Posted inUncategorized

ଗୋଟିଏ ଛାତ ତଳେ ବହୁବିଧ ବ୍ରାଣ୍ଡ୍‌

ବାଣିଜ୍ୟରେ ସ୍ନାତକ ପାସ୍‌ ପରେ ଚାକିରି ନ ଖୋଜି ପାରିବାରିକ ବ୍ୟବସାୟରେ ହାତ ଦେଇଥିଲେ। ଓଡ଼ିଶାରେ ବ୍ରାଣ୍ଡେଡ୍‌ ପୋଷାକର ଚାହିଦା ବଢ଼ୁଥିବାବେଳେ ପ୍ରତିଯୋଗିତା ମୂଳକ ବଜାରରେ କିପରି ସଫଳ ହେଲେ ସେନେଇ ଧରିତ୍ରୀକୁ ସାକ୍ଷାତ୍‌କାର ବେଳେ କହିଛନ୍ତି ଜିଆର୍‌ସି ଗାର୍ମେଣ୍ଟ୍‌ସ ପ୍ରା.ଲିଃ. ପରିଚାଳନା ନିର୍ଦ୍ଦେଶକ ଅବିନାଶ ଛାପୋଲିଆ।

ଆପଣଙ୍କ ବ୍ୟବସାୟିକ ଜୀବନ କିପରି ଆରମ୍ଭ ହୋଇଥିଲା?
ବି.କମ୍‌. ପାସ୍‌ ପରେ ବ୍ୟବସାୟରେ ପାଦ ଦେଇଥିଲି। ମୋ ଜେଜେବାପା ଗଙ୍ଗାରାମ ଛାପୋଲିଆ ସୁଟିଂଶାର୍ଟିଂ ବ୍ୟବସାୟ ଆରମ୍ଭ କରିଥିଲେ। ସ୍ବାଧୀନତା ପୂର୍ବରୁ କଟକରେ ଆମର ଏହି ବ୍ୟବସାୟ ଚାଲିଆସୁଛି, ଯାହାକି ତାଙ୍କ ନାମ ଅନୁସାରେ ଜିଆରସି ଗାର୍ମେଣ୍ଟସ ଭାବରେ ସ୍ଥାପିତ।
ଓଡ଼ିଶାରେ ବ୍ରାଣ୍ଡ ପୋଷାକପତ୍ର ଚାହିଦା କେମିତି ରହିଛି?
ଜିଆର୍‌ସି ଗାର୍ମେଣ୍ଟସ ପକ୍ଷରୁ ୨୦୦୧ରୁ କିଲର, ବ୍ଲାକବେରି, ମଣ୍ଟେକାର୍ଲୋ, ଟ୍ବୁଇଲସ, ବିଂହୁମାନ, ଜକି ଭଳି ପ୍ରତିଷ୍ଠିତ ବ୍ରାଣ୍ଡେଡ୍‌ ପୁରୁଷ ପୋଷାକ ଉପଲବ୍ଧ କରାଯାଉଥିବାବେଳେ ଡବ୍ଲ୍ୟୁ, ଅରେଲିୟା, ବିବା, ଡିଲ୍‌ ଆଦି ମହିଳା ବ୍ରାଣ୍ଡ ପାଇକାରି ଭାବରେ ମିଳୁଛି। ପଡ଼ୋଶୀ ରାଜ୍ୟଗୁଡ଼ିକ ତୁଳନାରେ ଓଡ଼ିଶାରେ ବ୍ରାଣ୍ଡ ପୋଷାକ ଚାହିଦା ବେଶ୍‌ ଭଲ ଅଛି। ଏପରି କି ୪ରୁ ୫ ବର୍ଷ ହେବ ଅନ୍ତର୍ଜାତୀୟ ବ୍ରାଣ୍ଡଗୁଡ଼ିକ ମଧ୍ୟ ବ୍ୟବସାୟରେ ଆସିଗଲାଣି।
ମାନ୍ଦାବସ୍ଥା ପରେ କୋଭିଡ୍‌ କଟକଣାଜନିତ ସମସ୍ୟାର ସମାଧାନ କିପରି କରିଥିଲେ?
ଧୀରେ ଧୀରେ ମାନ୍ଦାବସ୍ଥା ସୁଧୁରିବା ବେଳକୁ କୋଭିଡ୍‌ ପ୍ରବେଶ ହେଲା। ପର୍ବପର୍ବାଣି ପାଳନ ଉପରେ କଟକଣା ଜାରି ହେତୁ ସାଧାରଣତଃ ପୋଷାକ କିଣାକିଣିରେ ଗ୍ରାହକଙ୍କ ଆଗ୍ରହ କମିଗଲା। ଏଥିରୁ ବ୍ରାଣ୍ଡ ପୋଷାକ କିପରି ବାଦ୍‌ ପଡିବ। ସେହି ସମୟରେ ପାଇକାରି ବଜାର ଓଭରଷ୍ଟକ ହୋଇଗଲା। ମାତ୍ର ପରେ କାରଖାନାଗୁଡ଼ିକ ବନ୍ଦ ରହିବାରୁ କମ୍‌ ସପ୍ଲାଏ ରହିଲା। ୱାର୍କ ଫ୍ରମ୍‌ ହୋମ୍‌ ଯୋଗୁଁ ଲୋକେ ନିଯୁକ୍ତି ସ୍ଥାନରୁ ଘରକୁ ପଳାଇଆସିଲେ। ଫଳରେ ବ୍ରାଣ୍ଡ ପୋଷାକର ବ୍ୟବସାୟ କ୍ରମଶଃ ପୁଣି ଚାଲିଲା।
ଆରମ୍ଭରୁ କପଡ଼ା ପାଇକାରି ବ୍ୟବସାୟ କଟକରେ ଥିଲା। ଏବେ ଭୁବନେଶ୍ୱରରେ ପାଇକାରି ବ୍ୟବସାୟ ଆରମ୍ଭ ହେଲାଣି। ଏହାକୁ ଆପଣ କିପରି ଦେଖନ୍ତି?
କଟକ ଏବେ ବି ପାଇକାରି ବ୍ୟବସାୟର ରାଜଧାନୀ ହୋଇରହିଛି। ଯଦିଓ ଭୁବନେଶ୍ୱରରେ କିଛି ମାତ୍ରାରେ ଏହି ବ୍ୟବସାୟ ଖୋଲିଲାଣି କଟକରୁ ସାରା ଓଡ଼ିଶାରେ ବ୍ୟବସାୟ କରିବା ସୁବିଧା। ଖୁଚୁରା ବ୍ୟବସାୟୀଙ୍କ ନିକଟରେ ଉପତ୍ାଦଗୁଡ଼ିକ ପହଞ୍ଚାଇବା ପାଇକାରିଙ୍କ କର୍ତ୍ତବ୍ୟ।
ଏକାଧିକ ନାମୀଦାମୀ ବ୍ରାଣ୍ଡକୁ ନେଇ ବ୍ୟବସାୟ କରିବାର ତରିକା କଣ?
ଭିନ୍ନ ବ୍ରାଣ୍ଡକୁ ନେଇ ବ୍ୟବସାୟ କରିବାର ମଜା ଅଲଗା। କମ୍ପାନୀଗୁଡ଼ିକଠାରୁ ପାଉଥିବା ବ୍ୟବସାୟ କୌଶଳ ଅନେକ ସାହାଯ୍ୟ କରିଥାଏ। ଏହାବ୍ୟତୀତ କିଛିମାତ୍ରାରେ ଆର୍ଥତ୍କ ଓ ପରିଚାଳନାଗତ ସୁବିଧା ମଧ୍ୟ ରହିଛି। ଏଥିସହ ଖୁଚୁରା ବ୍ୟବସାୟୀଙ୍କୁ ବାନ୍ଧି ରଖିବା ପାଇଁ ଗୋଟିଏ ଛାତ ତଳେ ବହୁବିଧ ବ୍ରାଣ୍ଡର ବ୍ୟବସାୟ ସାହାଯ୍ୟ କରିଥାଏ।
ଆପଣଙ୍କ ଆଗାମୀ ଲକ୍ଷ୍ୟ କ’ଣ ରହିଛି?
ଆଗାମୀ ଦିନରେ ଜିଆରସି ଗାର୍ମେଣ୍ଟସରେ ଆଉ କିଛି ନୂଆ ଅନ୍ତର୍ଜାତୀୟ ବ୍ରାଣ୍ଡର ପାଇକାରି ବ୍ୟବସାୟ ସାମିଲ ହେବ। କିଛି ବ୍ରାଣ୍ଡର ମେଗା ଷ୍ଟୋର ଖୋଲାଯିବା ପାଇଁ ମଧ୍ୟ ଯୋଜନା ରହିଛି। ଛୋଟ ସହର ଓ ଗ୍ରାମାଞ୍ଚଳକୁ ଅଧିକ ଧ୍ୟାନ ଦିଆଯିବ।
ଗ୍ରାମାଞ୍ଚଳରେ ବ୍ରାଣ୍ଡ ପୋଷାକ ବ୍ୟବସାୟର ଚାହିଦା କିପରି ରହିଛି?
ଗ୍ରାମୀଣ ଅଞ୍ଚଳରେ କୋଭିଡ୍‌ର ଗତ ଲହରଠାରୁ ବ୍ୟବସାୟରେ ସୁଧାର ଆସିଛି। ପ୍ରାୟ ମଲ୍ଟି ବ୍ରାଣ୍ଡ ଆଉଟ୍‌ଲେଟରେ ଚାହିଦା ପରିଲକ୍ଷିତ ହୋଇଛି। ଏପରି କି ବିବାହ ଓ ଋତୁକାଳୀନ ଚାହିଦା ମଧ୍ୟ ବୃଦ୍ଧି ପାଉଛି।
ବଢୁଥିବା ମଲ୍‌ ସଂଖ୍ୟା ଏହି ବ୍ୟବସାୟରେ କିଛି ପ୍ରଭାବ ପକାଇବ କି?
ମଲ୍‌ ହେବା ଦ୍ୱାରା ଛୋଟ ବ୍ୟବସାୟୀଙ୍କ ଉପରେ ଏହାର ଯଥେଷ୍ଟ ପ୍ରଭାବ ପଡିବ। ବ୍ୟବସାୟ ମାତ୍ର କେତେ ଜଣଙ୍କ ହାତରେ ରହିବ ଏବଂ ଏହା ମନମୁଖି ହୋଇଯିବା ଆଶଙ୍କା ରହିଛି। ଖାଉଟିମାନେ ମଧ୍ୟ ଆର୍ଥତ୍କ ସ୍ତରରେ ପ୍ରଭାବିତ ହେବେ। ମଲ୍‌ ସ୍ଥାପନ ପୂର୍ବରୁ ପରିବେଶ ଓ ପାରିପାର୍ଶ୍ୱିକ ସ୍ଥିତି ପ୍ରତି ଯଥେଷ୍ଟ ଧ୍ୟାନଦେବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରେ ୫ ଉଇକେଟ୍‌ ନେଇ କ୍ରିକେଟ୍‌ ଜଗତରେ ହଇଚଇ କଲେ ଏହି କ୍ରିକେଟର୍‌: ପ୍ରଥମଥର ଘଟିଲା…

ଜାକର୍ତ୍ତା,୨୩।୧୨: ଟି-୨୦ କ୍ରିକେଟରେ ପାଞ୍ଚ ଉଇକେଟ ହାସଲ କରିବା ପ୍ରତ୍ୟେକ ବୋଲରଙ୍କ ସ୍ବପ୍ନ, କାରଣ ଚାରି ଓଭର ସ୍ପେଲରେ ଏହି ସଫଳତା ହାସଲ କରିବା ଅତ୍ୟନ୍ତ...

RCB-RR ପରେ ଶାହରୁଖ ଖାନଙ୍କ KKR ହେବ ବିକ୍ରି! IPL ୨୦୨୬ ନିଲାମ ପରେ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୧୯।୧୨: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସିଜିନ ପାଇଁ ମିନି ନିଲାମ ଡିସେମ୍ବର ୧୬, ୨୦୨୫ରେ ଆବୁଧାବିର ଏତିହାଦ ଆରେନାରେ ଅନୁଷ୍ଠିତ ହୋଇଥିଲା। ନିଲାମର ତିନି...

ଅଗ୍ନିକାଣ୍ଡରେ ଜଳିଗଲା ୪ ବଖରା, ସାହାଯ୍ୟ କଲେ କାମାକ୍ଷାନଗର ବିଧାୟକ

ଭୁବନ ୧୯/୧୨( ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ବ୍ଲକ ଭୁଷଳ ପଞ୍ଚାୟତ କିର୍ତ୍ତନ ପୁର ଗ୍ରାମର ଗଙ୍ଗା ମଳିକ ସାହିରେ ଅଗ୍ନିକାଣ୍ଡ ଘଟିଛି...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଟ୍ରାଇଗ୍ଲିସେରାଇଡ୍ ବୃଦ୍ଧିକୁ ନେଇ ଚିନ୍ତିତ କି? ଖାଆନ୍ତୁ ଏହି ସୁପରଫୁଡ୍

ନୂଆଦିଲ୍ଲୀ,୧୭ା୧୨:  ଯଦି ଉଚ୍ଚ ଟ୍ରାଇଗ୍ଲିସେରାଇଡ୍ ସମସ୍ୟାର ତୁରନ୍ତ ସମାଧାନ କରାନଯାଏ, ତେବେ ଗମ୍ଭୀର ଏବଂ ମାରାତ୍ମକ ହୃଦରୋଗର ଆଶଙ୍କା ବହୁଗୁଣିତ ହୋଇପାରେ। ଉଚ୍ଚ ଟ୍ରାଇଗ୍ଲିସେରାଇଡ୍ ହ୍ରାସ କରିବା...

କିଡନୀ ରୋଗରେ ଗୋଟିଏ ପରିବାରର ୨ ଜଣଙ୍କ ମୃତ୍ୟୁ ଘଟଣା, ସରକାରୀ ସହାୟତା ପାଇଁ ଅନୁରୋଧ

ଅମରପାଲି,୧୬/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଉପାନ୍ତ ବହଳପଦର ପଞ୍ଚାୟତର ସୁରଧାପାଲି ( ହୋତାପାଲି) ଗ୍ରାମରେ ଗତ ସପ୍ତାହରେ ୪ ଦିନ ମଧ୍ୟରେ...

ମହିଳାଙ୍କଠାରେ ଏହି ୭ ଲକ୍ଷଣ ଦେଖାଯାଉଥିଲେ ସାବଧାନ! ହୃଦଘାତ…

ନୂଆଦିଲ୍ଲୀ,୧୫।୧୨: ହୃଦଘାତର ସବୁଠାରୁ ସାଧାରଣ ଲକ୍ଷଣ ହେଉଛି ଛାତିରେ ଯନ୍ତ୍ରଣା। କିନ୍ତୁ ଅନେକ କ୍ଷେତ୍ରରେ, ହୃଦଘାତର ଲକ୍ଷଣ ସମ୍ପୂର୍ଣ୍ଣ ଭିନ୍ନ ହୋଇପାରେ, ବିଶେଷକରି ମହିଳାଙ୍କ କ୍ଷେତ୍ରରେ।...

ଦମ ଦେଖାଇଲା ଭାରତ, ପାକିସ୍ତାନକୁ ୯୦ ରନରେ ହରାଇଲା

ନୂଆଦିଲ୍ଲୀ,୧୫।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ବହୁ ପ୍ରତୀକ୍ଷିତ ମ୍ୟାଚରେ, ଭାରତୀୟ ଦଳ ଏକ ଚମତ୍କାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri