ କଲରାପତରିଆ ବାଘଛାଲ ଜବତ କରାଯାଇଛି। ଏଥିରେ ସମ୍ପୃକ୍ତ ୫ଜଣଙ୍କୁ ଗିରଫ...

୧୬ ନମ୍ବର ଜାତୀୟ ରାଜପଥରେ ସିରିଜ ଦୁର୍ଘଟଣା

ଛତ୍ରପୁର୨୬।୫(ଦିଲ୍ଲୀପ ସାମଲ/ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ହୁମ୍ମା ଫାଣ୍ଡି ଅଧୀନ ୧୬ ନମ୍ବର ଜାତୀୟ ରାଜପଥରେ ଏକ ସିରିଜ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଭାରସାମ୍ୟ...

ଜଙ୍ଗଲରୁ ରାସ୍ତାକୁ ଚାଲି ଆସିଥିଲା ହରିଣ ଛୁଆ: ଆଉ ତାପରେ…

ମୋହନା,୨୬ା୫(ମନ୍ମଥ ମିଶ୍ର୍ର): ମୋହନା ସଦର ମହକୁମାର ତାରିଣୀ ମନ୍ଦିର ସାମ୍ନାରେ ଥିବା ଜଙ୍ଗଲରୁ ରାସ୍ତାକୁ ଚାଲି ଆସିଥିବା ଏକ ହରିଣ ଛୁଆକୁ କେତେକ ବୁଲା କୁକୁର...

ଯାତ୍ରୀ ଓହ୍ଲାଇବା ବେଳେ ସବାରୀ ଗାଡ଼ି ଉପରକୁ ମାଡିଗଲା ଟ୍ରକ: ଜଣେ ମୃତ, ୮ ଆହତ

ବାରିପଦା,୨୬।୫(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା କୁଳିଅଣା ଥାନା ଅଧୀନ ଅସନଯୋଡ଼ା ନିକଟ ୧୮ ନମ୍ବର ଜାତୀୟ ରାଜପଥରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି।...

ମଧ୍ୟରାତିରେ ସ୍ଥଳଭାଗ ଛୁଇଁବ ବାତ୍ୟା ‘ରେମାଲ’: ବର୍ଷା, ପବନର ମୁକାବିଲା ପାଇଁ ଜିଲାପାଳଙ୍କୁ ସତର୍କ କରାଇଲେ ଏସ୍‌ଆର୍‌ସି

ଭୁବନେଶ୍ୱର,୨୬।୫: ପୂର୍ବ କେନ୍ଦ୍ରୀୟ ଏବଂ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ରେମାଲ’ ରବିବାର ମଧ୍ୟରାତିରେ ସାଗର ଦ୍ୱୀପ ଏବଂ ବାଂଲାଦେଶର ଖେପୁପରା ମଝିରେ ବାଂଲାଦେଶ...

ବୃଦ୍ଧଙ୍କୁ ଧକ୍କା ଦେଲା କାର୍‌

ଛତ୍ରପୁର,୧୬।୫(ଦିଲ୍ଲୀପ ସାମଲ): ଚମାଖଣ୍ଡି ଥାନା ଅନ୍ତର୍ଗତ କାଳିଆବାଲି ଛକ ଠାରେ ଏକ କାର ଧକ୍କାରେ ବୃଦ୍ଧ ଆହତ ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ, ରବିବାର ୨ଟା...

ଛତ୍ରପୁର ବ୍ଲକ ଟପ୍ପର ହେଲେ ଅଭିପ୍ସା

ଛତ୍ରପୁର,୨୬।୫(ଦିଲ୍ଲୀପ ସାମଲ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ୨୦୨୪ ମାଟ୍ରିକ ପରୀକ୍ଷା ଫଳାଫଳ ରବିବାର ପ୍ରକାଶ ପାଇଛି । ଏଥିରେ ଛତ୍ରପୁର ବ୍ଲକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri