ସବୁ ଦଳ ପାଇଁ ସମ୍ମାନର ପ୍ରଶ୍ନ

ଢେଙ୍କାନାଳ ଅଫିସ, ୮।୨ ନିର୍ବାଚନ ମଣ୍ଡଳୀରେ ବିଜେଡିର ପତିଆରା ଥିଲେ ମଧ୍ୟ ୨୦୧୭ରେ ହାତରୁ ଖସିଯାଇଥିଲା ଢେଙ୍କାନାଳ ଜିଲା ଗଁଦିଆ ବ୍ଲକର ୧ନଂ. ଜିଲା ପରିଷଦ ଜୋନ୍‌। ଭାଜପା ପ୍ରାର୍ଥୀ ମମତା ସ୍ବାଇଁ ବିଜେଡିର ବନ୍ଦିତା ପଣ୍ଡାଙ୍କୁ ୩ ହଜାରରୁ ଅଧିକ ଭୋଟରେ ପରାସ୍ତ କରି ଦଖଲ କରିଥିଲେ ଏହି ଆସନ। ଏଭଳି ଝଟ୍‌କା ଶାସକ ଦଳ ପାଇଁ ଥିଲା ଅପ୍ରତ୍ୟାଶିତ। ଏଭଳି ପରାଜୟ ପଛର ପ୍ରମୁଖ କାରଣ ଭାବେ ଦଳୀୟ ଗୋଷ୍ଠୀ କନ୍ଦଳକୁ ଦାୟୀ କରିଥିଲେ ଦଳୀୟ ନେତା। ଚଳିତ ନିର୍ବାଚନରେ ପୁଣି ମମତାଙ୍କ ଉପରେ ଭାଜପା ଭରସା କରିଛି। ଜିଲା ଭାଜପା ମହିଳା ମୋର୍ଚ୍ଚା ସଭାନେତ୍ରୀ ପଦବୀରେ ଥିବାରୁ ତାଙ୍କର ଆଞ୍ଚଳିକ ରାଜନୀତିରେ ଦଖଲ ମଧ୍ୟ ରହିଛି। ସେହିପରି ନୂଆ ପ୍ରାର୍ଥୀ ଭାବେ ବିଶ୍ୱନାଥ ଚିନ୍ନାରାଙ୍କୁ ବିଜେଡି ମଇଦାନକୁ ଓହ୍ଲାଇଛି। କଂଗ୍ରେସ ପ୍ରାର୍ଥୀ କରିଥିବା ଛାୟାକାନ୍ତ ପାଣିଗ୍ରାହୀ ମଧ୍ୟ ନୂଆ ମୁହଁ। ସେହିପରି ପ୍ରଥମ ଥର ପାଇଁ ଏହି ଆସନରେ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ଲଢୁଛି। ଦଳ ବିଜୟ ପାତ୍ରଙ୍କୁ ପ୍ରାର୍ଥୀ କରିଛି। ତେଣୁ ଚଳିତ ପଞ୍ଚାୟତ ନିର୍ବାଚନରେ ନୂଆ-ପୁରୁଣା ପ୍ରାର୍ଥୀଙ୍କ ମଧ୍ୟରେ ତୁମୁଳ ପ୍ରତିଦ୍ୱନ୍ଦ୍ୱିତା ହେବ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି।
ଚଳିତ ପଞ୍ଚାୟତ ନିର୍ବାଚନରେ ଅଣସଂରକ୍ଷିତ ଥିବା ଗଁଦିଆ ବ୍ଲକ ୧ନଂ. ଜୋନ୍‌ର ମୋଟ ଭୋଟର ସଂଖ୍ୟା ୨୫,୧୦୭। ତନ୍ମଧ୍ୟରୁ ଏହି ଜୋନ୍‌ ଅଧୀନରେ ଆସୁଥିବା ବାଇଁସିଆ ପଞ୍ଚାୟତର ଭୋଟର ସଂଖ୍ୟା ୬ ହଜାର ୭୩୮, ଯୋରନ୍ଦା ପଞ୍ଚାୟତର ୬ ହଜାର ୨୨୭, କାଲୁରିଆ ପଞ୍ଚାୟତର ୫ ହଜାର ୭୫୫, କରମୂଳ ପଞ୍ଚାୟତର ୬ ହଜାର ୩୮୭ ଭୋଟର ରହିଛନ୍ତି। ଗତ ନିର୍ବାଚନରେ ବ୍ଲକର ୪ ଜୋନ୍‌ ମଧ୍ୟରେ ୧ନଂ.କୁ ବାଦ୍‌ଦେଲେ ଅନ୍ୟ ସମସ୍ତ ଜୋନ୍‌ରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଥିଲେ। ତେଣୁ ଚଳିତ ନିର୍ବାଚନରେ ଏହି ଆସନ ଶାସକ ଦଳ ପାଇଁ ସମ୍ମାନର ପ୍ରଶ୍ନ ହୋଇଛି। ସେହିପରି ଭାଜପା ମଧ୍ୟ ପୂର୍ବ ସଫଳତାର ପୁନରାବୃତ୍ତି କରିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛି।
ପ୍ରଥମ ପର୍ଯ୍ୟାୟରେ ୧୬ ତାରିଖରେ ଏହି ଜୋନ୍‌ରେ ମତଦାନ ହେବାକୁ ଥିବାବେଳେ ସବୁଦଳର ପ୍ରାର୍ଥୀ ପ୍ରଚାର ଜୋର୍‌ଦାର କରିଛନ୍ତି। ବିଧାୟକ ସୁଧୀର କୁମାର ସାମଲ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାରର ମଙ୍ଗ ଧରିଛନ୍ତି। ନିଜର ସାଙ୍ଗଠନିକ ଦକ୍ଷତାକୁ ନେଇ ସେ ଘର ଘର ବୁଲି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗୁଛନ୍ତି। ସେହିପରି ଜିଲା ଭାଜପା ସଭାପତି ନରେଶ ଚନ୍ଦ୍ର ମହାପାତ୍ର ମଧ୍ୟ ମଇଦାନକୁ ଓହ୍ଲାଇଛନ୍ତି। ସେ ରବିବାର ମମତାଙ୍କ ପାଇଁ ଭୋଟ ମାଗିଛନ୍ତି। କଂଗ୍ରେସ ଏବଂ ଏଏପି ପ୍ରାର୍ଥୀ ମଧ୍ୟ ନିଜ ନିଜର ଦଳୀୟ ନେତୃବୃନ୍ଦଙ୍କୁ ନେଇ ଭୋଟ ଭିକ୍ଷା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

ହାଇଦ୍ରାବାଦରୁ ଫେରିଲେ ମୁଖ୍ୟମନ୍ତ୍ରୀ, ଚିଠି ଏପରି କହିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର,୨୨।୧୨: ଓଡ଼ିଶା ରାଜ୍ୟ ପଛୁଆ ବର୍ଗ କମିଶନ (OSCBC) ର ପୁନର୍ଗଠନ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ...

ଦିନକ ପରେ ବରଗଡ଼ ଧନୁଯାତ୍ରା: ମହୋତ୍ସବକୁ ନେଇ ଏମିତି କହିଲେ ଜିଲାପାଳ

ବରଗଡ,୨୨।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ୭୮ତମ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ଦିନେ ବାକି। ଆସନ୍ତା ୨୪ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବ।...

ପ୍ରଚେଷ୍ଟା ରହିଲେ ସଫଳତା ନିଶ୍ଚିତ ମିଳିବ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ସେଣ୍ଟ ଆନ୍ସ ଇଂଗ୍ରାଜୀ ମିଡିୟମ ସ୍କୁଲର ୧୯ ତମ ବାର୍ଷିକ ଉତ୍ସବ ସୋମବାର ସନ୍ଧ୍ୟାରେ ପାଳିତ ହୋଇଯାଇଛି। ଆୟୋଜିତ ଉତ୍ସବରେ...

ଦୁର୍ବ୍ୟବହାର ପ୍ରତିବାଦରେ ଡାକ୍ତର, କର୍ମଚାରୀଙ୍କ ଧାରଣା

କେସିଙ୍ଗା,୨୨ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ମେଡ଼ିକାଲ ଅଫିସର ଓ ଡାକ୍ତରଙ୍କୁ କେତେଜଣ ବ୍ୟକ୍ତି ଦୁର୍ବ୍ୟବହାର ପ୍ରଦର୍ଶନ କରିବା ପ୍ରତିବାଦରେ ସୋମବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri