ଭୁବନେଶ୍ବର ୧୫।୩ : ନକଲି ଡାକ୍ତର ରମେଶ ସ୍ବାଇଁଙ୍କ ମାମଲା ଦିନକୁ ଦିନ ନୂଆ ମୋଡ ନେଉଛି। ରମେଶଙ୍କୁ ପୋଲିସ ରିମାଣ୍ଡରେ ଆଣି ପଚରାଉଚରା କରୁଥିବା ବେଳେ ଏଯାଏ କୌଣସି ତଥ୍ୟ ପୋଲିସ ହାତରେ ଲାଗିନାହିଁ। ରମେଶଙ୍କ ବିଷୟରେ ଅଧିକ ତଥ୍ୟ ପାଇବା ପାଇଁ ପ୍ରଥମ ସ୍ତ୍ରୀଙ୍କୁ ଡକାଇଥିଲା ପୋଲିସ। ରମେଶଙ୍କ ପ୍ରଥମ ସ୍ତ୍ରୀ ଆଜି ଭୁବନେଶ୍ବର ମହିଳା ଥାନାରେ ହାଜର ହୋଇଛନ୍ତି ।
ରମେଶ କିପରି ପ୍ରଥମ ବିବାହ ପରେ ଅନ୍ୟ ୧୭ ଜଣଙ୍କୁ ବାହା ହେଲେ ତାକୁ ନେଇ ପଚରାଉଚରା ଚାଲିଛି । ଏପିରିକି ରମେଶଙ୍କ ପଛରେ ରହିଛି କାହା ହାତ, ତାର ଖୋଳତାଡ କରୁଛି ପୋଲିସ । ପୁରା ଘଟଣାର ତଥ୍ୟ ପଦାକୁ ଆଣିବା ପାଇଁ ବୁଧବାର ରମେଶର ପଲିଗ୍ରାଫ ଟେଷ୍ଟ କରାଯିବ।


