ଦୁର୍ନୀତିକୁ ନୀତି କରୁଛନ୍ତି ରାଜ୍ୟ, କେନ୍ଦ୍ର ସରକାର: ନିରଞ୍ଜନ

ଭୁବନେଶ୍ୱର,୧୬ା୨(ବ୍ୟୁରୋ): ଗଣତନ୍ତ୍ରରେ ସୁଧାର ଆଣିବା ପରିବର୍ତ୍ତେ ଶାସନରେ ଥିବା ଦଳମାନେ ଏହାର ଅପବ୍ୟବହାର କରୁଛନ୍ତି ବୋଲି ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ ଅଭିଯୋଗ କରିଛନ୍ତି। ମଙ୍ଗଳବାର ରାଜ୍ୟ କଂଗ୍ରେସ ଭବନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ପିସିସି ସଭାପତି ପଟ୍ଟନାୟକ କହିଛନ୍ତି, ଗାନ୍ଧିଜୀ ଆମକୁ ଅସହଯୋଗ ଓ ଅହିଂସାର ଶିକ୍ଷା ଦେଇଥିଲେ। ମାତ୍ର ବର୍ତ୍ତମାନ ସମୟରେ ଏହି ଦୁଇଟି ଯାକ ଉଭାନ ହୋଇ ଯାଇଛି। ପ୍ରତିଦିନ ଗଣମାଧ୍ୟମରେ ହଣାକଟା, ଝିଅକୁ ମାରିଦେବା, ନାରୀ ନିର୍ଯାତନା ଭଳି ଖବର ଦେଖିବାକୁ ମିଳୁଛି। ଏଭଳି ଗଣତନ୍ତ୍ର ପ୍ରତିଷ୍ଠା କରିବା କଥା କ’ଣ ଗାନ୍ଧିଜୀ ଆମକୁ ଶିକ୍ଷା ଦେଇଥିଲେ କି ଏବଂ ଏହାଦ୍ୱାରା ସାଧାରଣ ଲୋକଙ୍କର କ’ଣ ଲାଭ ହେବ ବୋଲି ସେ ପ୍ରଶ୍ନ କରିଛନ୍ତି। ସୁବ୍ରତ ବାଗ୍‌ଚୀ ଏବଂ ତାଙ୍କ ସହଧର୍ମିଣୀ ସୁସ୍ମିତା ବାଗ୍‌ଚୀଙ୍କୁ ସେ ପ୍ରଶଂସା କରି କହିଲେ, ସେମାନେ ତାଙ୍କ ଦ୍ୱାରା ଅର୍ଜିତ ଅର୍ଥକୁ ଜନସାଧାରଣଙ୍କ ହିତ ଉଦ୍ଦେଶ୍ୟରେ ଖର୍ଚ୍ଚ କରିବା ପାଇଁ ଚେଷ୍ଟିତ। କିନ୍ତୁ ଜଣେ ରାଜନୀତିରେ ମିଶି ଔଷଧ ହେଉ ଅବା ଡାକ୍ତରଖାନା ବେପାରକୁ ମାଧ୍ୟମ କରି କୋଟି କୋଟି ଟଙ୍କା କମାଉଛନ୍ତି। ଓଡ଼ିଶା ଏବେ ଦୁର୍ନୀତିର ଗନ୍ତାଘର ପାଲଟି ଗଲାଣି। ଛୋଟରୁ ଛୋଟ ସରକାରୀ କର୍ମଚାରୀଙ୍କ ଘରୁ ବିପୁଳ ଟଙ୍କା ବାହାରୁଛି। ଆମେ ଯେଉଁମାନେ ରାଜନୀତି କରୁଛୁ ଏବଂ ସାଧାରଣ ଜୀବନରେ ଅଛୁ, ସେମାନଙ୍କ ପ୍ରୋତ୍ସାହନ ଓ ପୃଷ୍ଠପୋଷକତା ବିନା ଏଭଳି ଦୁର୍ନୀତି, ହିଂସା, ଭ୍ରଷ୍ଟାଚାର ବୃଦ୍ଧି ସମ୍ଭବ ହୋଇପାରିବ ନାହିଁ। ସୋରରେ ଜଣେ ବୟସ୍କ ପୂର୍ବତନ ବିଧାୟକ ବର୍ତ୍ତମାନର ବିଜେଡି ବିଧାୟକଙ୍କୁ ପଞ୍ଚାୟତକୁ ଆସିଥିବା ଅର୍ଥ ବାବଦରେ ପଚାରିଥିଲେ। ଏଥିଯୋଗୁ ବିଜେଡି ବିଧାୟକ ତାଙ୍କୁ ମାରିବା ଓ ଅପମାନିତ କରିବା ଘଟଣା ଆମ ଗଣତନ୍ତ୍ର ପ୍ରତି ଉପହାସ। ସମ୍ପ୍ରତି ନିର୍ବାଚନ ବେଳେ ଗୋଟିଏ ଗୋଟିଏ ପଞ୍ଚାୟତରେ ବିପୁଳ ଟଙ୍କା ଖର୍ଚ୍ଚ ହେଉଛି। ଏସବୁ ଆସୁଛି କେଉଁଠୁ। ପୂର୍ବତନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବ ଗାଁ ମଜଲିସରେ ଲେଖିଥିଲେ ‘ଦୁର୍ନୀତିକୁ ନୀତି କରିଦେଲେ ଭଲ ହେବ’। ସମ୍ଭବତଃ ଏହାକୁ ବିଜେଡି ଓ ଭାଜପା ପାଳନ କରୁଛନ୍ତି। ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡି ୪୦ ପ୍ରତିଶତ ପଛୁଆ ବର୍ଗ ସଂରକ୍ଷଣ କଥା କହିଥିଲା, କିନ୍ତୁ ପାଳନ କଲା ନାହିଁ। ତେବେ କଂଗ୍ରେସ ପଛୁଆ ବର୍ଗରୁ ୪୪. ୭୮ ପ୍ରତିଶତ ପ୍ରାର୍ଥୀ ଦେଇଛି। ରାଜ୍ୟରେ ୨୨ ବର୍ଷର ବିଜେଡି ସରକାର ଓ କେନ୍ଦ୍ରରେ ୮ବର୍ଷର ଭାଜପା ସରକାର କେବଳ ଲୋକଙ୍କୁ ପ୍ରତିଶ୍ରୁତି ଓ ପ୍ରତାରଣା ଦେଇଛନ୍ତି। ଏଣୁ ଜନସାଧାରଣ ଉପଯୁକ୍ତ ନେତାଙ୍କୁ ଭୋଟ ଦେବା ପାଇଁ ସେ ଆହ୍ବାନ କରିଛନ୍ତି। ଅପରପକ୍ଷରେ ନିରଞ୍ଜନ ରାଜନୀତିରୁ ସନ୍ନ୍ୟାସ ନେବା ସମ୍ପର୍କରେ କହିଛନ୍ତି, ସେ ଗାନ୍ଧିଜୀଙ୍କ ଦ୍ୱାରା ଅନୁପ୍ରାଣିତ। ତେଣୁ ହାତ ଗୋଡ଼ ଚାଲିଥିବା ଯାଏ ବିନା ପଦବୀରେ ମଧ୍ୟ ରାଜନୀତି ଜାରି ରଖିବେ ବୋଲି ପ୍ରକାଶ କରିଛନ୍ତି। ଏହି ସମ୍ମିଳନୀରେ ପିସିସି ଉପସଭାପତି ଯଜ୍ଞେଶ୍ୱର ବାବୁ, ସାମାଜିକ ଗଣମାଧ୍ୟମ ଅଧ୍ୟକ୍ଷ ଅଭିଷେକ ମହାନନ୍ଦ, ମୁଖପାତ୍ର ରଜନୀ ମହାନ୍ତି, ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri