ରାଜ୍ୟରେ ପ୍ରଥମ ମା’ କ୍ଷୀର ଭଣ୍ଡାର ପ୍ରତିଷ୍ଠା

ଭୁବନେଶ୍ୱର, ୧୦।୩(ବ୍ୟୁରୋ): ନବଜାତ ଶିଶୁଙ୍କ ପାଇଁ ଆଉ ମା’ କ୍ଷୀର ଅଭାବ ରହିବ ନାହିଁ। ଏହି ଆବଶ୍ୟକତା ପୂରଣ କରିବା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଏକ ହ୍ୟୁମ୍ୟାନ ବ୍ରେଷ୍ଟ ମିଲ୍କ ବ୍ୟାଙ୍କ ବା ମଦର୍ସ ମିଲ୍କ ବ୍ୟାଙ୍କ୍‌ (ମା’ କ୍ଷୀର ଭଣ୍ଡାର) ପ୍ରତିଷ୍ଠା କରାଯାଇଛି। ଏ ସମ୍ପର୍କରେ ସୂଚନା ଦେଇ ହସ୍ପିଟାଲ ନିର୍ଦ୍ଦେଶକ ଡା. ଲକ୍ଷ୍ମୀଧର ସାହୁ କହିଛନ୍ତି, ଏହା ରାଜ୍ୟରେ ପ୍ରଥମ। ଏହାକୁ ମିଶାଇ ଦେଶରେ ମଦର୍ସ ମିଲ୍କ ବ୍ୟାଙ୍କ୍‌ ସଂଖ୍ୟା ୩୪ରେ ପହଞ୍ଚତ୍ଛି। ଯେକୌଣସି ସ୍ତନ୍ୟପାନ କରାଉଥିବା ମା’ ସ୍ବେଚ୍ଛାକୃତ ଭାବରେ ଏହି ବ୍ୟାଙ୍କରେ ନିଜର ଅତ୍ୟଧିକ କ୍ଷୀର ଦାନ କରିପାରିବେ। ଅସୁସ୍ଥତା କିମ୍ବା ମୃତ୍ୟୁ, ପ୍ରିମାଚ୍ୟୁର ଡେଲିଭରି ଆଦି ବିଭିନ୍ନ କାରଣରୁ ସ୍ତନ୍ୟପାନ କରାଇବାରେ ଅସମର୍ଥ ମା’ଙ୍କ ଶିଶୁଙ୍କୁ ଏଠାରେ ସାଇତି ରଖାଯାଇଥିବା କ୍ଷୀର ଖାଇବାକୁ ଦିଆଯାଇପାରିବ। ବୈଜ୍ଞାନିକ ପ୍ରକ୍ରିୟାରେ ମା’ମାନଙ୍କଠାରୁ ବଳକା କ୍ଷୀରକୁ ସଂଗ୍ରହ କରାଯାଇ ଛଅ ମାସ ପର୍ଯ୍ୟନ୍ତ ସଂରକ୍ଷଣ କରାଯାଇପାରିବ। ତେଣୁ ବର୍ତ୍ତମାନ କୌଣସି ଶିଶୁ ମା’ କ୍ଷୀର ଅଭାବରୁ ମରିବେ ନାହିଁ କିମ୍ବା ପୁଷ୍ଟିହୀନତାର ଶିକାର ହେବେ ନାହିଁ। ଏହା ବ୍ୟତୀତ ଆବଶ୍ୟକତାଠାରୁ ଅଧିକ ପରିମାଣର ମା’ କ୍ଷୀର ଷ୍ଟକ୍‌ ରହିଲେ, ତାହାକୁ ରାଜ୍ୟର ଅନ୍ୟ ଡାକ୍ତରଖାନାକୁ ମଧ୍ୟ ଯୋଗାଇ ଦିଆଯାଇପାରିବ ବୋଲି ଡା. ସାହୁ କହିଛନ୍ତି।

କ୍ୟାପିଟାଲ ହସ୍ପିଟାଲର ଶିଶୁରୋଗ ବିଶେଷଜ୍ଞ ଡା. ଆଲୋକ ସ୍ବାଇଁ କହିଛନ୍ତି, ଦୁଇଦିନ ପୂର୍ବେ ଖୋଲାଯାଇଥିବା ଏହି ହ୍ୟୁମାନ ବ୍ରେଷ୍ଟ ମିଲ୍କ ବ୍ୟାଙ୍କରେ ବୁଧବାର ସୁଦ୍ଧା ୧୩ଜଣ ମା’ ସ୍ବେଚ୍ଛାକୃତ ଭାବେ ସେମାନଙ୍କ କ୍ଷୀର ଦାନ କରିଛନ୍ତି। ଏହାକୁ ୩ ମାସ ପାଇଁ ଗଚ୍ଛିତ କରାଯାଇପାରିବ ଏବଂ ପାଶ୍ଚ୍ୟୁରାଇଜେଶନ (pasteurization)ପରେ ଏହାକୁ ଆଉ ୩ ମାସ ପାଇଁ ସଂରକ୍ଷଣ କରାଯାଇପାରିବ। ଏହିପରି ଭାବେ ପୂରା ୬ ମାସ ପାଇଁ ମା’ କ୍ଷୀର ଗଚ୍ଛିତ ରଖାଯାଇପାରିବ ବୋଲି ଡା. ସ୍ବାଇଁ କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି, ପ୍ରଥମେ ସ୍ତନ୍ୟପାନ କରାଉଥିବା ମା’ମାନଙ୍କୁ ନର୍ସମାନେ ସେମାନଙ୍କ କ୍ଷୀର ଦାନ କରିବାକୁ ପରାମର୍ଶ ଦେଇଥାନ୍ତି। ସମ୍ମତି ପ୍ରକାଶ କଲେ ସେମାନଙ୍କ କ୍ଷୀର ପରୀକ୍ଷା କରାଯାଏ। ଠିକ୍‌ ଥିଲେ ସେମାନଙ୍କୁ ଦୁଗ୍ଧ ଅଭିବ୍ୟକ୍ତି ପ୍ରକୋଷ୍ଠକୁ ନିଆଯାଇ କ୍ଷୀର ସଂଗ୍ରହ କରାଯାଇଥାଏ। ପରେ ରେଫ୍ରିଜରେଟରରେ ବିଯୁକ୍ତ ୨୦ ଡିଗ୍ରୀ ତାପମାତ୍ରାରେ ସଂରକ୍ଷଣ କରାଯାଇଥାଏ ବୋଲି ଡା. ସ୍ବାଇଁ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବଭାରତୀୟ ନାଟକ ସମାରୋହ ଉଦ୍‌ଘାଟିତ: ଆଜି ମଞ୍ଚସ୍ଥ ହେବ ‘ମାଗୁଣିର ଶଗଡ଼’

ବଲାଙ୍ଗୀର,୨୫ା୧୨(ସୁନିଲ କୁମାର ମହାନ୍ତି): ସର୍ବଭାରତୀୟ ବହୁଭାଷୀ ନାଟକ ସମାରୋହ ମଠଖାଇ ମହୋତ୍ସବ ଗୁରୁବାର ଉଦ୍‌ଘାଟିତ ହୋଇଛି। ସକାଳେ ବଲାଙ୍ଗୀର ସହର ଉପକଣ୍ଠ ମଠଖାଇ ମନ୍ଦିରରୁ ନାଟ୍ୟ...

ଚିନ୍ତାଜନକ ସ୍ଥିତି! ଦିଲ୍ଲୀକୁ ଟପିଲା ବାଲେଶ୍ବର, ଦେଶର ସବୁଠାରୁ ଅଧିକ ପ୍ରଦୂଷିତ ସହର…

ଭୁବନେଶ୍ବର,୨୫।୧୨: ଗତ କିଛିଦିନ ପୂର୍ବରୁ ଜାତୀୟ ରାଜଧାନୀ ଦିଲ୍ଲୀର ପ୍ରଦୂଷଣ ଚିନ୍ତାଜନକ ଥିଲା । ସ୍ଥିତି ସଙ୍ଗୀନ ହୋଇଥିବା ବେଳେ ସ୍କୁଲ ମଧ୍ୟ ବନ୍ଦ ରଖାଯାଇଥିଲା...

ଓଡ଼ିଶାରେ ଭାଙ୍ଗିଲା ମାଓବାଦୀଙ୍କ ମେରୁଦଣ୍ଡ: ଡିଜିପି

ଫୁଲବାଣୀ,୨୫ା୧୨(ରାକେଶ କୁମାର ରାଉତ): ଟପ୍‌ ମାଓବାଦୀ ନେତା ଗଣେଶଙ୍କ ନିହତକୁ ବଡ଼ ସଫଳତା ବୋଲି କହିଛନ୍ତି ପୋଲିସ ଡିଜି। ଗଣେଶଙ୍କ ନିହତ ପରେ ଓଡ଼ିଶାରେ ମାଓବାଦୀଙ୍କ...

କୋଳି ଖାଇବାକୁ ଡାକି ନେଇ ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା: ପ୍ରତିବାଦରେ ରାସ୍ତାରେ ବସିଲେ ବିଭିନ୍ନ ରାଜନୈତିକ ଦଳ

ଭଦ୍ରକ/ଚାନ୍ଦବାଲି,୨୫ା୧୨(ସନାତନ ରାଉତ/ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ଏନ୍‌ଏସି ଅନ୍ତର୍ଗତ ବାଲିଗାଁଠାରେ ୨ ଦିନ ତଳେ ଘଟିଥିବା ନାବାଳିକା ବଳାତ୍କାର ଓ ହତ୍ୟା ଘଟଣା ଚାନ୍ଦବାଲି...

କମେଡିଆନ୍ ଗୁଲୁଆଙ୍କୁ ହତ୍ୟା ଧମକ, ଭିଡିଓ କରି କହିଲେ ଜୀବନ ପ୍ରତି ବିପଦ…

ଭୁବନେଶ୍ବର, ୨୫।୧୨: କମେଡିଆନ୍‌ ଗୁଲୁଆଙ୍କୁ ହତ୍ୟା ଧମକ । ସେ ନିଜେ ଏଭଳି ଚାଞ୍ଚଲ୍ୟକର ଅଭିଯୋଗ ଆଣିଛନ୍ତି । ଏନେଇ ସେ ଆଜି ସୋସିଆଲ ମିଡିଆରେ...

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିପଡ଼ିଲେ ଏହି ଦୁଇ କୁଖ୍ୟାତ ମାଓବାଦୀ, ଏବେ ବି ଜାରି ରହିଛି…

ଫୁଲବାଣୀ/ତୁମୁଡ଼ିବନ୍ଧ,୨୫ା୧୨(ରାକେଶ କୁମାର ରାଉତ/ଦୀପକ ପରାସେଠ): କନ୍ଧମାଳ ଜିଲାରେ ମାଓବାଦୀ ମୂଳୋତ୍ପାଟନ ପାଇଁ ଜୋର୍‌ଦାର କୋମ୍ବିଂ ଅପରେଶନ ଚାଲିଛି । ବୁଧବାର ରାତିରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨...

ପାରିବାରିକ କଳହର କରୁଣ ପରିଣତି, ଶ୍ୱଶୁର ଆଗରେ ସ୍ତ୍ରୀକୁ ହତ୍ୟା କରିଲେ ସ୍ବାମୀ

ବଲାଙ୍ଗୀର, ୨୫/୧୨- (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅନ୍ତର୍ଗତ ଜୁର୍ଲାକାନି ଗାଁରେବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି ।...

ବିଜେଡି ପ୍ରତିଷ୍ଠା ଦିବସ ପୂର୍ବରୁ ଭୂପିନ୍ଦରଙ୍କ ବଡ଼ ବୟାନ, କିଛି ନୂଆ ଲୋକଙ୍କୁ ଅଣାଗଲେ ବିଜେଡ଼ି…

ଭୁବନେଶ୍ବର,୨୫।୧୨: ବିଭିନ୍ନ ସ୍ଥାନରେ ମେଳି କରି ଲୋକଙ୍କୁ ଏକଜୁଟ କରିଆସୁଛି ବିଜୁ ଜନତା ଦଳ । ଆସନ୍ତା ୨୬ରେ ବିଜେଡି ପ୍ରତିଷ୍ଠା ଦିବସରେ ଦଳର ନବକଳେବର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri